Bikash Khabar
ଖାଲି ପଡ଼ିଛି ଶହ ଶହ ପଦବୀ, ପଛୁଆ ମାଲକାନାଗିରି ଜିଲ୍ଲା ପଡ଼ିଛି ପଛରେ

 ମାଲକାନାଗିରିଜାନୁଆରୀ ୧୩ :  ଚିତ୍ରକୋଣ୍ଡାରୁ କାଲିମେଳାବାଲିମେଳାରୁ ପଡ଼ିଆ ଯୁଆଡ଼େ ଚାହିଁଲେ ବି ଦେଖାଯାଉନି ବିକାଶ । ରାଜ୍ୟସରକାର କାଗଜପତ୍ରରେ ମାଲକାନାଗିରି ଜିଲ୍ଲାର ସୁନେଲି ବିକାଶର ଚିତ୍ର ଉତଥାପନ କରୁଥିବାବେଳେ ଏହି ପଛୁଆ ଜିଲ୍ଲାର ନୋଡ଼ାଲ ଅଫିସର ଦାୟିତ୍ୱ ନେଇଥିବା ସଚିବ ଙ୍କ ଚିଠି ତାର ଅସଲ ମୁଖା ଖୋଲିଦେଇଛି । 

ୟୁଏନ ବେହେରାଆର୍.ବାଲକୃଷ୍ଣନ ଙ୍କ ପରେ ଏବେ ବିଶାଳ ଗଗନ ମାଲକାନାଗିରି ଜିଲ୍ଲାର ନୋଡ଼ାଲ ଅଫିସର ଦାୟିତ୍ୱରେ ଅଛନ୍ତି । ନୋଡ଼ାଲ ଅଫିସର ମାଲକାନଗିରିରେ ବିକାଶ ମନ୍ଥର ବୋଲି ସ୍ୱୀକାର କରି ଏକ ରିପୋର୍ଟ ପ୍ରଦାନ କରିଥିବା ଜଣାଯାଇଛି । ମାଲକାନାଗିିରି ଜିଲ୍ଲାରେ ସିଡ଼ିଏମଓ୨ଏଡ଼ିଏମଓ ଙ୍କ  ସମେତ ୫୬ ଟି ଡାକ୍ତରୀ ପଦ ଖାଲି ପଡ଼ିଛି । କୃଷି ଉପନିର୍ଦ୍ଦେଶକଜିଲ୍ଲା କୃଷି ଅଧିକାରୀଜିଲ୍ଲା ଶ୍ରମ ଅଧିକାରୀସୂଚନା ଓ ଲୋକସମ୍ପର୍କ ଅଧିକାରୀସଂସ୍କୃତି ଅଧିକାରୀପର୍ଯ୍ୟଟନ ଅଧିକାରୀଜିଲ୍ଲା ଅଧିକାରୀ ପଦ ଖାଲି ପଡ଼ିଛି । ୫୦ରୁ ଊଦ୍ଧ୍ୱର୍ ଅଧିକାରୀ ପଦବୀ ପୂରଣ କରାଯାଇନାହିଁ । ୨ ତହସିଲଦାର୭ଟି ମଙ୍ଗଳ ସଂପ୍ରସାରଣ ଅଧିକାରୀବହୁ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ଖାଲି ପଡ଼ିଛି । ଗୋବିନ୍ଦ ପାଲୀମହୁପଦରଚିତ୍ରକୋଣ୍ଡାଜାନବାଇ ରାସ୍ତା କାମ ଶିଥିଳ ହୋଇଛି । କାଲିମେଳାଭେଜାଙ୍ଗିୱାଡ଼ାବାଲିମେଳା ରାସ୍ତା କାମ ଆଦୌ ଆରମ୍ଭ ହୋଇପାରୁନଥିବା ସଚିବ ଦର୍ଶାଇଛନ୍ତି ।

ଜିଲ୍ଲାର ୮୦ ଭାଗ ଅଂଚଳରେ ମୋବାଇଲି ସଂଯୋଗ ହୋଇନି । ୧୧୧ ପଂଚାୟତରୁ ୧୦୦ ପଂଚାୟତରେ ବ୍ୟାଙ୍କ ସେବା ନାହିଁ । କେନ୍ଦ୍ର ସରକାର ଏପରି ପଛରେ ଥିବା ମାଲକାନାଗିରି ଜିଲ୍ଲାକୁ ପଛୁଆ ତାଲିକାରେ ରଖିଥିବାବେଳେ ରାଜ୍ୟ ସେଥିରେ ଅସନ୍ତୋଷ ପ୍ରକାଶ କରିଛି । ନ ପଚାରି କେନ୍ଦ୍ର କାହିଁକି ବାଛିଲା ଓ ଆଧାର କଣ ବୋଲି ପ୍ରଶ୍ନ ଉଠାଇଥିଲା । ଏବେ ସଚିବଙ୍କ ରିପୋର୍ଟ ରାଜ୍ୟ ସରକାର ଖୋଜୁଥିବା ଆଧାରକୁ ଜଣାଇ ଦେଇଛନ୍ତି ।

13/01/2018

Leave a Reply

Your email address will not be published. Required fields are marked *

Comments