Bikash Khabar
ଅବହେଳିତ ମୟୂରଭଞ୍ଜ,୧୧ ଦଶନ୍ଧି ପରେ ବି ବଦଳିଲାନି ରେଳ ବିକାଶର ଛବି

ବାରିପଦା, ଜାନୁଆରୀ ୩୦ : ୧୯୦୪ ମସିହା ଡ଼ିସେମ୍ବର ୨ ତାରିଖରେ ତକ୍ରାଳୀନ ମୟୂରଭଞ୍ଜ ଷ୍ଟେଟ୍ ଲାଇଟ୍ ରେଲୱେ ରୁପ୍ସା-ବାଙ୍ଗିରିପୋଷୀ ପର୍ଯ୍ୟନ୍ତ ନିର୍ମାଣ ହୋଇଥିଲା । ୧୯୦୬ରେ ଟାଟାରୁ ଅଳାଁଯୋଡ଼ି ଓ ପରେ ଗୋରୁମହିଶାଣୀ ଯାଏଁ ରେଳଧାରଣା ବିଚ୍ଛାଯାଇଥିଲା । ଏହାର ୧୦୦ ବର୍ଷ ପରେ ୨୦୦୬ ମସିହାରେ ରୁପ୍ସା-ବାଙ୍ଗିରିପୋଷୀ ନେରୋଗଜ୍ ଲାଇନ୍ ବ୍ରଡ଼ଗଜ୍ ରେ ପରିଣତ ହେଲା । କିନ୍ତୁ ଏହା ଗୋରୁମହିଶାଣୀ ପର୍ଯ୍ୟନ୍ତ ଆଗକୁ ଯାଇପାରିଲାନାହିଁ । ଏହି ଲାଇନ୍ ପାଇଁ ସର୍ଭେ ସରିଛି କିନ୍ତୁ ଅର୍ଥ ନାହିଁ । ରାଜ୍ୟସରକାର ଆଦିବାସୀଙ୍କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କିନ୍ତୁ ବିକାଶ ପାଇଁ ଆନ୍ତରିକତା ନଥିବା ଏହି ଘଟଣାରୁ ଜଣାଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ୧୧୪ ବର୍ଷ ହେଲାଣି ରେଳ ଅବହେଳିତ ହୋଇରହିଛି । ଜିଲ୍ଲାରେ ରେଳପଥ ଯେଉଁଠି ଥିଲା ଆଜି ସେଇଠି ଅଛି । 
 

30/01/2018

Leave a Reply

Your email address will not be published. Required fields are marked *

Comments