ମାସ୍କ ଓ ପିପିଇ କିଟ୍‌ କିଣା ଦୁର୍ନୀତି ମାମଲା: ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଲେ ଲୋକାୟୁକ୍ତ

ମହାମାରୀ ସମୟରେ ହୋଇଥିଲା ମହାଲୁଟ । ମାସ୍କ ଓ ପିପିଇ କିଟ୍‌ କିଣା ରେ ଉଠିଥିଲା ଦୁର୍ନୀତିର ଅଭିଯୋଗ । ଏହି ଦୁର୍ନୀତି ମାମଲାରେ ଏବେ ତଦନ୍ତ କରିବ ଭିଜିଲାନ୍ସ । ପ୍ରାଥମିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଲୋକାୟୁକ୍ତ । ଜଣେ ଏସ୍‌ପି କିମ୍ବା ଏଏସ୍‌ପି ପାହ୍ୟାର ଅଧିକାରୀଙ୍କ ତତ୍ତ୍ୱାବଧାନରେ ତଦନ୍ତ ହେବ ।

ଓଡ଼ିଶାର ଜଳାଶୟରେ ୫୦୦୦ ମେଗାୱାଟ୍‌ ସୌର ଶକ୍ତିର ସମ୍ଭାବନା

ରାଜ୍ୟର ଜଳାଶୟଗୁଡ଼ିକରୁ ୫୦୦୦ ମେଗାୱାଟ୍ ସୌର ଶକ୍ତି ଉତ୍ପାଦନ ହୋଇପାରିବ ବୋଲି ସବୁଜ ଶକ୍ତି ବିକାଶ ନିଗମ କଂପାନି ଲିମିଟେଡ୍‌ (ଜିଇଡିସିଓଏଲ୍‌)ର ଅଧ୍ୟକ୍ଷ ବିଷ୍ଣୁପଦ ସେଠୀ କହିଛନ୍ତି। ଅଟଳ ଇନକୁବେସନ ସେଣ୍ଟର୍‌ ଓ ନାଳନ୍ଦା ଇନଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନର ମିଳିତ ସହଯୋଗରେ ଆୟୋଜିତ ଜାତୀୟ ସୌର ଶକ୍ତି କନ୍‌କ୍ଲେଭ୍-୨୦୨୦ର ଉଦଯାପନି ଉତ୍ସବ‌ରେ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି।

ଏଣିକି ଆଇନ ସମ୍ମତ ଅପରେସନ କରିପାରିବେ ଆୟୁର୍ବେଦିକ ଡାକ୍ତର

ଆୟୁର୍ବେଦ ଡକ୍ତରମାନଙ୍କୁ ତାଲିମ ଦିଆଯାଇ ନାସା ଗଳା କର୍ଣ୍ଣ, ଚକ୍ଷୁ, ଅସ୍ଥିଶଲ୍ୟ ଏବଂ ଦନ୍ତ ଆଦି କ୍ଷେତ୍ରରେ ବିଭିନ୍ନ ପ୍ରକାରର ସାଧାରଣ ଅସ୍ତ୍ରୋପଚାର କରାଇବା ନିମନ୍ତେ ଆଇନସମ୍ମତ ଅନୁମତି ଦିଆଯିବ ବୋଲି କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କିନ୍ତୁ, ଏହି ଅସ୍ତ୍ରୋପଚାର ସବୁ ଆୟୁର୍ବେଦ ପ୍ରତିଷ୍ଠାନ ଓ ଡାକ୍ତରଖାନାମାନଙ୍କରେ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ କରାଯାଉଛି। ଏହା ଆଇନସିଦ୍ଧ ବୋଲି ସ୍ପଷ୍ଟ କରିବାକୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଥିବା କଥା ‘ସେଣ୍ଟ୍ରାଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆନ୍‌ ମେଡିସିନ୍‌’ର ଅଧ୍ୟକ୍ଷ କହିଛନ୍ତି।ଇଣ୍ଡିଆନ୍‌ ସେଣ୍ଟ୍ରାଲ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିସିନ୍‌ (ସ୍ନାତକୋତ୍ତର ଆୟୁର୍ବେଦ ଶିକ୍ଷା) ରେଗୁଲେସନ୍‌, ୧୦୧୬’କୁ ସଂଶୋଧନ କରାଯାଇ ଯେଉଁ ପଦ୍ଧତି ସବୁ ସାମଲି କରାଯିବ ସେ ସବୁ ନଭେମ୍ବର ୧୯ ତାରିଖର ଏହି ବିଜ୍ଞପ୍ତିରେ ତାଲିକାଭୁକ୍ତ ହୋଇଛି।

ଦିଲ୍ଲୀ ପାଇଁ ଆସିଲା ନୁଆଁ ପ୍ରଦୂଷଣ ଆଇନ: ଉଲ୍ଲଙ୍ଘନ କଲେ ୫ ବର୍ଷ ଜେଲ, କୋଟିଏ ଟଙ୍କା ଫାଇନ୍‌

କେନ୍ଦ୍ର ସରକାର ଅଧ୍ୟାଦେଶ ଜରିଆରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରଦୂଷଣ ରୋକିବାକୁ ନୂଆ ଆଇନ ଆଣିଛନ୍ତି। କେବଳ ଦିଲ୍ଲୀ-ଏନସିଆର ନୁହେଁ, ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ଅଧ୍ୟାଦେଶ ଆଣିଛନ୍ତି। ତତ୍କାଳ ଭାବେ ଏହି ଆଇନକୁ କାର୍ଯ୍ୟକାରୀ କରାଯିବ । ଆଇନ ଅନୁଯାୟୀ, ପ୍ରଦୂଷଣକୁ ରୋକିବା ପାଇଁ ୨୦ରୁ ଅଧିକ ସଦସ୍ୟ ବିଶିଷ୍ଟ ଗୋଟିଏ କମିଶନ ଗଠନ କରାଯିବ ।

ନଭେମ୍ବର ୧୬ରୁ ଖୋଲିବ ସ୍କୁଲ୍,ନବମରୁ ଦ୍ୱାଦଶ ଯାଏଁ ହେବ ପାଠପଢ଼ା

ଶନିବାର ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ଅନଲକ୍ -୬ ପାଇଁ ପ୍ରସ୍ତୁତ ଏହି ଗାଇଡଲାଇନ୍ ଅନୁଯାୟୀ ଆଗାମୀ ନଭେମ୍ବର ୧୬ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ୍ ଖୋଲିବ। ତେବେ କେବଳ ନବମରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିପାରିବେ। ଏହାଛଡ଼ା ରାଜ୍ୟର ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ। ଏହି ସମୟରେ ଅନଲାଇନ୍ ଶିକ୍ଷା ଓ ଟେଲି ପରାମର୍ଶକୁ ଗୁରୁତ୍ବ ଦିଆଯିବାକୁ ଏଥିରେ କୁହାଯାଇଛି।

ରାଜସ୍ଥାନ ସରକାରଙ୍କ ବଡ ନିଷ୍ପତ୍ତି,ନବମ ରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଫିସ ରେ ୪୦ ପ୍ରତିଶତ ହ୍ରାସ

ରାଜସ୍ଥାନ ସରକାର ଛାତ୍ର ଛାତ୍ରୀଙ୍କ ଫିସ ହ୍ରାସ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହା ଅଭିଭାଵକ ଓ ବିଦ୍ୟାର୍ଥୀ ଙ୍କୁ ଆଣିଦେଇଛି ଆସ୍ୱସ୍ଥି । ରାଜସ୍ଥାନ ସରକାରଙ୍କ ଦ୍ୱାରା ଗଠିତ କମିଟି ଛାତ୍ରଛାତ୍ରୀଙ୍କ ଫିସକୁ ନବମରୁ ଦ୍ୱାଦଶ ଯାଏଁ 40 ପ୍ରତିଶତକୁ ହ୍ରାସ କରିଛି। କମିଟି କହିଛି ଯେ ସିବିଏସ୍ଇ ସିଲାବସ୍ 30 ପ୍ରତିଶତ ହ୍ରାସ କରିବା ପରେ ଛାତ୍ରଛାତ୍ରୀଙ୍କ ଫି 30 ପ୍ରତିଶତ ହ୍ରାସ କରାଯାଇଥିଲା ।

ଏଥର ମଧ୍ୟ ଧାନ ସଂଗ୍ରହ ପାଇଁ ୭ ଦିନ ପୂର୍ବରୁ ଟୋକନ ବ୍ୟବସ୍ଥା,୧୪ ଲକ୍ଷ ୯୭ ହଜାର ଚାଷୀ କରିଛନ୍ତି ପଞ୍ଜିକରଣ

ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଏଥର ବି ଅଗ୍ରମି ଟୋକନ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର । ଚଳିତ ବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପରେ ଟୋକନ ଜେନେରେଟ ହେବ । କେଉଁ ଦିନ କେଉଁ ଚାଷୀ ଧାନ ବିକ୍ରି କରିବେ ସେଥିଲାଗି ଧାନ ସଂଗ୍ରହ କେନ୍ଦ୍ରରେ ନୋଟିସ ଲାଗିବ ଏବଂ ମୋବାଇଲକୁ ମଧ୍ୟ ମେସେଜ ଯିବ ।

ସମୀକ୍ଷା ଓ ମୂଲ୍ୟାଙ୍କନ ହେବ ଜାତି ଓ ଜନଜାତି ହଷ୍ଟେଲ

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ମିସନ୍‌ ‘ସୁବିଦ୍ୟା’ରେ ୧୦ଟି ଜିଲ୍ଲା‌ରେ ଏସ୍‌ସି, ଏସ୍‌ଟି ହଷ୍ଟେଲ୍‌ଗୁଡ଼ିକର ମୂଲ୍ୟାଙ୍କନ କାର୍ଯ୍ୟ ହାତକୁ ନିଆଯାଇଛି। ଦୁଇଟି ପର୍ଯ୍ୟାୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାର ୧୨୮୩ଟି ହଷ୍ଟେଲ୍‌କୁ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ ପରେ ପ୍ରସ୍ତୁତ ହୋଇଥିବା ଡ୍ରିମ୍‌ଡ୍‌ ପ୍ରିପେୟାର୍‌ଡ୍‌ ହଷ୍ଟେଲ୍‌ଗୁଡ଼ିକୁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯିବ। ସ୍ମାର୍ଟ ପ୍ରଯୁକ୍ତି ଜ୍ଞାନସମ୍ପନ୍ନ ସଲ୍ୟୁସନ୍ ମାଧ୍ୟମରେ ଅକ୍ଟୋବର ୧୫ ତାରିଖରୁ ସିଧାସଳଖ ଅନ୍‌ଲାଇନ୍‌ରେ ନିଜର ମୂଲ୍ୟାଙ୍କନ କରିବେ।

ନିର୍ବାଚନୀ ତତ୍ପରତା ଟୀକା ଦେବାରେ ହେବ,୩୦ କୋଟି ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଦିଆଯିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କୋଭିଡ୍‌ ମହାମାରୀ ସ୍ଥିତି ଏବଂ ଟିକା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି।ଶନିବାର ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ କରୋନା ଟିକାର ବିତରଣ ଏବଂ ବଣ୍ଟନ ପାଇଁ ଚାଲିଥିବା ପ୍ରସ୍ତୁତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଗୁରୁତ୍ବାରୋପ କରିଛନ୍ତି। ଦେଶର ସମସ୍ତ ଲୋକଙ୍କ ନିମନ୍ତେ ଟିକା ଶୀଘ୍ର ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିବାକୁ ଯୋଜନାବଦ୍ଧ ରଣନୀତିରେ କାମ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ନିର୍ବାଚନ ଏବଂ ବିପର୍ଯ୍ୟୟ ପରିଚାଳନା ସମ‌ୟରେ ଯେଭଳି ତ୍ବରାନ୍ବିତ ପଦକ୍ଷେପ ନିଆଯାଇଥାଏ ସେଭଳି ଢଙ୍ଗରେ ଟିକା ପହଞ୍ଚାଇବା କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହେବା ଆବଶ୍ୟକ।

୩୧୪ ସିଏଚ୍‌ସିରେ ଅନଲାଇନ୍‌ରେ ଜନ୍ମ/ମୃତ୍ୟୁ ପଞ୍ଜୀକରଣ ପାଇଁ ଯୋଜନା

ରାଜ୍ୟର ୩୧୪ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି)ରେ ଅନଲାଇନ୍‌ ଜରିଆରେ ଜନ୍ମ/ମୃତ୍ୟୁର ପଞ୍ଜୀକରଣ କରାଯିବ। ବିଶେଷକରି ଗ୍ରାମାଞ୍ଚଳର ଲୋକମାନଙ୍କୁ ଏହି ସୁବିଧା ମିଳିପାରିବ। ଜନ୍ମ/ମୃତ୍ୟୁର ଡିଜିଟାଇଜେସନ୍‌ ହେବା ସହିତ ସ୍ବଚ୍ଛତା ଆସିପାରିବ। ଗତମାସଠାରୁ ଏହାର ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିବେ ବୋଲି ଜଣାପଡ଼ିଛି।ପୂର୍ବରୁ ସହରାଞ୍ଚଳରେ ୧୦୪ଟି ସ୍ଥାନରେ ଅନଲାଇନ୍‌ରେ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କରାଯାଉଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯଦି ଆବେଦନକାରୀଙ୍କ ଆବେଦନପତ୍ର ଠିକ୍ ରହିଛି ତା’ ହେଲେ ଘରେ ବସି ଆବେଦନକାରୀ ଏହାକୁ ଡାଉନଲୋଡ୍‌ କରିପାରିବେ।

ସୋମବାର ଠାରୁ ଖୋଲିବ ଭିତରକନିକା ଅଭୟାରଣ୍ୟ

ଭିତରକନିକା ବୁଲିବା ପାଇଁ ଇଚ୍ଛୁକ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତା ୧୯ ତାରିଖରୁ ଖୋଲିବ ଜାତୀୟ ପ୍ରାଣୀ ଉଦ୍ୟାନ । ଦର୍ଶକ ପୁଣି ଥରେ ଭିତରକନିକାର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ତେବେ କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ଏସଓପି ।

ଓଡିଶା ସମେତ ୬ ରାଜ୍ୟରେ କାର୍ଯ୍ୟକାରୀ ହେବ ୫୭୧୮ କୋଟିର ଶିକ୍ଷା ପ୍ରକଳ୍ପ

ବିଶ୍ୱ ବ୍ୟାଙ୍କ ସହଯୋଗରେ ଶିକ୍ଷା କ୍ଷେତ୍ର ଲାଗି କାର୍ଯ୍ୟକାରୀ ହେବାକୁ ଥିବା ୫୭୧୮ କୋଟି ଟଙ୍କାର ଏକ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ରେ ମଞ୍ଜୁରି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ‘ଷ୍ଟ୍ରେନ୍‌ଦେନିଂ ଟିଚିଙ୍ଗ୍-ଲର୍ଣ୍ଣିଂ ଆଣ୍ଡ୍‌ ରେଜଲ୍ଟସ୍‌ ଫର୍ ଷ୍ଟେଟ୍‌ସ୍ (ଷ୍ଟାରସ୍‌) ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପ ପାଇଁ ବିଶ୍ବ ବ୍ୟାଙ୍କ ପ୍ରାୟ ୩୭୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛି।

କଳାକାରଙ୍କୁ ଡିସେମ୍ବର ଯାଏ ଆଗୁଆ ଭତ୍ତା

କରୋନା ଓ ଆର୍ଥିକ ସ୍ଥିତିର ବିଚାରପୂର୍ବକ କଳାକାରମାନଙ୍କୁ ପୁଣି ଆଗୁଆ କଳାକାର ଭତ୍ତା ‌ପ୍ରଦାନ କରାଯିବ। ଡିସେମ୍ବର ପର୍ଯ୍ୟନ୍ତ କଳାକାର ଭତ୍ତା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ପୂର୍ବରୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସେପ୍ଟେମ୍ବର ପର୍ଯ୍ୟନ୍ତ କଳାକାର ଭତ୍ତା ପ୍ରଦାନ କରାଯାଇଥିଲା।

ଆସିଛି ପାର୍ବଣ ଋତୁ,ରେଳବାଇ ଚଳାଇବ ୨ ଶହ ସ୍ୱତନ୍ତ୍ର ଟ୍ରେନ୍

ଆଗାମୀ ଦିନରେ ଦେଶରେ ପର୍ବ ପର୍ବାଣି ଆରମ୍ଭ ହେଉଥିବାରୁ ତାହାକୁ ଦୃଷ୍ଟିରେ ରଖି ରେଳବାଇ ୨୦୦ଟି ସ୍ୱତନ୍ତ୍ର ଟ୍ରେନ ଚଳାଇବ। ରେଳବାଇ ଅଧ୍ୟକ୍ଷ ତଥା ସିଇଓ ଭି କେ ଯାଦବ କହିଛନ୍ତି ଯେ ଉତ୍ସବ ସମୟରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସେବା ଯୋଗାଇବା ପାଇଁ ରେଳବାଇ ଅକ୍ଟୋବର ୧୫ରୁ ନଭେମ୍ବର ୩୦ ମଧ୍ୟରେ ୨୦୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରୁଛି। ବୁଧବାର ନୂଆଦିଲ୍ଲୀରେ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଯାଦବ କହିଛନ୍ତି ଯେ ରେଳ ମନ୍ତ୍ରଣାଳୟ ଦେଶର ସମସ୍ତ ରେଳ ଜୋନର ସାଧାରଣ ପରିଚାଳକମାନଙ୍କ ସହ ବୈଠକ କରି ସ୍ଥାନୀୟ ପ୍ରଶାସନ ସହ କଥାବାର୍ତ୍ତା କରିବାକୁ ଏବଂ କରୋନା ସଂକ୍ରମଣ ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି।

୩ଟି ପର୍ଯ୍ୟାୟରେ ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ରେ ହେବ ବିହାର ନିର୍ବାଚନ

ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ବିହାରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ ତାରିଖରେ ‌ମତଦାତା ମତଦାନ କରିବେ। ଏହା ସହ ନଭେମ୍ବର ୧୦ରେ ଫଳାଫଳ ପ୍ରକାଶ ପାଇବ।

କୋରାପୁଟ କୋଟିଆରେ ହେବ ହେଲିପ୍ୟାଡ୍‌

କୋଟିଆରେ ହେଲିପ୍ୟାଡ୍ ନିର୍ମାଣ କରାଯିବ। ଏଥିନେଇ ଜାଗା ଚିହ୍ନଟ କରାଯାଇଛି। ସରକାରଙ୍କ ଠାରୁ ସବୁଜସଙ୍କେତ ମିଳିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ। ଏହି ହେଲିପ୍ୟାଡ୍‌ ନିର୍ମାଣ ହେଲେ ଏଠାକୁ ପୁଲିସ ଫୋର୍ସ ଓ ଅଧିକାରୀମାନେ ଯିବା ସହଜ ହୋଇପାରିବ। ଅପରପକ୍ଷରେ କୋଟିଆ ଥାନାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଥାନା ଓ ହେଲିପ୍ୟାଡ୍ ହେଲେ କୋଟିଆର ବିକାଶ ତ୍ବରାନ୍ବିତ ହୋଇପାରିବ ବୋଲି ଅନୁମାନ କରାଯାଉଛି।

ମୃତକ ଙ୍କ ହେବନି କରୋନା ପରୀକ୍ଷା, ପରିବାର ଲୋକଙ୍କୁ ହସ୍ତାନ୍ତର ହେବ ମୃତଦେହ

ଏଣିକି ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ହେବ ନାହିଁ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ମୃତ ବ୍ୟକ୍ତିଙ୍କ ଶବ ହସ୍ତାନ୍ତର ବେଳେ ବିଳମ୍ବ ହେଉଥିବାରୁ ପରିବାର ଲୋକେ ହନ୍ତସନ୍ତ ହେଉଥିବା ବାରମ୍ବାର ଅଭିଯୋଗ ଆସୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଟୋଲ ଫ୍ରି ନମ୍ବର ୧୯୨୯ରେ ମିଳିବ ଡାକ୍ତରୀ ପରାମର୍ଶ

ଘରେ ପୃଥକବାସରେ ରହି ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତମାନେ ମାନସିକ ଚାପରେ ରହୁଥିବାରୁ ଏବଂ ହଠାତ୍ ଦେହ ଖରାପ ହେଲେ କ’ଣ କରିବେ ଜାଣିପାରୁନଥିବାରୁ ବହୁତ ହଇରାଣ ହେଉଥିଲେ। ଏପରିକି ଅଯଥାରେ ଭୟଭୀତ ହୋଇଯାଉଥିଲେ। ହସ୍ପିଟାଲ ନଯାଇ ଯେପରି ଘରେ ପ୍ରାଥମିକ ଚିକିତ୍ସା କରିପାରିବେ ସେଥିପାଇଁ ଭୁବନେଶ୍ବର ଅପରେସନ ସେଣ୍ଟରରେ ଡାକ୍ତରୀ ପରାମର୍ଶ ଦେବାକୁ ନିଷ୍ପତ୍ତି ହୋଇଛି। ଆକ୍ରାନ୍ତଙ୍କୁ ଡାକ୍ତରୀ ପରାମର୍ଶ ମିଳୁନଥିବାରୁ ବହୁ ଅଭିଯୋଗ ହେଉଥିଲା। ଏହାପରେ ବିଏମ୍‌ସି ପକ୍ଷରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ଲୋକମାନେ ୧୯୨୯ ନମ୍ବରରେ ଫୋନ୍‌ କରି ଡାକ୍ତରୀ ପରାମର୍ଶ ପାଇପାରିବେ ବୋଲି କୁହାଯାଇଛି।

ଜାରି ହେଲା କରୋନା ହେଲ୍ପ ଲାଇନ ,୧୯୨୯ ନମ୍ବରରେ ଫୋନ୍‌ କଲେ ମିଳିବ ତୁରନ୍ତ ସହାୟତା

ରାଜଧାନୀରେ କରୋନା ଆକ୍ରାନ୍ତଙ୍କୁ ଫୋନ୍‌ ଯୋଗେ ପରାମର୍ଶ ଦେବା, ତୁରନ୍ତ ସେବା ଯୋଗାଇବା, କାଉନସେଲିଂ କରିବା ଭଳି ୨୪ଘଣ୍ଟିଆ ସେବା ପାଇଁ ବିଏମ୍‌ସି ପକ୍ଷରୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ସହଯୋଗରେ ଭୁବନେଶ୍ବର ଅପରେସନ୍ ସେଣ୍ଟରରେ ୨୪ଘଣ୍ଟିଆ ହେଲପ୍‌ଲାଇନ୍ ନମ୍ବର ଯୋଗାଇ ଦିଆଯାଇଛି। ରାଜଧାନୀବାସୀ ରାତି ଦିନ ଯେତେବେଳେ ବି ୧୯୨୯ ନମ୍ବରରେ ଫୋନ୍‌ କରି ଉଚିତ ପରାମର୍ଶ ପାଇପାରିବେ।

ପ୍ରବାସୀ ଶ୍ରମିକଙ୍କ ପାଇଁ ଜାତୀୟ ସର୍ଭେ ହେବ

ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକମାନଙ୍କ ଉପରେ କରୋନା ମହାମାରୀର ପ୍ରଭାବ କିଭଳି ପଡ଼ିଛି ତାହା ଆକଳନ କରିବା ଲାଗି କେନ୍ଦ୍ର ସରକାର ଜାତୀୟ ସ୍ତରରେ ଏକ ସର୍ଭେ କରିବେ। ଶ୍ରମ ମନ୍ତ୍ରଣାଳୟ ଅଧୀନରେ ଥିବା ଶ୍ରମ ବ୍ୟୁରୋ ଏହି ସର୍ଭେ କରିବ। ପ୍ରବାସୀ ଶ୍ରମିକମାନେ ବାହାରେ ରହି କାମ କରିବା ସହ ଘର ଚଳିବା ଲଗି ଗାଁକୁ ଟଙ୍କା ପଠାଉଥିଲେ।


First Previous
1 2 3 4 5 6 7 8 9 10
Next Last Page 1 of 26

Recent Post