ଟୀକା ପାଇଁ ସର୍ବଦଳୀୟ ବୈଠକରେ କହିଲେ ମୋଦି ,ଟିକା ବଣ୍ଟନ ପାଇଁ ପ୍ରସ୍ତୁତ ହୋଇଛି ଦେଶରେ ପ୍ରଭାବୀ ନେଟ୍‍ୱାର୍କ ବ୍ୟବସ୍ଥା

କରେନା ଟିକା ପରୀକ୍ଷା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଟିକା ପାଇବାକୁ ଆମକୁ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଉ କିଛି ସପ୍ତାହ ମଧ୍ୟରେ ଆସି ଯିବ କରୋନା ଟିକା। ଥରେ ଟିକା ପ୍ରସ୍ତୁତ ହୋଇଯିବା ପରେ ଏହାକୁ ଲୋକମାନଙ୍କୁ ଦିଆଯିବା ଆରମ୍ଭ ହୋଇଯିବ। ଟିକା ଦିଆଯିବା ସମୟରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସମେତ ଯେଉଁମାନଙ୍କ ପାଇଁ ଏହାର ଆବଶ୍ୟକତା ଅଧିକ, ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯିବ।

ସିବିଏସସି ପରେ ଓଡିଶା ବୋର୍ଡ ର ନିଷ୍ପତ୍ତି ; ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା

ସିବିଏସସି ପକ୍ଷରୁ ଆୟୋଜିତ ୨୦୧୧ ବର୍ଷର ମାଟ୍ରିକ ପରୀକ୍ଷା ଅଫଲାଇନ ରେ ହେବାର ଘୋଷଣାର କିଛି ଘଣ୍ଟା ଭିତରେ ଓଡିଶା ବୋର୍ଡ ବି ସମାନ ନିଷ୍ପତ୍ତି ନେଇଛି । ଏବେ ଅଫଲାଇନ୍‌ରେ ମାଟ୍ରିକ୍ ଏବଂ ଯୁକ୍ତ ଦୁଇ ପରୀକ୍ଷା ହେବ ବୋଲି ସବିଶେଷ ସୂଚନା ମିଳିଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ନେଇ ସୂଚନା ଦେଇଛନ୍ତି । ଚଳିତ ବର୍ଷ ମାଟ୍ରିକ୍ ଏବଂ ଯୁକ୍ତ ଦୁଇ ପରୀକ୍ଷା ବିଳମ୍ବିତ ହୋଇପାରେ କିନ୍ତୁ ପରୀକ୍ଷା ହେବ ବୋଲି ପୂର୍ବରୁ ମନ୍ତ୍ରୀ ସୂଚନା ଦେଇଥିଲେ । ଏଥିପାଇଁ ସର୍ବନିମ୍ନ ୩ ମାସ ପାଠପଢା ହେବ, ତାପରେ ପରୀକ୍ଷା ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।

ରାସ୍ତା କଡ଼ରେ ସଢ଼ୁଥିବା ତାରିଣୀ ନଡ଼ିଆକୁ ଘଟଗାଁ ପଠାଇଲେ ସବ୍ୟସାଚୀ

ମାନସିକ ନଡ଼ିଆ। ଭକ୍ତଟିଏ ଭରସା କରି ମାଙ୍କ ଉଦେଶ୍ୟରେ ନଡ଼ିଆଟିଏ ମନାସି ଥାଏ। ଆଶା କରିଥାଏ ମା’ ତା’ ଦୁଃଖ ଦୁରକରିବେ । ପରିବାରକୁ ଘଣ୍ଟ ଘୋଡ଼ାଇ ରଖିବେ ମା । ମାତ୍ର କରୋନା ପାଇଁ ତାଲା ବନ୍ଦ ପରଠୁ ଦୁଃଖୀର ମାନସିକ ନଡ଼ିଆ ଠାକୁରାଣୀଙ୍କ ପାଖରେ ପହଞ୍ଚି ପାରିନାହିଁ।

ରାତି ୨ ଟା ରେ ଲୁଟ୍ କରୁଥିଲେ ଏଟିଏମ୍; ଧରିନେଲେ ସ୍ଥାନୀୟ ଲୋକେ

କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନାର ପାବୁରିଆଠାରେ ଏଟିଏମ ଲୁଟିବାକୁ ଆସିଥିବା ଏକ ବ୍ୟକ୍ତିକୁ ଧରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ।ସୂଚନାନୁସାରେ, ଜଣେ ବ୍ୟକ୍ତି ରବିବାର ରାତି ପ୍ରାୟ ୨ଟାରେ ଧରି ପାବୁରିଆ ସ୍ଥିତ ଏକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏଟିଏମରେ ସଟର ପକାଇ ଭିତରେ ଗ୍ୟାସ୍ କଟର ଧରି ଏଟିଏମ ଭାଙ୍ଗୁଥିଲେ

ସେଲ ପାଇଲା ପ୍ରଥମ ମହିଳା ଅଧ୍ୟକ୍ଷା

ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌(ସେଲ୍‌)ର ପରବର୍ତ୍ତୀ ଅଧ୍ୟକ୍ଷା ହେବେ ସୋମା ମଣ୍ଡଳ। ଏନେଇ ଆଜି କେନ୍ଦ୍ର ସରକାରଙ୍କ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍‌(ଏସିସି) ସୋମାଙ୍କ ନାମରେ ମୋହର ମାରିଛି। ଆସନ୍ତା ଜାନୁଆରି ୧ ତାରିଖରୁ ସେ ଏହି ଦାୟିତ୍ବ ତୁଲାଇବେ। ୨୦୨୩ ଏପ୍ରିଲ୍ ପର୍ଯ୍ୟନ୍ତ ସେ ଏହି ପଦରେ କାର୍ଯ୍ୟ କରିବେ।

ହ୍ରାସ ପାଉଛି ମହାନଦୀରେ ମାଛ ଉତ୍ପାଦନ, ଛଡ଼ାହେଲା ୫୦ ହଜାର ଯାଆଁଳ

ଦିନକୁ ଦିନ ମହାନଦୀରେ ମତ୍ସ୍ୟ ସମ୍ପଦ ହ୍ରାସ ପାଉଛି। ଫଳରେ ମହାନଦୀ କୂଳରେ ରହୁଥିବା ହଜାର ହଜାର ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରଭାବିତ ହେଉଛି। ତେଣୁ ନଦୀରେ ମତ୍ସ୍ୟ ସମ୍ପଦ ବୃଦ୍ଧି ସହ ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ଅଣ୍ଟା ଭିଡ଼ିଛି ଭୁବନେଶ୍ବର କୌଶଲ୍ୟଗଙ୍ଗସ୍ଥିତ ଭାରତ ସରକାରଙ୍କ ମଧୁରଜଳ ମତ୍ସ୍ୟଚାଷ ଗବେଷଣା କେନ୍ଦ୍ର(ସିଫା)। ଆଜି ସିଫା ପକ୍ଷରୁ ବାରଙ୍ଗ ନରାଜଠାରେ ମହାନଦୀରେ ୫୦ ହଜାର ମାଛ ଯାଆଁଳ ଛଡ଼ା ଯାଇଛି।

ଟ୍ରାଫିକ ନିୟମ ଭାଙ୍ଗିଲେ ପୋଲିସ କରିପାରିବ ଡ୍ରାଇଭିଂ ଲାଇସେନ୍ସ ବାତିଲ,ମିଳିଲା ଅଧିକାର

ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲ୍ ଜବତ କରାଯିବା ସହିତ ବାତିଲ ବି କରି ଦିଆଯିବ। ସବୁ ଥାନାର ପୁଲିସ ଏ ଦିଗରେ କଡା ପଦକ୍ଷେପ ନେବେ। ଆଜି ଏଭଳି ଚିଠି ଲେଖିଛି ରାଜ୍ୟ ପୁଲିସର କ୍ରାଇମବ୍ରାଞ୍ଚ। ପରିବହନ ବିଭାଗ ପୁଲିସ ଡିଜିଙ୍କୁ ଏ ସ˚କ୍ରାନ୍ତ ଚିଠି ଲେଖିବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଟ୍ରାଫିକ ନିୟମ ଭାଙ୍ଗୁଥିବା ସମସ୍ତ ଗାଡ଼ି ଚାଳକଙ୍କ ଡିଏଲ୍‌ ଜବତ କରିବା ସହିତ ତାହାକୁ ବାତିଲ ପାଇଁ ସ୍ଥାନୀୟ ଆରଟିଓକୁ ତୁରନ୍ତ ପଠାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ଚଳିତ ଆର୍ଥିକ ବର୍ଷ ଶେଷ ଆଡ଼କୁ ସବୁ ଭୂମିହୀନ ପରିବାରକୁ ମିଳିବ ଘରଡିହ ଜମି

୨୦୧୮ ମସିହାରେ ରାଜ୍ୟରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ୧,୦୬,୮୮୨ ଜଣ ଘରଡିହଶୂନ୍ୟ ବ୍ୟକ୍ତି ପ୍ରାଥମିକ ଭାବେ ଚିହ୍ନଟ ହୋଇଥିଲେ। ଆବଶ୍ୟକ ଯାଞ୍ଚ୍ ପରେ ‌ତାହା ମଧ୍ୟରୁ ୪୯,୧୩୬ ଜଣ ବ୍ୟକ୍ତି ଘରଡିହ ଜମି ପାଇବା ପାଇଁ ଅଯୋଗ୍ୟ ବିବେଚିତ ହୋଇଥିଲେ। ଯୋଗ୍ୟ ବ୍ୟକ୍ତିଙ୍କ ମଧ୍ୟରୁ ୪୭,୪୬୪ ଜଣ ଘରଡିହଶୂନ୍ୟ ବ୍ୟକ୍ତିଙ୍କୁ ଘରଡିହ ଜମି ଯୋଗାଇ ଦିଆଗଲାଣି।

ଉତ୍ତରପ୍ରଦେଶରେ ଲାଗୁ ହେଲା ଲଭ୍ ଜେହାଦ୍ ଆଇନ୍,ଏଭଳି ଆଇନ ଆଣିବାରେ ୟୁପି ଦେଶରେ ପ୍ରଥମ

ଏଣିକି ଯଦି ଉତ୍ତରପ୍ରଦେଶରେ କୌଣସି ଲୋକ ପ୍ରେମକରି ବା କାହାକୁ ଭ୍ରମିତ କରି ଧର୍ମ ବଦଳାଇବେ ତେବେ ତାଙ୍କୁ ୧୦ ବର୍ଷ ଯାଏ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବ । ଏହାସହ ସହମତି ଭିତ୍ତିରେ ଧର୍ମ ପରିବର୍ତ୍ତନ କରିବାକୁ ଯଦି କୌଣସି ବ୍ୟକ୍ତି ଇଚ୍ଛା ପ୍ରକାଶ କରିବେ ତେବେ ୨ ମାସ ପୂର୍ବରୁ ଏନେଇ ଜିଲ୍ଲାପାଳଙ୍କୁ ସୂଚନା ଦେବାକୁ ପଡିବ ।ଏଭଳି ପ୍ରାବଧାନ ସହିତ ଉତ୍ତରପ୍ରଦେଶ ରେ କାର୍ଯ୍ୟକାରୀ ହୋଇଛି ଲଭଜେହାଦ ଆଇନ ।ରାଜ୍ୟ କ୍ୟାବିନେଟ ରେ ଅନୁମୋଦିତ ହେବା ପରେ ଏଥିରେ ରାଜ୍ୟପାଳ ସ୍ବାକ୍ଷର କରିଛନ୍ତି । ଏହା ପୂର୍ବରୁ ଉତ୍ତରପ୍ରଦେଶ ସରକାର ଲଭ୍ ଜେହାଦ ବିରୋଧରେ ଆଇନ ଆଣିବାକୁ ଅନେକ ଥର ଘୋଷଣା କରିଥିଲେ ।

ଓଲା, ଉବର ଭଳି ସଂସ୍ଥା ପାଇଁ ନୂଆ ନିୟମ : ଡ୍ରାଇଭରଙ୍କୁ ମିଳିବ ଭଡ଼ାର ୮୦%

ଟ୍ୟାକ୍ସି ଏଗ୍ରିଗେଟର ସେବା ପ୍ରଦାନ କରୁଥିବା କମ୍ପାନି ଓଲା ଓ ଉବର ଭଳି କମ୍ପାନି ମୋଟ ଭଡ଼ାର ୨୦ ପ୍ରତିଶତ ଅର୍ଥ ନେଇପାରିବେ। ଭଡ଼ାର ଅବଶିଷ୍ଟ ୮୦ ପ୍ରତିଶତ ଅର୍ଥ ଡ୍ରାଇଭରଙ୍କୁ ପ୍ରଦାନ କରାଯିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ନୂଆ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ପୂର୍ବରୁ କମ୍ପାନି ଗୁଡ଼ିକ ପାଇଁ ଏହି ସୀମା ୧୦ ପ୍ରତିଶତରେ ଧାର୍ଯ୍ୟ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ଏହାକୁ ନେଇ କମ୍ପାନି ଗୁଡ଼ିକ ଚିନ୍ତିତ ଥିଲେ।

୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି ମୋଦି ସରକାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି ପ୍ରାପ୍ତି, ପାରିଶ୍ରମିକ ମୂଲ୍ୟ ପ୍ରଦାନ, ଫସଲ ବୀମା ଜରିଆରେ ମୋଟ ୬୦ ହଜାର ୮୩୬.୯୭ କୋଟି ଟଙ୍କା ଅର୍ଥ ଦିଆଯାଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ଚାଷୀଙ୍କୁ ସଶକ୍ତ କରିବା ପାଇଁ ଐତିହାସିକ ଏବଂ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ।

୮ଟି ଜିଲ୍ଲାରେ ହେବ ତୈଳ ଓ ଗ୍ୟାସ୍‌ର ସନ୍ଧାନ,ଦେଶରେ ୫୦୦୦ ସିବିଜି ପ୍ଲାଣ୍ଟ୍‌ରେ ୨ ଲକ୍ଷ କୋଟି ନିବେଶ ହେବ

ଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାର ମହାନଦୀ ଅବବାହିକା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓପନ ଏକ୍ରେଜ୍ ଲାଇସେନ୍ସିଂ ପଲିସି(ଓଏଏଲପି) ଅଧୀନରେ ଅଏଲ ଇଣ୍ଡିଆ ଲିମିଟେଡର ସେସମିକ୍ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଜିଲ୍ଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର। ସେସ୍‌ମିକ୍ ସର୍ବେକ୍ଷଣରେ ୨୨୦ କୋଟି ଟଙ୍କା ସମେତ ମୋଟ୍‌ ୧୨୪୮ କୋଟି ଟଙ୍କା ନିବେଶରେ ବ୍ୟାପକ ଅନ୍ୱେଷଣ ଡ୍ରିଲିଂ ଅଭିଯାନକୁ ଅଗ୍ରସର କରାଯିବ।

ଦେଶରେ ତିନି ବର୍ଷରେ ଖୋଲିବ ୧୦୦୦ ଏଲ୍‌ଏନ୍‌ଜି ଷ୍ଟେସନ

ଆସନ୍ତା ତିନି ବର୍ଷରେ ଦେଶର ପ୍ରମୁଖ ରାଜପଥ, ଶିଳ୍ପ କରିଡର୍‌ ଓ ଖଣି ଅଞ୍ଚଳରେ ୧୦୦୦ ଏଲ୍‌ଏନ୍‌ଜି ଷ୍ଟେସନ ଖୋଲିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଆଜି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଥମ ୫୦ଟି ଷ୍ଟେସନର ଶିଳାନ୍ୟାସ କରିବା ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।

ଆଗାମୀ 2021 ସୁଦ୍ଧା ଭାରତୀୟଂକୁ ମିଳିଯିବ ଟୀକା -ପୁନାୱାଲା

ଆଗାମୀ ୨୦୨୧ ଫେବ୍ରୁଆରି ସୁଦ୍ଧା ଲୋକଙ୍କୁ କୋଭିଡ୍‌ ଟିକା ମିଳିଯିବ ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ର ସିଇଓ ଆଦର ପୁନାୱାଲା କହିଛନ୍ତି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରସ୍ତୁତ ଟିକାର ଦୁଇଟି ମାତ୍ରାର ମୂଲ୍ୟ ପାଖାପାଖି ୧୦୦୦ ଟଙ୍କା ରହିବ। ତେବେ ଟିକାର ଚୂଡ଼ାନ୍ତ ପରୀକ୍ଷଣ ଫଳ‌ାଫଳ ଏବଂ ନିୟାମକ ମଞ୍ଜୁରୀ ପରେ ପ୍ରକୃତ ମୂଲ୍ୟ ସ୍ପଷ୍ଟ ହେବ ବୋଲି ପୁନାୱାଲା କହିଛନ୍ତି।

ପୁରୀ ହେପାଜତ ମୃତ୍ୟୁ ;ହାଇକୋର୍ଟ ମାଗିଲେ ସବିଶେଷ ରିପୋର୍ଟ

ପୁରୀ ଓ ବୀରମିତ୍ରପୁରରେ ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗରେ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ପୁରୀ ମୃତ୍ୟୁ କୁ ନେଇ ଶରତ ରାୟଗୁରୁ ହାଇକୋର୍ଟ ରେ ଜନସ୍ୱାର୍ଥ ମାମଲା ରୁଜୁ ପରେ ହାଇକୋର୍ଟ ତୁରନ୍ତ ପୋଷ୍ଟମର୍ଟମ ରିପୋର୍ଟ ସହିତ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବାପାଇଁ ରାଜ୍ୟସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର କରାଯିବ ନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ପୁରୀ ଓ ବୀରମିତ୍ରପୁର ହେପାଜତ ମୃତ୍ୟୁକୁ ନେଇ ଜାତୀୟ ମାନବାଧିକାର ଆୟୋଗ ନିକଟରେ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରିଛନ୍ତି ମାନବିକ ଅଧିକାର କର୍ମୀ ପ୍ରବୀର ଦାସ ।

ଗରିବ ଶିଶୁଙ୍କ ମାଗଣା ହୃଦ୍‌ରୋଗ ଚିକିତ୍ସା ପାଇଁ ଚୁକ୍ତିନାମା ,ବଢ଼ିଲା ଆଉ ଦୁଇବର୍ଷର ଅବଧି

ଅହମଦାବାଦସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲରେ ରାଜ୍ୟର ଗରିବ ଶିଶୁମାନଙ୍କ ମାଗଣା ହୃଦ୍‌ରୋଗ ଚିକିତ୍ସା ଜାରି ରହିଥିବା ବେଳେ ଏନେଇ ପ୍ରଶାନ୍ତି ମେଡିକାଲ ସେବା ଓ ଗବେଷଣା ଫାଉଣ୍ଡେସନ୍‌ ସହ ରାଜ୍ୟ ସରକାରଙ୍କ ହୋଇଥିବା ଚୁକ୍ତିକୁ ଆଜି ସଂପ୍ରସାରଣ କରାଯାଇଛି। ଫଳରେ ଆହୁରି ୨ବର୍ଷ ପାଇଁ ରାଜ୍ୟର ଗରିବ ଶିଶୁ ମାଗଣାରେ ହୃଦ୍‌ରୋଗ ଚିକିତ୍ସା ପାଇପାରିବେ।୨୦୧୮ ମସିହାରେ ଅନୁଷ୍ଠାନ ସହ ରାଜ୍ୟ ସରକାରଙ୍କ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।

ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଇଲେ ହେବ ଲାଇସେନ୍ସ ବାତିଲ୍‌

ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଳାଇ ଧରାପଡ଼ିଲେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ବାତିଲ୍‌ ହେବ। ଏଥି ପାଇଁ ପୂର୍ବରୁ ଆଇନ୍‌ରେ ବ୍ୟବସ୍ଥା ରହିଛି। ଏହି ଆଇନ୍‌କୁ ଏବେ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗତ ୧୭ ତାରିଖରେ ଏହି ପ୍ରସଙ୍ଗରେ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ପୁଲିସ୍‌ ଡିଜି ଓ ପରିବହନ କମିସନର୍‌ଙ୍କୁ ଚିଠି ଲେଖିଛନ୍ତି। ଏହା ସହ ୨୦୧୯ ମସିହା ଏବଂ ୨୦୨୦ ଜାନୁଆରିରୁ ଅକ୍ଟୋବର ମଧ୍ୟ‌ରେ ହେଲ୍‌ମେଟ୍‌ ଆଇନ୍‌ ଉଲ୍ଲଂଘନ କରିଥିବା ଅଭିଯୋଗରେ କେତେ ଜଣଙ୍କର ଡ୍ରାଇଭିଂ ଲାଇ‌େସନ୍ସ ବାତିଲ୍‌ ହୋଇଛି, ତାହାର ଜିଲାୱାରି ରିପୋର୍ଟ ଦେବାକୁ ସଚିବ କହିଛନ୍ତି। ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଇବା ଦ୍ବାରା କିପରି ଲୋକମାନେ ବିପଦରେ ପଡ଼ୁଛନ୍ତି ତାହାକୁ ତଥ୍ୟ ପ୍ରମାଣ ସହ ଶ୍ରୀ ପାଢ଼ୀ ଉଲ୍ଲେଖ କରିଛନ୍ତି।

ସେନାଙ୍କ ପାଇଁ ଲଦାଖ ରେ ନିଆରା ଘର ; ସମ୍ଭାଳିପାରିବ ବିଯୁକ୍ତ ୪୦ ଡିଗ୍ରି ତାପମାତ୍ରା

ସମୁଦ୍ର ପତ୍ତନ ଠାରୁ ହଜାର ହଜାର ଫୁଟ ଉଚରେ ରହୁଥିବା ଭାରତୀୟ ସେନାଙ୍କ ପାଇଁ ଶୀତ ସବୁବେଳେ ଏକ ବଡ଼ ଚ୍ୟାଲେଂଜ ହୋଇଥାଏ । କିନ୍ତୁ ଚଳିତ ଶୀତରେ ଯବାନ ଙ୍କୁ ଜଣାପଡିବନି ଶୀତର ପ୍ରକୋପ । ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ ଯବାନଙ୍କ ପାଇଁ ସ୍ବତନ୍ତ୍ର ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇଛି।

ପୋଲିସ ହେପାଜତରେ ମୃତ୍ୟୁ ର ହେବ ମାନବଅଧିକାର ଆୟୋଗ ନିର୍ଦେଶାବଳି ଅନୁଯାୟୀ ଯାଞ୍ଚ

ପୁରୀ ଓ ବୀରମିତ୍ରପୁରରେ ପୋଲିସ୍‌ ହେପାଜତରେ ଯୁବକ ଙ୍କ ମୃତ୍ୟୁ ମାମଲାରେ ନିଜ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଅଭୟ । ସେ କହିଛନ୍ତି, ଘଟଣାର ତଦନ୍ତ ହେବ । ଏଭଳି ମୃତ୍ୟୁ ହେଲେ ତଦନ୍ତ ନେଇ ଜାତୀୟ ମାନବାଧିକାର ଆୟୋଗ ଙ୍କ ଗାଇଡଲାଇନ ରହିଛି । ଏବେ ଏହି ଦୁଇ ମୃତ୍ୟୁ ଘଟଣାର ତଦନ୍ତ ମଧ୍ୟ ସେହି ଜାତୀୟ ମାନବାଧିକାର ଆୟୋଗ ଙ୍କ ଦ୍ୱାରା ପ୍ରସ୍ତୁତ ଗାଇଡ଼ ଲାଇନ ଅନୁଯାୟୀ ହେବ

୧୬ ଲକ୍ଷରୁ ଅଧିକ ଅଙ୍ଗନବାଡି ଶିଶୁ ଙ୍କୁ ମିଳିବ ସ୍ଵେଟର,ଜୋତା ଓ ମୋଜା,ଆରମ୍ଭ ହେଲା ବିତରଣ

ରାଜ୍ୟର ଅଙ୍ଗନବାଡି ଗୁଡିକରେ ଶିକ୍ଷା ଲାଭ କରୁଥିବା ୩ରୁ ୬ ବର୍ଷ ବୟସର ଶିଶୁଙ୍କ ପାଇଁ ଚଳିତବର୍ଷଠାରୁ ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନାରେ ନୂଆ ଜୋତା, ମୋଜା ଓ ସ୍ବେଟର ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାରେ ରାଜ୍ୟରେ ୧୬ ଲକ୍ଷ ୧୪ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। ନଭେମ୍ବର ୧୪ ତାରିଖ ତଥା ଶିଶୁ ଦିବସ ଅବସରରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଶିଶୁଙ୍କୁ ଜୋତା, ମୋଜା ଓ ଶୀତ ବସ୍ତ୍ର ବଣ୍ଟନ ଆରମ୍ଭ ହୋଇଛି।


First Previous
1 2 3 4 5 6 7 8 9 10
Next Last Page 1 of 36

Recent Post