Bikash Khabar
ସରକାରୀ ଡାକ୍ତରଖାନା ଗୁଡିକୁ ଯୋଗାଇଦିଆଯିବ ବିଶ୍ୱସ୍ତରୀୟ ଉନ୍ନତ ଯନ୍ତ୍ରପାତି

ସରକାରୀ ଡାକ୍ତରଖାନାଗୁଡ଼ିକୁ ରାଜ୍ୟ ସରକାର ବିଶ୍ବସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି ଯୋଗାଇ ଦେବେ ବିଶେଷଜ୍ଞ କମିଟି ପରାମର୍ଶ କ୍ରମେ ଏହି ଯନ୍ତ୍ରପାତି କ୍ରୟ କରାଯିବ। ଡାକ୍ତରୀ ସରଞ୍ଜାମ କ୍ରୟ କ୍ଷେତ୍ରରେ ପୂର୍ବ ଧାରାରେ ପରିବର୍ତନ ଅଣାଯିବ। ଯନ୍ତ୍ରପାତିର ସ୍ପେସିଫିକେସନ୍ଅପେକ୍ଷା ଯନ୍ତ୍ରଟି କେତେ ଆଧୁନିକ ସେ ସଂକ୍ରାନ୍ତରେ ଅନୁଧ୍ୟାନ ହେବ। ଏହି ଯନ୍ତ୍ରପାତି ଯୋଗାଇବାକୁ ଟେଣ୍ଡରରେ କୃତକାର୍ଯ୍ୟ ହେଉଥିବା ସଂସ୍ଥା ଯେଭଳି ଧାର୍ଯ୍ୟ ସମୟରେ ତାହା ପ୍ରଦାନ କରିବେ ତାହା ଉପରେ ଗୁରୁତ୍ବ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ନିର୍ଦେଶ ଦେଇଛନ୍ତି। ଯଦି କୌଣସି ସଂସ୍ଥା ଧାର୍ଯ୍ୟ ସମୟ ଭିତରେ ଯନ୍ତ୍ରପାତି ପ୍ରଦାନ କରିପାରିଲା ତେବେ ଅନ୍ୟ ସଂସ୍ଥାଠାରୁ ସାମଗ୍ରୀ କିଣିବା ପାଇଁ କୁହାଯାଇଛି।  ରାଜ୍ୟରେ ରୋଗୀମାନଙ୍କ ଲାଗି ଡାକ୍ତରୀ ଯନ୍ତ୍ରପାତି ଖରିଦ ସମୟରେ ଖର୍ଚକୁ ଗୁରୁତ୍ବ ଦେଇ ଔଷଧ ନିଗମ କର୍ତୃପକ୍ଷ ଅନ୍ତର୍ଜାତୀୟ ମାନର ସର୍ବଶେଷ ମଡେଲ କିଣିବାକୁ ପରାମର୍ଶ ଦିଆଯାଇଛି

09/07/2019

Leave a Reply

Your email address will not be published. Required fields are marked *

Comments