‘ମୋ ସ୍କୁଲ ଅଭିଯାନ ରେ ’ରେ ସାମିଲ ହେଲା ୨୬୫୭ ସ୍କୁଲ ,ଏ ପର୍ଯ୍ୟନ୍ତ ଯୋଡି ହେଲେଣି ୨ ଲକ୍ଷରୁ ଅଧିକ ବିଦ୍ୟାର୍ଥୀ

ମୋ ସ୍କୁଲ’ ଅଭିଯାନରେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ସ୍କୁଲ ଯୋଡି ହେଉଛି । ପୁରାତନ ଛାତ୍ରମାନେ ଏହି ଅଭିଯାନରେ ସାମିଲ ହୋଇ ବିଦ୍ୟାଳୟ ବିକାଶ ଦିଗରେ ନିଜ ଯୋଗଦାନ ଦେଉଛନ୍ତି । ନିକଟରେ ୧୯ତମ କାର୍ଯ୍ୟକାରୀ ପରିଷଦ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ୨୮ଟି ଜିଲ୍ଲାର ୬୫୭ଟି ବିଦ୍ୟାଳୟର ୧୦.୭୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି।

ନୀତି ଆୟୋଗ ପୁସ୍ତକରେ ସ୍ଥାନ ପାଇଛି ଓଡିଶାର କୋଭିଡ ପରିଚାଳନା

ଓଡିଶା ର ସବୁ ଜିଲ୍ଲାରେ କୋଭିଡ ହସପିଟାଲ ପ୍ରତିଷ୍ଠା କରାଯାଇଥିଲା । କୋଭିଡ ହସପିଟାଲ ପ୍ରତିଷ୍ଠା ପାଇଁ ଦୁଇଟି ଘରୋଇ ହସପିଟାଲ ସହ ଏମଓୟୁ ସ୍ୱାକ୍ଷର କରିବାରେ ପ୍ରଥମ ରାଜ୍ୟ ହୋଇଥିଲା ଓଡିଶା । ଓଡିଶାର ସଫଳ କୋଭିଡ ପରିଚାଳନା ନୀତି ଆୟୋଗର ପୁସ୍ତକ –‘ମିଟିଗେସନ ଆଣ୍ଡ୍ ମ୍ୟାନେଜମେଂଟ୍ ଅଫ କୋଭିଡ-୧୯’ରେ ସ୍ଥାନ ପାଇଛି । କୋଭିଡ-୧୯ ମହାମାରୀର ମୁକାବିଲା ନିମନ୍ତେ ରାଜ୍ୟର ନବୀନ ସରକାର କିଭଳି ଆଗୁଆ ପଦକ୍ଷେପ ସବୁ ନେଇଥିଲେ,ତାହା ନୀତି ଆୟୋଗର ପୁସ୍ତକରେ ସ୍ଥାନ ପାଇଛି ।

ପ୍ରଧାନମନ୍ତ୍ରୀ ଆବାସ କାନ୍ଥରେ ‘ବିଜୁ ପକ୍କା ଘର’ର ଫଳକ ଲଗାଇଛି ଅନୁଗୋଳ ପ୍ରଶାସନ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ପକ୍କା ଘର କରିବା ପାଇଁ ମିଳିଛି ଏକ ଲକ୍ଷ ୨୦ହଜାର ଟଙ୍କା। ଚାରୋଟି କିସ୍ତିରେ ଏ ଟଙ୍କା ନେଇ ଲୋକେ ଘର ତୋଳିଛନ୍ତି। କିନ୍ତୁ, ଘର ତିଆରି ଶେଷ ହେଉ ହେଉ ଏହି ପ୍ରଧାନମନ୍ତ୍ରୀ ଆବାସ କାନ୍ଥରେ ଝୁଲାଯାଉଛି ‘ବିଜୁ ପକ୍କା ଘର’ର ଏକ ମାର୍ବଲ ଖଚିତ ଫଳକ। ବିଜୁ ବାବୁଙ୍କ ଚିତ୍ର ଥିବା ଏହି ଆକର୍ଷଣୀୟ ମାର୍ବଲ ଫଳକ ଲୋକଙ୍କ ସିମେଣ୍ଟ କାନ୍ଥରେ କେବଳ ଚକ୍‌ଚକ୍‌ କରୁନାହିଁ, ବରଂ ‘ପ୍ରଧାନମନ୍ତ୍ରୀ ଆବାସ’ର ହାତଲେଖା ଫଳକକୁ ଫିକା କରି ଦେଉଛି। ଆଗରୁ ପ୍ରଧାନମନ୍ତ୍ରୀ ଆବାସରେ ଏମିତି ଦ୍ବୈତ ଫଳକ ଲାଗୁ ନ ଥିବା ବେଳେ ଗତ କିଛି ଦିନ ହେଲା ଅନୁଗୁଳ ଜିଲ୍ଲା ପ୍ରଶାସନ ଗାଁ ଗଣ୍ଡାରେ ‘ବିଜୁ ପକ୍କା ଘର’ ନାଁରେ କାହିଁକି ମାର୍ବଲ ଫଳକ ଲଗାଇ ଚାଲିଛି?

ବଜାର କୁ ଆସିଗଲା ମାଣ୍ଡିଆ ତିଆରି ନାନା ପ୍ରକାର ଖାଦ୍ୟ ଓ ବ୍ୟଞ୍ଜନ

ଏବେ ଜନ୍ମଦିନ ପାର୍ଟିରେ ମିଳିପାରିବ ମାଣ୍ଡିଆ କେକ୍। ମାଣ୍ଡିଆର ଭଳି କି ଭଳି ଖାଦ୍ୟ ପଦାର୍ଥ ଉପଲବ୍ଧ ହେବ। ଏବେ ମାଣ୍ଡିଆ ଆଉ ଜାଉ ଭିତରେ ସୀମିତ ହୋଇ ରହି ନାହିଁ। ଏଥିରୁ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ଦେଖାଇଛନ୍ତି ସୁନ୍ଦରଗଡ ସ୍ବୟଂ ସହାୟକ ଗୋଷ୍ଠୀ । ଜିଲ୍ଲା ପ୍ରଶାସନର ସହାୟତାରେ ଏହି ଗୋଷ୍ଠି ମାଣ୍ଡିଆର ପକୋଡା, ମାଣ୍ଡିଆର ବରା, ଲଡୁ, ଉପମା, ହାଲୁଆ ଏବଂ ଖେଚୁଡି ମଧ୍ୟ ପ୍ରସ୍ତୁତ କରୁଛନ୍ତି।

୨୧ଲକ୍ଷ ୨୮ ହଜାର ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ ଲକ୍ଷ ୬୪ ହଜାର ଛାତ୍ରଛାତ୍ରୀ ହୋଇଛନ୍ତି ବୀମାଭୁକ୍ତ

ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନ ଯଥା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ସମସ୍ତ ବିଦ୍ୟାର୍ଥୀଙ୍କୁ ବୀମାଭୁକ୍ତ କରିବା ପାଇଁ ‘ଷ୍ଟୁଡେଣ୍ଟ୍‌ ସେଫ୍ଟି ଇନ୍‌ସୁରାନ୍ସ ସ୍କିମ୍‌’ ପ୍ରଚଳନ କରାଯାଇଛି। ସେହି ଅନୁଯାୟୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ଠାରୁ ୨ ଟଙ୍କା ଲେଖାଏ ବୀମା ରାଶି ଆଦାୟ କରାଯାଇ ପଇଠ କରାଯାଉଛି।

ପାକିସ୍ଥାନର ମହିଳା ମାନେ ଅଧିକ ଅସୁରକ୍ଷିତ ଦୃଷ୍ଟିରୁ ୧୬୭ ଦେଶ ମଧ୍ୟରୁ ୧୬୪ ସ୍ଥାନରେ

ଅନ୍ୟାନ୍ୟ ଦେଶ ତୁଳନାରେ ପାକିସ୍ତାନରେ ମହିଳାମାନେ ଅତ୍ୟନ୍ତ ଅସୁରକ୍ଷିତ। ଏପରିକି ଘରେ ରହୁଥିବା ମହିଳାମାନଙ୍କୁ ମଧ୍ୟ ସୁରକ୍ଷା ଦେବାରେ ପାକିସ୍ତାନ ସରକାର ସଫଳ ହୋଇପାରୁ ନାହିଁ। ଏଥିପାଇଁ ପାକିସ୍ତାନର ମହିଳାମାନଙ୍କ ମଧ୍ୟରେ ପ୍ରବଳ କ୍ରୋଧ ସୃଷ୍ଟି ହେଲାଣି। ପାଖାପାଖି ୧୦ କୋଟି ମହିଳାଙ୍କ ମଧ୍ୟରେ ଏହି କ୍ରୋଧ ପୁଞ୍ଜୀଭୂତ ହୋଇ ରହିଛି ବୋଲି ନିକଟରେ ନ୍ୟୁୟର୍କ ଟାଇମ୍ସରେ ଇସଲାମାବାଦର ସାମ୍ବାଦିକା ଫତିମା ଭୋଜାନି ଲେଖିଛନ୍ତି। ନିକଟରେ ତାଙ୍କୁ ତାଙ୍କର ଜଣେ ୧୯ ବର୍ଷୀୟା ବାନ୍ଧବୀ ଏକ କାଫେରେ ଗୋଟିଏ କଥା କହିଥିଲେ। ତାହା ହେଲା- ସେ କାହିଁକି ବଞ୍ଚିବା ଉଚିତ ନୁହେଁ।

ଗାଁରେ ବଢିଛି,ସହର ରେ କମିଛି ୧.୭ କୋଟି ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା

କରୋନା ସଙ୍କଟ କାରଣରୁ ଜାରି ହୋଇଥିବା ଲକ ଡାଉନ ଓ ସଟଡାଉନ କାରଣରୁ ସହର ରୁ ଗାଁ ଆଡ଼କୁ ଲକ୍ଷରେଡ଼ିକ ଶ୍ରମିକଙ୍କ ସୁଅ ଛୁଟିଥିଲା । କଳକାରଖାନା ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ହୋଇଯିବ କାରଣରୁ ଲକ୍ଷ ଲକ୍ଷ ଶ୍ରମିକ ନିଜ ଭିଟାମାଟିକୁ ଫେରିଆସିଥିଲେ । ଦିଲ୍ଲୀ,ମୁମ୍ବାଇ,ଗୁଜୁରାଟ,କର୍ଣ୍ଣାଟକ,ମହାରାଷ୍ଟ୍ର ଓ ପଂଜାବର ସହର ମାନଙ୍କରୁ ଶ୍ରମିକ ମାନେ ଓଡିଶା,ପଶ୍ଚିମବଙ୍ଗ,ବିହାର , ଉତ୍ତରପ୍ରଦେଶ ର ଗାଁ ଗୁଡିକୁ ଫେରିଥିଲେ ।

ମହାମାରୀ ପାଇଁ ଇଣ୍ଟରନେଟ ସଂଯୋଗ ବାଧାପ୍ରାପ୍ତ

କରୋନା ମହାମାରୀ ଯୋଗୁଁ ରାଜ୍ୟରେ ଇଣ୍ଟରନେଟ୍‍ ସଂଯୋଗ ଧିମେଇ ଯାଇଛି । ଚଳିତବର୍ଷ ଜୁନ୍‍ ଶେଷ ସୁଦ୍ଧା ସମସ୍ତ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ସଂଯୋଗ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ତାହାକୁ ଡିସେମ୍ବର ଶେଷକୁ ଘୁଞ୍ଚାଇ ଦିଆଯାଇଛି । ଓଡିଶାର ସମସ୍ତ ପଞ୍ଚାୟତକୁ ଭାରତ ନେଟ୍‍ ଯୋଜନାରେ ଇଣ୍ଟରନେଟ୍‍ ସଂଯୋଗ କରାଯାଉଛି । ଦୁଇ ପର୍ଯ୍ୟାୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ କାମରେ କରୋନା ମହାମାରୀ ବାଧକ ସାଜିଛି ।

ରାଜଧାନୀ ଦିଲ୍ଲୀରେ କଟକଣା କୁ ଫୁ କରି ଫୁଟିଲା ବାଣ, ବଢ଼ିଲା ବାୟୁ ପ୍ରଦୂଷଣ

ଅମାନିଆ ଦିଲ୍ଲୀବାସୀ । ମାନିଲେନି କଟକଣା । ବାଣଫୁଟା କଟକଣା ନିୟମ କୁ ଉଡାଇଦେଲେ ଫୁ’ କରି । ଫୁଟିଲା ବାଣ, ଏବେ ଦୀପାବଳି ରାତିରୁ ଦିଲ୍ଲୀରେ ବଢିଛି ବାୟୁ ପ୍ରଦୂଷଣ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସରକାର ବାଣ ଫୁଟାଇବା ଓ ବିକ୍ରି ଉପରେ କଟକଣା କରିଥିଲେ । କିନ୍ତୁ ଦିପାବଳୀରେ କଟକଣାକୁ ମାନିଲେନି ଦିଲ୍ଲୀବାସୀ । ଦିଲ୍ଲୀର ପ୍ରଦୂଷଣମାତ୍ରା ଏବେ ବିପଜ୍ଜନକ ସ୍ଥିତିରେ ପହଂଚିଛି । ସ୍ଥିତି ସଂଘାତିକ ହୋଇଛି ।

ବିମୁଦ୍ରୀକରଣକୁ ଆଜି ପୁରିଲା ୪ ବର୍ଷ,ଅଚଳ ହୋଇଥିଲା ପ୍ରଚଳନ ରେ ଥିବା ୮୦ ପ୍ରତିଶତ ବଡ଼ ନୋଟ

୨୦୧୬ ମସିହା ନଭେମ୍ବର ମାସ ୮ ତାରିଖ। ଭାରତୀୟ ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ ଦିନ। ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍ ଅର୍ଥନୀତିରେ ସେତେବେଳେ ପ୍ରଚଳିତ ହେଉଥିବା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଦେଇଥିଲେ। ରାତି ୮ଟାରେ ଦୂରଦର୍ଶନରେ ମୋଦୀ ଭାଷଣ ଦେଲେ। ରାତି ୧୨ଟାରୁ ଟଙ୍କାକୁ ଅଚଳ କରି ଦିଆଗଲା।

ଓଡ଼ିଶାରେ ୧୪୦ ଦିନ ବର୍ଷା କରାଇ ପ୍ରତ୍ୟାବର୍ତ୍ତନ କଲା ମୌସୁମୀ

ଜୁନ୍‌ ପହିଲାରେ କେରଳ ଛୁଇଁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଓଡିଶାରୁ ବିଦାୟ ନେଇଛି। ଦେଶ ବ୍ୟାପି ୪ ମାସ ୨୮ ଦିନ ବିଭିନ୍ନ ଅଞ୍ଚଳରେ ବର୍ଷା କରାଇବା ପରେ ବିଦାୟ ନେଇଛି। ଏହି ସମୟ ମଧ୍ୟରେ ଓଡ଼ିଶା ସମେତ ସାରା ଦେଶରେ ସ୍ବାଭାବିକ ବର୍ଷା ହୋଇଛି। ଏଥର ମୌସୁମୀ ବାୟୁ ୧୪୦ ଦିନ ଧରି ଓଡ଼ିଶାରେ ରହିଥିଲା। ଜୁନ୍‌ ୧୧ରେ ଦକ୍ଷିଣ ପଶ୍ଚିମ‌ ମୌସୁମୀ ଓଡ଼ିଶାକୁ ସ୍ପର୍ଶ କରିବା ସହ ୧୩ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଓଡ଼ିଶାକୁ ବ୍ୟାପିଥିଲା।

ଖାଦ୍ୟରେ ୩.୫% ଖର୍ଚ୍ଚ କରନ୍ତି ଭାରତୀୟ

ଭାରତୀୟମାନଙ୍କୁ ସେମାନଙ୍କ ଦୈନିକ ରୋଜଗାରର ବହୁ ଅଧିକ ଅର୍ଥ ଖାଦ୍ୟ ବାବଦରେ ଖର୍ଚ୍ଚ କରିବାକୁ ପଡ଼ୁଛି। ଜଣେ ଭାରତୀୟଙ୍କୁ ଗୋଟିଏ ଥାଳି ଖାଦ୍ୟ ପାଇଁ ଦୈନିକ ରୋଜଗାରର ୩.୫ ପ୍ରତିଶତ ଅର୍ଥ ବ୍ୟୟ କରିବାକୁ ପଡ଼ୁଛି। ତେବେ ଧନୀ ଦେଶ ଆମେରିକାର ଜଣେ ନ୍ୟୁୟର୍କବାସୀଙ୍କୁ ଏ ବାବଦରେ ତାଙ୍କ ଦୈନିକ ରୋଜଗାରର ମାତ୍ର ୦.୬ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ହେଉଛି। ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଶୁକ୍ରବାର ପ୍ରକାଶିତ ଏକ ରିପୋର୍ଟରୁ ଏଭଳି ତଥ୍ୟ ପଦାକୁ ଆସିଛି। ଏହି ରିପୋର୍ଟର ନାମ ‘କଷ୍ଟ୍ ଅଫ୍ ଏ ପ୍ଲେଟ୍ ଅଫ୍‌ ଫୁଡ୍‌’ ବା ଗୋ‌ଟିଏ ଥାଳି ଖାଦ୍ୟର ମୂଲ୍ୟ ରଖାଯାଇଛି।

ଆର୍‌ବିଆଇ ରିପୋର୍ଟ:ଓଡ଼ିଶାରେ ପନିପରିବା, ଫଳ ଉତ୍ପାଦନ ହ୍ରାସ

ଗତ ମଙ୍ଗଳବାର ଦିନ ଆର୍‌ବିଆଇ ଦ୍ବାରା ପ୍ରକାଶିତ ‘ ହ୍ୟାଣ୍ଡବୁକ୍‌ ଅଫ୍‌ ଷ୍ଟାଟିଷ୍ଟିକ୍ସ ଅନ୍‌ ଇଣ୍ଡିଆନ୍‌ ଷ୍ଟେଟସ୍’ ରିପୋର୍ଟରେ ଓଡ଼ିଶାରେ ଫଳ ଓ ପନିପରିବା ଉତ୍ପାଦନକୁ ନେଇ ତଥ୍ୟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ୨୦୧୭-୧୮ ମସିହା ତୁଳନାରେ ୨୦୧୮-୧୯ ମସିହାରେ ଏହି ରାଜ୍ୟରେ ଫଳ ଓ ପନିପରିବା ଉତ୍ପାଦନ ହ୍ରାସ ପାଇଛି।

କରୋନା କାଳରେ ଓଡ଼ିଶାକୁ ୨୨,୨୬୭.୬୬ କୋଟି ଟଙ୍କାର ପ୍ୟାକେଜ ଦେଇଛି କେନ୍ଦ୍ର

କରୋନା ମହାମାରୀ ଆରମ୍ଭରୁ ଏ ପର୍ଯ୍ୟନ୍ତ ଓଡ଼ିଶାକୁ ୨୨,୨୬୭.୬୬ କୋଟି ଟଙ୍କାର ପ୍ୟାକେଜ ଦିଆଯାଇଛି । ଏଭଳି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର 3.17 କୋଟି ହିତାଧିକାରୀଙ୍କୁ ମାସିକ 5 କେଜି ଚାଉଳ ଏବଂ ପ୍ରତି ପରିବାରକୁ ମାସିକ 1 କେଜି ଡାଲି ଯୋଗାଇ ଦିଆଯିବା ହିସାବରେ 92.85 ଲକ୍ଷ ହିତାଧିକାରୀଙ୍କ ପରିବାରକୁ ଡାଲି ପ୍ରଦାନ କରାଯାଇଛି ।

ପରିବେଶ ପର୍ଯ୍ୟଟନ,୪ ବର୍ଷରେ ପର୍ଯ୍ୟଟକଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧି

୫ ବର୍ଷିଆ ଯୋଜନା ମାଧ୍ୟମରେ ୧୮ଟି ଜିଲ୍ଲାରେ ୪୭ଟି ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ବିକଶିତ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୪୬ ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ ଏବଂ ଏଥିରୁ ୬ କୋଟି ୮୫ ଲକ୍ଷ ଟଙ୍କା ରାଜସ୍ୱ ମିଳିଥିଲା। କେବଳ ଶିମିଳିପାଳ ଓ ସାତକୋଶିଆ ପରିବେଶ ପର୍ଯ୍ୟଟନ କ୍ଷେତ୍ରରୁ ସ୍ଥାନୀୟ ଅଧିବାସୀମାନେ ଗତ ଦୁଇ ବର୍ଷରେ ୨ କୋଟି ଟଙ୍କା ଉପାର୍ଜନ କରିଥିଲେ।

ସୌର କ୍ଷମତା ବିନିଯୋଗରେ ଓଡ଼ିଶାର ସ୍ଥାନ ୧୭

ରାଜ୍ୟ ଅକ୍ଷୟ ଶକ୍ତି ନୀତି ଅନୁଯାୟୀ ୨୦୨୨ ସୁଦ୍ଧା ୨୭୫୦ ମେଗାୱାଟ୍‌ କ୍ଷମତାର ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ୨୦୧୮ ଶେଷ ସୁଦ୍ଧା ରାଜ୍ୟର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ୧୯୫ ମେଗାୱାଟ୍ ରହିଛି, ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୭.୦୯ ପ୍ରତିଶତ ବୋଲି ସିଏଜି ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟରେ ସୌର ଶକ୍ତି ଉତ୍ପାଦନର ବିପୁଳ ସାମର୍ଥ୍ୟ ରହିଛି। ୨୫,୭୮୦ ମେଗାୱାଟ୍‌ ସୌର ଶକ୍ତି ଉତ୍ପାଦନ କ୍ଷମତା ରାଜ୍ୟର ରହିଥିବା ଆକଳନ କରାଯାଇଛି। କିନ୍ତୁ ସୌର କ୍ଷମତାର ବିନିଯୋଗ କ୍ଷେତ୍ରରେ ଓଡ଼ିଶା ୨୯ଟି ରାଜ୍ୟ ମଧ୍ୟରେ ୧୭ତମ ସ୍ଥାନରେ ରହିଛି।

ଓଡ଼ିଶାବାସୀ କିଣିଲେ ଅଧିକ ଗାଡ଼ି

ଚଳିତ ବର୍ଷ ସେପ୍ଟେମ୍ବରରେ ଓଡ଼ିଶାରେ ପ୍ରାୟ ୪୯ ହଜାର ଗାଡ଼ି ବିକ୍ରି ହୋଇଛି। ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବରରେ ୨୨ ପ୍ରତିଶତ ଅଧିକ ଗାଡ଼ି ବିକ୍ରି ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ଦୁଇ ଚକିଆ ଯାନ ଅଧିକ ସଂଖ୍ୟାରେ ବିକ୍ରି ହୋଇଛି। ସେପ୍ଟେମ୍ବରରେ ୩୬ ହଜାର ଦୁଇ ଚକିଆ ଗାଡ଼ି ବିକ୍ରି ହୋଇଥିବା ବେଳେ ୪୨୫୭ଟି କାର୍ ଏବଂ ୧୫୬୯ଟି ଟ୍ରାକ୍ଟର ବିକ୍ରି ହୋଇଛି। ଦେଶରେ ଲକ୍‌ଡାଉନ୍ କଟକଣା ପର୍ଯ୍ୟାୟକ୍ରମେ ହଟିବା ପରେ ଗାଡ଼ି ବିକ୍ରିରେ ଧୀରେ ଧୀରେ ସୁଧାର ହେଉଛି।

ଆରତୀ ରଘୁନାଥନ,କରୋନା କାଳରେ ଅନଲାଇନ ଜରିଆରେ କରିଛନ୍ତି ୩୫୦ କୋର୍ସ

ଲକଡାଉନରେ ପିଲାମାନେ ଘରେ ରହିବା ସମୟରେ ସେମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭା‌ ସାମ୍ନାକୁ ଆସିଥିଲା। ତେବେ ଲକଡାଉନ ଜାରି ରହିଥିବା ବେଳେ କେରଳର ଜଣେ ଯୁବତୀ ସମୟର ଏଭଳି ସଦଉପଯୋଗ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଏହି ସମୟ ମଧ୍ୟରେ ସେ ଅନଲାଇନ୍ ମାଧ୍ୟମରେ ୩୫୦ଟି କୋର୍ସ କରିଥିବା ଜଣାପଡ଼ିଛି।

ଆଇଆଇଟି ଭୁବନେଶ୍ୱର ର ସଫଳତା;୧୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ୨୫ ଲକ୍ଷର ଅଫର

ଚଳିତ ବର୍ଷ କୋଭିଡ୍‌-୧୯ ପାଇଁ କ୍ୟାମ୍ପସ ଚୟନ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା କରାଯାଉଥିଲା। ଛାତ୍ରଛାତ୍ରୀଙ୍କୁ ଭଲ ନିଯୁକ୍ତି ମିଳିବ କି ନାହିଁ ସେନେଇ ବି ଆଶଙ୍କା ଥିଲା। ତେବେ ଆଇଆଇଟି ଭୁବନେଶ୍ବର ଛାତ୍ରଛାତ୍ରୀଙ୍କୁ ପ୍ରି-ପ୍ଲେସ୍‌ମେଣ୍ଟ୍‌ ଅଫର ଯେଉଁଭଳି ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଛାତ୍ରଛାତ୍ରୀଙ୍କ ଫଳାଫଳକୁ ଦୃଷ୍ଟିରେ ରଖି ମାଇକ୍ରୋସଫ୍ଟ, ଡି-ସ, ଗୋଲ୍‌ଡମାନ୍‌ ସାଚ୍‌ସ, ଜିଇପି ସଲ୍ୟୁସନ୍‌ସ ଆଦି କମ୍ପାନୀରୁ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଅଫର ମିଳିଛି।

ତପନ ମହାନ୍ତିଙ୍କୁ ଜାତୀୟ ଶିକ୍ଷକ ସମ୍ମାନ

ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କୁ ପରୀକ୍ଷା ହଲ ରେ ଉତ୍ତର ଲେଖିବାରେ ସହାୟତା କରୁଥିବା ତପନ ପରେ ସେମାନଙ୍କ ଅସହାୟ ଜୀବନ ରେ ସହାୟତାର ସଂକଳ୍ପ ନେଇ ସେମାନଙ୍କ ନିକଟରେ ଠିଆ ହୋଇଥିଲେ ‌। ଭୀମଭୋଇ ଦୃଷ୍ଟିବାଧିତ ବିଦ୍ୟାଳୟ ରେ ଶିଖାଙ୍କ ଜୀବନ ଆରମ୍ଭ କରି ଦୀର୍ଘ ବର୍ଷର ସେହି ସାଧନାର ଫଳଶ୍ରୁତି ସ୍ୱରୂପ ଆଜି ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ପାଇବାକୁ ଯାଉଛନ୍ତି ଏହି ଛାତ୍ର ବତ୍ସଳ ଶିକ୍ଷକ ତପନ କୁମାର ମହାନ୍ତି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସୂଚନା ଦେବା ପରେ ତାଙ୍କଠୁ ଶିକ୍ଷା ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ଆତ୍ମହରା ହୋଇଯାଇଛନ୍ତି। ଓଡ଼ିଶାରୁ ୨ଜଣ ଶିକ୍ଷକ ଚୟନ ହୋଇଥିବା ବେଳେ ଶ୍ରୀ ମହାନ୍ତିଙ୍କ ଶିକ୍ଷକତାର ଯାତ୍ରା ଏକ ମାଇଲଷ୍ଟୋନ୍‌।


First Previous
1 2 3 4 5 6
Next Last Page 1 of 6

Recent Post