Bikash Khabar
ଅନୁଗୋଳରେ ଏଡସ୍ ଉଜାଡ଼ୁଛି ପରିବାର, ଆଖି ବୁଜିଲେଣି ୩୦୨

 ଅନୁଗୋଳ, ଜାନୁଆରୀ ୨୧ : ଅନୁଗୋଳରେ କାୟା ମେଲାଉଛି ଏଡ଼ସ । ଜିଲ୍ଲାରେ ଏଡ଼ସ ୩୦୨ଙ୍କ ଜୀବନ ନେଲାଣି । ୧୬୭୫ ଜଣ ଏ ରୋଗରେ ଶିକାର ହୋଇଥିବା ଜଣାଯାଇଛି । 

ଜିଲ୍ଲା ଏଡ଼ସ ନିରାକରଣ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ ୨୦୦୩ ମସିହା ଠାରୁ ଜିଲ୍ଲାରେ ଏଡ଼ସ ଆକ୍ରାନ୍ତଙ୍କ ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜି ଯାଏ ୩ଲକ୍ଷ ୮ ହଜାର ୨୯୩ ଜଣଙ୍କର  ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ୧୬୭୫ ଜଣଙ୍କ ଠାରେ ଏଚଆଇଭି ଭୂତାଣୁ ଚିହ୍ନଟ କରାଯାଇଥିଲା । ଆଜି ଯାଏ  ୩୦୨ଜଣ ମୃତ୍ୟୁବରଣ କରିଥିବା ଜଣାଯାଇଛି ।

ସଚେତନତା ଅଭାବରୁ ଅନୁଗୋଳ ଜିଲ୍ଲାରେ ଏପରି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଗାଡ଼ିଚାଳକଙ୍କ ସଂଖ୍ୟା ଅଧିକ ବୋଲି କୁହାଯାଉଛି । ଶିଳ୍ପାଂଚଳ ହୋଇଥିବାରୁ ବହୁ ବାହାର ଲୋକ ଏହି ଅଂଚଳକୁ ଯାତାୟତ କରୁଛନ୍ତି । ଆକ୍ରାନ୍ତ ଓ ମୃତକଙ୍କ ମଧ୍ୟରେ ବେଶୀ ସଂଖ୍ୟକ ଲୋକ ବାହାର ରାଜ୍ୟର ବୋଲି ଜିଲ୍ଲା ଏଡ଼ସ ନିରାକରଣ ସଂସ୍ଥା କହିଛି । 

21/01/2018

Leave a Reply

Your email address will not be published. Required fields are marked *

Comments