Bikash Khabar
ଆଜି ବିଶ୍ୱ କିଡନୀ ଦିବସ, ସଚେତନତା ସୃଷ୍ଟି କରିବା ହିଁ ଦିବସ ପାଳନର ପ୍ରମୁଖ ଆଭିମୁଖ୍ୟ

ଭୁବନେଶ୍ୱର, ମାର୍ଚ୍ଚ ୦୮ : ପ୍ରତିବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାର ଦିନ ପାଳିତ ହୁଏ ବିଶ୍ୱ କିଡନୀ (ବୃକ୍କ) ଦିବସ । କିଡ଼ନୀ ମଣିଷର ଏକ ଅତ୍ୟାବଶ୍ୟକ ଅଙ୍ଗ । ଏହା ବିନା ମଣିଷ ବଂଚିବା ଅସମ୍ଭବ । ସମାଜରେ ରକ୍ତଚାପ, ଡାଇବେଟିସ୍ ରୋଗ କାରଣରୁ କିଡନୀ ରୋଗୀ ସଂଖ୍ୟା ବଢି ବଢି ଚାଲିଛି । ପ୍ରଦୂଷିତ ଜଳ ପାନ ଓ ମାତ୍ରାଧିକ ପେନକିଲର ଔଷଧ ସେବନ ମଧ୍ୟ କିଡ଼ନୀ ଫେଲର ପ୍ରମୁଖ କାରଣ ହୋଇଛି । ୨୦୦୦ ମସିହାରେ ଆମ ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ୩କୋଟି ଥିବାବେଳେ ୨୦୧୭ରେ ଏହା ୮ କୋଟିରେ ପହଂଚିଛି । ସେହିପରି ସଂପ୍ରତି ୪୦ ପ୍ରତିଶତ ଭାରତୀୟ ରକ୍ତଚାପରେ ପୀଡ଼ିତ । ପେନକିଲର୍ସ, ଆମିନୋ ଗ୍ଲାଇକୋ ସାଇଡସ ଓ ଆଣ୍ଟିବାୟୋଟିକସର ବ୍ୟବହାର ବୃକ୍କ ଉପରେ ଗଭୀର ପ୍ରଭାବ ପକାଉଛି ।

ପ୍ରଥମ ଅବସ୍ଥାରେ କିଡ଼ନୀ ନଷ୍ଟ ହୋଇଥିବାର ଲକ୍ଷଣ ଜଣା ପଡ଼ୁ ନଥିଲେ ହେଁ ଗୋଡ଼ ଫୁଲା, ଉଚ୍ଚ ରକ୍ତଚାପ, ରକ୍ତହୀନତା, କ୍ଷୁଧା ଭାବ ଆଦି ଦେଖାଯାଇଥାଏ । ପରେ ରୋଗ ବଢିଲେ ବାନ୍ତି ହୁଏ । ରକ୍ତ ରେ କ୍ରିଏଟିନାଇନ ଟେଷ୍ଟ ଓ ପରିସ୍ରାରୁ ଆଲବୁମିନ୍ ମାତ୍ରା ଜାଣିବା ଦ୍ୱାରା ରୋଗର ଚିହ୍ନଟ ହୋଇଥାଏ । ଆଜିର ଦିନରେ ଏହି ପ୍ରାଣଘାତୀ ରୋଗ ବିଷୟରେ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ । 

08/03/2018

Leave a Reply

Your email address will not be published. Required fields are marked *

Comments