ଚାଲାଣ ପୂର୍ବରୁ ଉଦ୍ଧାର ହେଲେ ୭୪ ଦାଦନ ଶ୍ରମିକ

କଣ୍ଟାବାଞ୍ଜି ରେଳଷ୍ଟେସନରୁ ୭୪ ଦାଦନ ଶ୍ରମିକ ଉଦ୍ଧାର । ରାଜ୍ୟ ବାହାରକୁ ଚାଲାଣ ହେଉଥିବାବେଳେ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ଜିଆରପି ପୋଲିସ । ଶ୍ରମିକଙ୍କ ମଧ୍ୟରେ ୪୨ ଜଣ ପୁରୁଷ ଥିବାବେଳେ ୩୨ ଜଣ ମହିଳା ଓ ଶିଶୁ ଅଛନ୍ତି । ସମସ୍ତ ଶ୍ରମିକ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ।

ବ୍ଲୁ ଫ୍ଲାଗ୍ ମାନ୍ୟତା ଓ ଗ୍ଲାମ୍ପିଂ ଦ୍ୱାରା ବଢିବ ଓଡ଼ିଶା ପର୍ଯ୍ୟଟନର ମାନ

ଓଡ଼ିଶା ଉପକୂଳରେ ପୁରୀ ବ୍ୟତିତ ଆଉ ୫ଟି ସମୁଦ୍ରକୂଳକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ତଥା ଗ୍ଲାମ୍ପିଂ ଯୋଜନା ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ମାନ ବୃଦ୍ଧି ପାଇବ ବୋଲି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଓଡ଼ିଶା ପର୍ଯ୍ୟଟନ ନୀତି ୨୦୧୬ରେ ଏହି ସବୁ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ଯୋଜନା କରାଯାଇଥିବା ବେଳେ ଏହା ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦିଆଯାଇପାରିବ ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ ସୂଚନା ଦେଇଛନ୍ତି । ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟରେ ଯୋଗ ଦେଇଥିବା ନୂତନ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଭର୍ଚୁଆଲ୍ ଓରିଏନଟେସନ୍ କାର୍ଯ୍ୟକ୍ର୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ଶ୍ରୀ ଯାଦବ ।

ପ୍ରତାପପୁର ର ନିଆରା ପ୍ରୟାସ,ଦାଦନ ମୁକ୍ତ ଗାଁ କରିବାକୁ ପଣ

ଅନୁଗୋଳ ଜିଲା କିଶୋରନଗର ବ୍ଲକ ପ୍ରତାପପୁର ଗ୍ରାମବାସୀଙ୍କ ଚିନ୍ତାଧାରା ନିଆରା। ପରପାଖରେ ଦାଦନ ନ ଖଟି ନିଜେ ନିଜ ପାଇଁ ରୋଜଗାର କରିବାକୁ ମନସ୍ଥ କରି ପୁରୁଷ ପୁରୁଷ ଧରି ନିଜ ଜମିରେ ଚାଷ କରୁଛନ୍ତି ଏବଂ ସଫଳ ହୋଇଛନ୍ତି। କେବଳ କୋବିଚାଷ କରି ସାରାରାଜ୍ୟରେ ପରିଚିତ ହୋଇପାରିଛନ୍ତି। ଗୋଟିଏ ଗୋଟିଏ ପରିବାର ବାର୍ଷିକ ପ୍ରାୟ ୫ରୁ ୮ଲକ୍ଷ ଟଙ୍କା ଏଥିରୁ ରୋଜଗାର ହେଉଥିବା ବେଳେ ସେମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଉଦେଶ୍ୟ ହେଉଛି ଗାଁର କେହି ପରପାଖରେ ମୂଲ ଲାଗିବେ ନାହିଁ କି ଚାକିରୀ କରିବେ ନାହିଁ।

ଓଲା, ଉବର ଭଳି ସଂସ୍ଥା ପାଇଁ ନୂଆ ନିୟମ : ଡ୍ରାଇଭରଙ୍କୁ ମିଳିବ ଭଡ଼ାର ୮୦%

ଟ୍ୟାକ୍ସି ଏଗ୍ରିଗେଟର ସେବା ପ୍ରଦାନ କରୁଥିବା କମ୍ପାନି ଓଲା ଓ ଉବର ଭଳି କମ୍ପାନି ମୋଟ ଭଡ଼ାର ୨୦ ପ୍ରତିଶତ ଅର୍ଥ ନେଇପାରିବେ। ଭଡ଼ାର ଅବଶିଷ୍ଟ ୮୦ ପ୍ରତିଶତ ଅର୍ଥ ଡ୍ରାଇଭରଙ୍କୁ ପ୍ରଦାନ କରାଯିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ନୂଆ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ପୂର୍ବରୁ କମ୍ପାନି ଗୁଡ଼ିକ ପାଇଁ ଏହି ସୀମା ୧୦ ପ୍ରତିଶତରେ ଧାର୍ଯ୍ୟ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ଏହାକୁ ନେଇ କମ୍ପାନି ଗୁଡ଼ିକ ଚିନ୍ତିତ ଥିଲେ।

ଆସିଛି ପର୍ଯ୍ୟଟନ ଋତୁ,ସଜେଇ ହୋଇଛି ଅଂଶୁପା

କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଅଧିନ ଅଂଶୁପା ଏକ ମଧୁର ହ୍ରଦ ଭାବରେ ମାନ୍ୟତା ପାଇଛି । ପ୍ରକୃତିକ ଶୋଭାରାଜି ବିମଣ୍ଡିତ ସରଣ୍ଡାଗଡର ପାଦ ଦେଶରେ ଅବସ୍ଥିତ ଅଂଶୁପା ହ୍ରଦର ମଧୁର ଶୀତଳ ନୀଳ ଜଳରାଶି ପର୍ଯ୍ୟଟକଙ୍କୁ ବେଶ୍‍ ଆକୃଷ୍ଟ କରିବାରେ ସକ୍ଷମ ହୋଇଛି। ଶୀତ ଋତୁ ଆସିଲେ ରାଜ୍ୟର ବହୁ ପର୍ଯ୍ୟଟକଙ୍କର ସୁଅ ଛୁଟେ ଏହି ସ୍ଥାନକୁ। ଏଥିପାଇଁ ଚିଲିକା ଡେଭଲପମେଣ୍ଟ ଅଥରିଟିଙ୍କ ଦ୍ୱାରା ଅଂଶୁପା ହ୍ରଦ କୂଳରେ ପ୍ରକୃତିକ ଉଦ୍ୟାନର ଉନ୍ନତି କରଣ ଅବ୍ୟାହତ ରହିଛି।

ମ୍ୟୁଚୁଆଲ ଫଣ୍ଡ : ଓଡ଼ିଶାରେ ମୁଣ୍ଡପିଛା ନିବେଶ ୫,୬୬୦ ଟଙ୍କା, ଶୀର୍ଷରେ ମହାରାଷ୍ଟ୍ର, ଦିଲ୍ଲୀ

ମ୍ୟୁଚୁଆଲ୍ ଫଣ୍ଡ୍‌ ସ୍କିମ୍‌ରେ ନିବେଶ ସାରା ଦେଶରେ ଲୋକପ୍ରିୟ ହେଉଥିବା ବେଳେ ଓଡ଼ିଶା ଏଥିରେ ବହୁ ପଛରେ ରହିଛି। ଓଡ଼ିଶାର ମୁଣ୍ଡପିଛା ମ୍ୟୁଚୁଆଲ୍ ଫଣ୍ଡ୍‌ ନିବେଶ ମାତ୍ର ୫୬୬୦ ଟଙ୍କା ରହିଛି। ଭାରତୀୟ ମ୍ୟଚୁଆଲ୍ ଫଣ୍ଡ୍‌ ସଂଘ (ଆମ୍‌ଫି)ର ଅକ୍ଟୋବର ତଥ୍ୟରୁ ଏହା ଜଣାପଡ଼ିଛି। ଅକ୍ଟୋବର ସୁଦ୍ଧା ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ପ୍ରତି ମ୍ୟୁଚୁଆଲ୍ ଫଣ୍ଡ୍ ଶିଳ୍ପର ଅବଦାନ ୫ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ବିଭିନ୍ନ ମ୍ୟୁଚୁଆଲ୍ ଫଣ୍ଡ୍‌ ସଂସ୍ଥାର ୪୩ଟି ଶାଖା ରହିଛି।

ଆଇଟି ହବ ଭୁବନେଶ୍ୱର,ଅଫିସ ଖୋଲିଛନ୍ତି ୧୮୬ କମ୍ପାନୀ

ଭୁବନେଶ୍ବରକୁ ଆଇଟି ହବ୍‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ଜମି ଯୋଗାଇବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଉଛନ୍ତି। ମୁଖ୍ୟତଃ ଇନ୍‌ଫୋସିଟି ଓ ଇନ୍‌ଫୋଭ୍ୟାଲିରେ ଆଇଟି ଓ ଆଇଟିଇଏସ୍‌ ୟୁନିଟଗୁଡ଼ିକ କାମ କରୁଛନ୍ତି। ଇଲେକ୍ଟୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସୂଚନା ଅନୁଯାୟୀ ୧୮୬ଟି ଆଇଟି/ଆଇଟିଏସ୍‌ କମ୍ପାନି ଭୁବନେଶ୍ବରରେ ଅଛି। ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଦୁଇଟି ଆଇଟି ପାର୍କ ପ୍ରତିଷ୍ଠା କରାଯାଇଛି।

ବ୍ରହ୍ମପୁର ସହର ରେ ଆଉ ଗଡ଼ୁନାହିଁ ଭଡା ସାଇକେଲ

ବ୍ରହ୍ମପୁର ସହରରେ ପୂର୍ବରୁ ୬୦ରୁ ଅଧିକା ଭଡ଼ା ସାଇକେଲ ଦୋକାନ ରହିଥିଲା। ସହରର ପ୍ରମୁଖ ସ୍ଥାନ ଗେଟ୍‌ବଜାର, ଫାଷ୍ଟଗେଟ୍‌, ହରଡ଼ାଖଣ୍ଡିଛକ, ବିଜିପୁର, ଗ‌ୋସାଇଁନୂଆଗାଁ, କମାପଲ୍ଲୀ, ମେଡ଼ିକାଲ ଛକ,ପୁରୁଣା ବସଷ୍ଟାଣ୍ଡ ଓ ରେଳଷ୍ଟେସନଠାରେ ଏହି ସାଇକେଲ ଭଡା ଓ ମରାମତି ଦୋକାନ ଖୋଲିଥିଲା। ବସ୍ କିମ୍ବା ଟ୍ରେନରେଆସୁଥିବା ଯାତ୍ରୀ ମାନେ ସେଠାରୁ ସାଇକେଲ୍‌ ନେଇ କାମକୁ ଯାଉଥିଲେ। କିଏ ନିଜର ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ ତ ଆଉ କିଏ ସାହିକୁ ସାହି ବୁଲି ବ୍ୟବସାୟ କରୁଥିଲେ।

ସୁନ୍ଦରଗଡ଼ ଖୁଂଟଗାଁରେ ୨୪ କୋଟି ବ୍ୟୟରେ ହେବ -ସିଲ୍‌କ ପାର୍କ

ସୁନ୍ଦରଗଡ ଜିଲ୍ଲା଼ରୁ ଉତ୍ପାଦିତ ହେଉଛି ରାଜ୍ୟର ୧ ନମ୍ବର ଟସର ଖୋସା । ତେବେ ଖୋସାରୁ ସୂତା ବହାର କରି ସେଥିରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ ହୋଇପାରିଲେ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ‘ସୁନ୍ଦରଗଡ଼ ଟସର’ ଏକ ନୂଆ ପରିଚୟ ପାଇପାରିବ । ଲହୁଣିପଡ଼ା ବ୍ଲକର ଖୁଣ୍ଟଗାଁଠାରେ ହେବାକୁ ଥିବା ଟସର ସିଲ୍‌କ ପାର୍କ ଏହି ସମ୍ଭାବନାକୁ ବାସ୍ତବତାରେ ପରିଣତ କରିବାକୁ ଯାଉଛି । ଜିଲ୍ଲା ପ୍ରଶାସନ ଉଦ୍ୟମରେ ଖୁଣ୍ଟଗାଁରେ ୫ ଏକର ଜମିରେ ଏହି ‘ ସିଲ୍‌କ ପାର୍କ’ ପ୍ରକଳ୍ପର ପରିକଳ୍ପନା କରାଯାଇଛି । ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିରୁ ଏଥିପାଇଁ ୨୪ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ ।

ଭିତରକନିକା ଓ ଚନ୍ଦ୍ରଭାଗାରେ ନିର୍ମାଣ ହେବ କାଫଟେରିଆ

ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଉପାୟ ମାନ ଆପଣାଉଛି ଓଟିଡିସି ଭିତରକନିକା ଓ ଚନ୍ଦ୍ରଭାଗା ପର୍ଯ୍ୟଟନ ସ୍ଥଳରେ ଆଉ ୨ ଟି କାଫଟେରିଆ ନିର୍ମାଣ ହେବା ନେଇ ସୂଚନା ମିଳିଛି। ଓଟିଡିସି ପ୍ରଥମେ ପୁରୀର ସ୍ବର୍ଣ୍ଣିମ ବେଳାଭୂମିରେ ନଭେମ୍ବର ୬ ତାରିଖରେ କାଫଟେରିଆ ଲୋକାର୍ପଣ କରିଥିଲା। ତେବେ ଏହାଦ୍ୱାରା ଓଟିଡିସି ଏକ ସପ୍ତାହ ମଧ୍ୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହେବ ସହ ୨ ଲକ୍ଷରୁ ଉର୍ଦ୍ଧ୍ବ ବେପାର କରିଥିବା ସୂଚନା ରହିଛି।

ଓଡିଶା ପାଇଲା ସାମୁଦ୍ରିକ ମତ୍ସଚାଷ କ୍ଷେତ୍ର ରେ ସୁନାମ

ସାମୁଦ୍ରିକ ମାଛ ଉତ୍ପାଦନ ସହ ମାଛ ଚାଷରେ ଭିତ୍ତିଭୂମିର ବିକାଶ ନେଇ ଓଡ଼ିଶାକୁ ଶ୍ରେଷ୍ଠ ସମୁଦ୍ର ତଟବର୍ତ୍ତୀ ରାଜ୍ୟ (ବେଷ୍ଟ ମେରାଇନ୍‌ ଷ୍ଟେଟ୍‌) ପୁରସ୍କାର ମିଳିବ । କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ । ନଭେମ୍ବର ୨୧ ତାରିଖ ବିଶ୍ୱ ମତ୍ସ୍ୟ ପାଳନ ଦିବସ ଅବସରରେ ଏହି ପୁରସ୍କାର ଦିଆଯିବ ଏବଂ ପୁରସ୍କାର ବାବଦରେ ରାଜ୍ୟକୁ ୧୦ଲକ୍ଷ ଟଙ୍କା ମିଳିବ । ମତ୍ସ୍ୟ ଉତ୍ପାଦନ, ମତ୍ସ୍ୟ ଚାଷ ପାଇଁ ଭିତ୍ତିଭୂମି ବିକାଶ ପାଇଁ ଆଭ୍ୟନ୍ତରୀଣ ଜିଲ୍ଲା ଭାବେ କଳାହାଣ୍ଡି ଜିଲ୍ଲା ଶ୍ରେଷ୍ଠ ପୁରସ୍କାର ପାଇବ ପୁରସ୍କାର ବାବଦରେ ଜିଲ୍ଲାକୁ ୩ଲକ୍ଷ ଟଙ୍କା ପୁରସ୍କାର ମିଳିବ ।

ତିନି ଗାଉଁଲି ମହିଳା ଅଢେଇ ବର୍ଷରେ ଠିଆ କରିଦେଲେ ଦେଢ କୋଟି ଟଙ୍କାର କମ୍ପାନୀ

ଏ ହେଉଛି ରାଜସ୍ଥାନ ଧୋଳପୁର ଜିଲାର ୩ ମହିଳାଙ୍କ କାହାଣୀ, ଯାହା ଆମକୁ ଘଟଣା ଭଳି ଲାଗେ । ଏମାନେ ଏମିତି କିଛି କରିଦେଖାଇଛନ୍ତି ଯାହା ଅନ୍ୟ ମହିଳାଙ୍କ ପାଇଁ ନିଶ୍ଚିତଭାବେ ପ୍ରେରଣା ଉତ୍ସ । ଛୋଟ ବେପାରକୁ କିଭଳି ବଡ କରାଯାଏ, ତାହା ଏହି ୩ ମହିଳା ପ୍ରମାଣିତ କରି ଦେଖାଇଛନ୍ତି । ପାଠ ବେଶି ପଢିନାହାନ୍ତି; ଅଥଚ ସମୟ ଓ ପରିଶ୍ରମର ମୂଲ୍ୟକୁ ବେଶ୍ ବୁଝିଛନ୍ତି। ମଫସଲରେ ଜନ୍ମିତ ଏହି ୩ ମହିଳା ମାତ୍ର ଅଢେଇ ବର୍ଷରେ ଦେଢ କୋଟି ଟଙ୍କାର କମ୍ପାନୀ ଛିଡା କରାଇ ଆଖପାଖର ୮୦୦ ମହିଳାଙ୍କୁ ଯୋଗାଇଛନ୍ତି ଦାନାପାଣି

ଏଣିକି କୃଷି ଗବେଷଣାରେ ବ୍ୟବହାର ହୋଇପାରିବ ଡ୍ରୋନ୍, ମିଳିଲା ଅନୁମତି

ଦେଶରେ ଏଣିକି କୃଷି ଗବେଷଣା କାର୍ଯ୍ୟରେ ଡ୍ରୋନ୍ ବ୍ୟବହାର ହୋଇପାରିବ। ହାଇଦ୍ରାବାଦସ୍ଥିତ ଅନ୍ତର୍ଜାତୀୟ ଫସଲ ଗବେଷଣା ପ୍ରତିଷ୍ଠାନ କୁ ଏଥିପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସୋମବାର ଅନୁମତି ପ୍ରଦାନ କରିଛି। ଡ୍ରୋନ ଉଡ଼ାଣ ପାଇଁ ରହିଥିବା ନିୟମକାନୁନରେ କେତେକ ସର୍ତ୍ତ ସହିତ ଏହି ପ୍ରତିଷ୍ଠାନକୁ ଅନୁମତି ଦିଆଯାଇଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରତିଷ୍ଠାନ ଡ୍ରୋନକୁ କୃଷି ଗବେଷଣା କାର୍ଯ୍ୟ ପାଇଁ ବ୍ୟବହାର କରିପାରିବ।

ପର୍ଯ୍ୟଟକଙ୍କୁ ମିଳିବ ହୋମ୍‌ ଷ୍ଟେ ସୁବିଧା

ଓଡ଼ିଶାର ପ୍ରାକୃତିକ ପରିବେଶରେ ରହି ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଦେଶ ବିଦେଶର ପର୍ଯ୍ୟଟକମାନେ ଆଗ୍ରହୀ। ଏଣିକି ଇକୋ ଟୁରିଜିମ୍‌ କିମ୍ବା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀରେ ଯେଉଁଠି କି ହୋଟେଲ ସୁବିଧା ନାହିଁ ସେଠାରେ ପର୍ଯ୍ୟଟକମାନଙ୍କୁ ଗାଁ ପରିବେଶରେ ରହିବା ପାଇଁ ସୁବିଧା ମିଳିବ। ଖାଲିସେତିକି ନୁହେଁ, ପର୍ଯ୍ୟଟନସ୍ଥଳୀ ଆଖପାଖ ଅଞ୍ଚଳରେ ଥିବା ସ୍ଥାନୀୟବାସିନ୍ଦାଙ୍କ ଅର୍ଥନୈତିକ ବିକାଶ ପାଇଁ ପର୍ଯ୍ୟଟକମାନଙ୍କୁ ହୋମ୍‌ ଷ୍ଟେ ସୁବିଧା ଯୋଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

ମୋଦିଙ୍କ ଭୋକାଲ ଫର ଲୋକାଲ ପ୍ରଭାବ ,୪୦ ହଜାର କୋଟିର ଦୀପାବଳି ବ୍ୟବସାୟ ହରାଇଲା ଚୀନ

ପ୍ରଧାନମନ୍ତ୍ରୀ ମୋଦି ସ୍ବଦେଶୀ ଦ୍ରବ୍ୟର ବ୍ୟବହାର ପାଇଁ ଦେଶବାସୀଙ୍କ ଅନୁରୋଧ କରିବା ପରେ ଏବେ ଦେଶରେ ଦିନକୁ ଦିନ ବଢୁଛି ସ୍ବଦେଶୀ ସାମଗ୍ରୀର ଚାହିଦା। ପର୍ବପର୍ବାଣୀରେ ଦେଶରେ ନିର୍ମିତ ସାମଗ୍ରୀର ଆଦର ବଢୁଛି । ଚଳିତ ଦୀପାବଳିରେ ଦେଶରେ ପ୍ରାୟ ୭୨ ହଜାର କୋଟି ଟଙ୍କାର ବିଭିନ୍ନ ସାମଗ୍ରୀ ର କାରବାର ହୋଇଛି । ଚୀନ ନିର୍ମିତ ସାମଗ୍ରୀ ପ୍ରତି ଲୋକଙ୍କ ଆଦର କମୁଥିବା ଯୋଗୁଁ ଚୀନକୁ ପୂର୍ବ ଦୀପାବଳି ତୁଳନା ରେ ୪୦ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି।

ମଂଚ ପାଇଁ ଅନୁମତି ଦାବିକଲେ କଳାକାର ,ରବୀନ୍ଦ୍ର ମଣ୍ଡପ ସାମ୍ନାରେ ପ୍ରତିବାଦ

ସରକାର ଅନଲକ ପର୍ଯ୍ୟାୟରେ ଜୀବନ ଓ ଅର୍ଥନୀତି କୁ ସମାନ ଗୁରୁତ୍ୱ ଦେବେ ବୋଲି କହୁଛନ୍ତି କିନ୍ତୁ ଓଲଟା ଆଚରଣ ଦେଖାଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମଞ୍ଚ କଳାକାର ସଂଘ । ଅର୍ଥନୈତିକ କାର୍ଯ୍ୟକଳାପ କୁ ସରକାର ଅନୁମତି ଦେଇଥିଲେ ବି ଏ ଯାଏଁ ଅନେକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଜାରି ରହିଛି ।

ମହେନ୍ଦ୍ର ସିଂ ଧୋନୀ କରିବେ କୁକୁଡ଼ା ଚାଷ,ବାଛିଛନ୍ତି କଳାରକ୍ତ ଥିବା କଡ଼କନାଥ ପ୍ରଜାତି

ଭାରତୀୟ କ୍ରିକେଟ୍ ଦଳର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କରିବେ କୁକୁଡା ଚାଷ । କଥାଟି ଟିକେ ଅଜବ ଲାଗିଲେ ବି ଏହାହିଁ ସତ । ଖୁବଶୀଘ୍ର ଧୋନୀଙ୍କ ପ୍ରସ୍ତାବିତ ଜୈବିକ କୁକୁଡା ଫାର୍ମରୁ ମିଳିବ କଳାରକ୍ତ ଥିବା ବିରଳ କଡକନାଥ କୁକୁଡା । ରାଞ୍ଚିରେ ଥିବା ଫାର୍ମରେ କୁକୁଡା ଚାଷ ଆରମ୍ଭ କରିବେ ଧୋନୀ । ଏଥିପାଇଁ ସେ ଏହାର କାମ ଆରମ୍ଭ କରିଦେଇଛନ୍ତି । ନିକଟରେ ଆଇପିଏଲ୍ କାର୍ଯ୍ୟକ୍ରମ ସାରି ସ୍ୱଦେଶ ଫେରିବା ସହ ୨ ହଜାର କଳା କଡକନାଥ ଚିଆଁ ବରାଦ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ ।

ଆଜି ଧନତେରାସ;ଅନଲାଇନ ରେ ଏଥର ଧୁମ କିଣାବିକା

ଆଜି ଧନତେରାସ୍ । ସୁନା କିଣିବା ନେଇ ପରମ୍ପରା ରହି ଆସିଛି । ବିଶ୍ୱାସ ରହିଛି ଏହି ଦିନ ସୁନା କିଣିଲେ ଘରକୁ ଧନଲକ୍ଷ୍ମୀ ଆସି ଥାଆନ୍ତି । ଏଥପାଇଁ ବିଭିନ୍ନ ସୁନା ଦୋକାନରେ ଲୋକଙ୍କ ଭିଡ଼ ଜମେ । ସୁନା ହେଉ କି ରୁପା ଲୋକ ନିଜ ସାମର୍ଥ ଅନୁସାରେ ଧନତେରାସରେ ଲୋକ ବିଭିନ୍ନ ସାମଗ୍ରୀ କିଣି ଆଥାନ୍ତି । ଚଳିତବର୍ଷ କରୋନା କଟକଣା ଯୋଗୁ ଗହଣା ଦୋକାନରେ ଲୋକଙ୍କ ଅହେତୁକ ଭିଡ଼ ନକରିବାକୁ କୁହାଯାଇଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟପାଇଁ ଉଭୟ ଦୋକାନ କର୍ମଚାରୀ ଓ ଗ୍ରାହକ ଙ୍କୁ କହିଛି ପ୍ରଶାସନ ।

ଚାଲିଛି ଭୋଟ ଗଣତି :ପ୍ରଥମ ଥର ପାଇଁ ଷ୍ଟକ୍ ମାର୍କେଟରେ 43 ହଜାର ମାର୍କ ଅତିକ୍ରମ କଲା ସେନ୍ସେକ୍ସ

ବିହାର ବିଧାନସଭା ସମେତ ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ,ଗୁଜୁରାଟ ଓଡିଶା ଭଳି ରାଜ୍ୟରେ ଉପ-ନିର୍ବାଚନର ଗଣନା ଚାଲିଛି। ଏହି ସମୟ ମଧ୍ୟରେ ଭାରତୀୟ ଷ୍ଟକ୍ ମାର୍କେଟ୍ ରେ ରେକର୍ଡ ବୃଦ୍ଧି ଆରମ୍ଭ ହୋଇଛି ।

ଅକ୍ଟୋବରରେ ଗାଡ଼ି ପଞ୍ଜୀକରଣ ୫% ବଢ଼ିଲା

ଉତ୍ସବ ଋତୁରେ ଗ୍ରାହକମାନେ ଅଧିକ ଗାଡ଼ି କିଣିବାରୁ ଗତ ଅକ୍ଟୋବରରେ ସାରା ଦେଶରେ ଗାଡ଼ି ପଞ୍ଜୀକରଣରେ ୫.୧୧ ପ୍ରତିଶତ ବୃଦ୍ଧି ଘଟିଛି। ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ଅଧିକ ଗାଡ଼ି ବିକ୍ରି ହୋଇଛି ବୋଲି ଅଟୋମୋବାଇଲ୍ ଡିଲର ସଂଘଗୁଡ଼ିକର ମହାସଂଘ (ଫାଡା) ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ଫାଡା ତଥ୍ୟ ଅନୁଯାୟୀ, ଗତ ଅକ୍ଟୋବରରେ ଦେଶରେ୧୪ ଲକ୍ଷ ୧୩ ହଜାର ୫୪୯ଟି ଗାଡ଼ି ବିକ୍ରି ହୋଇଛି।


First Previous
1 2 3 4 5 6 7 8 9 10
Next Last Page 1 of 15

Recent Post