Bikash Khabar
କୋଟପାଡ଼ ଶାଢୀକୁ ପଦ୍ମଶ୍ରୀ ପରିଚୟ : ସଫଳତାର ଗିରି ଲଂଘିଛନ୍ତି ଗୋବର୍ଦ୍ଧନ

 କୋରାପୁଟ, ଜାନୁଆରୀ  : କୋରାପୁଟର କୋଟପାଡ଼ । ବଣ ଜଙ୍ଗଲ ଘେରା ଏହି ଛୋଟିଆ ଗାଁ ଟି ଏବେ ଜାତୀୟ ସ୍ତରରେ ଖୁବ୍ ଚର୍ଚ୍ଚା ହେଉଛି । ଗାଁର ଖ୍ୟାତି ଓ ଗୌରବ ବଢାଇଛନ୍ତି ଜଣେ ସାଧାରଣ ବୁଣାକାର । କୋଟପାଡ଼ ର ହସ୍ତତନ୍ତ ଓ ତାର ନିଆରା ଡ଼ିଜାଇନିଂ ପାଇଁ ବୁଣାକାର ଗୋବର୍ଦ୍ଧନ ପାଣିକା ଦେଶର ସର୍ବୋଚ୍ଚ ବେସାମରିକ ପଦ୍ମଶ୍ରୀ ସମ୍ମାନ ପାଇଁ ଯୋଗ୍ୟ ହୋଇଛନ୍ତି । ୨୦୦୪ ଓ ୨୦୦୯ରେ କୋଟପାଡ଼ ଶାଢୀକୁ ନୁଆ ରୂପ ଦେଇଥିବାରୁ ଗୋବର୍ଦ୍ଧନକୁ ଜାତୀୟ ସ୍ତରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏବେ ସେ ପଦ୍ମଶ୍ରୀ ପାଇଁ ମନୋନୀତ ହେବାକୁ ନେଇ କୋରାପୁଟ, କୋଟପାଡ଼ ଓ ସମଗ୍ର ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଛି ।

କୋରାପୁଟ ଜିଲ୍ଲାର କୋଟପାଡ଼ରେ ଗୋବର୍ଦ୍ଧନ ପାଣିକାଙ୍କ ସହ ୮ ପରିବାର ରହନ୍ତି । ଏହି ୮ ପରିବାର କୋଟପାଡ଼ ଶାଢୀ ଓ ତନ୍ତକୁ ସାରା ଦେଶରେ ବ୍ୟାପ୍ତ କରାଇଛନ୍ତି । ଲାଲ୍, ଗେରୁଆ ଏବଂ ଗାଢ ମାଟିଆ ପ୍ରାକୃତିକ ରଙ୍ଗରେ ରଙ୍ଗାୟିତ ଏହି ଶାଢୀକୁ ଏବେ ପଦ୍ମଶ୍ରୀ ପୁରସ୍କାର ଦେଇଛି ନୂଆ ପରିଚୟ । ସୋନିଆ ଗାନ୍ଧୀଙ୍କ ଠାରୁ  ସୋନା ମହାପାତ୍ରଙ୍କ ଯାଏଁ ସମସ୍ତଙ୍କ ପସନ୍ଦ ପାଲଟିଥିଲା ଏହି ଶାଢୀ । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଗୋବର୍ଦ୍ଧନ ଶାଢୀ ପ୍ରେମରେ ପଡ଼ିଛନ୍ତି । ତାଙ୍କର ପତ୍ନୀ ହେମା ମଧ୍ୟ ଜଣେ ଜାତୀୟ ପୁରସ୍କାର ବିଜେତା । ଓଡ଼ିଶାର ଏକ ଅଖ୍ୟାତ ପଲୀରେ ବୃତ୍ତି ପ୍ରତି ଅବିଚଳିତ ନିଷ୍ଠା ରଖି ଗୋବର୍ଦ୍ଧନ ଯେଉଁ ଖ୍ୟାତି ସାଉଁଟିଛନ୍ତି ତାହା ବିରଳ । 

27/01/2018

Leave a Reply

Your email address will not be published. Required fields are marked *

Comments