କୁନି ଚଟିଆ ଫୁରର... ଆଜି ଘର ଚଟିଆ ଦିବସରେ ଝୁରୁଛନ୍ତି ପ୍ରକୃତିପ୍ରେମୀ

ଦିନ ଥିଲା କିଚିରି ମିଚିରି ଶବ୍ଦରେ ମୁଖରିତ ହେଉଥିଲା ଗାଁ ଦାଣ୍ଡ । । ଚାଳଘରର ଓଳି ତଳେ ବସା ବାନ୍ଧି ରହୁଥିବା ଘର ଚଟିଆଙ୍କୁ ଏବେ ଖୋଜିଲେ ବି ମିଳୁନି । କାଁ ଭାଁ ଏମାନଙ୍କୁ ଦେଖିବାକୁ ମିଳୁଥିବା ବେଳେ ଏମାନଙ୍କର ସୁରକ୍ଷା ଓ ସଂରକ୍ଷଣ ପାଇଁ ପାଳିତ ହେଉଛି ବିଶ୍ୱ ଘର ଚଟିଆ ଦିବସ । ଏହି ଦିବସରେ ପ୍ରକୃତିପ୍ରେମୀ ଓ ପକ୍ଷୀପ୍ରେମୀମାନେ ଚାଷୀ ଓ କ୍ଷେତର ଉପକାରୀ ଏହି ଛୋଟ ପକ୍ଷୀଟିକୁ ବିଲୁପ୍ତି ମୁହଁରୁ ବଂଚାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ।

କୁଆଡେ ଗଲା ଓଡ଼ିଆଘର ର ପଖାଳ କଂସା

ଆସନ୍ତା କାଲି ମାର୍ଚ୍ଚ ୨୦ ରେ ପାଳିତ ହେବାକୁ ଯାଉଛି ବିଶ୍ୱ ପଖାଳ ଦିବସ ।ପଖାଳ କୁ ନେଇ ଚାଲିଛି ଚର୍ଚ୍ଚା , ହେଉଛି ପଖାଳ ପର୍ବର ଆୟୋଜ । ଦିନ ଥିଲା ଆମ ପାକଶାଳାର ମାଟି ହାଣ୍ଡିରୁ ଆସୁଥିଲା ପଖାଳ ର ମହକ

ଦେଖାଇଥିଲେ ଗୋଲାପୀ ଚିତ୍ର, ପଛୁଆ ଜିଲ୍ଲାର ମଡ଼େଲ ସ୍କୁଲ ପଛରେ

କେନ୍ଦ୍ରୀୟ ବିଦ୍ୟାଳୟ ଢାଂଚାରେ ସ୍କୁଲ ହେବ । ଇଂରାଜୀ ମାଧ୍ୟମରେ ଦିଆଯିବ ଶିକ୍ଷା । ପାଠପଢା, ଖେଳକୁଦ ଠାରୁ କମ୍ପ୍ୟୁଟର ଶିକ୍ଷା ଯାଏ ସବୁଥିରେ ପିଲା ହେବେ ଦକ୍ଷ । ଏମିତି ଗୋଲାପୀ ସ୍ୱପ୍ନ ଦେଖାଇଥିଲେ ରାଜ୍ୟ ସରକାର । ୨୦୧୬ରେ ପଛୁଆ ଜିଲ୍ଲା ଗୁଡ଼ିକରେ ଖୋଲିଥିଲା ଆଦର୍ଶ ବିଦ୍ୟାଳୟ । ଷଷ୍ଠ ଶ୍ରେଣୀରୁ ଯୁକ୍ତ ୨ ଯାଏ ମାଗଣା ଶିକ୍ଷା ସହ ୟୁନିଫର୍ମ, ବହିପତ୍ର ସାଇକେଲ, ହଷ୍ଟେଲ ଦେବାର ଘୋଷଣା ମଧ୍ୟ ହୋଇଥିଲା । ତିନିବର୍ଷ ପରେ ଏବେ ସ୍ଥିତି ପରଖିଲେ ଦୁଃଖ ଲାଗୁଛି । କେଉଁଠି ସ୍କୁଲର ନିଜସ୍ୱ କୋଠା ନାହିଁ ତ କେଉଁଠି ଆବଶ୍ୟକୀୟ ଶିକ୍ଷକ ନାହାନ୍ତି ।

ବିହନ ଅଦଳ ବଦଳ ପାଇଁ ବେଲଘରରେ ପାଳିତ ହେଲା ବୁର୍ଲାଙ୍ଗ ଯାତ୍ରା

ତୁମୁଡ଼ିବନ୍ଧ ବ୍ଲକର ରାଙ୍ଗାପାରୁ ଗ୍ରାମରେ ସିଡ଼ବ୍ଲୁଏସ ଭୁବନେଶ୍ୱର, ମିଲେଟ ନେଟ ୱାର୍କ (ମିନି) ଏବଂ ନିର୍ମାଣ ସଂଗଠନର ମିଳିତ ଉଦ୍ୟମରେ ପାରମ୍ପରିକ କ୍ଷୁଦ୍ର ପେନ୍ଥା ଜାତୀୟ ଶସ୍ୟ ଓ ଦେଶୀ ବିହନର ଅଦଳ ବଦଳ ଓ ପ୍ରଦର୍ଶନୀ ପାଇଁ ଏକ ନିଆରା ଉତ୍ସବର ଆୟୋଜନ ହୋଇଥିଲା । କୁଟିଆ କନ୍ଧ ଅଧ୍ୟୁଷିତ ବେଲଘର ପର୍ବତମାଳାରେ ବୁର୍ଲୁଙ୍ଗ ଅର୍ଥ କୁଇ ଭାଷାରେ ବିହନ । ବିହନ ଯାତ୍ରା ନାମରେ ପାଳିତ ଏହି ପର୍ବରେ ଆଖପାଖ ପଂଚାୟତ ତଥା ଗ୍ରାମର ଚାଷୀମାନେ ଏକାଠି ହୋଇ ନାଚ, ଗୀତ ଓ ବିହନ ଶୋଭାଯାତ୍ରା ତଥା ପ୍ରଦର୍ଶନୀ ଜରିଆରେ ପାରମ୍ପରିକ ଦେଶୀ ବିହନର ବନ୍ଦାପନା କରିଥିଲେ ।

ତେଲେଙ୍ଗାନା ର ଇଟାଭାଟିରେ ବନ୍ଧା ପଡିଛନ୍ତି ୪୦ ଓଡ଼ିଆ ଶ୍ରମିକ

ଫାଇଲ ଭିତରେ ବନ୍ଧା ହୋଇ ରହିଛି ଶ୍ରମିକ କଲ୍ୟାଣ ।ଯୋଜନା ପହଁଚୁନି ଗାଁ ମୁଣ୍ଡରେ।ଗାଁ ମାନଙ୍କରେ କାମ ଧନ୍ଦା ମିଳୁ ନ ଥିବାରୁ ଭିତରେ ମାଟିର ମୋହ ତୁଟାଇ ପ୍ରବାସ କୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ।ଦାଦନ ଯେ ସବୁ ଶ୍ରମିକଙ୍କ ଜୀବନ କୁ ଆଲୋକିତ କରୁନି ତାର ଅନେକ ଉଦାହରଣ ସୃଷ୍ଟି ହେବାରେ ଲାଗିଛି

ଅଟକିଲା ବାଲ୍ୟ ବିବାହ

ବଣ ଜଙ୍ଗଲଘେରା ମାଲକାନଗିରି ଜିଲାରେ ଥମୁନାହିଁ ବାଲ୍ୟ ବିବାହ । ଏଠାରେ ଥଇଥାନ ହୋଇଥିବା ବଙ୍ଗ ଶରଣାର୍ଥୀ ଙ୍କ ମଧ୍ୟରେ ବାଲ୍ୟ ବିବାହ ବ୍ୟାପକ ଭାବେ ରହିଥିବା ସାମ୍ନାକୁ ଆସିଛି । ଚାଇଲ୍‌ଡ ଲାଇନ କାଲିମେଳା ଶାଖା ପକ୍ଷରୁ ଚଢ଼ାଉ କରି ଏପରି ଏକ ବାଲ୍ୟ ବିବାହକୁ ବନ୍ଦ କରି ଦିଆଯାଇଛି।

ଦୃଷ୍ଟାନ୍ତ ସାଜିଛନ୍ତି ଜିରା ମହାନ୍ତ

କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ପଚାୟତ କମଲାଙ୍ଗ ଗ୍ରାମର ଜିରା ମହନ୍ତ। ବୟସ ‌ଛୁଇଁଲାଣି ୬୨ । ହେଲେ ଥକି ପଡି ନାହାନ୍ତି। ଆଜି ବି ସେ ଅଛନ୍ତି ଚଳଚଞ୍ଚଳ। ରାତି ପାହିଲେ ଝାଡ଼ୁ ଧରି ଗାଁ ଦାଣ୍ଡ ,ସ୍କୁଲ ଚାରିପାଖ ,ଓ ପୋଖରୀ ତୁଠ ଘରୁ ବାହାରି ଯାଉଛନ୍ତି। ଗାଁ ଦାଣ୍ଡ, ସ୍କୁଲ ପରିସର ଓ ପୋଖରୀ ତୁଠ ସଫା‌ କରିବାର ନିଶା ତାଙ୍କୁ ଘାରିଛି । ଦୀର୍ଘ ୪୦ ବର୍ଷ ହେଲା ଜୀରା ଏହି କାର‌୍ୟ୍ୟ ଜାରି ରଖିଛନ୍ତି। ସମାଜକୁ ଦେଉଛନ୍ତି ସ୍ବଚ୍ଛତା ବାର୍ତ୍ତା। ଜିରାଙ୍କ ଏଭଳି ଏକାକୀ ମିଶନ ଙ୍କୁ ଗାଁ ରେ ମିଳିଛି ସମ୍ମାନ

ଶିଳ୍ପ ସ୍ଥାପନା ଦୃଷ୍ଟିରୁ ପଛରେ ପଡ଼ିଛି ମାଳ ଅଂଚଳ

ରାଜ୍ୟରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠାକୁ ନେଇ ସରକାର ନିଜର ସଫଳତାର ଡ଼ିଣ୍ଡିମ ପିଟୁଥିବାବେଳେ ଗଜପତି, ରାୟଗଡ଼ା, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଭଳି ରାଜ୍ୟର ପାହାଡ଼ିଆ ମାଳ ଅଂଚଳରେ ଏହାର ଜୋରଦାର ଉପସ୍ଥିତି ଦେଖିବାକୁ ମିଳିନାହିଁ ।

ଢେଙ୍କାନାଳ ରାସ୍ତାକଡ଼ରୁ ଉଦ୍ଧାର ରୀନା ପାଇଲା ଆମେରିକା ଦମ୍ପତ୍ତିଙ୍କ କୋଳ

ବଡ଼ ବିଚିତ୍ର ବିଧିର ବିଧାନ । ଆଜିର ସ୍ଥିତି କାଲି ଯେ କିପରି ଥିବ ତାହା ଏଠି ଠଉରାଇବା ବଡ଼ ମୁସ୍କିଲ । ଏଭଳି ଏକ ଘଟଣାକୁ ନେଇ ଚାଲିଛି ବ୍ୟାପକ ଚର୍ଚ୍ଚା । ୫ ବର୍ଷ ତଳେ ରାସ୍ତାକଡ଼ରୁ ଉଦ୍ଧାର ହୋଇଥିବା ଏକ କନ୍ୟା ସନ୍ତାନ ଏବେ ଆମେରିକାର ଏକ ଦମ୍ପତ୍ତିଙ୍କ କୋଳ ପୂର୍ଣ୍ଣ କରିଛି । ୫ ବର୍ଷର ଏହି ଶିଶୁକନ୍ୟା ରୀନାକୁ ନେଇ ଭର୍ଜିନିଆ ସହରର ଏହି ଦମ୍ପତ୍ତି ଆମେରିକା ଚାଲିଯାଇଛନ୍ତି ।

ବତୀଘରରୁ ଆରମ୍ଭ ହେଲା ଜଳପଥ ଆମ୍ବୁଲାନ୍ସ ସେବା, ୨୫ ହଜାର ହେବେ ଉପକୃତ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ମଙ୍ଗଳବାର ବୋଟ ଆମ୍ବୁଲାନ୍ସର ସେବା ଲୋକାର୍ପିତ ହୋଇଛି । ଏହା ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲାର ନଦୀ-ନାଳ ଘେରା ବତୀଘର ଓ ଜମ୍ବୁ ପଂଚାୟତର ୨୫ ହଜାରରୁ ଅଧିକ ଗ୍ରାମବାସୀ ଜଳପଥରେ ଆମ୍ବୁଲାନ୍ସ ସେବା ପାଇପାରିବେ ।

ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ଆଜି ଶୁଭାରମ୍ଭ

ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ ଆରମ୍ଭ ହେବାର ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି । ଚଣ୍ଡିଖୋଲ ବାବା ଭୌରବାନନ୍ଦ ସ୍ୱୟଂ ଶାସିତ କଲେଜରୁ ପ୍ରଥମ ପର୍ଯ୍ୟାୟରେ ଦୁଇଟି ବିଷୟରେ ପାଠ୍ୟକ୍ରମ ଆରମ୍ଭ ହେବ । ଉତ୍କଳ ବିଶ୍ୱବିଦ୍ୟାଳୟ ଓ ବାବା ଭୌରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ଏ ନେଇ ଚୁକ୍ତି କରାଯାଇଛି । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ ।

କନ୍ଧମାଳରେ ପହଂଚୁନି ସରକାରୀ ଯୋଜନା, କମିବା ବଦଳରେ ବଢି ଚାଲିଛି ଶିଶୁ ମୃତ୍ୟୁ

ଯୋଜନ ଦୂରରେ ଯୋଜନା । କନ୍ଧମାଳର ବାସିନ୍ଦାଙ୍କ ପାଇଁ ସରକାରୀ ଯୋଜନା ଅପହଂଚ ହୋଇଛି । ପ୍ରଶାସନିକ ଅବହେଳା ଓ ଆନ୍ତରିକତା ଅଭାବରୁ ଜିଲ୍ଲାରେ ଶିଶୁମୃତ୍ୟୁ କମିବା ପରିବର୍ତ୍ତେ ବଢି ବଢି ଚାଲିଛି । ଗତ ୫ ବର୍ଷ ମଧ୍ୟରେ ଜନ୍ମରୁ ପାଂଚବର୍ଷ ବୟସ ମଧ୍ୟରେ ୩ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି । ବେସରକାରୀ ତଥ୍ୟ ଏହାଠାରୁ ଢେର ଅଧିକ ଥିବା କୁହାଯାଉଛି ।

ଜାତୀୟ ଜଳ ପୁରସ୍କାର ପାଇଲା କୋରାପୁଟ

ମାଟି ଓ ବୁନ୍ଦା ବୁନ୍ଦା ଜଳ ବିନ୍ଦୁର ସୁଦୁପଯୋଗ କରି କୋରାପୁଟ ଜିଲା ଜାତୀୟ ଜଳ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି । କେନ୍ଦ୍ରୀୟ ଜଳ ସମ୍ପଦ ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ପତ୍ର ଲେଖି ଜିଲା ପ୍ରଶାସନ କୁ ଅବଗତ କରାଇଛି ।ଚିଠି ପାଇବା ପରେ ଜଳବିଭାଜିକା ପ୍ରକଳ୍ପ ନିର୍ଦେଶକ ଭବାନୀ ଶଙ୍କର କାରଲୋ ଦିଲ୍ଲୀ ଯାତ୍ରା କରିଛନ୍ତି ।

ପଅସ ଗାଁର ନିଆରା ପରମ୍ପରା, ଘଣ୍ଟ ବାଜିଲେ ସାରା ଗାଁ ଏକାଠି

ଗାଁ ମୁଣ୍ଡରେ ଝୁଲୁଛି ଏକ ଘଣ୍ଟ । ଏହି ଘଣ୍ଟର ଶବ୍ଦକୁ କାନ ଡ଼େରି ଥାଆନ୍ତି ଗ୍ରାମବାସୀ । ଘଣ୍ଟ କେତେ ଥର ବାଜିଲା ଜାଣି ଏଥିରୁ କାରଣ ବିଷୟରେ ଅବଗତ ହୋଇଥାଆନ୍ତି ସାରା ଗାଁ । ଥରେ ଘଣ୍ଟ ବାଜିଲେ କାହାର ମୃତ୍ୟୁ ହୋଇଥିବା ସମ୍ବାଦ ଜାଣନ୍ତି । ୨ ଥର ବାଜିଲେ ଜରୁରୀ ସଭା ପାଇଁ ଡ଼ାକରା । ଏପରି ଘଣ୍ଟ ଜରିଆରେ ସୂଚନା ସେବା ଏହି ଗାଁର ଏକ ଭିନ୍ନ ପରମ୍ପରା ବୋଲି କହନ୍ତି ଗାଁ ମୁଖିଆ କୁମର ସୁନାମାଝୀ । ଘଣ୍ଟା ବାଜିବା ମାତ୍ରେ ଲୋକେ ଗୋଟିଏ ଯାଗାରେ ତୁରନ୍ତ ଏକାଠି ହୁଅନ୍ତି । ତା ପରେ ଯାହା କରିବା କଥା ନିଷ୍ପତ୍ତି ନିଆଯାଇଥାଏ ।

ସରକାରୀ ପେଂଚ ଯୋଗୁଁ ମିଳୁନି ପଥର, ହାତ ବାନ୍ଧି ବସିଛନ୍ତି ଶିଳ୍ପୀ

ମିଳୁନି ପଥର । ହାତ ବାନ୍ଧି ବସିଛନ୍ତି ପଥର ଶିଳ୍ପୀ । କାରିଗରମାନେ ଶ୍ରମିକ ସାଜି ପ୍ରବାସୀ ହେଉଛନ୍ତି । ପ୍ରଶାସନିକ ପେଂଚ ଯୋଗୁଁ ବିଗତ ୬ ବର୍ଷ ଧରି ରାଜଧାନୀର ସମୀପବର୍ତ୍ତି ଅନେକ ଗ୍ରାମର ଶିଳ୍ପୀମାନଙ୍କ ଏଭଳି ଦୁର୍ଦ୍ଦଶା ସାମ୍ନାକୁ ଆସିଛି ।

ବହି ବଦଳରେ କୋଡ଼ି କୋଦାଳ ,ପଢିବାକୁ ଯାଇ ଛାତ୍ର ସାଜୁଛନ୍ତି ଶିଶୁଶ୍ରମିକ

ସରକାର ଅନୁସୁଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ,କିନ୍ତୁ ଅନେଙ୍କ କ୍ଷେତ୍ର ରେ ମିଲୁନି ସଫଳ । କେଉଁଠି ନାବାଳିକା ଛାତ୍ରୀ ଗର୍ଭବତୀ ହେଉଛି ତ କେଉଁଠି ପାଠପଢା ବଦଳରେ ଦିଆଯାଉଛି ଯାତନା ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କ, ନୁଆଗାଁର ସରକାରୀ ଉଚ୍ଚ ବିଦ୍ୟାଳୟରେ। ଏହି ବିଦ୍ୟାଳୟଟି କ.ନୁଆଗାଁର ମୁଖ୍ୟ ରାସ୍ତା କଡରେ ଅବସ୍ଥିତ। ଉକ୍ତ ବିଦ୍ୟାଳୟଟିରେ ଜନଜାତି ସେବାଶ୍ରମ ମଧ୍ୟ ରହିଅଛି।ଏହି ସେବାଶ୍ରମରେ ରହିଥିବା ଛାତ୍ର ମାନଙ୍କୁ ଶାରୀରିକ ଯାତନା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ। ସୂଚନା ଯୋଗ୍ୟ ଯେ ଏହି ବିଦ୍ୟାଳୟରେ ଛାତ୍ରମାନଙ୍କୁ ବିଦ୍ୟାଳୟ ସଫେଇ କାର‌୍ୟ୍ୟ ଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଘରୋଇ କାର‌୍ୟ୍ୟ ରେ ନିୟୋଜିତ କରାଯାଉଥିବା ଭଳି ସଂଗୀନ ଅଭିଯୋଗ ହୋଇଛି ।

ସରିଲା ଶୀତ ,ଏବେ ଚିଳିକାରୁ ଚାଲିଛି ପକ୍ଷୀଙ୍କ ଲେଉଟାଣି ପର୍ବ

ଶୀତ ଋତୁରେ ଚିଲିକାକୁ ଆସିଥିବା ବିଦେଶାଗତ ପକ୍ଷୀ ଫେରିବା ପର୍ଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଅଧିକ ବିଦେଶାଗତ ଅତିଥି ପକ୍ଷୀଙ୍କ ଘର ବାହୁଡା ହୋଇଥିବା ବେଳେ ବାକି ୫ ଲକ୍ଷରୁ ଅଧିକ ପକ୍ଷୀ ଚିଲିକାର ନଳବଣ ଓ ତଟବର୍ତ୍ତୀ ଇଲାକାର ସଂତ ସନ୍ତିଆ ଆଦ୍ରଭୂମି ଗୁଡିକରେ ଡେରା ପକାଇରହିଛନ୍ତି । ହଠାତ ଶୀତ କମିଯାଇଛି । ମଝି ଚିଲିକାରେ ଏବେ ତାପମାତ୍ରା ୩୨ ଡିଗ୍ରୀ ଉପରକୁ ଛୁଇଁଲାଣି।

ବିଲାତି ପାଇଁ ଗ୍ରାହକ ପାଉନି ଚାଷୀ, ରାସ୍ତାରେ ଢାଳି ନିଜ ଉପରେ ନେଉଛନ୍ତି ପ୍ରତିଶୋଧ

ଗତ ବର୍ଷ ବିଲାତିର ଅଭାବୀ ବିକ୍ରୀକୁ ନେଇ ବିଧାନସଭାରେ ତୁମ୍ଭୀ ତୋଫାନ ହୋଇଥିଲା । ଗଞ୍ଜାମର ଚାଷୀ ବିଲାତି କ୍ଷେତରୁ ବିଲାତି ତୋଳି ରାସ୍ତାରେ ଢାଳୁଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ତୁରନ୍ତ ଶୀତଳ ଭଣ୍ଡାର ଓ ଟମାଟୋ ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା ପାଇଁ କଥା ଦେଇଥିଲେ ସରକାର । ହେଲେ ସମୟର ପ୍ରବାହରେ ସରକାର ପ୍ରଶାସନ ଏ ପ୍ରସଙ୍ଗ ଭୁଲିଗଲେ । ଚଳିତ ବର୍ଷ ମଧ୍ୟ ସମାନ ସମସ୍ୟା ସୃଷ୍ଟି ହୋଇଛି । କ୍ଷେତର ଲାଲ ଟମାଟୋ ପାଇଁ ବଜାରରେ ନାହାନ୍ତି ଗ୍ରାହକ । ବଜାରକୁ ବିକ୍ରୀ ପାଇଁ ଆଣିଲେ ଗ୍ରାହକ ମିଳୁନାହାନ୍ତି । କିଲୋ ୨ ଟଙ୍କା ରେ ଦେଲେ ଚାଷୀର ପରିବହନ ଖର୍ଚ୍ଚ ଉଠୁନି । ତେଲକୋଇର ଚାଷୀମାନେ ତେଲକୋଇ ସାପ୍ତାହିକ ହାଟକୁ ଆଣିଥିବା ବିଲାତି ବିକ୍ରୀ କରି ନପାରିବାରୁ ବ୍ଲକ କାର୍ଯ୍ୟାଳୟ ଆଗରେ ଢାଳି ନିଜେ ଚାଷୀଟିଏ ହୋଇଥିବାରୁ ଭାଗ୍ୟକୁ ନିନ୍ଦି ଘରକୁ ଫେରିଛନ୍ତି ।

ବଜାର ନାହିଁ କି ସଂରକ୍ଷଣ ବ୍ୟବସ୍ଥା ନାହିଁ, କେନ୍ଦୁଝରରେ ଟମାଟୋ କିଲୋ ୨ଟଙ୍କା

ଏବେ ଚାଷୀଙ୍କ କ୍ଷେତରେ ନାଲି ଟହ ଟହ ଟମାଟୋ ପାଚିିଛି । ହେଲେ ଉପଯୁକ୍ତ ମୂଲ୍ୟରେ ବିକ୍ରୀ ପାଇଁ ବଜାର ନାହିଁ କି ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର ନାହିଁ । ପୁଣି ଟମାଟୋରୁ ସସ୍ ପ୍ରସ୍ତୁତ ପାଇଁ ପ୍ରକ୍ରିୟାକରଣ ୟୁନିଟ ନାହିଁ କି ଅନ୍ୟ ବଜାର ସହିତ ସଂଯୋଗ ପାଇଁ ସଂଗଠିତ ପ୍ରୟାସ ନାହିଁ । ଏସବୁ ଭିତରେ କେନ୍ଦୁଝରର ଟମାଟୋ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ବଜାରରେ ଟମାଟୋ କିଲୋ ପ୍ରତି ଦୁଇ ଟଙ୍କା ହୋଇଯାଇଥିବାରୁ ଏତେ ମେହନତ ଓ ଖର୍ଚ୍ଚ କରି ଟମାଟୋ ଫଳାଇଥିବା ଚାଷୀ ୨ ଟଙ୍କା କେଜିରେ ବିକ୍ରୀ କରିବାକୁ ଚାହୁଁନି ।

ଆରମ୍ଭ ହେଲା ୭ ଦିନିଆ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମହିମାଗାଦିରେ ୧୪୬ତମ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଯାଇଛି । ଗାଦି ମନ୍ଦିରରେ ଝାଡ଼ ଦର୍ଶନ ପାଇଁ ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼, ବିହାର, ପଶ୍ଚିମବଙ୍ଗ, ଆସାମ, ଝାଡ଼ଖଣ୍ଡ ସମେତ ପଡ଼ୋଶୀ ନେପାଳ, ଭୁଟାନ ଓ ତିଦ୍ଦତ ଆଦି ଦେଶରୁ ମହିମା ସାଧୁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସମାଗମ ହୋଇଛି । ୭ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଝାଡ଼ ଦର୍ଶନ କରିଥିବାବେଳେ ଅଲେଖ ମହିମା ଅଲେଖ ନିରଞ୍ଜନ ଧୂନୀରେ ଯୋରନ୍ଦା ପୀଠ ପ୍ରକମ୍ପିତ ହୋଇଉଠିଛି ।


First Previous
1 2 3 4 5 6 7 8
Next Last Page 1 of 8

Recent Post