Bikash Khabar
ମାସ୍କ ପ୍ରସ୍ତୁତିରେ ଏସଏଚଜି ମହିଳାଙ୍କ ଉଲ୍ଲେଖନୀୟ ଭୂମିକା

ସାରା ଦେଶରେ କୋଟିରୁ ଊର୍ଦ୍ଧ୍ୱ ମାସ୍କ ତିଆରି କଲେଣି ସ୍ୱୟଂ ସହାୟକ ଗୋଷ୍ଠୀ, ସେବା ସୁଯୋଗ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏସଏଚଜି ସଦସ୍ୟା ତେଣେ  ଚାରି ଲକ୍ଷ ମାସ୍କ ପ୍ରସ୍ତୁତ କରି  ଗଜପତି ଜିଲ୍ଲାର ମହିଳା ଗୋଷ୍ଠୀ ପ୍ରଶଂଶା ସାଉଣ୍ଟିଛନ୍ତି କରୋନା ଭୂତାଣୁ କବଳରୁ ରକ୍ଷା ପାଇବାର ଅନ୍ୟତମ ପ୍ରଭାବୀ ଉପାୟ ହେଉଛି ମୁହଁରେ ମାସ୍କ ପିନ୍ଧିବା। ସେଥିପାଇଁ ଘରୁ ବାହାରକୁ ଯାଉଥିବା ଲୋକଙ୍କ ପାଇଁ କେନ୍ଦ୍ର ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଏଭଳି ସ୍ଥିତିରେ ଦେଶରେ ମାସ୍କ ଚାହିଦା ମେଂଟାଇବା ଉଦ୍ଦେଶ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମହିଳାମାନେ ମାସ୍କ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ସାରା ଦେଶରେ ବିଭିନ୍ନ ଏସଏଚଜି ମହିଳାଙ୍କ ଦ୍ୱାରା ବର୍ତମାନସୁଦ୍ଧା କୋଟିରୁ ଅଧିକ ମାସ୍କ ତିଆରି କରାଯାଇସାରିଲାଣି। ଭାରତ ସରକାରଙ୍କ ସହରାଂଚଳ ବ୍ୟାପାର ଆବାସ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଦୀନ ଦୟାଲ ଉପାଧ୍ୟାୟ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନୟୁଏଲଏମ) ଯୋଜନା ଅଧୀନରେ ଏସଏଚଜି ମହିଳାମାନେ ମାସ୍କ ତିଆରି କରିବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛନ୍ତି। ଏମାନଙ୍କୁ ମିଶନ ପକ୍ଷରୁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି। ଏହି ମହିଳାମାନେ ଦେଶର କରୋନା ବିରୋଧୀ ଲଢ଼େଇରେ ଜଣେ ଜଣେ ଅଗ୍ରଣୀ ଯୋଦ୍ଧା ପାଲଟିଛନ୍ତି। ଏହିକ୍ରମରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଏଚଜି ମହିଳାମାନଙ୍କୁ ନେଇ ମୋଟ ଲକ୍ଷ ମାସ୍କ ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି। ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଏସଏଚଜି ମହିଳାମାନେ ମାସ୍କ ସିଲେଇ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୫ରୁ ୨୦ ଦିନ ମଧ୍ୟରେ ଲକ୍ଷ ମାସ୍କ ତିଆରି କରାଯିବ। ବିଭିନ୍ନ ଏସଏଚଜି ଗ୍ରୁପର ପାଖାପାଖି ୫୦ ଜଣ ସଦସ୍ୟା ଦୈନିକ ହାରାହାରି ୨୫୦୦ ମାସ୍କ ତିଆରି କରୁଛନ୍ତି। ଏହାଦ୍ୱାରା ଜିଲ୍ଲାରେ ମାସ୍କ ଚାହିଦାକୁ ପୂରଣ କରାଯିବା ସମ୍ଭବପର ହେବା ସହିତ ଲକଡାଉନ ସମୟରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ରୋଜଗାରର ପନ୍ଥା ମିଳିଯାଇଛି।

05/05/2020

Leave a Reply

Your email address will not be published. Required fields are marked *

Comments