Bikash Khabar
ପ୍ରବାସୀ ଶ୍ରମିକମାନଙ୍କୁ ସହାୟତା ପାଇଁ ଗଠନ ହେବ ସାମାଜିକ ସୁରକ୍ଷା ପାଣ୍ଠି

 ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକମାନଙ୍କୁ ସହାୟତା କରିବା ଲାଗି ଏକ ସାମାଜିକ ସୁରକ୍ଷା ପାଣ୍ଠି ଗଠନ ନିମନ୍ତେ କେନ୍ଦ୍ର ସରକାର ବିଚାର କରୁଛନ୍ତି। କୋଭିଡ୍‌-୧୯ ଜନିତ ଲକ୍ଡାଉନ ଯୋଗୁ କାମଧନ୍ଦା ହରାଇଥିବା ଲକ୍ଷ ଲକ୍ଷ ଦାଦନ ଶ୍ରମିକ ଏହାଦ୍ୱାରା ଉପକୃତ ହୋଇପାରିବେ। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟର ଉଚ୍ଚ ଅଧିକାରୀମାନେ ଏନେଇ ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହା ଆଲୋଚନା ପର୍ଯ୍ୟାୟରେ ଥିବାରୁ ପାଣ୍ଠିର ପରିମାଣ କେତେ ହେବ ଜଣାପଡିନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଲାଗି ଏକ ସ୍ପେଶିଆଲ ପର୍ପୋଜ୍ଭେହିକଲ୍‌ (ଏସ୍ପିଭି) ଗଠନ ହୋଇପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ଦେଶର ୧୦ କୋଟି ଶ୍ରମିକ ଏହି ମହାମାରୀ ଯୋଗୁଁ ଜୀବିକାର ସଙ୍କଟ ଭିତରେ ଅଛନ୍ତି। ପ୍ରବାସୀ ଶ୍ରମିକ ମାନଙ୍କୁ ଟ୍ରେନ ବସ ବିମାନ ରେ ଆଣିବା ପ୍ରକ୍ରିୟା ବିଳମ୍ବିତ ହୋଇଥିବାରୁ ଦେଶର ପ୍ରାୟ ଲକ୍ଷ ଶ୍ରମିକ ପାଦରେ ଶହଶହ କିଲୋମିଟର ଚାଲି ଚାଲି ଫେରିଥିବା ସାରା ଦେଶ ଦେଖିଛି ପ୍ରବାସୀ ଶ୍ରମିକ ଙ୍କ ପାଇଁ ୧୯୭୯ ରେ ପ୍ରଣୀତ ଆଇନ କୁ ରାଜ୍ୟମାନେ ପାଳନ କରୁନଥିବାରୁ ଏଭଳି ଦୁଖଃଦ ଦୃଶ୍ୟ ଦେଖିବାକୁ ମିଳିଥିଲା ତେବେ କେନ୍ଦ୍ର ସରକାର କୋଟି ଶ୍ରମିକ ଙ୍କୁ ଖାଦ୍ୟଶସ୍ୟ ଯୋଗାଇ ସେମାନଙ୍କ ସହାୟତା କରିଥିବା ବେଳେ ଏବେ ସ୍ୱତନ୍ତ୍ର ପାଣ୍ଠି ଗଠନ ବାବଦରେ ଚିନ୍ତା କରୁଥିବା ଜଣାଯାଇଛି   

14/06/2020

Leave a Reply

Your email address will not be published. Required fields are marked *

Comments