Bikash Khabar
କଠିନ ପରିଶ୍ରମ କାରଣରୁ ଗ୍ରାମୀଣ ମହିଳା ଭୋଗନ୍ତି ଅଧିକ ଅସୁସ୍ଥତା

ଅତ୍ୟଧିକ ଶାରୀରିକ ଶ୍ରମ ଭାରତୀୟ ଗ୍ରାମୀଣ ମହିଳା ଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି ଏହା ଦ୍ୱାରା ସେମାନେ ରୋଗାକ୍ରାନ୍ତ  ହୋଇଯାଉଛନ୍ତି କଠିନ ପରିଶ୍ରମ ସହିତ ଉପଯୁକ୍ତ ପୋଷଣର ଅଭାବ ଯୋଗୁ ବିଭିନ୍ନ ରୋଗରେ ଆକ୍ରାନ୍ତ କାରଣରୁ ସେମାନଙ୍କ  ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବ୍ରିଟେନ୍ ଇଷ୍ଟ୍ଏଙ୍ଗ୍ଲିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏଭଳି ସୂଚନା ପ୍ରକାଶ  ପାଇଛି। ଗ୍ରାମୀଣ ମହିଳା ଘରର ପୁରୁଷ ସଦସ୍ୟଙ୍କ ଅନୁପସ୍ଥିତିରେ ପ୍ରାୟତଃ କାମଧନ୍ଦା କରିଥାନ୍ତି। ଅତ୍ୟଧିକ କାମ ଚାପରେ ସେମାନଙ୍କ  ଖାଦ୍ୟପେୟରେ ଅନିମିତତା ସୃଷ୍ଟି ହୋଇଥାଏ। ଫଳରେ ରୋଗ ପ୍ରତିରୋଧ ଶକ୍ତି ହ୍ରାସ ପାଇଥାଏ  ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଏଭଳି କୁପୋଷଣରେ ପୀଡିତା ମା ଙ୍କ ଠାରୁ  ଜନ୍ମ ନେଉଥିବା ସନ୍ତାନ ମଧ୍ୟ ରୁଗ୍ ହୋଇଥାନ୍ତି ବୋଲି ଇଷ୍ଟ୍ଏଙ୍ଗ୍ଲିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ନିତ୍ୟା ରାୟ କହିଛନ୍ତି। ଏହି ସର୍ଭେ ମହାରାଷ୍ଟ୍ରର ଓ୍ବର୍ଦ୍ଧା ଏବଂ ଓଡ଼ିଶାର କୋରାପୁଟର ୧୨ଟି ଗାଁରେ କରାଯାଇଥିଲା। କୁପୋଷଣ ଯୋଗୁ ଏସବୁ ଗାଁର ୫୦ ପ୍ରତିଶତ ଶିଶୁଙ୍କ ଓଜନ କମ୍ରହିଛି। ମାମାନେ ଗର୍ଭଧାରଣ ସମୟରେ କୁପୋଷଣ ତଥା ଅତ୍ୟଧିକ ଶ୍ରମ କରିଥିବାରୁ ଏଭଳି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।ସକାଳର ଭୋଜନରେ ଆବଶ୍ୟକୀୟ ପୁଷ୍ଟି ମିଳିବା ଏବଂ ଦୀର୍ଘ ସମୟ ଧରି ଖାଲି ପେଟରେ ଚାଷ କ୍ଷେତରେ କଠିନ ପରିଶ୍ରମ କରିବା କାରଣରୁ ମହିଳା ଶ୍ରମିକମାନେ ଅଧିକ ସ୍ୱାସ୍ଥ୍ୟ ସମସ୍ୟା ସମ୍ମୁଖୀନ ହୋଇଥାନ୍ତି

27/06/2019

Leave a Reply

Your email address will not be published. Required fields are marked *

Comments