Bikash Khabar
ଓଡ଼ିଶାରେ ବଢିଚାଲିଛି କ୍ୟାନସର, ଦିନକୁ ପ୍ରାଣ ହରାଉଛନ୍ତି ୬୯ ରୋଗୀ

 ଭୁବନେଶ୍ୱର, ମାର୍ଚ୍ଚ ୧୦ : ରାଜ୍ୟରେ ଦିନକୁ ୬୯ ଜଣ କ୍ୟାନସର ପୀଡ଼ିତ ପ୍ରାଣ ହରାଉଛନ୍ତି । ଲୋକସଭାରେ କ୍ୟାନସର ଜନିତ ମୃତ୍ୟୁକୁ ନେଇ ଉପସ୍ଥାପିତ ରାଜ୍ୟୱାରୀ ତଥ୍ୟରୁ ଏହା ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାରେ ଉପସ୍ଥାପିତ ତଥ୍ୟରେ କୁହାଯାଇଛି ଯେ ୨୦୧୬ ମସିହାରେ ଓଡ଼ିଶାରେ ଦୈନିକ ୬୯ ଜଣ ରୋଗୀ ପ୍ରାଣ ହରାଉଥିବାର ଜଣାପଡ଼ିଛି ।

ଶୁକ୍ରବାର ଉପସ୍ଥାପିତ ଲିଖିତ ତଥ୍ୟରେ କୁହାଯାଇଛି ଯେ ରାଜ୍ୟରେ ୨୦୧୬ ମସିହାରେ  ୪୯,୬୭୪ କ୍ୟାନସର ପୀଡ଼ିତ ଥିବା ଜଣାଯାଇଥିଲା । ସେଥିରୁ ୨୫୦୩୫ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ହିସାବ କଲେ ଦୈନିକ ୬୯ ଜଣ କ୍ୟାନସର ରୋଗୀ ମୃତ୍ୟୁବରଣ କରୁଥିବା ଜଣାଯାଇଛି । ଦେଶରେ ୨୦୧୬ ମସିହାରେ ୧୪,୫୧୪୧୭ କ୍ୟାନସର ରୋଗୀଙ୍କ ମଧ୍ୟରୁ ୭୩,୨୯୨୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ୨୦୧୪ ମସିହା ପରଠାରୁ ରାଜ୍ୟରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୧୪ରେ କ୍ୟାନସର ପୀଡ଼ିତଙ୍କ ସଂଖ୍ୟା ୪୫,୭୩୬ ଥିବାବେଳେ ସେହିବର୍ଷ ୨୩୦୪୩ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୨୦୧୫ରେ ୪୭,୬୬୬ ଜଣ ରୋଗୀଙ୍କ ମଧ୍ୟରୁ  ପ୍ରାଣ ହରାଇଥିଲେ ୨୪,୦୧୯ ଜଣ ଓ ୨୦୧୬ରେ ମୃତ୍ୟୁ ସଂଖ୍ୟା ୨୫,୦୩୫ ରେ ପହଂଚିଥିଲା । 

10/03/2018

Leave a Reply

Your email address will not be published. Required fields are marked *

Comments