Bikash Khabar
କୋଟିଆର ଭାଗ୍ୟ ପଥର ତଳେ

 କୋରାପୁଟ, ଜାନୁଆରୀ୧୪: କୋରାପୁଟ ଜିଲ୍ଲାର ଗଞ୍ଜେଇପଦର ଗାଁ । ଗାଁ ଟି ଓଡ଼ିଶାର ମାନଚିତ୍ରରେ ରାଜସ୍ୱ ଗ୍ରାମଭାବେ ମାନ୍ୟତା ପାଇଛି, କିନ୍ତୁ ଆନ୍ଧ୍ରପ୍ରଦେଶ ଚ କତା ପୂର୍ବକ ନିଜର ପ ।ୟତ ବୋଲି ଦାବି କରିଆସୁଛି । ୭୦ ଦଶକର ଏହି ଦାବି କ୍ରମଶଃ ବିବାଦରେ ପରିଣତ ହେଲାଣି । ନିକଟରେ ଆନ୍ଧ୍ରପ୍ରଦେଶର କିଛି ଅଧିକାରୀ ପଟାଙ୍ଗି ବ୍ଲକ କୋଟିଆ ପଂଚାୟତର ଏହି ଗାଁରେ କମ୍ବଳ ଓ ଭତ୍ତା ବାଣ୍ଟିଛନ୍ତି । କେବଳ ଏହି ଗାଁ ନୁହେଁ କୋଟିଆ ପଂଚାୟତର ୧୯ଟି ଗାଁକୁ ନେଇ ଆନ୍ଧ୍ରଓଡ଼ିଶା ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି । କୋଟିଆ ପଂଚାୟତରେ ରାଜ୍ୟସରକାର ୨୨ଟି ଅଙ୍ଗନବାଡ଼ି କେନ୍ଦ୍ର ଓ ୨୩ଟି ବିଦ୍ୟାଳୟ କରି ନିଜ ଦାୟିତ୍ୱ ସାରିଛନ୍ତି । ସେହିପରି ଆନ୍ଧ୍ରସରକାର କେତେକ ଗାଁରେ ଗୃହ ନିର୍ମାଣ ସହାୟତା, ସାମାଜିକ ନିରାପ । ଯୋଜନାରେ ଭତ୍ତା ଏବଂ କମ୍ବଳ ବା ନିଜ ବଡ଼ ଭାଇ ପଣିଆ ଦେଖାଇଛି, କିନ୍ତୁ ଏବେ ବି କୋଟିଆର ଧୂଳିପଦର, ଦୋଳିଆମ୍ବ, ଗଞ୍ଜେଇପଦର, ହରମାଡ଼ାଙ୍ଗି, କନାଦୋରା, କୋଟିଆ, ମହିପାଣି, ସଲପଗୁଡ଼ା ଗାଁରେ ଆନ୍ଧ୍ରସରକାର କିମ୍ବା ଓଡ଼ିଶା ସରକାର ବିକାଶ ପ୍ରସଙ୍ଗରୁ ଏକ ପ୍ରକାର ଦୂରେଇ ଯାଇଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । କୋଟିଆର ତାଡ଼ିବାଲସା ଗ୍ରାମରେ ଓଡ଼ିଆ ବିଦ୍ୟାଳୟ ନିକଟରେ ଆନ୍ଧ୍ରସରକାର ତେଲୁଗୁ ସ୍କୁଲ ଖୋଲି ଶିକ୍ଷାଦାନର ବ୍ୟବସ୍ଥା କରୁଛନ୍ତି । କିନ୍ତୁ ସମ୍ପୃକ୍ତ ଗ୍ରାମର ଅଧିକାଂଶ ପିଲା ନାଁ ଓଡ଼ିଆ ସ୍କୁଲ ନା ଆନ୍ଧ୍ର ସ୍କୁଲ କୁଆଡ଼େ ନ ଯାଇ ଜଙ୍ଗଲକୁ ଯାଉଥିବା ଜଣାଯାଇଛି ।

14/01/2018

Leave a Reply

Your email address will not be published. Required fields are marked *

Comments