Bikash Khabar
ଓଡ଼ିଆ ଯୁବକଙ୍କ ଜୟଯାତ୍ରା, ୩ ଲକ୍ଷର ଆଇଟି ବେପାର ଏବେ ପହଂଚିଛି ୩ କୋଟିରେ

 ଭୁବନେଶ୍ୱର, ମାର୍ଚ୍ଚ ୦୫ : ଆଇଟି ସେବା କ୍ଷେତ୍ରରେ ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଆ ଉଦ୍ୟୋଗପତି ସିତେଶ୍ ପଟ୍ଟନାୟକ । ତାଙ୍କ ଦ୍ୱାରା ଗଠିତ ଫିୟୁଚର୍ କ୍ୟାରିୟର ସଲ୍ୟୁସନ୍ ନାମକ ଆଇଟି କମ୍ପାନୀ ମାତ୍ର ୩ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ଏବେ ୩ କୋଟି ଟଙ୍କାରେ ପହଂଚିଯାଇଛି । ବିଟେକ୍ ପରେ ଏମବିଏ ଶିକ୍ଷା ସମାପ୍ତ କରି ସିତେଶ୍ ଆରମ୍ଭ କରିଥିଲେ ନିଜର ଏହି କମ୍ପାନୀ । ପ୍ରଥମ ପର୍ଯ୍ୟାୟରେ ଏହି କମ୍ପାନୀ କେବଳ ଭୁବନେଶ୍ୱରରେ ସେବା ଯୋଗାଇ ଦେଉଥିଲା । ଏବେ ଏହି କମ୍ପାନୀ ତାର ସେବାକୁ ବିସ୍ତାରିତ କରିଛି । ୱେବସାଇଟ୍ ଡ଼ିଜାଇନ୍ ଠାରୁ ଆରମ୍ଭ କରି ମୋବାଇଲି ଆପ୍ଲିକେଶନ୍ ବିକଶିତ କରିବା ଓ ଅନ୍ୟ କ୍ଲାଏଣ୍ଟ ସର୍ଭିସିଂ ପ୍ରଦାନ କରିଛି । କମ୍ପାନୀ ପକ୍ଷରୁ ଭାରତୀୟ ବିଦ୍ୟାଭବନ, ଟାଟାଷ୍ଟିଲ୍, ଜିନ୍ଦଲ, ହିସାର, ଗିଫ୍ଟ ଆଦି କମ୍ପାନୀକୁ ସେବା ପ୍ରଦାନ କରାଯାଉଛି । ସିତେଶ୍ ଙ୍କ ସହିତ ଯୋଡ଼ି ହୋଇଛନ୍ତି ଆଉ ଦୁଇ ଜଣ ଓଡ଼ିଆ ଯୁବକ ପ୍ରଭାକର ପଣ୍ଡା ଓ ସନ୍ଦିପ୍ ପାଣିଗ୍ରାହୀ । ଏହି ସଂସ୍ଥା ଆମେରିକାର ବିଭିନ୍ନ ରାଷ୍ଟ୍ରରେ ଏହାର ସେବାକୁ ପହଂଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି । 

05/03/2018

Leave a Reply

Your email address will not be published. Required fields are marked *

Comments