Bikash Khabar
ଆଜି ଆନ୍ତର୍ଜାତୀୟ ମହିଳା ଦିବସ, ସମାନ ଅଧିକାର ଏବେ ବି ଅପହଂଚ

 ଭୁବନେଶ୍ୱର, ମାର୍ଚ୍ଚ ୦୮ : ଆଜିର ଦିନଟିକୁ ସାରା ବିଶ୍ୱ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରୁଛି । ସାରା ବିଶ୍ୱର ମହିଳାମାନଙ୍କୁ ସମ୍ମାନ ଓ ଶ୍ରଦ୍ଧା ଦେବା ସହ ସେମାନଙ୍କର ସାମାଜିକ ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଏହି ଦିବସ ପାଳନର ଆଭିମୁଖ୍ୟ, କିନ୍ତୁ  ଏବେ ବି ବିଶ୍ୱର ଅନେକ ଦେଶରେ ଅସମାନତା ରହିଛି । ମହିଳାଟିକୁ ଭେଦଭାବର ଶିକାର ହେବାକୁ ପଡ଼ୁଛି । ବାଲ୍ୟ କାଳରେ ପିତା ଯୌବନରେ ସ୍ୱାମୀ ଓ ବୃଦ୍ଧାକାଳରେ ନିଜ ପୁତ୍ରମାନଙ୍କ ନିୟନ୍ତ୍ରଣରେ ମହିଳାଟିକୁ ରହିବାକୁ ପଡ଼ୁଛି । ଓଡ଼ିଶାର ଅନେକ ଅଂଚଳରେ କନ୍ୟା ସନ୍ତାନ ସଂଖ୍ୟା ଆଶାତୀତ ଭାବେ କମି କମି ଯାଉଛନ୍ତି । ମାତୃଗର୍ଭରୁ ଭୃଣ ଚିହ୍ନଟ ଓ ହତ୍ୟା ବେଆଇନ ସତ୍ତେ୍ୱ ଏହା ବେଧଡ଼କ ଚାଲିଛି ।

ଲିଙ୍ଗଗତ ବୈଷମ୍ୟ ଦୂର ହେବା ପାଇଁ ଅନେକ ପଥ ଯିବାକୁ ଅଛି । ଏହାକୁ ଆଖିରେ ରଖି, ଚଳିତ ବର୍ଷର ଥିମ୍ ‘ପ୍ରଗତି ପାଇଁ ଯୋର୍ ଲଗାଅ’ ରଖାଯାଇଛି । ଆଜି ସାରା ବିଶ୍ୱର ମହିଳାମାନେ ସେମାନଙ୍କର ହକ୍ ଓ ସମାନତାର ଲଢେଇା ସ୍ମୃତି ଚାରଣ ସହ ଆଗକୁ ବଢିବା ପାଇଁ ଚର୍ଚ୍ଚା କରିଥାନ୍ତି । 

08/03/2018

Leave a Reply

Your email address will not be published. Required fields are marked *

Comments