Bikash Khabar
ଚଳିତ ବର୍ଷ ଚିଲିକାକୁ ଆସିଛନ୍ତି ୧୦ ଲକ୍ଷରୁ ଅଧିକ ପକ୍ଷୀ

ପକ୍ଷୀ ତୀର୍ଥ ଚିଲିକାରେ ଶୁୁଭୁଛି ବିହଙ୍ଗ ସଂଗୀତ । ଶୀତ ଋତୁ ପାଇଁ ହ୍ରଦରେ ପହଂଚିଛନ୍ତି ଲକ୍ଷାଧିକ ପକ୍ଷୀ । ସଦ୍ୟତମ ପକ୍ଷୀ ଗଣନାରୁ ଏହାର ସତ୍ୟତା ଜଣାପଡ଼ିଛି । ଶୁକ୍ରବାର ଚିଲିକା ପକ୍ଷୀ ଗଣତି ଅନୁଯାୟୀ ଚିଲିକାରେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା ବଢିଥିବା କୁହାଯାଉଛି ।

ଚଳିତ ବର୍ଷ ୧୮୧ ପ୍ରଜାତିର ମୋଟ ୧୦ ଲକ୍ଷ ୪୬ ହଜାର ୯୬୮ ପକ୍ଷୀ ଆସିଥିବା ସୂଚନା ଦେଇଛନ୍ତି ଚିଲିକା ଡ଼ିଏଫଓ । ନୂତନ ପ୍ରଜାତିର ପକ୍ଷୀ ଲେନର ଫ୍ଲେମିଙ୍ଗୋ ୧୩ଟି ଓ କମନ ସେଲଡ଼ର ୬ଟି ପକ୍ଷୀ ଆସିଛନ୍ତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ୧,୫୪,୫୭୯ଟି ପକ୍ଷୀ ଚିଲିକାକୁ ଆସିଥିବା ଜଣାଯାଇଛି । ଚଳିତବର୍ଷ ଅଧିକ ଶୀତ ପକ୍ଷୀମାନଙ୍କୁ ଏଠାକୁ ଟାଣି ଆଣିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଗତବର୍ଷ ତୁଳନାରେ ୩୪ଟି ନୁଆ ପ୍ରଜାତିର ପକ୍ଷୀ ଚିଲିକାକୁ ଆସିଛନ୍ତି ।
ଶୁକ୍ରବାର ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଆଦି ତିନୋଟି ଜିଲ୍ଲାର ବାଲୁଗାଁ, ରମ୍ଭା, ସାତପଡ଼ା, ମଙ୍ଗଳାଯୋଡ଼ି, କାଳୁପଡ଼ା, ନଳବଣ, ଭୁଷଣ୍ଡପୁର ଆଦି ଅଂଚଳରେ ପକ୍ଷୀ ଗଣନା ହୋଇଥିଲା । ଏଥିରେ ୨୧ଟି ଦଳ ଭାଗ ନେଇଥିଲେ । ପ୍ରତି ଦଳରେ ୪ରୁ ୫ ଜଣ ବନବିଭାଗ କର୍ମଚାରୀ, ପକ୍ଷୀ ବିଷାରଦ, ପକ୍ଷୀ ସୁରକ୍ଷା କମିଟିର ସଦସ୍ୟ ଥିଲେ । ସୂଚନା ଯୋଗ୍ୟ ଯେ ଶୀତଋତୁ ଆସିବା ମାତ୍ରେ ଲକ୍ଷାଧିକ ବ୍ରାଜକ ପକ୍ଷୀ ଅନୁକୁଳ ଯାଗା ଖୋଜି ଖୋଜି ଚିିଲିକାରେ ପହଂଚିଥାନ୍ତି । 
 

05/01/2019

Leave a Reply

Your email address will not be published. Required fields are marked *

Comments