Bikash Khabar
ଦାରିଦ୍ର୍ୟ ଚିହ୍ନଟ ପାଇଁ ପଦକ୍ଷେପ ନେବ ବିଶ୍ବବ୍ୟାଙ୍କ

 ରାଜ୍ୟର କେତେକ ନିର୍ଦିଷ୍ଟ ଅଞ୍ଚଳ ଗୋଷ୍ଠୀ ମଧ୍ୟରେ ଦାରିଦ୍ର୍ୟ  ରହିଛି। ଏହା ଚିହ୍ନଟ ହୋଇ ପଦକ୍ଷେପ ନିଆଯାଇ ପାରୁନାହିଁ ବିକାଶ କ୍ଷେତ୍ର ରେ ପଛରେ ପଡିଥିବା ବର୍ଗଙ୍କୁ ଚିହ୍ନଟ କରାଯାଇପାରିଲେ, ଏହାର ନିରାକରଣ ପାଇଁ ଯୋଜନାବଦ୍ଧ ଭାବେ ପଦକ୍ଷେପ ନିଆଯାଇପାରିବ। ଏହା ଚିହ୍ନଟ ହେଉନଥିବାରୁ ଦାରିଦ୍ର୍ୟ ହଟାଇବା ରାଜ୍ୟ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେଉଛି। ଏଥିପାଇଁ ଆନ୍ତର୍ଜାତିକ ବ୍ୟାଙ୍କ୍ପକ୍ଷରୁ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ  ଗୋଟିଏ ଟିମ୍ଗଠନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ଉଚ୍ଚସ୍ତରୀୟ ଟିମ୍ କ୍ଷେତ୍ର ସ୍ତରକୁ ଯାଇ ଦାରିଦ୍ର୍ୟକୁ ଚିହ୍ନଟ କରିବେ ୨୦୦୫ରୁ ଦେଶରୁ ଦ୍ରୁତ ଗତିରେ ଦ୍ରାରିଦ୍ର୍ୟ ହ୍ରାସ ପାଉଥିବା ବେଳେ କେତେକ ନିର୍ଦିଷ୍ଟ ଅଞ୍ଚଳ ବ୍ୟକ୍ତିଙ୍କ ମଧ୍ୟରେ ଏବେ ବି ଦାରିଦ୍ର୍ୟ ରହିଛି। ରାଜ୍ୟର ବିକାଶ ପାଇଁ ନିର୍ଦିଷ୍ଟ ସମୟ ମଧ୍ୟରେ ଦାରିଦ୍ର୍ୟ ହଟାଯିବା ଆବଶ୍ୟକ ଏବଂ ଏହା ପୂରଣ ଲାଗି ବ୍ୟାଙ୍କ୍ ସହାୟତା ନେଲେ ଯୋଜନା କାର୍ଯ୍ୟକାରିତା ସହଜ ହେବ ବୋଲି ବିଶ୍ବବ୍ୟାଙ୍କ କହିଛି। କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ବନ୍ଦ ପରେ ସେଠାରେ ଲୋକେ ଆଉ ସହାୟତା ପାଉନାହାନ୍ତି। ତେଣୁ ଦାରିଦ୍ର୍ୟ ଥିବା ଅଞ୍ଚଳକୁ ଚିହ୍ନଟ କରି ସହାୟତା ଯୋଗାଣ ଲାଗି ସଂପୃକ୍ତ କର୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ଓଡିଶାରେ କାର୍ଯ୍ୟକାରୀ ହେଉଥିବା ଅନେକ ସାମାଜିକ ସୁରକ୍ଷା ଯୋଜନା ଦରିଦ୍ର ସମ୍ବେଦନଶୀଳ ଲୋକଙ୍କୁ ସୁରକ୍ଷା ଦେଇପାରୁନାହିଁ। ଏହା ହିତାଧିକାରୀଙ୍କ ମଧ୍ୟରେ ବିଭ୍ରାନ୍ତି କରୁଛି ବୋଲି ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ କାର୍ଯ୍ୟରତ ବିେଶଷଜ୍ଞମାନେ ମତ ଦେଇଛନ୍ତି ମାନବ ବିକାଶ ସୂଚକାଙ୍କ କ୍ଷେତ୍ରରେ ବିକାଶ ଲାଗି ଗୁଣାତକ୍ମ ଶିକ୍ଷା, ସ୍ବାସ୍ଥ୍ୟ ପୁଷ୍ଟିକର ସେବା ଉପରେ ଫୋକସ ଦେବା ଜରୁରୀ।

26/08/2019

Leave a Reply

Your email address will not be published. Required fields are marked *

Comments