Bikash Khabar
ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ, ବିକାଶ ହାର ୭ ପ୍ରତିଶତରୁ ଅଧିକ ଅନୁମାନ

 ନୂଆଦିଲ୍ଲୀ, ଜାନୁଆରୀ ୨୯  : ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ବଜେଟ ଅଧିବେଶନ ଆରମ୍ଭ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକସଭା ଏବଂ ରାଜ୍ୟସଭାର ମିଳିତ ବୈଠକକୁ ସମ୍ବୋଧିତ କରିଛନ୍ତି । ସେ ଏକ ସମୟରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ କରାଇବା ସହିତ ନୂଆ ଭାରତର ନିର୍ମାଣ ଉପରେ ଜୋର୍ ଦେଇଥିଲେ । ଅନ୍ୟ କେତେକ ପ୍ରମୁଖ ପ୍ରସଙ୍ଗ ଉପରେ ରାଷ୍ଟ୍ରପତି ମତ ପୋଷଣ କରିଥିଲେ । ଏହା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୭-୧୮ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କରିଥିଲେ । ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପିତ ହେବ । ମୋଦି ସରକାରଙ୍କ ଏହା ଚତୁର୍ଥ ପୂର୍ଣ୍ଣକାଳୀନ ବଜେଟ । ୨୦୧୮-୧୯ ଆର୍ଥିକ ବର୍ଷରେ ୭.୭.୫ ପ୍ରତିଶତ ଆର୍ଥିକ ବୃଦ୍ଧି ରହିବ । କଂଚା ତୈଳର ମୂଲ୍ୟ ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ଆର୍ଥିକ ବୃଦ୍ଧି ହାର ୬.୭ ପ୍ରତିଶତ ରହିବ । ଜିଏସଟି, ଏଫଡ଼ିଆଇ ନିୟମରେ ଦେଶକୁ ଫାଇଦା ମିଳିଛି । ୫୦ ପ୍ରତିଶତ ପରୋକ୍ଷ କର ଦାତାଙ୍କ ସଂଖ୍ୟା ବଢିଛି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି । ଭାରତର ଅର୍ଥବ୍ୟବସ୍ଥା ଦ୍ରୃତ ଗତିରେ ବଢୁଥିବା ଏଥିରେ କୁହାଯାଇଛି । 

29/01/2018

Leave a Reply

Your email address will not be published. Required fields are marked *

Comments