Bikash Khabar
ଭୁବନେଶ୍ୱରରେ ଫେବୃଆରୀ ରେ ହେବ ଦେଶର ଏକମାତ୍ର ରେଡ଼ିଓ ମେଳା

ଭୁବନେଶ୍ୱର, ଜାନୁଆରୀ ୨୮ : ଆସନ୍ତା ମାସରେ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ଆୟୋଜିତ ହେବ ଦେଶର ଏକମାତ୍ର ରେଡ଼ିଓ ମେଳା । ରେଡ଼ିଓର ପ୍ରଚାର ପ୍ରସାର ପାଇଁ କାମ କରୁଥିବା ଆଉଟ୍ ରିଚ୍ ସଂସ୍ଥା ପକ୍ଷରୁ ଏହି ମେଳାର ଆୟୋଜନ କରାଯିବ । ଏଥିରେ ସ୍କୁଲ,କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇପାରିବେ । କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ରେଡ଼ିଓ ସମ୍ବାଦ ପାଠ, କୁଇଜ୍, ବିତର୍କ, ନୃତ୍ୟ, ସଂଗୀତ ଇତ୍ୟାଦି ବିଭାଗରେ ଭାଗ ନେଇପାରିବେ । ଖବର ପଢିବା ପାଇଁ ଚାହୁଁଥିବା ପ୍ରତିଯୋଗୀ ମାନଙ୍କୁ ସଂସ୍ଥା ତରଫରୁ ସ୍କ୍ରିପ୍ଟ ଯୋଗାଇ ଦିଆଯିବ । ଶ୍ରେଷ୍ଠ ତିନି ଜଣ ପ୍ରତିଯୋଗୀଙ୍କୁ ରେଡିଓ ମେଳାରେ ପୁରସ୍କୃତ କରାଯିବ । ଇଚ୍ଛୁକ ପ୍ରତିଯୋଗୀମାନେ ପୂର୍ବରୁ ସେମାନଙ୍କ ନାମ ପଞ୍ଜିକରଣ କରିବା ସହ ୭୬୮୩୮୭୮୦୧୩ ନମ୍ବରରେ ଯୋଗାଯୋଗ କରିପାରିବେ । 
 

28/01/2018

Leave a Reply

Your email address will not be published. Required fields are marked *

Comments