Bikash Khabar
କରୋନା ସୁରକ୍ଷା ଶିଖାଇଲେ କୃଷି ଶ୍ରମିକ

 ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅଧୀନ ଜାତୀୟ ରାଜପଥ ପାଶ୍ୱର୍ ରାଗଧା ନିକଟରେ କାର୍ଯର୍୍ୟ କରୁଥିବା ମହିଳା କୃଷି ଶ୍ରମିକା ମାନେ ସମାଜକୁ ଏକ ବିଶାଳ ଅନନ୍ୟ ବାର୍ତ୍ତା ଦେଇଛନ୍ତି ନିଜର ମନୋବଳ ସାମାଜିକ ସୁରକ୍ଷା ଦାୟୀତ୍ୱ ଉଭୟକୁ ସେମାନେ ତାଙ୍କର ଚାଷ କାମ କରିବା ମଧ୍ୟରେ ପ୍ରତିପାଦିତ କରିଛନ୍ତି କୃଷି ଭଳି ଅପରିହାର୍ଯ୍ୟ କାର୍ଯ୍ୟ କରୁ ଥିବା ବେଳେ ଏମାନେ କରୋନାକୁ ମଧ୍ୟ ହେୟଜ୍ଞାନ କରି ନାହାଁନ୍ତି ମହିଳା ମାନଙ୍କର ଏହି କାର୍ଯ୍ୟକୁ ଦେଖିବା ପରେ ଯେକେହି କହିବ କରୋନା ହାରିବ ଆମ୍ଭେ ଜିତିବା ସଂପ୍ରତି କରୋନା ପ୍ରତିବନ୍ଧକ ଚାଲି ଥିବା ବେଳେ ମୌସୁମୀ ବର୍ଷା ଆରମ୍ଭ ହୋଇଛି ତେଣୁ ଚାଷ କାମ ଯୋରସୋରରେ ଚାଲିଛି ସୁରେଇଡିର ଚାଷୀ ଭରତଚନ୍ଦ୍ର ମହାନ୍ତ, ସନ୍ତୋଷ ମହାନ୍ତଙ୍କ ଚାଷ ଜମିରେ କାମ କରିବା ପାଇଁ ଏହି ମହିଳା ଶ୍ରମିକା ମାନେ ଆଖପାଖ ଗ୍ରାମରୁ ଆସି ଥିବାର ଦେଖା ଯାଇ ଥିଲା କାର୍ଯ୍ୟରତ ଏହି ଶ୍ରମିକା ମାନେ ଖଡିଆ ବନବାସୀ ଜନଜାତି ଅନ୍ୟାନ ସଂପଦାୟର ମହିଳା ଅଟନ୍ତି ଯଦିଓ ଏମାନେ ଉପାନ୍ତ ଅଞ୍ଚଳର ଅଧିବାସୀ ହେଳେ କରୋନା ସୁରକ୍ଷା ପାଇଁ ସାମାଜିକ ବ୍ୟବଧାନ ମୁହଁରେ ମାସ୍କ ପିନ୍ଧିବାର ଆବଶ୍ୟକତାକୁ ଏମାନେ ହୃଦବୋଧ କରିଛନ୍ତି ଧାନ ତଳା ଉଠାଇବା ବେଳେ ପରସ୍ପର ମଧ୍ୟରେ ବ୍ୟବଧାନ କେମିତି ରଖା ଯିବ ସେନେଇ ଜଣେ ଦୁଇଜଣ ବରିଷ୍ଠ ସାଥୀ ଶ୍ରମିକା ଏମାନଙ୍କୁ ଗାଇଡ କରିଛନ୍ତି ଏହି ଶ୍ରମିକା ମାନେ ମାସ୍କ କେମିତି, କେଉଁଠି ମିଳେ କେତେ ଟଙ୍କା ଦାମ ସେକଥା ଜାଣି ନାହାଁନ୍ତି କିନ୍ତୁ ସରକାରୀ ଘୋଷଣା ଘରେ ଥିବା ଟେଲିଭିଜନରୁ ନାକ ପାଟିକୁ ବନ୍ଦ ରଖିବା ପାଇଁ ମାସ୍କ ପିନ୍ଧା ଯାଏ ବୋଲି ଏମାନେ ଜାଣିଛନ୍ତି ତେଣୁ ନିଜ ପିନ୍ଧା ଶାଢ଼ୀ ଆଣି ଥିବା ଗାମୁଛାରେ ମୁହଁକୁ ବାନ୍ଧି କାର୍ଯ୍ୟ କରୁଛନ୍ତି ଅନ୍ୟୁନ ୫୦ ମହିଳା ଏକା ସହିତ ତଳା ଉଠାଉ ଥିବା ବେଳେ ସେମାନେ ପରସ୍ପର ଠାରୁ ଦୂରତା ରକ୍ଷା କରି କାର୍ଯ୍ୟ କରୁ ଥିବା ଦେଖିବା ପାଇଁ ରାସ୍ତାର ଯାଉ ଥିବା ପଥିକ ମାନେ ମଧ୍ୟ ଅଟକି ଯାଇ ଥିଲେ

08/07/2020

Leave a Reply

Your email address will not be published. Required fields are marked *

Comments