କୃଷକଙ୍କୁ ୫ ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର

କୃଷି ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଥିବା ବେଳେ ଗତକାଲି ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କୃଷକ ନେତାଙ୍କ ଆଲୋଚନା ଅନୁସାରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବିବାଦୀୟ କୃଷି ଆଇନରେ ସଂଶୋଧନ ପାଇଁ ପାଞ୍ଚଟି ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି । ବୁଧବାର କୃଷକମାନଙ୍କୁ ଏହି ପ୍ରସ୍ତାବ ପଠାଯାଇଛି। ସେମାନେ ଏହା ଉପରେ ବିଚାରବିମର୍ଶ କରି ନିଷ୍ପତ୍ତି ନେବେ। ସରକାରଙ୍କ ଦ୍ୱାରା ପଠାଯାଇଥିବା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ସିଙ୍ଗୁ ସୀମାରେ କୃଷକ ସଂଗଠନଗୁଡ଼ିକର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ପକ୍ଷରେ ଏହି ପ୍ରସଙ୍ଗରେ ବି‌ରୋଧି ଦଳର ନେତାମ‌ାନେ ରାଷ୍ଟ୍ରପତିଙ୍କୁ ଆଜି ଅପରାହ୍ଣ ୫ଟାରେ ଭେଟିବାକୁ ଯାଉଥିବା ଜଣାପଡ଼ିଛି।

କରୋନା କାଳରେ ଟେଲିକମ୍ କ୍ଷେତ୍ର ପରସ୍ପରକୁ ଯୋଡ଼ି ରଖିବାରେ ସାହାଯ୍ୟ କରିଛି; ପିଏମ୍‌ ମୋଦୀ

ମଙ୍ଗଳବାର ଭାରତ ମୋବାଇଲ କଂଗ୍ରେସ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଟେଲିକମ୍ କ୍ଷେତ୍ର ଭାରତର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଆଜି ଏହି କାର୍ଯ୍ୟକ୍ରମରେ ସେକ୍ଟରର ପ୍ରତିଷ୍ଠିତ ବ୍ୟକ୍ତିମାନେ ଉପସ୍ଥିତ ଅଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି କ୍ଷେତ୍ର ଦ୍ରୁତ ଗତିରେ ଗତି କରୁଛି କିନ୍ତୁ ଏପର୍ଯ୍ୟନ୍ତ ବହୁ ଲକ୍ଷ ହାସଲ କରିବାକୁ ବାକି ଅଛି।

ପ୍ରଦୀପଙ୍କ ମାମଲାର ତଦନ୍ତ କରିବେ ଲୋକାୟୁକ୍ତ

ଗୋପାଳପୁର ବିଧାୟକ ତଥା ପୂର୍ବତନ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାରେ ଏବେ ଲୋକାୟୁକ୍ତ କରିବେ ତଦନ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାୟୁକ୍ତଙ୍କୁ ତଦନ୍ତ ପାଇଁ ସୁପାରିଶ କରିଛନ୍ତି । ଲୋକାୟୁକ୍ତ ଗଠନ ପରେ ପ୍ରଥମ ମାମଲାଭାବେ ରାଜ୍ୟ ସରକାର ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ତଦନ୍ତ ପାଇଁ ସୁପାରିଶ କରିଛନ୍ତି । ପ୍ରକାଶଯେ, ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ପରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି ।

ଏଣିକି ବାଇକ୍‌ ପଛରେ ବସୁଥିବା ବ୍ୟକ୍ତି ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ

ଏବେ କେବଳ ବାଇକ ଚାଳକ ହେଲେମେଟ୍‌ ପିନ୍ଧିଲେ ଚଳିବ ନାହିଁ। ବାଇକ୍ ପଛରେ ବସୁଥିବା ବ୍ୟକ୍ତି ମଧ୍ୟ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ହୋଇଯାଇଛି। ଯଦି ବାଇକ୍‌ ପଛରେ ବସିଥିବା ବ୍ୟକ୍ତି ବିନା ହେଲମେଟ୍‌ରେ ଯାତ୍ରା କରୁଥିବେ ତେବେ ବାଇକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ। ଏନେଇ ଶନିବାର ଟୁଇଟ ଯୋଗେ ସୂଚନା ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ)। ମୋଟର ଯାନ ଆକ୍ଟ ୨୦୧୯ ଆଧାରରେ ଏହି ନିୟମ ରାଜ୍ୟରେ କଡ଼ାକଡ଼ି କରାଯିବ ବୋଲି ଏସଟିଏ ପକ୍ଷରୁ କୁହାଯାଇଛି।

ବିଶ୍ୱର ସର୍ବଶ୍ରେଷ୍ଠ ଶିକ୍ଷକ ମାନ୍ୟତା ସହ ପାଇଥିଲେ ୬ କୋଟି ଟଙ୍କା ,ଶିକ୍ଷକ ଙ୍କ ବିକାଶ କାମ ପାଇଁ କରିଦେଲେ ଦାନ

ୟୁନେସ୍କୋ ଏବଂ ଲଣ୍ଡନସ୍ଥିତ ବାର୍କି ଫାଉଣ୍ଡେଶନ ଦ୍ବାରା ଦିଆଯାଉଥିବା ବିଶ୍ଵ ଶିକ୍ଷକ ପୁରସ୍କାର ଗତ ଗୁରୁବାର ଘୋଷଣା କରାଯାଇଛି । ଏଥିରେ ମଧ୍ୟପ୍ରଦେଶ ର ଜଣେ ଶିକ୍ଷକ ରଣଜିତ ଡିସ୍‌ଲେ ଙ୍କୁ ବିଶ୍ୱର ସବୁଠୁ ଶ୍ରେଷ୍ଠ ଶିକ୍ଷକ ଭାବେ ଚୟନ କରାଯାଇଛି । ରଣଜିତ ସୋଲାପୁର ଜିଲା ଅନ୍ତର୍ଗତ ପରିତେୱାଡ଼ି ଜିଲା ପରିଷଦ ସ୍କୁଲରେ ଶିକ୍ଷକତା କରନ୍ତି । ଲଣ୍ଡନର ନ୍ୟାଚୁରାଲ ହିଷ୍ଟ୍ରୀ ମ୍ୟୁଜିୟମରେ ସମ୍ପନ୍ନ ହୋଇଥିବା ଏକ ଭର୍ଚୁଆଲ ସମାରୋହରେ ରଣଜିତଙ୍କୁ ଗ୍ଲୋବାଲ ଟିଚର ଆୱାର୍ଡ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଥିଲା। ପ୍ରତିଦ୍ଧ ଅଭିନେତା ଷ୍ଟିଫେନ ଫ୍ରାଏ ଏହି ଘୋଷଣା କରିଥିଲେ।

ଥାନା ରୁ ସିବିଆଇ ଦେଶର ସବୁ ତଦନ୍ତକାରୀ ସଂସ୍ଥାରେ ଲାଗିବ ସିସିଟିଭି : ସୁପ୍ରିମକୋର୍ଟ

ହାଜତ ମୃତ୍ୟୁ ବଢୁଛି । ତଦନ୍ତକାରୀ ସଂସ୍ଥା ଉପରେ ବଢୁଛି ଅବିଶ୍ୱାସ ।ଜେରା ବେଳେ ଅନ୍ଧାରୁଆ କୋଠରୀ ଭିତରେ କଣ ଘଟୁଛି ତାହା ଅନ୍ଧାର ରେ ରହୁଥିବାବେଳେ ଏବେ ଏହାର ସରଳ ସମାଧାନ କରିଛନ୍ତି ସୁପ୍ରିମ କୋର୍ଟ । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏଣିକି ତଦନ୍ତକାରୀ ସଂସ୍ଥାରେ ଲାଗିବ ସିସିଟିଭି । ଦେଶର ସବୁ ପୋଲିସ ଷ୍ଟେସନ୍‌ରେ ସିସିଟିଭି କ୍ୟାମେରା ଲଗାଯାଇଛି କି ନାହିଁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ନିଶ୍ଚିତ କରିବାକୁ ବାଧ୍ୟତାମୂଳକ କରାଯାଇଛି । ପୋଲିସ ଷ୍ଟେସନ୍‌ର ପ୍ରବେଶ ଓ ପ୍ରସ୍ଥାନ ପଥ, ଲକ୍‌ଅପ୍‌ ରୁମ୍‌ ବାହାର, କରିଡର, ଲବି ଆଦି ସ୍ଥାନରେ ସିସିଟିଭି ଲଗାଇବା ନିଶ୍ଚିତ କରିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଆଜି ବିଶ୍ୱ ଏଡ୍ସ ଦିବସ ,ଶୀର୍ଷରେ ଗଂଜାମ

ଆଜି ଡିସେମ୍ବର ୧ । ସାରା ବିଶ୍ୱରେ ପାଳିତ ହେଉଛି ଏଡ୍ସ ମହାମାରୀଙ୍କୁ ନେଇ ସଚେତନତା ଦିବସ । ଆଜିର ଦିନ ଟିକୁ ବିଶ୍ୱ ଏଡସ ଦିବସ ଭାବେ ପାଳନ କରାଯାଉଛି । ଏଡସ ରୋକିବା ଲାଗି ବିଶ୍ବ ସମୁଦାୟପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ବେଳେ ୨୦୩୦ ମସିହା ସୁଦ୍ଧା ରାଜ୍ୟରୁ ଏଡ଼ସ୍‌ ସଂକ୍ରମଣକୁ ମୂଳୋତ୍ପାଟନ କରିବା ପାଇଁ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ)ଉଦ୍ୟମ ଜାରି ରଖିଛି। ଚଳିତବର୍ଷ ରାଜ୍ୟରେ ୨,୯୬୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୫୨୮ଜଣ ଥିବାବେଳେ ଅବଶିଷ୍ଟ ଅନ୍ୟ ଜିଲାରୁ ଚିହ୍ନଟ କରାଯାଇଛି।

ବୋଇତ ବନ୍ଦାଣ ମନା ସେପଟେ କାଲିଠୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ

ଆସନ୍ତାକାଲିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ କୋଣାର୍କ ମହୋତ୍ସବ । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଡିସେମ୍ବର ୧ରୁ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଏହି ମହୋତ୍ସବ ଚାଲିବ । ଏନେଇ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କୋଭିଡ ନିୟମ ମାନି ପର୍ଯ୍ୟଟକ ମାନେ କିଭଳି ସୁରକ୍ଷିତ ଏହି ମହୋତ୍ସବକୁ ଉପଭୋଗ କରିବେ ତାକୁ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହାସହ ଚନ୍ଦ୍ରଭାଗା ବେଳାମାର୍ଗରେ ଚଳିତ ବର୍ଷ ଆୟୋଜନ କରାଯାଇଛି ବାଲୁକା କଳା ମହୋତ୍ସବ। ପ୍ରାୟ ୨୦ରୁ ଅଧିକ ବାଲୁକା ଶିଳ୍ପୀ ଏଥର ବାଲୁକା କଳା ପ୍ରଦର୍ଶନ କରିବା ନେଇ ସୂଚନା ରହିଛି।

ପରୀ ହତ୍ୟା ମାମଲାର ଏସ୍‌ଆଇଟି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼ ର ୫ ବର୍ଷର ଶିଶୁକନ୍ୟା ପରୀ ହତ୍ୟା ମାମଲାର ଏସ୍‌ଆଇଟି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବେଳେ ବିରୋଧୀ ଦଳର ନେତାମାନେ ହୋହଲ୍ଲା କରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ, ପରୀ ହତ୍ୟା ମାମଲାରେ ଜୋର ଧରୁଛି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି।

ବିଧାନସଭାରେ ଶିକ୍ଷା ସମ୍ପର୍କିତ ମୋସନ ଆଲୋଚନା

ବିଧାନସଭାରେ ତୃତୀୟ ଦିନ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପ୍ରସଙ୍ଗରେ ଆସିଥିବା ମୋସନ ଉପରେ ଆଲୋଚନା କରାଯାଇଛି । ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସ୍ତାବ ଆଣିବା ପରେ ଏନେଇ ଆଲୋଚନା କରାଯାଇଥିଲା । ଏହି ଅବସରରେ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ସ୍କୁଲକୁ ବନ୍ଦ କରାଯାଇନାହିଁ । ମିଶ୍ରଣ କରାଯାଇଛି । ରାଜ୍ୟରେ ଏପରି ସ୍କୁଲ ରହିଛି ଯେଉଁଠି ୮ଜଣ ଛାତ୍ରଛାତ୍ରୀରେ ୨ ଜଣ ଶିକ୍ଷକ ରହୁଛନ୍ତି ।

ସେନାଙ୍କ ପାଇଁ ଲଦାଖ ରେ ନିଆରା ଘର ; ସମ୍ଭାଳିପାରିବ ବିଯୁକ୍ତ ୪୦ ଡିଗ୍ରି ତାପମାତ୍ରା

ସମୁଦ୍ର ପତ୍ତନ ଠାରୁ ହଜାର ହଜାର ଫୁଟ ଉଚରେ ରହୁଥିବା ଭାରତୀୟ ସେନାଙ୍କ ପାଇଁ ଶୀତ ସବୁବେଳେ ଏକ ବଡ଼ ଚ୍ୟାଲେଂଜ ହୋଇଥାଏ । କିନ୍ତୁ ଚଳିତ ଶୀତରେ ଯବାନ ଙ୍କୁ ଜଣାପଡିବନି ଶୀତର ପ୍ରକୋପ । ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ ଯବାନଙ୍କ ପାଇଁ ସ୍ବତନ୍ତ୍ର ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇଛି।

ସିବିଆଇ ତଦନ୍ତ ପାଇଁ ଆବଶ୍ୟକ ରାଜ୍ୟର ଅନୁମତି -ସୁପ୍ରିମକୋର୍ଟ

ସିବିଆଇ ତଦନ୍ତ କୁ ଗୋଟିଏ ପରେ ଗୋଟିଏ ରାଜ୍ୟ ନାଁ କହୁଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଆଗକୁ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ତଦନ୍ତ ହୋଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ୮ ଅଣ ବିଜେପି ଶାସିତ ରାଜ୍ୟ ଝାଡଖଣ୍ଡ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ, ମିଜୋରମ ଓ ପଞ୍ଜାବ ସିବିଆଇ ତଦନ୍ତ କୁ ଅସ୍ବୀକାର କରିଦେଇଥିବା ବେଳେ ଏଭଳି ଏକ ନିଷ୍ପତ୍ତି ଅଣ ବିଜେପି ରାଜ୍ୟ ସରକାରଙ୍କ ପାଇଁ ଆସ୍ୱସ୍ଥିର କାରଣ ହୋଇଛି ।

ମୋଦିଙ୍କ ଭୋକାଲ ଫର ଲୋକାଲ ପ୍ରଭାବ ,୪୦ ହଜାର କୋଟିର ଦୀପାବଳି ବ୍ୟବସାୟ ହରାଇଲା ଚୀନ

ପ୍ରଧାନମନ୍ତ୍ରୀ ମୋଦି ସ୍ବଦେଶୀ ଦ୍ରବ୍ୟର ବ୍ୟବହାର ପାଇଁ ଦେଶବାସୀଙ୍କ ଅନୁରୋଧ କରିବା ପରେ ଏବେ ଦେଶରେ ଦିନକୁ ଦିନ ବଢୁଛି ସ୍ବଦେଶୀ ସାମଗ୍ରୀର ଚାହିଦା। ପର୍ବପର୍ବାଣୀରେ ଦେଶରେ ନିର୍ମିତ ସାମଗ୍ରୀର ଆଦର ବଢୁଛି । ଚଳିତ ଦୀପାବଳିରେ ଦେଶରେ ପ୍ରାୟ ୭୨ ହଜାର କୋଟି ଟଙ୍କାର ବିଭିନ୍ନ ସାମଗ୍ରୀ ର କାରବାର ହୋଇଛି । ଚୀନ ନିର୍ମିତ ସାମଗ୍ରୀ ପ୍ରତି ଲୋକଙ୍କ ଆଦର କମୁଥିବା ଯୋଗୁଁ ଚୀନକୁ ପୂର୍ବ ଦୀପାବଳି ତୁଳନା ରେ ୪୦ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି।

କାଲି ନୀତିଶ ନେବେ ଶପଥ,ହେବେ ସପ୍ତମଥର ପାଇଁ ବିହାର ରେ ମୁଖ୍ୟମନ୍ତ୍ରୀ

ଶେଷରେ ନୀତିଶ ଓ ସୁଶୀଲ ଯୋଡି ପୁଣି ଥରେ ଅତୁଟ ରହିଲା । ବିହାରରେ ନୀତୀଶ କୁମାରଙ୍କ ନେତୃତ୍ବରେ ନୂଆ ସରକାର କାଲି ନେବେ ଶପଥ।ସୁଶୀଲ ମୋଦି ହେବେ ଉପମୁଖ୍ୟମନ୍ତ୍ରୀ । ଆଜି ଏନଡିଏ ବୈଠକ ରେ ବିଧାୟକ ଦଳ ନେତା ଭାବେ ନୀତିଶ କୁମାର ଙ୍କୁ ନିର୍ବାଚିତ କରାଯାଇଛି । ଆଜି ରାଜ୍ୟପାଳଂକୁ ଭେଟି ସରକାର ଗଢିବାର ଦାବି ପେଶ କରିଛନ୍ତି ନୀତିଶ । ୩ ମାର୍ଚ୍ଚ ୨୦୦୦ ରେ ନୀତିଶ ପ୍ରଥମ କରି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ।

ସଂକ୍ରମିତ ସଂଖ୍ୟା କମିଲା ,କମୁନି ମୃତ୍ୟୁ ସଂଖ୍ୟା

ରାଜ୍ୟରେ କମୁଛି କରୋନାର କୋପ । କିନ୍ତୁ ଖସୁନି କରୋନା ଜନିତ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ୮ଶହ ତଳକୁ କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛି । ୩୦ ଜିଲ୍ଲାରୁ ୭୫୩ଟି ନୂଆ ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୪ଜଣ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୧୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୮୬୫୯ରେ ପହଞ୍ଚିଛି ।

ଯବାନ ଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦିଓ୍ୱାଲୀ, ଲୋଙ୍ଗେଓ୍ୱାଲାରୁ ପାକ୍-ଚୀନକୁ କଡ଼ା ଚେତାବନୀ

ସୀମାରେ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜସ୍ଥାନ ଜୈସଲମେର ସ୍ଥିତ ଥର ମରୁଭୂମିର ଅନତିଦୂର ରେ ଥିବା ଆନ୍ତରାଷ୍ଟ୍ରୀୟ ସୀମାର ସନ୍ନିକଟ ଲୋଙ୍ଗେଓ୍ୱାଲାରେ ନିୟୋଜିତ ଯବାନଙ୍କ ସହ ଆଲୋକର ପର୍ବ ପାଳନ କରିଛନ୍ତି ମୋଦି । ସେନାର ମନୋବଳ ବଢ଼ାଇବା ସହ ଭାରତ ସୀମାରୁ ଶତ୍ରୁଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି, ଭାରତ ବୁଝିବା ଓ ବୁଝାଇବା ନୀତିରେ ବିଶ୍ୱାସ କରୁଛି ।

ଏଥର ଦୀପ ଓ ଲାଇଟ ମାଳ ରେ ଦୀପାବଳି

ଆଜି ଦୀପାବଳି । ଆଲୁଅରେ ଝଟକିଲାଣି ଘରଠୁ କାର୍ଯ୍ୟାଳୟ। ଘରେ ଘରେ ସାଇତା ହେଲାଣି ଭଳି ଭଳିକା ଦୀପ ଓ ମହମବତି। ଅନେକ ସହର ରୁ ଯାଇ ପହଂଚିଛନ୍ତି ଗାଁରେ । ପରିବାର ଗହଣରେ ଦୀପାବଳି ପାଳିବାକୁ ଆରମ୍ଭ ହୋଇଛି ସଜବାଜ । ପାଗ ଭଲ ଥିବାରୁ ଦିନରେ ବୁଲାବୁଲି କରିବା ସହ ସନ୍ଧ୍ୟାରେ ଘରେ ଦୀପ ଜାଳି ଦୀପାବଳିକୁ ଉପଭୋଗ କରିବାକୁ ଯୋଜନା ପ୍ରସ୍ତୁତି କଲେଣି।କରୋନା ପାଇଁ ଫିକା ହୋଇଯାଇଛି ଦୀପାବଳି ।

ଆଜି ବିଶ୍ୱ ଡାଇବେଟିସ ଦିବସ ,ଜାଣନ୍ତୁ ଡାଇବେଟିସ କୁ ଜିତିବାର ମନ୍ତ୍ର

ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ବିଶ୍ବ ଡାଇବେଟିସ୍‌ ଦିବସ ଭାବେ ପାଳନ କରାଯାଉଛି । ଅନ୍ତର୍ଜାତୀୟ ଡାଇବେଟିସ୍‌ ଫେଡେ‌ରେସନ୍‌ (ଅ‌ାଇଡିଏଫ୍‌) ଏବଂ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌)ର ମିଳିତ ଆନୁକୂଲ୍ୟରେ ୧୯୯୧ ମସିହା ଠାରୁ ଏହା ପାଳିତ ହୋଇଆସୁଛି। ଏହା ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି ଶିବିର, ସ୍ବାସ୍ଥ୍ୟ ସମ୍ବନ୍ଧିତ ବାର୍ତ୍ତା, ସଭା ସମେତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନା ସୃଷ୍ଟି କରିବା।ଏସବୁ ସତ୍ୱେ କାୟା ବିସ୍ତାର କରିଚାଲିଛି ଏହି ରୋଗ ।

ଆସନ୍ତା କାଲି ଦୀପାବଳି :ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜଳିବନି କାଉଁରିଆ କାଠି

ବାୟୁ ପ୍ରଦୂଷଣ ତଥା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଦୀପାବଳିରେ ଶ୍ରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଜଳାହେବନି କାଉଁରିଆ କାଠି । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରଦ୍ଧାଳୁ ମାନେ କେବଳ ‘ପୟା ଶ୍ରାଦ୍ଧ’ ପାଳନ କରି ଘରକୁ ଫେରିବାକୁ ଅନୁରୋଧ କରାଯାଇଛି । ଏସମ୍ପର୍କରେ ପୁରୀ ଉପ-ଜିଲ୍ଲାପାଳ ଭବତରଣ ସାହୁ ସୂଚନା ଦେଇଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଚଳିତ ଥର ଦୀପାବଳିରେ କାଉଁରିଆ କାଠି ଜଳା ପରମ୍ପରା ଉପରେ କଟକଣା ଲଗାଯାଉଛି।

ରାଜନୀତିରେ ଥିବା ଏନଜିଓ ଙ୍କୁ ମିଳିବନି ବୈଦେଶିକ ଅନୁଦାନ : ସଂଶୋଧିତ ହେଲା ନିୟମାବଳୀ

ବୈଦେଶିକ ଅନୁଦାନ ଆଇନ ବା ଫରେନ କନ୍‌ଟ୍ରିବ୍ୟୁସନ୍‌ ଲେଗୁଲେସନ୍‌ ଆକ୍ଟ,୨୦୧୦ରେ ସଂଶୋଧନ କରି ବିଦେଶୀ ଅନୁଦାନ ପ୍ରାପ୍ତ ଏନଜିଓ ଏବଂ ସଙ୍ଗଠନଗୁଡିକ ପାଇଁ କଠୋର ନିୟମ ଲାଗୁ ହେବା ପରେ ପରେ ନିକଟରେ ଫରେନ୍‌ କଣ୍ଟ୍ରିବ୍ୟୁସନ୍‌ ରେଗୁଲେସନ ରୁଲ୍‌ସ,୨୦୧୧କୁ ମଧ୍ୟ ସଂଶୋଧିତ କରି ନିୟମ କଡ଼ା କରିଛନ୍ତି କେନ୍ଦ୍ର ସରକାର। ନିୟମ ଅନୁଯାୟୀ ଫରେନ କନ୍‌ଟ୍ରିବ୍ୟୁସନ୍‌ ଲେଗୁଲେସନ୍‌ ଆକ୍ଟ, ୨୦୧୦ଅଧିନରେ ପଞ୍ଜିକରଣ କରିବାକୁ ସଂସ୍ଥାଗୁଡ଼ିକୁ ଅତି କମ୍‌ରେ ୩ଟି ଆର୍ଥିକ ବର୍ଷ ଧରି ବାର୍ଷିକ ୧୫ ଲକ୍ଷ ଲେଖାଏ ଟଙ୍କା ବିଭିନ୍ନ ସାମାଜିକ କାର୍ଯ୍ୟରେ ଖର୍ଚ୍ଚ କରିଛନ୍ତି ବୋଲି ଦେଖାଇବାକୁ ହେବ।


First Previous
1 2 3 4 5 6 7 8 9
Next Last Page 1 of 9

Recent Post