Bikash Khabar
କୋରାପୁଟ ଓ ମାଲକାନଗିରି ପାଇଁ ୨୩୦ କୋଟି ଟଙ୍କାର ଭିତ୍ତିଭୂମି ବିକାଶ ପାଣ୍ଠି

 ଭୁବନେଶ୍ୱର,ଜାନୁଆରୀ ୧୪: ମାଓ ଅଧ୍ୟୁଷିତ କୋରାପୁଟ ଓ ମାଲକାନାଗିରି ଜିଲ୍ଲାର ୪ ବର୍ଷିଆ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ରସରକାର ରାଜ୍ୟକୁ ୨୩୦ କୋଟି ଟଙ୍କାର ଏନପିଏପି ଯୋଜନା ରୁ ବ୍ୟୟ ବରାଦ କରିଛନ୍ତି । କେନ୍ଦ୍ର ସରକାରଙ୍କ ନ୍ୟାସନାଲ ପଲିସି ଆଣ୍ଡ ଆକ୍ସନ ପ୍ଲାନ୍ ପ୍ରକଳ୍ପରୁ ଜଙ୍ଗଲ ଅଧିକାର ଆଇନର ସଫଳ ରୂପାୟନ, ଭିତ୍ତିଭୂମି ବିକାଶ ଓ ସୁରକ୍ଷା ସଂପର୍କିତ କାର୍ଯ୍ୟକ୍ରମ ଗୁଡ଼ିକ ପାଇଁ ଏହି ପାଣ୍ଠି ଖର୍ଚ୍ଚ କରାଯିବ । ଦେଶର ୩୫ଟି ମାଓପ୍ରବଣ ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ଓଡ଼ିଶାର କୋରାପୁଟ ଏବଂ ମାଲକାନାଗିରି କୁ ଏଥିରେ ସାମିଲ କରାଯାଇଛି ।

ଉଭୟ ଜିଲ୍ଲା ଏହି ଯୋଜନାରୁ ୨୮-୫୭ କୋଟି ଟଙ୍କା ଲେଖାଏଁ ପାଇବେ । ଆସନ୍ତା ତିନି ବର୍ଷ ପାଇଁ ସମୁଦାୟ ୧୭୩.୪୨ କୋଟି ଟଙ୍କା ଖର୍ଚ୍ଚ ହେବ । ଆର୍ଥିକ ବର୍ଷ ପୁରିବାକୁ ଆଉ ତିନିମାସ ବାକି ଥିବାବେଳେ ଏହି ଅର୍ଥ କିଭଳି ଖର୍ଚ୍ଚ ହେବ ତାକୁ ନେଇ ଉଠିଛି ପ୍ରଶ୍ନ । ବିପଦସଙ୍କୁଳ ସ୍ଥିତିରେ ଥିବା ପୋଲିସ ଥାନା ଗୁଡ଼ିକର ସୁଦୃଢୀକରଣ ପାଇଁ ପ୍ରତିବର୍ଷ ଏହି ଦୁଇ ଜିଲ୍ଲାକୁ ୨କୋଟି ଲେଖାଁଏ ଅର୍ଥ ରାଶି ଖର୍ଚ୍ଚ କରିବାକୁ ଦିଆଯାଇଛି । ରାଜ୍ୟର ଅନ୍ୟ ୧୭ଟି ମାଓ ଅଧ୍ୟୁଷିତ ଜିଲ୍ଲା ଏଥିପାଇଁ ୧କୋଟି ଟଙ୍କା ଲେଖାଁଏ ଆର୍ଥିକ ସହାୟତା ପାଉଛନ୍ତି ।

14/01/2018

Leave a Reply

Your email address will not be published. Required fields are marked *

Comments