Bikash Khabar
ଅଭିଭାବକ ଙ୍କୁ ଆସ୍ୱସ୍ତି, ଏବେ ମୋବାଇଲି ଫୋନ ରେ ମିଳିବେ ଟ୍ୟୁସନ ଶିକ୍ଷକ

ଭୁବନେଶ୍ୱର, ମାର୍ଚ୍ଚ ୦୫ : ନିଜ ପିଲାମାନଙ୍କ ପାଇଁ ଟ୍ୟୁସନ ଶିକ୍ଷକ ଖୋଜିବାକୁ ନେଇ ଅନେକ ଅଭିଭାବକ ଚିନ୍ତାଗ୍ରସ୍ତ ହୋଇଥିଲେ । ହେଲେ ଏବେ ସେ ସମସ୍ୟା ଦୂର ହୋଇଛି । ସ୍ମାର୍ଟ ଫୋନର ସହଯୋଗ ନେଇ ଟ୍ୟୁସନ ଶିକ୍ଷକ ସହଜରେ ଯୋଗାଡ଼ କରାଯାଇପାରିବ । ମୋବାଇଲି ଆପ୍ ‘ପିକ୍ ଟ୍ରେନର୍’ କୁ ବ୍ୟବହାର କରି ଅଭିଭାବକମାନେ ନିଜ ପିଲାଙ୍କମାନଙ୍କ ପାଇଁ ଟ୍ୟୁସନ ଶିକ୍ଷକ ଯୋଗାଡ଼ କରିପାରିବେ ।

ଛାତ୍ରଛାତ୍ରୀ ମଧ୍ୟ ଏହି ଆପ୍ କୁ ବ୍ୟବହାର କରି କେଉଁ ବିଷୟର ଶିକ୍ଷକ ଚାହୁଁଛନ୍ତି ତାହା ପାଇପାରିବେ । ଏହି ଆପ୍ ରେ ବର୍ତ୍ତମାନ ସୁଦ୍ଧା ୫ ହଜାର ଶିକ୍ଷକ ନିଜ ନାମ ପଞ୍ଜିକରଣ କରାଇଥିବା ବେଳେ କେବଳ ଭୁବନେଶ୍ୱରର ୩୫ ହଜାର ଛାତ୍ର ଏହି ସେବା ପାଇବା ପାଇଁ ନାମ ପଞ୍ଜିକରଣ କରାଇଛନ୍ତି । ଏହି ସେବା ଭୁବନେଶ୍ୱରରେ ଉପଲବ୍ଧ ହେଉଛି । ରାଜଧାନୀର ରାସ୍ତା ସାରା ଟ୍ୟୁସନ ଶିକ୍ଷକଙ୍କ ଆବଶ୍ୟକ ଲେଖାଥିବା ସୂଚନା ଫଳକ ଟଙ୍ଗା ଯାଇଥିବା ଦେଖି ମୋ ମନକୁ ଏକ ଭାବନା ଛୁଇଁଥିଲା । ଭାବିଲି ସମସ୍ତ ସୂଚନାକୁ ଏକାଠି କରି ଆପ୍ ଟିଏ ତିଆରି କଲେ କିପରି ହୁଅନ୍ତା । ତଥ୍ୟ ଯୋଗାଡ଼ ହେଲା ଏବଂ ଆପ୍ ଜରିଆରେ ଏଭଳି ସେବା ରାଜଧାନୀବାସୀଙ୍କୁ ଉପଲବ୍ଧ କରାଯିବାର ବାଟ ଫିିଟିଲା ବୋଲି କହନ୍ତି ନାଓଟେଟ୍ ପ୍ରାଇଭେଟ୍ ଲିମିଟେଡ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଶେକ ପଟ୍ଟନାୟକ । ବର୍ତ୍ତମାନ ଏହି ସେବା ମାଗଣାରେ ଯୋଗାଇ ଦିଆଯାଉଛି । ଛାତ୍ରମାନେ ୧୦୦ରୁ ୫ ହଜାର ଟଙ୍କା ବିନିମୟରେ ଶିକ୍ଷକ ଯୋଗାଡ଼ କରିପାରିବେ । ସିବିଏସଇ, ଆଇଏସଇ, ସିଏଚଏସଇ ରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ସମେତ ନୃତ୍ୟ, ସଂଗୀତ ଓ କ୍ରୀଡ଼ା ଛାତ୍ରଛାତ୍ରୀ ଶିକ୍ଷକ ପାଇପାରିବେ । 

05/03/2018

Leave a Reply

Your email address will not be published. Required fields are marked *

Comments