Bikash Khabar
ବାଲୁକା କଳାରେ ପ୍ରତିଫଳିତ ହେଲା ମହିଳା ଦିବସ

 ଭୁବନେଶ୍ୱର, ମାର୍ଚ୍ଚ ୦୮ : ଆଜି ସାରା ବିଶ୍ୱରେ ପାଳିତ ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ । ବାହାରିନ୍ ରେ ଥିବା ଓଡ଼ିଶାର ପ୍ରସିଦ୍ଧ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସେଠାକାର ବେଳାଭୂମିରେ ବାଲୁକା କଳା ଜରିଆରେ ଲିଙ୍ଗୀୟ ବ୍ୟବଧାନ କୁ କମାଇବା ଏବଂ ମହିଳା ସଶକ୍ତିକରଣର ବାର୍ତ୍ତା ଦେଇଛନ୍ତି । ଏଣେ ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ଶିଷ୍ୟମାନେ ବାଲୁକା କଳା ଜରିଆରେ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶିଳ୍ପୀ ମାନସ ସାହୁ ମଧ୍ୟ ପୁରୀ ବେଳାଭୂମିରେ ବାଲୁକା କଳା ଜରିଆରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

08/03/2018

Leave a Reply

Your email address will not be published. Required fields are marked *

Comments