Bikash Khabar
୨୬ ବର୍ଷ ବୟସରେ ନିଜ ନାଁରେ ଅଛି ୧୮ଟି ପ୍ୟାଟେଣ୍ଟ, ସୋନମ ୱାଙ୍ଗଚୁକଙ୍କ ସହ ମିଶି ପଢାନ୍ତି ପିଲାଙ୍କୁ

ପଢିବା ପାଇଁ ମୋତେ କେବେ ବି ଭଲ ଲାଗୁନଥିଲା । କାହିଁକି ନା ଯାହା ବହିରେ ପଢୁଥିଲି ତାହା କେବେ ଦେଖି ନଥିଲି । ମୁଁ ଏହାକୁ କିପରି ବ୍ୟବହାର କରିବି ସେହି ଚିନ୍ତାରେ ଥିଲି । ପାଠ ପଢିବା କାହିଁକି ଦରକାର ବୋଲି ଘରେ ପଚାରୁଥିଲି, ଶିକ୍ଷକଙ୍କୁ ପଚାରୁଥିଲି । ପଢିବା ପରେ ଏହାକୁ କିଭଳି ଉପଯୋଗ କରିହେବ କେଉଁଠି ଉପଯୋଗ କରିହେବ କେହି କହିପାରୁନଥିଲେ । ସମସ୍ତେ କହୁଥିଲେ ଭଲ ମାର୍କ ଆଣିଲେ ବଡ଼ କଲେଜରେ ପଢିବୁ ଓ ବଡ଼ ଚାକିରୀ କରିବୁ । ମୋତେ ଏହା ସନ୍ତୋଷ ଦେଇପାରୁନଥିଲା । ଏହା କହିଥିଲେ ଦେଶର ସବୁଠୁ କମ୍ ବୟସରେ ବେଶି ପ୍ୟାଟେଣ୍ଟ ଅଧିକାର ହାସଲ କରିଥିବା ଆଦିଙ୍କ୍ୟ କୋଟ୍ଟାବାର ।

ଆଦିଙ୍କ୍ୟ ଙ୍କ ଜନ୍ମ ମହାରାଷ୍ଟ୍ରର ୟବତମାଲ ଜିଲ୍ଲାର ପାଟନବୋରି ଗାଁରେ । ତାଙ୍କ ପିତା ଗାଁରୁ ୭୫ କିମି ଦୂର ଏକ ସୂତାକଳରେ କାମ କରୁଥିଲେ । ମା ଥିଲେ ଗାଁ ସ୍କୁଲର ଶିକ୍ଷୟତ୍ରୀ । ଆଦିଙ୍କ୍ୟ ନିଜ ଗାଁରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ  । ସେ ସ୍କୁଲରେ କମ୍ ଯୋଗ ଦେଉଥିଲେ ଅଧିକ ସମୟ ଥିଲେ ଚାଷ କ୍ଷେତରେ, ନଦୀ କୂଳରେ । ନଦୀରୁ ଗାଁର ମହିଳାମାନେ ପାଣି ନେବାବେଳେ ସେ ଚିନ୍ତା କରୁଥିଲେ କଣ କଲେ ମହିଳାମାନେ ମୁଣ୍ଡରେ ଆଉ ପାଣି ଭର୍ତ୍ତି ମାଠିଆ ବୋହିବେନି । ପରେ ସେ ଏକ ଚକଲଗା ଡ଼୍ରମ ବାହାର କରି ୨୦୦ ଲିଟର ପାଣି ଦ୍ୱାର ମୁହଁରେ ପହଂଚାଇ ଦେଇଥିଲେ ।
୨୦୧୩ରେ ଆଦିଙ୍କ୍ୟଙ୍କୁ ଏନଆଇଟି ସିଲଚରରେ ପଢିବାର ସୁଯୋଗ ମିଳିଥିଲା । ଅଧିକରୁ ଅଧିକ ଗବେଷଣା କରି ସେ ଚାଷୀମାନଙ୍କ ଉପଯୋଗୀ ଅନେକ ଉତ୍ପାଦ ତିଆରି କଲେ । ଚା ପତିରୁ ଜୈବ ଇନ୍ଧନ ପ୍ରସ୍ତୁତ କରିଥିଲେ ଆଦିଙ୍କ୍ୟ । ୨୦୧୮ରେ ୱାଙ୍ଗଚୁକଙ୍କ ସହ ଜ୍ଞାନ ଫାଉଣ୍ଡେସନରେ ପିଲାଙ୍କୁ ମାଗଣା ପଢାଇବା ଆରମ୍ଭ କରିଛନ୍ତି ।

13/03/2019

Leave a Reply

Your email address will not be published. Required fields are marked *

Comments