Bikash Khabar
ଓଡ଼ିଶା ସମେତ ଦେଶରେ କମିଛି ନାବାଳିକା ମାତୃତ୍ୱ

 ଭୁବନେଶ୍ୱର,ଜାନୁଆରୀ ୨୧ : ସରକାରଙ୍କ ସଚେତନତା କାର୍ଯ୍ୟକ୍ରମ ଓ ଆଇନଗତ କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ୧୫ରୁ ୧୯ ବର୍ଷ ମଧ୍ୟରେ ବାଳୁତ ମାତୃତ୍ୱ ହ୍ରାସରେ ଦେଶକୁ ସଫଳତା ମିଳିଛି ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୦୫-୦୬ରେ ବାଳୁତ ମାତୃତ୍ୱ ହାର ଓଡ଼ିଶାରେ ୧୪.୪୦ ପ୍ରତିଶତ ଥିବାବେଳେ ୨୦୧୫-୧୬ ସୁଦ୍ଧା ୭.୬୦କୁ ହ୍ରାସ ପାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରୟାସ ଫଳରେ ଓଡ଼ିଶାରେ ୬-୮୦ ପ୍ରତିଶତ ହ୍ରାସ ପାଇଥିବା ରିପୋର୍ଟରେ କୁହାଯାଇଛି । ସର୍ବ ଭାରତୀୟ ସ୍ତରରେ ବାଳୁତ ମାତୃତ୍ୱ ୧୬ ପ୍ରତିଶତରୁ ୭.୯ ପ୍ରତିଶତକୁ ହ୍ରାସ ପାଇଛି । ଓଡ଼ିଶାର ପଡ଼ୋଶୀ ଝାଡ଼ଖଣ୍ଡରେ ୨୭.୫ରୁ ୧୧.୯ ପ୍ରତିଶତକୁ କମିଥିବାବେଳେ ପଶ୍ଚିମବଙ୍ଗରେ ୨୫.୩ରୁ ୧୮.୩ ପ୍ରତିଶତକୁ କମିଛି ।

ଧର୍ମ ଭିତ୍ତିରେ ଦେଖିଲେ ହିନ୍ଦୁଙ୍କ ମଧ୍ୟରେ ଏହା ୮-୬ ପ୍ରତିଶତ ହ୍ରାସ ପାଇଥିବାବେଳେ ମୁସଲମାନଙ୍କ କ୍ଷେତ୍ରରେ ୭, ବୌଦ୍ଧଙ୍କ ମଧ୍ୟରେ ୬-୯ ପ୍ରତିଶତ ହ୍ରାସ ପାଇଛି । ସହରାଂଚଳରେ ୧୦.୪ରୁ ୪.୨ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ଗ୍ରାମାଂଚଳରେ ୧୯.୧ରୁ ୯.୯ ପ୍ରତିଶତକୁ କମିଥିବା ଜଣାଯାଇଛି ।

21/01/2018

Leave a Reply

Your email address will not be published. Required fields are marked *

Comments