ପ୍ରତାପପୁର ର ନିଆରା ପ୍ରୟାସ,ଦାଦନ ମୁକ୍ତ ଗାଁ କରିବାକୁ ପଣ

ଅନୁଗୋଳ ଜିଲା କିଶୋରନଗର ବ୍ଲକ ପ୍ରତାପପୁର ଗ୍ରାମବାସୀଙ୍କ ଚିନ୍ତାଧାରା ନିଆରା। ପରପାଖରେ ଦାଦନ ନ ଖଟି ନିଜେ ନିଜ ପାଇଁ ରୋଜଗାର କରିବାକୁ ମନସ୍ଥ କରି ପୁରୁଷ ପୁରୁଷ ଧରି ନିଜ ଜମିରେ ଚାଷ କରୁଛନ୍ତି ଏବଂ ସଫଳ ହୋଇଛନ୍ତି। କେବଳ କୋବିଚାଷ କରି ସାରାରାଜ୍ୟରେ ପରିଚିତ ହୋଇପାରିଛନ୍ତି। ଗୋଟିଏ ଗୋଟିଏ ପରିବାର ବାର୍ଷିକ ପ୍ରାୟ ୫ରୁ ୮ଲକ୍ଷ ଟଙ୍କା ଏଥିରୁ ରୋଜଗାର ହେଉଥିବା ବେଳେ ସେମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଉଦେଶ୍ୟ ହେଉଛି ଗାଁର କେହି ପରପାଖରେ ମୂଲ ଲାଗିବେ ନାହିଁ କି ଚାକିରୀ କରିବେ ନାହିଁ।

ଏଣିକି ସ୍ବାମୀଙ୍କ ଆୟ ଜାଣିବା ପାଇଁ କରିହେବ ଆର୍ଟିଆଇ ଆବେଦନ

ସୂଚନା ଅଧିକାର ଆଇନ ଅନୁଯାୟୀ ପୂର୍ବରୁ ଆବେଦନ କରି ଅନ୍ୟକାହାର ଆୟ ଜାଣି ହେଉନଥିଲା । ଏବେ ପତ୍ନୀଙ୍କୁ ଏ ଅଧିକାର ପ୍ରଦାନ କରାଯାଇଛି । ସ୍ୱାମୀଙ୍କ ଆୟ ସମ୍ପର୍କରେ ଜାଣିବା ପତ୍ନୀଙ୍କ ଅଧିକାର । ତେଣୁ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ଅଧୀନରେ ଜଣେ ମହିଳା ସ୍ୱାମୀଙ୍କ ମୋଟ ଆୟ ବାବଦରେ ସୂଚନା ହାସଲ କରିପାରିବେ । କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ଗତକାଲି ବୁଧବାର ଏଭଳି ମନ୍ତବ୍ୟ ଦେଇଛନ୍ତି ।

ଓଡିଶା ପାଇଲା ସାମୁଦ୍ରିକ ମତ୍ସଚାଷ କ୍ଷେତ୍ର ରେ ସୁନାମ

ସାମୁଦ୍ରିକ ମାଛ ଉତ୍ପାଦନ ସହ ମାଛ ଚାଷରେ ଭିତ୍ତିଭୂମିର ବିକାଶ ନେଇ ଓଡ଼ିଶାକୁ ଶ୍ରେଷ୍ଠ ସମୁଦ୍ର ତଟବର୍ତ୍ତୀ ରାଜ୍ୟ (ବେଷ୍ଟ ମେରାଇନ୍‌ ଷ୍ଟେଟ୍‌) ପୁରସ୍କାର ମିଳିବ । କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ । ନଭେମ୍ବର ୨୧ ତାରିଖ ବିଶ୍ୱ ମତ୍ସ୍ୟ ପାଳନ ଦିବସ ଅବସରରେ ଏହି ପୁରସ୍କାର ଦିଆଯିବ ଏବଂ ପୁରସ୍କାର ବାବଦରେ ରାଜ୍ୟକୁ ୧୦ଲକ୍ଷ ଟଙ୍କା ମିଳିବ । ମତ୍ସ୍ୟ ଉତ୍ପାଦନ, ମତ୍ସ୍ୟ ଚାଷ ପାଇଁ ଭିତ୍ତିଭୂମି ବିକାଶ ପାଇଁ ଆଭ୍ୟନ୍ତରୀଣ ଜିଲ୍ଲା ଭାବେ କଳାହାଣ୍ଡି ଜିଲ୍ଲା ଶ୍ରେଷ୍ଠ ପୁରସ୍କାର ପାଇବ ପୁରସ୍କାର ବାବଦରେ ଜିଲ୍ଲାକୁ ୩ଲକ୍ଷ ଟଙ୍କା ପୁରସ୍କାର ମିଳିବ ।

ସୁନ୍ଦରଗଡ଼ ଜିଲ୍ଲାର ୫ ,ରାଜ୍ୟର ୨୨ କୃଷି କର୍ମଚାରୀଙ୍କୁ ମିଳିଲା ପ୍ରଶଂସାପତ୍ର

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ‘ଦକ୍ଷତା’ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ୫ ଜଣ କ୍ଷେତ୍ର କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ଶୁକ୍ରବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାର ୨୨ ଜଣ ଏଭଳି ଦକ୍ଷ କର୍ମଚାରୀମାନଙ୍କୁ ପ୍ରଶଂସା କରିଛନ୍ତି। ସେପ୍ଟେମ୍ବର ଏବଂ ଅକ୍ଟୋବର ମାସ ପାଇଁ ଜିଲ୍ଲାର ୫ ଜଣ କୃଷି ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶଂସାପତ୍ର ମିଳିଛି। ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ସହ ଚାଷୀମାନଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପ୍ରୋତ୍ସାହନ ଦେବା ଲାଗି ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଅଦିନିଆ ଲାଲ ଟକଟକ ଟମାଟୋ ରେ ବଦଳିଯାଇଛି ତିଳେଇବଣି ର ଅର୍ଥନୀତି

ସମୟ ବଦଳିବା ସହ ବଦଳି ଯାଇଛି ଦେବଗଡ଼ ଜିଲ୍ଲା ଚାଷୀଙ୍କ ଚାଷବାସ ର ଶୈଳୀ । ମାଓବାଦୀଙ୍କ ଲାଲ୍ ଗଡ଼ରୁ ଏବେ ଲାଲ ଟମାଟୋର ଗଡ଼ ଭାବେ ନିଜର ପରିଚୟ ସୃଷ୍ଟି କରିଛି ଏହି ଜିଲ୍ଲାର ତିଲେଇବଣି ବ୍ଲକ ସଡୋ ପଞ୍ଚାୟତ। ସରକାରୀ ପ୍ରୋତ୍ସାହନରେ ପଞ୍ଚାୟତର ୭ଟି ଗାଁରେ ଏବେ ଅଦିନିଆ ଟମାଟୋ ଚାଷ ହେଉଛି। ଏହି ଟମାଟୋ ରୋଜଗାର ଦେବା ସହିତ ଆତ୍ମସ୍ୱାଭିମାନ ଭାବରେ ବଞ୍ଚିବାର ବାଟ ଦେଖାଇଛି । ସଡ଼ୋ ପଞ୍ଚାୟର ପ୍ରାୟ ଶହେ ପରିବାର ୨ଶହ ଏକର ଜମିରେ ଉନ୍ନତମାନ ବିହନରେ ଟମାଟୋ ଚାଷ କରୁଛନ୍ତି। ଅଦିନିଆ ଟମାଟୋର ଚାହିଦାକୁ ଦୃଷ୍ଟିରେ ରଖି ଚାଷ କରୁଥିବା ଚାଷୀ କହିଛନ୍ତି।

ବଣ୍ଡା ଜନଜାତିଙ୍କ ପରେ ଏବେ ଭର୍ଚୁଆଲ୍‌ ଟୁର୍‌ରେ ଗଦବା ଘର ଜନଜାତିଙ୍କ ଜୀବନଶୈଳୀ

ଆଜି ରବିବାର ଦର୍ଶକମାନେ ଘରେ ବସି ରାଜ୍ୟ ଜନଜାତି ସଂଗ୍ରହାଳୟର ଭର୍ଚୁଆଲ୍‌ ଭିଜିଟ୍ କରିପାରିବେ। ଦର୍ଶକମାନେ ଫେସବୁକ୍‌ କିମ୍ବା ଟ୍ବିଟର୍‌ରେ @scstrti, @stscdec ଖୋଲି ଜନଜାତି ସଂଗ୍ରହାଳୟରେ ସଂରକ୍ଷିତ ଥିବା ଜନଜାତିମାନଙ୍କ ଜୀବନ‌େଶୈଳୀ ଓ ସଂସ୍କୃତି ସମ୍ପର୍କରେ ଧାରଣା ପାଇପାରିବେ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା କହିଛନ୍ତି ।

ଚାଷଜମିରେ ଉତ୍ପାଦନ ହେବ ସୌର ଶକ୍ତି

ଭାରତ ସରକାରଙ୍କ ପକ୍ଷରୁ ଚାଷଜମିରେ ସୌର ଶକ୍ତି ଉତ୍ପାଦନ ପାଇଁ ଏକ ନୂଆ ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ପ୍ରକଳ୍ପର ନାମ ଗ୍ରିଡ କ‌ନେକ୍ଟେଡ ଆଗ୍ରୋ ପିଭି ପ୍ରୋଜେକ୍ଟ ରହିଛି। ଉକ୍ତ ପ୍ରକଳ୍ପ ଅଧୀନରେ କୃଷକଙ୍କ ଚାଷଜମିରେ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ ହେବ। ଆଗ୍ରହୀ କୃଷକଙ୍କ ଚାଷଜମିକୁ ଏଥିପାଇଁ ଲିଜ୍‌ରେ ନିଆଯାଇ ସୌର ପ୍ଲାଣ୍ଟ ସ୍ଥାପନ କରାଯିବ। ଏହା ସତ୍ତ୍ବେ କୃଷକ ତା ଜମିରେ ଚାଷ କରିବ। ତେବେ ଜମି ଲିଜ୍ ପାଇଁ କୃଷକଙ୍କୁ ବାର୍ଷିକ ‌ଏକର ପିଛା ୨୦ ହଜାର ଟଙ୍କା ସରକାର ପ୍ରଦାନ କରିବେ। କୃଷକ ଓ ସରକାରଙ୍କ ମଧ୍ୟରେ ଏହି ଲିଜ୍ ରାଜିନାମା ହେବ। କୌଣସି ମଧ୍ୟସ୍ଥି ଏଥିରେ ରହିବେ ନାହିଁ।

ବିଧାନସଭାକୁ କାଗଜ ଶୁନ୍ୟ ପାଇଁ ଆଜିଠୁ ପ୍ରଶିକ୍ଷଣ

ଏଣିକି ବିଧାନସଭାରେ ସବୁ କାମ ଅନଲାଇନ ରେ ହେବ । ଆଉ ଚାଲିବନି କାଗଜ ରେ କାମ । ଏଥି ପାଇଁ ଆଜିଠାରୁ ଓକାକ ପକ୍ଷରୁ ଟ୍ରେନିଂ ଦିଆଯିବ । ବିଧାନସଭା କର୍ମଚାରୀ, ବାଚସ୍ପତି, ଉପବାଚସ୍ପତି ଓ ବିଧାୟକମାନେ ଏହି ଟ୍ରେନିଂ ନେବେ । ଚଳିତ ଶୀତ ଅଧିବେଶନରେ ଅନଲାଇନରେ ବିଧାଯକମାନେ ପ୍ରଶ୍ନ ପଚାରିବେ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ଓସ୍ବାସ୍ ସଫ୍ଟ ଓୱୟର ଜରିଆରେ ଏହି କାମ କରାଯି୍‌ବ । ପ୍ରଥମ ପର୍ଯ୍ୟାୟ ରେ ବିଧାନସଭା ଆକାଉଣ୍ଟସ୍ ବିଭାଗ, ଅଫିସ୍ ଏଷ୍ଟାବ୍ଲିସ୍‌ମେଣ୍ଟ୍‌, ସାଧାରଣ ଓ ଆନୁସଙ୍ଗିକ ବିଭାଗର କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ଚାଷୀଙ୍କ ମୁହଁରେ ହସ ଆଣିଦେଲା ସବଜି କୁଲର

ଓଡ଼ିଶାର ଅନେକ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ଦୂରସ୍ବପ୍ନ ହୋଇ ରହିଥିବା ବେଳେ ସୁନ୍ଦରଗଡ଼ ର ଚାଷୀ ମାନେ ଏବେ ଘର ପାଖରେ କମ ଖର୍ଚ୍ଚରେ ପାଇଯାଇଛନ୍ତି ଶୀତଳ ଭଣ୍ଡାର ଭଳି ପରିବା ସାଇତି ରଖିବା ଭଳି ବ୍ୟବସ୍ଥା। ଏହାକୁ ସେମାନେ ସବଜି କୁଲର ବୋଲି କହୁଛନ୍ତି । ମୁମ୍ବାଇର ଏକ ପ୍ରଯୁକ୍ତି ସଂସ୍ଥା ଆବଶ୍ୟକୀୟ କୌଶଳ ଓ ଜ୍ଞାନ ଦେଇଛି

ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ପେଟେଣ୍ଟ୍ ରାଙ୍କରେ ପ୍ରଥମ

ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ, ଘରୁଆଁ ଗୋଟିଏ ବର୍ଷରେ ୩୩୬ଟି ପେଟେଣ୍ଟ୍ ହାସଲ କରିଛି। ଗୋଟିଏ ବର୍ଷରେ ସର୍ବାଧିକ ପେଟେଣ୍ଟ୍ ହାସଲ କରିବାରେ ଏହି ବିଶ୍ବବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଛି। ନିକଟରେ କଣ୍ଟ୍ରୋଲର ଜେନେରାଲ ଅଫ୍ ପେଟେଣ୍ଟସ, ଡିଜାଇନ୍ ଆଣ୍ଡ୍ ଟ୍ରେଡମାର୍କ୍ସ କାର୍ଯ୍ୟାଳୟ ପକ୍ଷରୁ ଏହି ରୢାଙ୍କିଂ ପ୍ରକାଶ କରାଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଏହି ରୢାଙ୍କିଂ ପ୍ରକାଶ କରାଯାଇଛି। ସାମଗ୍ରିକ ବର୍ଗରେ ଦେଶର ୨୭ଟି ଆଇଆଇଟି ୫୫୭ଟି ପେଟେଣ୍ଟ୍ ଫାଇଲ୍ କରିଛନ୍ତି।

ବିହାର ନିର୍ବାଚନ,ପ୍ରଥମକରି ଜଣେ କିନ୍ନର ଙ୍କୁ ମିଳିଲା ପ୍ରିଜାଇଡିଂ ଅଫିସର ଦାୟିତ୍ୱ

ଅକ୍ଟୋବର ୨୮ରୁ ଆରମ୍ଭ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ। ଏ ନେଇ ମତଦାନ ଓ ଫଳାଫଳର ତାରିଖ ଘୋଷଣା କରାଯାଇସାରିଥିବା ବେଳେ ଏବେ ନିର୍ବାଚନ କମିଶନ ପ୍ରଥମ କରି ଏକ ଭିନ୍ନ ନିଷ୍ପତ୍ତି ନେଇଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ମହିଳା କିନ୍ନର ମୋନିକା ଦାସଙ୍କୁ ନିର୍ବାଚନରେ ପ୍ରିଜାଇଡିଂ ଅଫିସରର ଦାୟିତ୍ବ ଦିଆଯାଇଛି। ଭାରତରେ ଏହା ପ୍ରଥମ ଥର ଘଟିବାକୁ ଯାଉଛି।

ସ୍କ୍ରାପ୍‌ ସିଟି ବସ୍‌ରୁ ମହିଳାମାନଙ୍କ ପାଇଁ ମୋବାଇଲ୍‌ ଟଏଲେଟ୍‌

ପୁଣେର ଦୁଇଜଣ ଉଦ୍ୟୋଗୀ ମିଳିତ ଭାବେ ଏକ ଅଭିନବ ଉଦ୍ଭାବନ କରିଛନ୍ତି। ସ୍କ୍ରାପ୍‌ ବା ରଦ୍ଦିମାଲ ଭାବେ ବିକ୍ରି ହେବାକୁ ଥିବା ଭଙ୍ଗା ଦଦରା ସିଟି ବସ୍‌ ସବୁକୁ କିଣିନେଇ ଏବେ ସେଥିରେ ସେମାନେ ତିଆରି କରିଛନ୍ତି ମହିଳାମାନଙ୍କ ପାଇଁ ଟଏଲେଟ୍‌ ବା ଶୌଚାଳୟ। ଏହି ଶୌଚାଳୟ ସବୁ ପୁଣି ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ସୁଯୋଗ ଥାଇ ନିର୍ମିତ ହେବା ସହ ସୌରଶକ୍ତି ଦ୍ୱାରା ପରିଚାଳିତ ହେଉଛି।ଚକ ଉପରେ ଶୌଚାଳୟ (ଟଏଲେଟ୍‌ ଅନ୍‌ ହୁଇଲ) ନାମରେ ପରିଚିତ ଏହି ଶୌଚାଳୟର ନାମ ରହିଛି ‘ସ୍ୱଚ୍ଛତାଗୃହ’।

କରୋନା ର ଭଲ ଖବର,ସନ୍ତାନମାନଙ୍କ ଯତ୍ନ ନେବାରେ ପରିବାର ରେ ବଢିଛି ପୁରୁଷମାନଙ୍କ ଦାୟିତ୍ୱ

କରୋନା ସମୟରେ ଲକ୍‌ଡାଉନ୍‌ ହେତୁ ଏକାଠି ପତି ଓ ପତ୍ନୀ ଦୀର୍ଘ ସମୟ ଧରି ଘରେ ରହିବାକୁ ପଡ଼ୁଥିଲା। ଏହାଦ୍ବାରା ପାରିବାରିକ ସମ୍ପର୍କ ଦୃଢ଼ ହେବା ସହ ପୁରୁଷମାନେ ନିଜ ସ୍ତ୍ରୀ ଓ ପିଲାମାନଙ୍କ ପ୍ରତି ଦାୟିତ୍ବ ସମ୍ପର୍କରେ ଅଧିକ ସଚେତନ ହୋଇଛନ୍ତି। ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ପକ୍ଷରୁ ସାରା ରାଜ୍ୟରେ ବ୍ୟାପକ ଭାବେ ଆରମ୍ଭ କରାଯାଇଥିବା ‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମରେ ପୁରୁଷମାନଙ୍କ ସର୍ବାଧିକ ଭାଗିଦାରୀ ଦେଖିବାକୁ ମିଳିଛି।

ଚାଷ ଜମିରେ ପାଣି ଦେବାକୁ ଚାଷୀଙ୍କୁ ସାହାଯ୍ୟ କରିବ ରୋବର୍ଟ

କୃଷି କାର୍ଯ୍ୟକୁ ପ୍ରୋତ୍ସାହନ ଦେବାକୁ ସରକାର ବିଭିନ୍ନ ପ୍ରକାରର ଯୋଜନା ଆରମ୍ଭ କରୁଥିବା ବେଳେ ଖୁବ୍ ଶୀଘ୍ର ତେଲେଙ୍ଗାନାରେ କୃଷି କ୍ଷେତ୍ରକୁ ଜଳ ଯୋଗାଇବ ରୋବର୍ଟ । ଯଦିଓ ଏହା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ, ମାତ୍ର କୃଷି କାର୍ଯ୍ୟରେ ପ୍ରଯୁକ୍ତିବିଦ୍ୟାକୁ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଯୋଜନାର ଏହା ଅନ୍ୟତମ ଉଦାହରଣ ହେବ । ତେଲେଙ୍ଗାନା ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟର ପ୍ରଫେସର ଜୟଶଙ୍କର ଏବଂ ବିଶ୍ୱ ଅର୍ଥନୈତିକ ଫୋରମ୍‌ର ମିଳିତ ସହଯୋଗରେ ତେଲେଙ୍ଗାନା ସରକାର ତେଲେଙ୍ଗାନାରେ ତଥ୍ୟ ଅଧାରିତ କୃଷି କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଲାବ ରେ ପ୍ରସ୍ତୁତ ହେଇପାରିବ ବୁଡିଆଣି ରେଶମୀ ସୁତା

ବୁଣିଆଣୀ ସୂତାକୁ ଏଣିକି ଲାବରେଟୋରୀରେ ପ୍ରସ୍ତୁତ କରିହେବ। ଏ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ। ଦୀର୍ଘ ପାଞ୍ଚ ବର୍ଷ ଏ ସମ୍ପର୍କିତ ଗବେଷଣାରେ ସେମାନେ ଶେଷରେ ସଫଳତା ହାସଲ କରିଛନ୍ତି। ଏପରି ଗବେଷଣା ସମୟରେ ସେମାନେ ନିଜ ଦ୍ୱାରା ପ୍ରସ୍ତୁତ ଏକ ବ୍ୟାକ୍ଟେରିଆ ଏହାର ପରିସରଭୁକ୍ତ କରିଥିଲେ।

ଏଣିକି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସାମିଲ ହେବେ ଏନଡିଆରଏଫ୍‌ର ମହିଳା ଟିମ୍

ଏଣିକି ବାତ୍ୟା ବିପର୍ଯ୍ୟୟ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ଏନଡିଆରଏଫ୍ ର ମହିଳା ଟିମ। ବର୍ତ୍ତମାନ ପର୍ଯ୍ୟନ୍ତ ଏନଡିଆରଏଫ୍ ର ଚିକିତ୍ସା ବିଭାଗରେ ମହିଳାମାନେ କାର୍ଯ୍ୟ କରୁଥିଲେ। ଭୂମିକମ୍ପ, ବାତ୍ୟା ଭଳି ବିପର୍ଯ୍ୟୟରେ ମହିଳାମାନଙ୍କୁ ରିଲିଫ୍ କାର୍ଯ୍ୟ ପାଇଁ ନିୟୋଜିତ କରାଯାଉନଥିଲା।

ଆତ୍ମନିର୍ଭର ଭାରତ ନିର୍ମାଣରେ ସହାୟକ ହେବ ମୋଦି ଙ୍କ କୃଷି ସଂସ୍କାର

କୃଷି କ୍ଷେତ୍ରର ବିକାଶ ପାଇଁ ମୋଦୀ ସରକାରଙ୍କ ଉଦ୍ୟମ ଏବଂ ନିକଟରେ ହୋଇଥିବା କୃଷି ସଂସ୍କାର ଓଡ଼ିଶା ତଥା ଦେଶର କୃଷକଙ୍କ ନିମନ୍ତେ ଅନେକ ସମ୍ଭାବନାସୃଷ୍ଟି କରିବ । ଆତ୍ମନିର୍ଭର କୃଷି ଓ ଆତ୍ମନିର୍ଭର ଭାରତ ନିର୍ମାଣରେ ଏହା ସହାୟକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପ୍ରତିକ୍ରିୟା ରେ କହିଛନ୍ତି । ମୋଦୀ ସରକାରଙ୍କ କୃଷି ନୀତି ଓ ଏ କ୍ଷେତ୍ରରେ ହୋଇଥିବା ସଂସ୍କାର ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ କୃଷି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ।

ବ୍ରହ୍ମପୁରର କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’କୁ ଆନ୍ତର୍ଜାତିକ ସମ୍ମାନ

କରୋନା ମହାମାରୀ ସମୟରେ ସଂକ୍ରମଣରୁ ରକ୍ଷା କରୁଛି ମାସ୍କ । ଏବେ ମାସ୍କର ବ୍ୟବହାର ଅଧିକ ବଢ଼ିଯାଇଥିବା ବେଳେ ଲୋକେ କରୋନାଠୁ ଦୂରରେ ରହିବା ପାଇଁ ମୁହଁରେ ମାସ୍କ ପିନ୍ଧି ବାହାରକୁ ବାହାରୁଛନ୍ତି । ତେବେ ମାସ୍କର ଆବଶ୍ୟକତାକୁ ଉପଲବ୍ଧି କରି ଗଞ୍ଜାମ ଜିଲ୍ଲାରେ ଅବସ୍ଥାପିତ ଜନୈକ କୋଭିଡ୍ ଯୋଦ୍ଧା ତିଆରି କରିଥିବା କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’କୁ ଆନ୍ତର୍ଜାତିକ ସମ୍ମାନ ମିଳିଛି । ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା କରୋନା ଯୋଦ୍ଧା ଡ.ଶ୍ୱେତ କୁମାର ଦାସ ଏହି କ୍ଷୁଦ୍ର ଚଳଚ୍ଚିତ୍ରର କାହାଣୀ ରଚନା କରିବା ସହ ନିର୍ଦେଶନା ଦେଇଛନ୍ତି।

ରାଜ୍ୟରେ ସଫଳ ହୋଇଛି ପ୍ଲାଜ୍‌ମା ଥେରାପି : ସୁସ୍ଥ ହୋଇ ଫେରିଲେ ପ୍ରଥମ ‌ରୋଗୀ

ରାଜ୍ୟରେ ସଫଳ ହୋଇଛି ପ୍ଲାଜ୍‌ମା ଥେରାପି। ଯେଉଁ ମହିଳା ରୋଗୀଙ୍କ ଦେହରେ ପ୍ରଥମ ପ୍ଲାଜ୍‌ମା ବ୍ୟବହାର କରାଯାଇଥିଲା, ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ମହିଳା ହେଉଛନ୍ତି କଟକର ପୁରୁଣା ରାଉସାପାଟଣା ଅଞ୍ଚଳର ମମତା ସେନ୍ (୪୮ବର୍ଷ)। ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରୁ ସେ ଶୁକ୍ରବାର ଘରକୁ ଫେରିବା ବେଳେ ଡାକ୍ତର ଓ ନର୍ସଙ୍କୁ ନିଜର କୃତଜ୍ଞତ‌ା ଜଣାଇଛନ୍ତି। ଯେଉଁ ବ୍ୟକ୍ତିଙ୍କ ପ୍ଲାଜ୍‌ମା ଦାନରେ ସେ ଆଜି ସୁସ୍ଥ ହୋଇ ଫେରିଛନ୍ତି, ସେ ତାଙ୍କ ପାଇଁ ଭଗବାନ ବୋଲି କହିଛନ୍ତି।

ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଉତ୍ତମ ପ୍ରଶାସନ ପାଇଁ ଜଗତସିଂହପୁର କୁ ଜାତୀୟ ସମ୍ମାନ

ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଉତ୍ତମ ପ୍ରଶାସନ ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଜାତୀୟ ସ୍ତରର ସ୍କଚ୍ ଆୱାର୍ଡ-୨୦୨୦ ମିଳିଛି । ଅନ୍‌ଲାଇନ୍ ମାଧ୍ୟମରେ ଜିଲ୍ଲାପାଳ ସଂଗ୍ରାମ କିଶୋର ମହାପାତ୍ର ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି । ଯାହାକୁ ନେଇ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସମେତ ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି ।


First Previous
1 2 3 4 5 6 7 8 9 10
Next Last Page 1 of 11

Recent Post