Bikash Khabar
ଓଡ଼ିଶାର ସବୁଠୁ ପଛୁଆ ୫ ଜିଲ୍ଲା ପାଇଁ ପ୍ରସ୍ତୁତ ହେବ ରୋଡ୍ ମ୍ୟାପ୍

 ଭୁବନେଶ୍ୱରଜାନୁଆରୀ ୦୧  :କଳାହାଣ୍ଡିକୋରାପୁଟବଲାଙ୍ଗିରରାୟଗଡ଼ା ଓ ଢେଙ୍କାନାଳ ଜିଲ୍ଲା ରାଜ୍ୟର ପଛୁଆ ଅଂଚଳ ଭାବେ ଦେଶର ୧୧୫ ପଛୁଆ ଜିଲ୍ଲାରେସ୍ଥାନ ପାଇଛନ୍ତି । ଏହି ସବୁ ଅଂଚଳରେ ଶିକ୍ଷା,ସ୍ୱାସ୍ଥ୍ୟପରିମଳବିଦ୍ୟୁତ ଭଳି ସର୍ବନିମ୍ନ ମୌଳିକ ସୁବିଧା ଲୋକଙ୍କ ପାଖରେପହଂଚି ନାହିଁ । ଯାହା ଫଳରେ ରାଜ୍ୟର ବିକାଶ ବାଧାପ୍ରାପ୍ତ ହେଉଛି । ଏହି ସବୁ ଜିଲ୍ଲା ଗୁଡ଼ିକରେସାଧାରଣ ଲୋକଙ୍କ ଜୀବନର ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନୂତନ ଭାରତ ୨୦୨୨ଯୋଜନାର ପରିକଳ୍ପନା ଗ୍ରହଣ କରିଛନ୍ତି ।

ନୀତି ଆୟୋଗଙ୍କ ପକ୍ଷରୁ ହୋଇଥିବା ସର୍ଭେରୁ ଉପରୋକ୍ତ ୫ଜିଲ୍ଲା ପଛୁଆ ଥିବା ଜଣାଯାଇଥିଲା । ଏହି ସବୁ ଜିଲ୍ଲା ଗୁଡ଼ିକରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତକରିବା ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ରଭାରୀ ନିଯୁକ୍ତି କରାଯାଇଛି । ଉକ୍ତଜିଲ୍ଲା ଗୁଡ଼ିକରେ ଯୁଗ୍ମ ଶାସନ ସଚିବ ପାହ୍ୟାର ଅଧିକାରୀ ନିଯୁକ୍ତି ଜରିଆରେ ଉକ୍ତ ଅଂଚଳରବିକାଶକୁ ପ୍ରାଥମିକତା ଦିଆଯିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଇଁ ଅପରାଜିତାଷଢଙ୍ଗୀଢେଙ୍କାନାଳରେ ଜିତେନ୍ଦ୍ରନାଥ ସ୍ୱାଇଁ ରାୟଗଡ଼ା ପାଇଁ ସତ୍ୟବ୍ରତ ସାହୁକୋରାପୁଟ ପାଇଁ ବରୁଣ ମିତଲ ଓ ବଲାଙ୍ଗିରପାଇଁ ସୁରେଶ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି । ସ୍ୱତନ୍ତ୍ର ମାର୍ଗ ଦର୍ଶିକା ଜାରି ସହବିଦ୍ୟୁତବାସଗୃହପୁଷ୍ଟିକର ଖାଦ୍ୟପାନୀୟ ଜଳ ବ୍ୟବସ୍ଥାଗ୍ରାମୀଣ ସଡ଼କ ବ୍ୟବସ୍ଥା ଓ ଆନୁଷ୍ଠାନିକପ୍ରସବରେ ସହାୟତା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସ୍ଥିର ହୋଇଛି ।

01/01/2018

Leave a Reply

Your email address will not be published. Required fields are marked *

Comments