Bikash Khabar
ମାଲକାନଗିରି : ଦୁର୍ଗମ ଅଂଚଳରେ ପଡ଼ିପାରୁନି ବିକାଶର ଛାଇ

 ମାଲକାନଗିରି, ଜାନୁଆରୀ ୨୦: ଗାଁ  ଭିତରକୁ ରାସ୍ତାଟିଏ ନାହିଁ । ଲୋକେ ପାହାଡ଼ି ନାଳ ଓ ଘଂଚ ଜଙ୍ଗଲ ଅତିକ୍ରମ କରି ଜୀବିକା ସନ୍ଧାନରେ ସହରକୁ ଆସୁଛନ୍ତି । ସ୍ୱାଧୀନତାର ପାଖାପାଖି ସାତ ଦଶନ୍ଧି ପରେ ଚିତ୍ର ବଦଳୁ ନଥିବାରୁ ଅବହେଳିତ ଅବସ୍ଥାରେ ରହିଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଲେଗଡ଼ା ପଂଚାୟତର ୬ଟି ଗ୍ରାମ ।

କାଂଚରପେଟା,ସୁଆପାଲୀ, ସୁନାମଗାଇ, ଗତପାଲୀ,ପେଣ୍ଟା, ମାମୁଡ଼ି ଏବଂ ବୋଟେର ଆଦି ଗାଁ ଗୁଡ଼ିକର ଲୋକମାନେ ଆଦିମ କାଳର ଜୀବନ ଜୀଉଁଛନ୍ତି । ଗମନାଗମନ କହିଲେ ପାଦ ଚଲା ହିଁ ମୁଖ୍ୟ ମାଧ୍ୟମ । କିଛି ପରିବାର ଘୋଡ଼ା ପାଳି ଦ୍ରବ୍ୟ ପରିବହନ କରୁଥିବା ଦେଖିବାକୁ ମିଳିଛି । ଗାଁରେ ସଡ଼କ ନଥିବା ସାଙ୍ଗକୁ ବିଜୁଳି ସଂଯୋଗ ହୋଇପାରିନି । ଲୋକେ ଜଙ୍ଗଲୀ ନାଳର ଗୋଳିଆ ପାଣି ସଂଗ୍ରହ କରି ଶୋଷ ମେଣ୍ଟାନ୍ତି । ଜୀବିକା କହିଲେ ପାହାଡ଼ ଉପରେ ଚାଷ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ । ଆନ୍ଧ୍ର ସୀମାନ୍ତରେ ଥିବା ଏହି ଗ୍ରାମବାସୀମାନଙ୍କ ଆନ୍ଧ୍ର ଉପରେ ନିର୍ଭରଶୀଳତା ଅଧିକ । ଲୋକେ ତେଲୁଗୁରେ ଅଧିକ ଓଡ଼ିଆରେ କମ୍ କଥାବାର୍ତ୍ତା କରନ୍ତି । ଏହି ସବୁ ଗାଁ ଓଡ଼ିଶାରେ ଅଛି କିନ୍ତୁ ଏହାର ଆତ୍ମା ଆନ୍ଧ୍ରରେ ବୋଲି ଲୋକେ ଅଭିମାନରେ କହିଥାନ୍ତି । ସଡ଼କ,ବିଜୁଳି, ପାଣି ଦେଇ ପାରୁନଥିବା ୧୭ ବର୍ଷର ନବୀନ ସରକାର ଗାଁ ଗୁଡ଼ିକର ଏଭଳି ସ୍ଥିତି ପାଇଁ ଦାୟୀ ବୋଲି ଅଭିଯୋଗ ଉଠିଛି । 

20/01/2018

Leave a Reply

Your email address will not be published. Required fields are marked *

Comments