Bikash Khabar
ଭାରତୀୟ ଷ୍ଟେଟ ବ୍ୟାଙ୍କର ହୋଲି ଉପହାର, ଫିକ୍ସଡ଼୍ ଡ଼ିପୋଜିଟ୍ ରେ ବଢିଲା ସୁଧ ହାର

 ନୂଆଦିଲ୍ଲୀ, ମାର୍ଚ୍ଚ ୦୧ : ଭାରତୀୟ ଷ୍ଟେଟ ବ୍ୟାଙ୍କ ହୋଲି ଅବସରରେ  ତାର ଗ୍ରାହକମାନଙ୍କ ପାଇଁ ଆଣି ଦେଇଛି ନିଆରା ଉପହାର ।  ଦେଶର ସବୁଠୁ ବଡ଼ ଏହି ବ୍ୟାଙ୍କ ତାର ଫିକ୍ସଡ଼୍ ଡ଼ିପୋଜିଟ୍ ରେ ସୁଧହାର ୦.୭୫ ପ୍ରତିଶତ ବୃଦ୍ଧିର ଘୋଷଣା କରିଛି । ବିଗତ ୪ମାସ ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ  ତିନି ଥର ସୁଧ ହାର ସଂଶୋଧନ କରିଛି । ପ୍ରଥମ ସଂଶୋଧନ ନଭେମ୍ବର ମାସର ଶେଷରେ କରିଥିବା ବେଳେ ଦ୍ୱିତୀୟ ସଂଶୋଧନ ଜାନୁଆରୀ ମାସରେ କରିଥିଲା । ୧ କୋଟି ଟଙ୍କା ପର୍ଯ୍ୟନ୍ତ ଫିକ୍ସଡ଼୍ ଡ଼ିପୋଜିଟ୍ ରେ ସୁଧ ହାର ୦.୫୦ ପ୍ରତିଶତ ପର୍ଯ୍ୟନ୍ତ ବଢା ଯାଇଥିଲା । ୨ ବର୍ଷରୁ କମ୍ ସମୟର ଅବଧି ପାଇଁ ଜମା କରୁଥିବା ରାଶି ଉପରେ ୦.୧୫ ବୃଦ୍ଧି କରାଯାଇଥିଲା । ଏହି ରାଶି ୬.୨୫ ପ୍ରତିଶତରୁ ବଢି ୬.୪୦ ପ୍ରତିଶତ କରି ଦିଆଯାଇଥିଲା । ନୂଆ ସୁଧହାର ତୁରନ୍ତ କାର୍ଯ୍ୟକାରୀ କରାଯାଇଛି । 

01/03/2018

Leave a Reply

Your email address will not be published. Required fields are marked *

Comments