Bikash Khabar
ସିୱାଇଏସ୍‍ଡ଼ି ରେ ବାତ୍ୟା ନିରୋଧକ ବାସଗୃହ ନିର୍ମାଣ ଉପରେ ଗୁରୁତ୍ୱ କୁ ନେଇ ଦୁଇଦିନିଆ କର୍ମଶାଳା

ବାସଗୃହ  ନିର୍ମାଣ ସହ ଏହାର ପାରିପାଶ୍ୱିର୍କ ସର୍ବନିମ୍ନ ସୁବିଧା ସୁଯୋଗ, ବିଦ୍ୟୁତ ଏବଂ ଗ୍ରାମ୍ୟ ମିସ୍ତ୍ରୀମାନଙ୍କ ଦ୍ୱାରା କରାଯାଇ ପାରିଲେ ବାତ୍ୟା ପରବର୍ତ୍ତୀ ବିପର୍ଯ୍ୟୟ ନମନୀୟତା ଆବାସ ଯୋଜନାର ବାସ୍ତବ ରୂପରେଖ ସାକାର ହୋଇପାରିବ ଏବଂ ସମ୍ପର୍କିତ କ୍ଷୟକ୍ଷତିକୁ କମାଯାଇ ପାରିବ ବୋଲି ଆଜି ସିୱାଇଏସ୍ଡ଼ିଠାରେ ଆୟୋଜିତ ବିପର୍ଯ୍ୟୟ ନମନୀୟତା ଆବାସ ଯୋଜନା ସାମାଜିକ ଆବାସ ସମ୍ପର୍କିତ ଦୁଇଦିନିଆ କର୍ମଶାଳାକୁ ଉଦ୍ଘାଟନ କରି ପୂର୍ବତନ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ସଚିବ ଯୁଗଳ କିଶୋର ମହାପାତ୍ର ନିଜ ଉଦ୍ଘାଟନୀ ଅଭିଭାଷଣରେ କହିଛନ୍ତି ଗତ ମେ ମାସରେ ଗ୍ରୀଷ୍ମକାଳୀନ ବିରଳ ବାତ୍ୟା ଫନି ପ୍ରଭାବରେ ବିଶେଷ କରି ରାଜ୍ୟର ତିନିଟି ଉପକୂଳ ଜିଲ୍ଳାରେ ଯେଉଁ ପ୍ରଭୂତ କ୍ଷୟକ୍ଷତି ଘଟିଛି\nସମଗ୍ର ଉପକୂଳ ଅଂଚଳକୁ ଭୟାର୍ତ୍ତ କରିଦେଇଛି କେବଳ ସେତିକି ନୁହେଁ, ଫନି ବାତ୍ୟାରେ ମାନବ ସମ୍ବଳ ସମୂହର ଯେତେ କ୍ଷୟକ୍ଷତି ଘଟିଛି, ଅଧିକାଂଶତଃ ଭିତ୍ତିଭୂମି, ଜୀବିକା ଏବଂ ବାସସ୍ଥାନ ସମୂହର ଯଥେଷ୍ଟ କ୍ଷତିସାଧନ ହୋଇଛି ରାଜ୍ୟର ୧୪ଟି ଜିଲ୍ଳାର ୧୮୩୮୮ ଗ୍ରାମର ୧୬.\nଅୟୁତ ଲୋକ ଫନି ବାତ୍ୟାରେ ପ୍ରଭୂତ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି ସର୍ବାଧିକ ଭାବେ ବାସଗୃହଗୁଡ଼ିକର ଅଶେଷ କ୍ଷତିସାଧନ ହୋଇଛି ଗ୍ରାମସ୍ତରରେ .୯୬ଲକ୍ଷ ଏବଂ ସହରାଂଚଳରେ ୬୭୦୪୦ ବାସଗୃହ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ତନ୍ମଧ୍ୟରୁ ୯୫ ପ୍ରତିଶତ ଖୋର୍ଦ୍ଧା ପୁରୀ ଜିଲ୍ଳାର ବୋଲି ଜଣାପଡ଼ିଛି ସରକାରଙ୍କ ତରଫରୁ ସମସ୍ତ  କ୍ଷୟକ୍ଷତି ସାଧନ ହୋଇଥିବା ବା ସମ୍ପୂର୍ଣ୍ଣ କ୍ଷତିସାଧନ ଘଟିଥିବା ବାସଗୃହ ଗୁଡ଼ିକ ବଦଳରେ ନୂତନ ଗୃହ ଆଦି ନିର୍ମାଣ କରାଯିବା ଏକ ପ୍ରମୁଖ କର୍ତ୍ତବ୍ୟ ହୋଇପଡ଼ିଛି ଗୃହ, ଭିତ୍ତିଭୂମି ଏବଂ ଜୀବିକା ନଷ୍ଟ ଫଳରେ ଆର୍ଥିକ ଭାବେ କ୍ଷୟକ୍ଷତି ଘଟିଛି ଏକ ବାତ୍ୟା ନିରୋଧକ ତଥା ସୁସ୍ଥାୟୀ ଗୃହ ନିର୍ମାଣ କ୍ଷେତ୍ରରେ ସରକାରଙ୍କ ଦାୟିତ୍ୱ ରହିଛି ଗୃହ ନିର୍ମାଣ କ୍ଷେତ୍ରରେ ପ୍ରଭାବିତ ସହମତି ଭିତ୍ତିରେ ସୁସ୍ଥାୟୀ ଏବଂ ବାତ୍ୟା ନିରୋଧକ ମଧ୍ୟ ହୋଇଥିବା ଦରକାର ସାମାଜିକ ଆବାସର ସାକାର କରିବା କ୍ଷେତ୍ରରେ କେବଳ ସରକାର କାହିଁକି, ଅନେକଙ୍କର ସହଯୋଗର ଆବଶ୍ୟକତା ରହିଛି ବିପଦପୂର୍ଣ୍ଣ ଗୃହ, ଅର୍ଦ୍ଧଭଗ୍ନ ଗୃହର ବୈଷୟିକ ଜ୍ଞାନ କୌଶଳରେ ନିର୍ମାଣ, ନୂତନ ଗୃହ ନିର୍ମାଣ କ୍ଷେତ୍ରରେ ସମୂର୍ଣ୍ଣ ବାତ୍ୟାପ୍ରତିରୋଧକ ସାମଗ୍ରୀ ଯୋଗାଣ ନିର୍ମାଣ ସକାଶେ ସହଜରେ ଉପଲବ୍ଧତା ଏବଂ ସର୍ବୋପରି ନିଜ ଘରକୁ ସଜାଡ଼ିବାକୁ କ୍ଷତିଗ୍ରସ୍ତ ବ୍ୟକ୍ତିମାନଙ୍କ ଏକ ସ୍ୱଚ୍ଛ ଆଭିମୁଖ୍ୟ ରହିବା ଉଚିତ ସରକାର, ସ୍ୱେଚ୍ଛାସେବୀ ଅନୁଷ୍ଠାନ, କର୍ପୋରେଟ ସଂସ୍ଥା ଏବଂ ସଂଗୋଷ୍ଠୀ ସମୂହର ସହଯୋଗ ଫଳରେ ପୁନଃନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ବୋଲି ହ୍ୟାବିଟାଟ ଟେକ୍ନୋଲୋଜି ଗ୍ରୁପର ଅଧ୍ୟକ୍ଷ ପଦ୍ମଶ୍ରୀ ଜି. ଶଙ୍କର ମତବ୍ୟକ୍ତ କରିଥିଲେ ସେହିପରି ବିପର୍ଯ୍ୟୟ ନମନୀୟତା ଆବାସ ଯୋଜନା ସମ୍ପର୍କରେ ହ୍ୟୁମାନିଟାରିଏନ୍ଏଡ଼୍ଇଂଟରନ୍ୟାସନାଲର ଅଧ୍ୟକ୍ଷ ନୀଳମାଧବ ପୃଷ୍ଟି, ଆଲୋକ ପଟ୍ଟନାୟକ, ଶୈଳେନ୍ଦ୍ର ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ ପରେ ଅପରାହ୍ଣରେ ତିନିଟି ବିଭାଗରେ ବିପର୍ଯ୍ୟୟ ନମନୀୟତା ଆବାସ ଡିଜାଇନ୍ଏବଂ ଗୃହ ସାମଗ୍ରୀ ସମସ୍ତ କିପରି ଏକ ସହଜ ତଥା ଜଣକ କ୍ରୟଶକ୍ତି ମଧ୍ୟରେ ଉପଲବ୍ଧ ହୋଇପାରିବ ତଥା ସେ ସମ୍ପର୍କିତ କ୍ଷତିଗ୍ରସ୍ତ ଜନସାଧାରଣଙ୍କ ସହଯୋଗ ଆଦି ଅତି ଆପଦକାଳୀନ ପରିସ୍ଥିତିରେ ସେ ସବୁକୁ କିପରି ମୁକାବିଲା କରାଯାଇପାରିବ, ସେ ନେଇ ଅଂଶଗ୍ରହଣକାରୀମାନେ ସୁଚିନ୍ତିତ ମତାମତ ରଖିଥିଲେ ସି.ୱାଇ.ଏସ୍‍.ଡ଼ିର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଶାସକ ଡଃ ଅରବିନ୍ଦ ବେହେରା, ଡଃ ମନୁ ଗୁପ୍ତା, ଜି. ଶଙ୍କର, କେ.ସି ରଞ୍ଜାନୀ, ଡଃ ଅମ୍ବିକାପ୍ରସାଦ ନନ୍ଦ ପ୍ରମୁଖ ବକ୍ତବ୍ୟ ରଖିଥିଲେ ବରିଷ୍ଠ ପ୍ରବନ୍ଧକ ବସନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ

28/08/2019

Leave a Reply

Your email address will not be published. Required fields are marked *

Comments