Bikash Khabar
୧୧ ଜିଲ୍ଲାର ସ୍ଥିତି ସୁଧୁରିବ, ପୁଷ୍ଟି ବିକାଶ ପାଇଁ କେନ୍ଦ୍ର ଦେବ ୧୦୦ କୋଟି

 ଭୁବନେଶ୍ୱର,ଜାନୁଆରୀ ୧୪: ଶିଶୁଙ୍କ ପୁଷ୍ଟି ବିକାଶ ଲାଗି ଓଡ଼ିଶା ସରକାର ଆଗାମୀ ତିନିବର୍ଷ ମଧ୍ୟରେ କେନ୍ଦ୍ରରୁ ୧୦୦ କୋଟି ଟଙ୍କା ପାଇବେ । ରାଜ୍ୟର ୧୧ଟି ଜିଲ୍ଲାରେ ଜାତୀୟ ପୁଷ୍ଟିକର ମିସନ ଜରିଆରେ ଏହି ଅର୍ଥ ଖର୍ଚ୍ଚ କରାଯିବ ବୋଲି ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଜଣାଯାଇଛି ।

ଜନ୍ମରୁ ଛଅବର୍ଷ ବୟସର ଶିଶୁ, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଆଗାମୀ ତିନିବର୍ଷ ପାଇଁ ଏହି ଯୋଜନାରେ ସାମିଲ କରାଯିବ । ମୟୂରଭଞ୍ଜ, କେନ୍ଦୁଝର,ସମ୍ବଲପୁର, ବରଗଡ଼, ବଲାଙ୍ଗିର, ବୌଦ୍ଧ, ସୋନପୁର, ରାୟଗଡ଼ା, କୋରାପୁଟ ଓ ମାଲକାନାଗିରି ଓ ନବରଙ୍ଗପୁର ଜିଲ୍ଲାରେ ଏହି ମିସନ କାର୍ଯ୍ୟକାରୀ ହେବ । ୧୨୩ଟି ପ୍ରକଳ୍ପ ମାଧ୍ୟମରେ ୨୪,୭୫୭ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ଏହା ଚଳାଯିବ । ମୟୂରଭଞ୍ଜ ଜିଲ୍ଲାର ୪୭୦୬ କୋରାପୁଟର ୩୨୬୪ ଟି ଏବଂ କେନ୍ଦୁଝରର ୩୨୫୭ ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ଯୋଜନା କାର୍ଯ୍ୟକାରୀ ହେବ । କିଶୋରୀଯୋଜନା, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା, ଜନନୀ ସୁରକ୍ଷା ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ସ୍ୱଚ୍ଛ ଭାରତ ଯୋଜନା, ସାଧାରଣ ବଣ୍ଟନ ବ୍ୟବସ୍ଥା, ଏମ ନରେଗା ଆଦି ଅନ୍ତର୍ଭୁକ୍ତ ହେବ । ଜନ୍ମରୁ ୬ବର୍ଷ ବୟସର ଶିଶୁଙ୍କ ଠାରେ ପ୍ରତିବର୍ଷ ୨ ପ୍ରତିଶତ ପୁଷ୍ଟିହୀନତା ଦୂର କରିବା ଲକ୍ଷ୍ୟ ରହିଛି ।

14/01/2018

Leave a Reply

Your email address will not be published. Required fields are marked *

Comments