Bikash Khabar
୮୨୭ ଯୁକ୍ତ ୩ ବିଦ୍ୟାର୍ଥୀ ଙ୍କୁ ମିଳିବ ମେଧାବୃତ୍ତି

ଭୁବନେଶ୍ୱର, ଜାନୁଆରୀ ୨୫ : ଗତ ୨୦୧୬-୧୭ ଶିକ୍ଷା ବର୍ଷ ପାଇଁ ମେଧାବୃତ୍ତି ତାଲିକା ପ୍ରକାଶ ପାଇଛି । ରାଜ୍ୟର ମୋଟ ୮୨୭ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମେଧାବୃତ୍ତି ପ୍ରଦାନ କରାଯିବ । ଏ ବାବଦରେ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବା ନିଷ୍ପତ୍ତି ହୋଇଛି । ୨୦୧୫-୧୬ ବର୍ଷରେ ବୈଷୟିକ ଶିକ୍ଷା ନେଇ ପଢୁଥିବା ଅନେକ ପିଲାଙ୍କ ମେଧାବୃତ୍ତି ଜାଣିଶୁଣି ବଦଳାଇ ଦିଆଯାଇଥିଲା । ବୈଷୟିକ ଶିକ୍ଷା ପାଇଁ ଉଦ୍ଦିଷ୍ଟ ବାର୍ଷିକ ୧୦ ହଜାର ଟଙ୍କା ସହାୟତା ରାଶି ଥିବାବେଳେ ସେମାନଙ୍କୁ ୫ହଜାର ଲେଖାଏଁ ଦିଆଯାଇ ଫାଇଲ୍ କୁ ବନ୍ଦ କରିଦିଆଯାଇଥିବାର ଅଭିଯୋଗ ଉଠିଥିଲା । ଇଞ୍ଜିନିୟରିଂ ପଢୁଥିବା ବହୁ ପିଲାଙ୍କୁ ଯୁକ୍ତ ୩ ପଢୁଥିବା ଦର୍ଶାଇ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିବାର ସତ୍ୟତା ଆମ ଅନୁସନ୍ଧାନରୁ ଜଣାଯାଇଛି । ବହୁ ବାଦବିବାଦ ସତ୍ତେ୍ୱ ସରକାର ଅଦ୍ୟାବଧି ଏଭଳି ଭୁଲ୍ କୁ ସୁଧାରି ନାହାଁନ୍ତି । ବରଂ ଗୋଟିଏ ବର୍ଷ ଭୁଲ୍ ପରିମାଣର ରାଶି ପାଇବା ପରେ ସେମାନଙ୍କ ନାମ ମେଧା ତାଲିକାରୁ ବାଦ୍ ପଡ଼ିଯାଇଛି । ୨୦୧୬-୧୭ ବର୍ଷରେ ୮୨୭ ଛାତ୍ରଛାତ୍ରୀଙ୍କୁ ମୋଟ ୪୧.୩୫,୦୦୦ ଟଙ୍କା ବ୍ୟାଙ୍କ ଖାତାରେ ଜମା କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି । 
 

25/01/2018

Leave a Reply

Your email address will not be published. Required fields are marked *

Comments