Bikash Khabar
ସେମାନେ ଦୁଇ ରାଜ୍ୟର ଭୋଟର, କିନ୍ତୁ ଭୋଟ ବର୍ଜନ ପାଇଁ ଦେଲେଣି ଡ଼ାକରା

 କୋରାପୁଟ, ଜାନୁଆରୀ ୨୧ : କୋଟିଆ ପଂଚାୟତକୁ ନେଇ ଆନ୍ଧ୍ର-ଓଡ଼ିଶା ମୁହାଁମୁହିଁ । ଅଧିକ ବିବାଦୀୟ ହୋଇପଡ଼ିଛି ତଳ ଗଞ୍ଜେଇ ପଦର ଗାଁ । ଆନ୍ଧ୍ରର ଅଧିକାରୀମାନେ ଏହି ଗାଁ କୁ ଆସି କମ୍ବଳ,ଭତ୍ତା ସୋଲାର ଲାଇଟ ବାଣ୍ଟି ଫେରିବା ପରେ ଓଡ଼ିଶା ତାର ଦୃଢ ପ୍ରତିବାଦ କରିଛି । ଗାଁ କୁ ନେଇ ଟଣା ଓଟରା ଚାଲିଥିବା ବେଳେ ଗ୍ରାମବାସୀ କହିଛନ୍ତି ଆମ ଗାଁ କୁ ରାସ୍ତା ନାହିଁ । ଝରଣା ପାଣି ପିଇ ବଂଚିଛୁ । କର୍ମଚାରୀ ନଥିବାରୁ ସ୍କୁଲ ଥାଇ ନଥିଲା ପରି । ବର୍ଷ ବର୍ଷ ଧରି କୋଟିଆର ବିକାଶ ପାଇଁ ନିଜ ରାଜ୍ୟ ଓଡ଼ିଶା କିଛି ବି ନକରି କେବଳ ବିବାଦର ମଞ୍ଜି ବୁଣିଛି । ଆଗାମୀ ନିର୍ବାଚନରେ ଆମରି ଗାଁରୁ କାହାକୁ ଭୋଟ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି । 

ତଳ ଗଞ୍ଜେଇ ପଦର ଗାଁ ରେ ୭୫ ପରିବାର । ଲୋକସଂଖ୍ୟା ୨୮୫ । କୋଟିଆରୁ ଗାଁ କୁ ଯାଇଥିବା ରାସ୍ତା ଅତି ଦୟନୀୟ । ଖାଲଖମା ଓ ପଥରରେ ଭର୍ତ୍ତି । ଗାଡ଼ି ଯାଉ ନଥିବାରୁ ବୋରିଂ ଖୋଳା ହୋଇପାରୁନି । ଝରଣା ପାଣିକୁ ବ୍ୟବହାର କରୁଛନ୍ତି ଲୋକେ ।

କୋଟିଆ ପଂଚାୟତର ଏହି ଗାଁରେ ଲୋକଙ୍କୁ ଦୁଇ ଦୁଇଟି ରାଜ୍ୟର ଭୋଟର କାର୍ଡ଼ ମିଳିଛି । ଆନ୍ଧ୍ର ଭୋଟର କାର୍ଡ଼ରେ ସେମାନଙ୍କ ନାମ ଥିଲାବେଳେ ଓଡ଼ିଶା ଭୋଟର ତାଲିକାରେ ମଧ୍ୟ ସେମାନଙ୍କର ନାମ ରହିଛି ହେଲେ ସେମାନେ କାହାକୁ ଭୋଟ ନ ଦେବା ପାଇଁ ଆଜିଠାରୁ ଶୁଣାଇ ଦେଲେଣି । ସରକାର ଏହି ଗାଁ ପ୍ରତି ଦୃଷ୍ଟି ଦିଅନ୍ତୁ ।

21/01/2018

Leave a Reply

Your email address will not be published. Required fields are marked *

Comments