Bikash Khabar
ଦରକାର ୧୦ ହଜାର, କିନ୍ତୁ ଗଡ଼ୁଛି ୪୩୦ଟି ଓଏସଆରଟିସି ବସ୍

 ଭୁବନେଶ୍ୱର, ଜାନୁଆରୀ ୧୫ : ରାଜ୍ୟରେ ବଢି ଚାଲିଛି ଜନସଂଖ୍ୟା । ତାଳ ଦେଇ ବୃଦ୍ଧି ପାଉଛି ଯାନବାହନ ସଂଖ୍ୟା । ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖି ଘରୋଇ ବସ୍ ସଂଖ୍ୟା ୧୭ ହଜାରରେ ପହଂଚିଲାଣି । ମାତ୍ର ସରକାରୀ ବସ୍ ସଂଖ୍ୟା ବଢୁନାହିଁ ।  ଦୂରଗାମୀ କେତେକ ନିର୍ଦ୍ଦିଷ୍ଟ ରୁଟ୍ କୁ ଛାଡ଼ିଦେଲେ ଅନ୍ୟ କେଉଁଠି ସରକାରୀ ବସ୍ ଦେଖିବାକୁ ବି ମିଳୁନି । କୋରାପୁଟ, ଜୟପୁର, ମାଲକାନଗିରି, ନବରଙ୍ଗପୁର ଓ ବଲାଙ୍ଗିରକୁ ଛାଡ଼ି ଦେଲେ  ଉପକୂଳ ଓଡ଼ିଶାରେ ସରକାରୀ ବସ୍ ସେବା ଠପ୍ ହୋଇଯାଇଛି । ପରିସ୍ଥିତି ଏପରି ହୋଇଛି ଯେ, ଘରୋଇ ବସ୍ ବନ୍ଦ ହେଲେ ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି । କ୍ଷତି ଦର୍ଶାଇ ଓଏସଆରଟିସି ବସ୍ ସେବା ବନ୍ଦ କରି ଦିଆଯାଇଛି । ଏବେ ସାରା ରାଜ୍ୟରେ ଗଡୁଛି ମାତ୍ର ୪୩୦ଟି ବସ୍ । 

ବିଗତ ୫ ବର୍ଷରେ ସରକାର ନୂଆ ବସ୍ କିଣିବା ପାଇଁ ମାତ୍ର ୨୮ କୋଟି ଟଙ୍କା ଦେଇଛନ୍ତି । ୨୦୧୨-୧୩ରେ ୮କୋଟି, ୨୦୧୬-୧୭ରେ ୨୦ କୋଟି ଟଙ୍କା ମିଳିଛି । ୨୦୧୩-୧୪, ୨୦୧୪-୧୫ ଓ ୨୦୧୫-୧୬ ବର୍ଷରେ ନୂଆ ବସ୍ କିଣିବା ପାଇଁ ଟଙ୍କାଟିଏ ବି ମିଳିନାହିଁ । ଓଏସଆରଟିସି ୯୧ଟି ବସ୍ କିଣି ଯେନତେନ ପ୍ରକାରେ କାମ ଚଳାଇଛି । ରାଜ୍ୟ ପାଇଁ ଅନ୍ୟୁନ ୧୫ ହଜାର ସରକାରୀ ବସ୍ ହୋଇପାରିଲେ ଘରୋଇ ବସ୍ ର ମନମାନିକୁ ଦୂର କରାଯାଇପାରନ୍ତା, କିନ୍ତୁ ତାହା କରାଇ ଦିଆଯାଉନାହିଁ ବୋଲି ଚର୍ଚ୍ଚା ହେଉଛି ।

15/01/2018

Leave a Reply

Your email address will not be published. Required fields are marked *

Comments