ବାତ୍ୟା ପୀଡିତ ଙ୍କୁ ମାଗଣା କିରୋସିନ ପାଇଁ ୩.୨୦ କୋଟି ପ୍ରଦାନ କଲା ରାଷ୍ଟ୍ରାୟତ ଉଦ୍ୟୋଗ ଓଆଇଏଲ୍

ଫୋନି ପ୍ରଭାବିତ ଲୋକଙ୍କୁ ମାଗଣାରେ କିରୋସିନ୍ ଯୋଗାଣ ଲାଗି ରାଜ୍ୟ ସରକାରଙ୍କୁ ୩ କୋଟି ୨୦ ଲକ୍ଷ ଟଙ୍କା ଦେଇଛି ଅଏଲ ଇଣ୍ଡିଆ ଲିମିଟେଡ୍ । ଅଏଲ୍ ଇଣ୍ଡିଆ ଲିମିଟେଡ୍‌ ଜେନେରାଲ୍ ମ୍ୟାନେଜର ରାଜୀବ ସିଂଘଲ ଏ ବାବଦ ଚେକ୍ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ।ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ମାଗଣାରେ ୧ ହଜାର କିଲୋ ଲିଟର କରୋସିନ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ

ବାତ୍ୟା କ୍ଷତିଗ୍ରସ୍ତ ଙ୍କୁ ସହଯୋଗ ପାଇଁ ଆଗେଇ ଆସିଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ

ବାତ୍ୟା ‘ଫୋନି’ କ୍ଷତିଗ୍ରସ୍ତଙ୍କ ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସ୍‌ଏସ୍) ସହାୟତାର ହାତ ବଢ଼ାଇଛି। ସଂଘ ପକ୍ଷରୁ ୧ ଲକ୍ଷ ୬୪ ହଜାର ୭୬ଜଣ ବିପନ୍ନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ, ପାଣି, ତାରପୋଲିନ ଓ ଔଷଧ ଯୋଗାଇ ଦିଆଯାଇଛି। ଏହାସହ କ୍ଷତିଗ୍ରସ୍ତ ପାନ ଚାଷୀଙ୍କୁ ମଧ୍ୟ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ନେଇ ଆରଏସ୍‌ଏସ୍ ପକ୍ଷରୁ କୁହାଯାଇଛି।

ହୀରାକୁଦ ଜଳଭଣ୍ଡାର ରେ ନୁଆଁ ପ୍ରୟାସ ,ଆରମ୍ଭ ହେଲା ଜନ୍ତାରେ ମାଛ ଚାଷ

ହୀରାକୁଦ ଜଳ ଭଣ୍ଡାରରେପ୍ରଥମ ଥର ପାଇଁ କେଜ ଫିସିଂ ବା ଜନ୍ତା ପଦ୍ଧତିରେ ମତ୍ସ୍ୟ ଚାଷ ଆରମ୍ଭ ହୋଇଛି। ମତ୍ସ୍ୟ ଉତ୍ପାଦନ ବୃଦ୍ଦି ଓ ମତ୍ସ୍ୟଜିବୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଯୋଜନା କାର‌୍ୟ୍ୟକାରୀ କରାଯାଉଛି।

ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ବିଶେଷ ସୁବିଧା କରି ଚର୍ଚାରେ ନିର୍ବାଚନ ଆୟୋଗ

ଦିବ୍ୟାଙ୍ଗ ମତଦାତାଙ୍କ ସୁବିଧାରେ ମତଦାନ ପାଇଁ ଥାଣେ ନିର୍ବାଚନ ଆୟୋଗ ଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଦିବ୍ୟାଙ୍ଗ ମତଦାତାଙ୍କ ସମସ୍ୟାର ସମାଧାନ କରିବାକୁ ଯାଇ ୭୪୦ଟି ଅଟୋ ଏବଂ ୨୦ଟି ବସ୍‌ର ବ୍ୟବସ୍ଥା କରିଛନ୍ତି ନିର୍ବାଚନ ଆୟୋଗ ।

୧୯ ବର୍ଷର ଓଡ଼ିଆ ଯୁବକଙ୍କ ଡ଼କ୍ୟୁମେଣ୍ଟାରି ସାରା ବିଶ୍ୱରେ ପ୍ରଶଂସିତ

ବୟସ ମାତ୍ର ୧୮ ବର୍ଷ, ହେଲେ ସାମାଜିକ ସମସ୍ୟାକୁ ନେଇ ତାଙ୍କର ଗଭୀର ଚିନ୍ତା ତାଙ୍କୁ ଏକ ନୂଆ ପରିଚୟ ପ୍ରଦାନ କରିଛି ।

ବିମାନବନ୍ଦର ପ୍ରାଧିକରଣ ଦେବ ୫ କୋଟି, କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ୨ଟି ମଡ଼୍ୟୁଲାର ଓଟି

ବିମାନବନ୍ଦର ପ୍ରାଧିକରଣ (ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆ) ତାର କର୍ପୋରେଟ ସାମାଜିକ ଦାୟିତ୍ୱ ବା ସିଏସଆର ପାଣ୍ଠିରୁ ୫ କୋଟି ଟଙ୍କା କ୍ୟାପିଟାଲ ହସ୍ପିଟାଲକୁ ଯୋଗାଇ ଦେବ । ଏହି ପାଣ୍ଠିରେ କ୍ୟାପିଟାଲ ହସ୍ପିଟାଲରେ ୨ଟି ମଡ଼୍ୟୁଲାର ଓଟି ଖୋଲିବ ।

ଛୋଟ ଛୋଟ ପିଲାଙ୍କୁ ମଜାଦାର ଢଙ୍ଗରେ ପଢାଇବା ପାଇଁ ଗୁଗୁଲ ଆରମ୍ଭ କଲା ନୁଆ ଆପ୍

ଗତ ମାସରେ ଗୁଗୁଲ ଭାରତରେ ଏକ ନୁଆ ଆପର ଶୁଭାରମ୍ଭ କରିଛି, ଯାହାର ନାଁ ରହିଛି ‘ବୋଲୋ’ । ଏହା ଏକ ସ୍ପିଚ୍ ଆଧାରିତ ଆପ୍ ଯାହା ସାହାର୍ଯ୍ୟରେ ପିଲାମାନେ ଅତି ସହଜ ଭାବରେ ପାଠ୍ୟପୁସ୍ତକ ପଢିପାରିବେ । ଗୁଗୁଲର କହିବା କଥା ଏହା ଏପରି ଏକ ପ୍ରଥମ ଆପ୍ ଯାହାର ସହାୟତାରେ ଦେଶରେ ପିଲାମାନଙ୍କ ସାକ୍ଷରତା ସ୍ତରର ଯଥେଷ୍ଟ ବିକାଶ ସମ୍ଭବ ହୋଇପାରିବ । ଏହା ହିନ୍ଦୀରେ ତିଆରି ହୋଇଥିବାରୁ ଉତ୍ତର ଭାରତବାସୀ ଏହାର ବିଶେଷ ଲାଭ ଉଠାଇ ପାରିବେ । ପିତାମାତାମାନେ ଏହି ଆପକୁ ଡ଼ାଉନଲୋଡ଼ କରି ପିଲାଙ୍କ ପଢା ଦିଗରେ ବ୍ୟବହାର କରନ୍ତୁ ବୋଲି ଗୁଗୁଲ ନିବେଦନ କରିଛି ।

ଆଶାର କିରଣ ଆଣିଛି ‘ମିଲାପ୍’ କ୍ରାଉଡ଼ ଫଣ୍ଡିଂ, ପାଣ୍ଠି ଯୋଗାଡ଼ରେ ସାଜିଛି ସଶକ୍ତ ମାଧ୍ୟମ

ଉତ୍କଳ ସଂଗୀତ ମହାବିଦ୍ୟାଳୟର ସୀତାର ବିଭାଗର ଅଧ୍ୟାପକ ଭୀମସେନ ମହାରଣାଙ୍କ ଛଅ ମାସର ଝିଅ ଶୁଭଶ୍ରୀର ହୃଦରୋଗ ତାଙ୍କ ଚିନ୍ତା ବଢାଇ ଦେଇଥିଲା । ଏଥିପାଇଁ ଅସ୍ତ୍ରୋପଚାର ନିମନ୍ତେ ତିନିଲକ୍ଷ ଟଙ୍କା ଆବଶ୍ୟକ ଥିଲା । ମହାରଣାଙ୍କ ପାଇଁ ଏତେ ଟଙ୍କା ଯୋଗାଡ଼ କରିବା କଷ୍ଟ ସାଧ୍ୟ ହୋଇଥିଲା । ସେତେବେଳେ ସେ ନିଜର ଜଣେ ଛାତ୍ରଙ୍କ ଠାରୁ ଅନଲାଇନ କ୍ରାଉଡ଼ ଫଣ୍ଡିଂ ବାବଦରେ ଶୁଣିଲେ । ‘ମିଲାପ’ ନାମକ ଏକ ପ୍ଲାଟଫର୍ମ ଏଭଳି ଅସହାୟଙ୍କ ପାଇଁ ଆଶାର କିରଣ ସାଜିଥିବା ଶୁଣିଲେ । ମିଲାପ ଜରିଆରେ ପାଣ୍ଠି ଯୋଗାଡ଼ ଆରମ୍ଭ କଲେ । ମାସେ ଭିତରେ ୧୦୦ରୁ ଅଧିକ ଦାତାଙ୍କ ଜରିଆରେ ଟଙ୍କା ଯୋଗାଡ଼ ହୋଇଥିଲା । ସେ ଟଙ୍କାରେ ବେଙ୍ଗାଲୁରରେ ଝିଅର ଚିକିତ୍ସା ହେଲା । ଝିଅ ଏବେ ସୁସ୍ଥ ।

କୋଣାର୍କରେ ସ୍ଥାପିତ ହେବ ଧର୍ମପଦଙ୍କ ପ୍ରତିମୂର୍ତ୍ତି

ଶିଳ୍ପୀ କୂଳର ମାନ ରକ୍ଷା ପାଇଁ କୋଣାର୍କ ମନ୍ଦିରର ଚୂଡ଼ା ଉପରୁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୧୨ ବର୍ଷର ବାଳୁତ ଧର୍ମପଦଙ୍କ କାହାଣୀ ଏବେ ବି ପ୍ରତ୍ୟେକ ଓଡ଼ିଶା ଘରେ ବଂଚି ରହିଛି । କେବଳ ଶିଳ୍ପୀ ନୁହେଁ ପ୍ରତ୍ୟେକଟି ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ ଧର୍ମପଦଙ୍କ ସ୍ମୃତିରକ୍ଷା ପାଇଁ ଆଗେଇ ଆସିଛି ଓଡ଼ିଶା ଶିଳ୍ପୀ ମହାସଂଘ । ସଂଘ ପକ୍ଷରୁ ଧର୍ମପଦଙ୍କ ସ୍ମୃତିରକ୍ଷା ନିମନ୍ତେ ୧୨ ଫୁଟ ଉଚ୍ଚତାର ଏକ ପ୍ରସ୍ତର ପ୍ରତିମୂର୍ତ୍ତି ସ୍ଥାପନ କରାଯିବାର ଉଦ୍ୟମ ଆରମ୍ଭ ହୋଇଛି ।

ହୃଦୟବାନ ଅକ୍ଷୟ, ୧୦୦ କନ୍ୟାଙ୍କ ଗଣ ବିବାହରେ ଦାନ କଲେ କୋଟିଏ ଟଙ୍କା

ବଲିଉଡ଼୍ ଅଭିନେତା ଅକ୍ଷୟ କୁମାର ପୁଣି ଥରେ ଚର୍ଚ୍ଚାରେ । ଏଥର ସେ ନିଜ ସିନେମାର ଚମତ୍କାର ଅଭିନୟ ପାଇଁ ନୁହେଁ ବରଂ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି । କିଛି ଦିନ ତଳେ ପୁଲୱାମାରେ ସହିଦ ହୋଇଥିବା ୪୦ ଜଣ ଯବାନଙ୍କ ପରିବାରକୁ ୫ କୋଟି ଟଙ୍କା ଦାନ କରି ଅକ୍ଷୟ କୁମାର ଭାରତବାସୀଙ୍କ ହୃଦୟକୁ ଛୁଇଁ ପାରିଥିବା ବେଳେ ଏବେ ସେ ଏକ ଗଣ ବିବାହରେ ୧୦୦ ଜଣ କନ୍ୟାଙ୍କୁ ଏକ କୋଟି ଟଙ୍କା ଦାନ କରିଥିବା ଜଣାଯାଇଛି ।

ଚାରି ବର୍ଷ ପରେ ଫେରିଲା ଗାନ୍ଧୀ ଶାନ୍ତି ପୁରସ୍କାର

୪ବର୍ଷ ବ୍ୟବଧାନ ପରେ ଗାନ୍ଧିଶାନ୍ତି ପୁରସ୍କାର ର ଘୋଷଣା କରାଯାଇଛି । ରାଷ୍ଟ୍ରପତି ଭବନର ଦରବାର ହଲରେ ଗାନ୍ଧି ଶାନ୍ତି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ପୁରସ୍କାର ପ୍ରଦାନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ।ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଏହି ଦମ୍ପତ୍ତି କଲେ ନିଆରା ବିବାହ, ଅଗ୍ନି ବଦଳରେ ସମ୍ବିଧାନକୁ ସାକ୍ଷୀ କରି ନେଲେ ସଂକଳ୍ପ

ସାଧାରଣତଃ ଲୋକେ ନିଜ ବିବାହର ସ୍ମୃତିକୁ ଦୀର୍ଘଦିନ ଉଜ୍ୱିବିତ କରିବାର ପ୍ରୟାସ କରିଥାନ୍ତି । କିଏ ଘୋଡ଼ା ଉପରେ ସବାର ହୋଇ ବେଦୀକୁ ଆସିଥାଏ ତ କିଏ ସବାରୀରେ । କିଏ ବାହାଘର କୁ ବିଦେଶର ଚାକଚକ୍ୟ ପୂର୍ଣ୍ଣ ପରିବେଶରେ ଆୟୋଜନ କରାଏ ତ କିଏ ଦେଶର ବିଭିନ୍ନ ସ୍ଥାନରେ ବିବାହର ଭିନ୍ନ ଭିନ୍ନ ପରମ୍ପରା ସମ୍ପନ୍ନ କରାଏ । ଏବେ ଆଉ ଏକ ନିଆରା ବିବାହକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ହେଲେ ଏ ବାହାଘର ଚାକଚକ୍ୟ ଓ ଆଡ଼ମ୍ବର ପୂର୍ଣ୍ଣ ଭାବେ ନହୋଇ ଅତ୍ୟନ୍ତ ସାଧାସିଧା ଓ ସବୁଦିନ ପାଇଁ ମନେ ରଖିଲା ଭଳି ହୋଇଛି । ବେତୁଲ ଜିଲ୍ଲାର ଉପଜିଲ୍ଲାପାଳ ନିଶା ବାଙ୍ଗରେ ନିଜ ବନ୍ଧୁ ସୁରେଶ ଅଗ୍ରୱାଲଙ୍କୁ ବିବାହ କରିବା ବେଳେ ବେଦୀ, ଅଗ୍ନି, ବ୍ରାହ୍ମଣ ଓ ସାତ ଥର ଅଗ୍ନିଙ୍କୁ ପରିକ୍ରମାର ପରମ୍ପରାକୁ ବଦଳାଇ ଦେଇଥିଲେ । ନିଶା ଓ ସୁରେଶ ଭାରତୀୟ ସମ୍ବିଧାନକୁ ସାକ୍ଷୀ ରଖି ନୁଆ ଜୀବନ ଆରମ୍ଭର ସଂକଳ୍ପ ନେଇଥିଲେ ।

ବୁଣାକାରଙ୍କୁ ଡ଼ିଜିଟାଲ ଡ଼ିଜାଇନିଂ ତାଲିମ ଦେବ ମାଇକ୍ରୋସଫ୍ଟ

ମାଇକ୍ରୋସଫ୍ଟ ଇଣ୍ଡିଆ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ସ୍ୱରୂପ ହସ୍ତତନ୍ତ ବୁଣାକାରମାନଙ୍କ ପାଇଁ ଡ଼ିଜାଇନିଂକୁ ନେଇ ଡ଼ିଜିଟାଲ ତାଲିମ ପ୍ରଦାନ କରିବ । ଏହା ସହିତ କମ୍ପାନୀ ରି-ୱେଉ ଡ଼ଟ ଇନ ନାମକ ଏକ ନୁଆ ଇ-କମର୍ସ ଫ୍ଲାଟଫର୍ମର ଶୁଭାରମ୍ଭ କରିଛି । ଏହି ପ୍ଲାଟଫର୍ମ ଦ୍ୱାରା କାରିଗରମାନେ ପ୍ରତ୍ୟକ୍ଷ ରୂପେ କ୍ରେତାଙ୍କ ସହିତ ସଂଯୁକ୍ତ ହୋଇପାରିବେ । ଫଳରେ ଗ୍ରାହକ ସୃଷ୍ଟି ହେବା ସହିତ ବଜାରର ସଂପ୍ରସାରଣ ହୋଇପାରିବ ।

ସମାଜସେବୀଙ୍କ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି : ମାନସିକ ବିକାରଗ୍ରସ୍ତଙ୍କ ଚିକିତ୍ସା ଓ ଥଇଥାନ ପ୍ରତିବଦ୍ଧତା ପୂରଣ ହେଉ

ରାଜ୍ୟରେ ପ୍ରାୟ ୪ଲକ୍ଷ ମାନସିକ ରୋଗୀଙ୍କ ଚିକିତ୍ସା ସୁବିଧାର ଆବଶ୍ୟକତା ରହିଛି । ଦୁର୍ବଳ ପାରିବାରିକ ସ୍ଥିତି, ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମର ଅନୁପସ୍ଥିତି ଓ ଆବଶ୍ୟକୀୟ ସ୍ୱାସ୍ଥ୍ୟ ଓ ଥଇଥାନ ଭିତ୍ତିଭୂମିର ଅଭାବ ଯୋଗୁଁ ୩୦ ହଜାରରୁ ଉଦ୍ଧ୍ୱର୍ ମାନସିକ ରୋଗୀ ରାସ୍ତାଘାଟରେ ବୁଲୁଛନ୍ତି । ଏମାନଙ୍କ ଚିକିତ୍ସା ଓ ଥଇଥାନ ପାଇଁ ମାନ୍ୟବର ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେବା ସତ୍ୱେ ରାଜ୍ୟ ସରକାର ଏହା ପାଳନ କରିନାହାନ୍ତି । ଫଳରେ ଅଭାବନୀୟ ଘଟଣାମାନ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ସମାଜସେବୀ ସୁଶାନ୍ତ କୁମାର ସାହୁ ।

ଓଡ଼ିଶାରେ ଉନ୍ନୟନ କାମ ପାଇଁ ତୈଳ କମ୍ପାନୀ ଦେଇଛନ୍ତି ୪୦୪ କୋଟି

କେନ୍ଦ୍ର ସରକାରଙ୍କ ପରିଚାଳନାଧିନ ତୈଳ କମ୍ପାନୀ ଗୁଡ଼ିକ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ବିଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ୪୦୪.୯୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ସିଏସଆର ପାଣ୍ଠିରୁ ଇଣ୍ଡିଆନ ଅଏଲ ୧୮୦.୪୬ କୋଟି, ଓଏନଜିସି ୧୦୭.୨୪ କୋଟି, ବିପିସିଏଲ ୩୭.୫୩ କୋଟି, ଏଚପିସିଏଲ ୩୭.୧୦ କୋଟି, ଗେଲ ୩୮.୯୩ ଓ ଇଆଇଏଲ ୩.୬୭ କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ।

ଚିତ୍ରଶାଳା ପକ୍ଷରୁ ସ୍ୱାଗତମ୍ ନୂଆବର୍ଷ, ରଙ୍ଗ, ତୂଳୀରେ ଉଦଭାସିତ ହେଲା ଶାନ୍ତି ଓ ପ୍ରେମର ଗାଥା

ବିଦାୟ ନେଉଛି ପୁରୁଣା । ସମୟର ସିଂହାସନରେ ଅଧିଷ୍ଠିତ ହେଉଛି ନୂଆବର୍ଷ । ଏହି ସନ୍ଦିକ୍ଷଣରେ ଚାରିଆଡ଼େ ନୂଆବର୍ଷ ପାଳନକୁ ନେଇ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବାବେଳେ ପୋଖରୀପୁଟସ୍ଥିତ ଇନ୍ଦ୍ରପ୍ରସ୍ଥ ଫେଜ୍-୨ରେ ଥିବା ‘ଚିତ୍ରଶାଳା’ର କୁନି ଚିତ୍ରଶିଳ୍ପୀମାନେ ରଙ୍ଗ, ତୂଳୀରେ ପୁରୁଣା ବର୍ଷର ବିଦାୟ ସହିତ ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ସ୍ୱାଗତମ୍ ନୂଆବର୍ଷର ଏହି କାର୍ଯ୍ୟକ୍ରମରେ ଶିଳ୍ପୀମାନେ ପ୍ରକୃତିର ଶୋଭା ସୌନ୍ଦର୍ଯ୍ୟ ଭିତରେ ସମାଜ କଲ୍ୟାଣ ବାର୍ତା ସହ ଚିତ୍ରମାନ ପ୍ରସ୍ତୁତି କରିଥିଲେ ।

ବିଦର୍ଭର ଦିବ୍ୟାଙ୍ଗଙ୍କ ପାଇଁ ମୁମ୍ବାଇ ସ୍କୁଲ ଛାତ୍ର ଯୋଗାଡ଼ କରିଦେଲେ ୪୩ ଲକ୍ଷ ଟଙ୍କା

ଯଦି ଅଧ୍ୟୟନର ଆଭିମୁଖ୍ୟ ସମାଜର ସେବା କରିବା ତେବେ ମୁମ୍ବାଇର ସ୍କୁଲ ଛାତ୍ରଛାତ୍ରୀ ଏଥିରେ ସଫଳତା ଅର୍ଜିଥିବା କୁହାଯାଇପାରିବ । ମୋହିମ ଠାରେ ଥିବା ବମ୍ବେ ସ୍କଟିସ ସ୍କୁଲର ଛାତ୍ରଛାତ୍ରୀମାନେ ବିଦର୍ଭ ଅଂଚଳର ଅଗମ୍ୟ ଗାଁ ମାନଙ୍କରେ ରହୁଥିବା ଦିବ୍ୟାଙ୍ଗ ମାନଙ୍କ ପାଇଁ କୃତ୍ରିମ ଅଙ୍ଗ ଯୋଗାଇ ଦେବାର ଖର୍ଚ୍ଚ ଠୁଳ କରି ଯୋଗାଇ ଦେଇପାରିଛନ୍ତି ।

ମାଟି ଦୀପରେ ରଙ୍ଗ ଭରୁଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ଆଉ ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳି । ଉତ୍ସବକୁ ପାଳିବା ପାଇଁ ଗାଁ ଠୁ ସହର ଚାରିଆଡ଼େ ଦେଖିବାକୁ ମିଳୁଛି ପ୍ରସ୍ତୁତିରେ ଉତ୍ସାହ । ଏହି ପର୍ବକୁ ନିଆରା ଭାବେ ମନାଇବା ପାଇଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚି ଯାଇଛି ‘ୟୁଥ୍ ଫର ସେବା’ ନାମକ ଏକ ସାମାଜିକ ସଂଗଠନ । ବିଦ୍ୟାର୍ଥିମାନେ ଦମର ସହିତ ମାଟି ଦୀପରେ ରଙ୍ଗ ଭରିବାର କାମରେ ମାତି ଯାଇଛନ୍ତି । ପରିବେଶକୁ ସୁହାଇଲା ଭଳି ଏହି ଦୀପ ଦୀପାବଳୀକୁ ସରସ କରାଇବ । ମାଟିରେ ଦୀପ ତିଆରି ଓ ଦୀପକୁ ରଙ୍ଗୀନ କରିବା କାର୍ଯ୍ୟକ୍ରମର ନାମ ଦିଆଯାଇଛି ‘ପେଇଣ୍ଟ ଦିୟା’ । ଦିବ୍ୟାଙ୍ଗ ବିଦ୍ୟାର୍ଥିମାନେ ଦୀପ ଗୁଡ଼ିକୁ ରଙ୍ଗାୟିତ କରିବା ପରେ ଏହା ବିକ୍ରୀ ପାଇଁ ବଜାରରେ ଉପଲବ୍ଧ ହେବ ବୋଲି ସଂଗଠନର ସଂଯୋଜକ କହିଛନ୍ତି ।

ନାଲକୋ ପକ୍ଷରୁ ୧୦୦୦ ଜରି ଗୋଟାଳିଙ୍କୁ ସ୍ୱାସ୍ଥ୍ୟକର ଉପକରଣ

ନାଲକୋ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ବସ୍ତିର ଜରି ଗୋଟାଳିଙ୍କୁ ଚିହ୍ନଟ କରି ହାଇଜିନିକ କିଟ୍ ପ୍ରଦାନ କରାଯାଇଛି । ସମଗ୍ର ଦେଶରେ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନାଲକୋ ଜଗନ୍ନାଥ ଲେପ୍ରସି ବସ୍ତି, କାରଗିଲ ବସ୍ତି, ପୋଖରୀପୁଟ, ନିଳାଦ୍ରୀ ବିହାର, ଡ଼ମଣା, ଇଶାନେଶ୍ୱର ବସ୍ତିର ଜରି ଗୋଟାଳିଙ୍କୁ ଗ୍ଲୋବସ, ଟି-ସାର୍ଟ, ମାସ୍କ, ଜୈବିକ ସାବୁନ ଆଦି ସ୍ୱାସ୍ଥ୍ୟକର ଉପକରଣ ପ୍ରଦାନ କରିଥିଲେ ।

ଅମୃତସର ଟ୍ରେନ ଦୁର୍ଘଟଣା, ମହମବତୀ ଜାଳି ରାମ, ହନୁମାନ, ସୀତା ଜଣାଇଲେ ଶ୍ରଦ୍ଧାଞ୍ଜଳି

ରାବଣ ପୋଡ଼ି ଦେଖୁଥିବା ଲୋକଙ୍କ ଉପରେ ଟ୍ରେନ ମାଡ଼ିଯିବା ଘଟଣାରେ ୬୦ ଜଣଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତାହତଙ୍କ ପାଇଁ ସମବେଦନାର ସୁଅ ଛୁଟିଥିବାବେଳେ ମୃତକମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଓ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା ଚାଲିଛି । ଚଣ୍ଡିଗଡ଼ଠାରେ ଆୟୋଜିତ ହୋଇଛି ମହମବତୀ ଶୋଭାଯାତ୍ରା । ଏହି ଶୋଭାଯାତ୍ରାରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ସାମିଲ ହୋଇଥିବା ଦେଖାଯାଇଛି । ବେଶଧାରୀମାନେ ମୃତକଙ୍କ ପ୍ରତି ଏହା ଜରିଆରେ ଯଥାର୍ଥ୍ୟ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଏଭଳି ପ୍ରୟାସ କରିଛନ୍ତି ।


First Previous
1 2
Next Last Page 1 of 2

Recent Post