ଏସିଆନ୍ ଅଫ୍ ଦି ଇୟର’ରେ ସ୍ଥାନ ପାଇଲେ ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା

କୋଭିଡ୍‌-୧୯ ମହାମାରୀର ମୁକାବିଲା ପାଇଁ ସିଙ୍ଗାପୁରର ଅଗ୍ରଣୀ ଦୈନିକ ଦି ଷ୍ଟ୍ରାଇଟ୍ସ ଟାଇମ୍ସ ଦ୍ୱାରା ପ୍ରକାଶିତ “ଏସିଆନ୍ ଅଫ୍ ଦି ଇୟର”ରେ ୬ ଜଣଙ୍କ ମଧ୍ୟରେ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାୱାଲା ସାମିଲ୍‌ ହୋଇଛନ୍ତି । ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଅକ୍ସଫୋର୍ଡ ୟୁନିଭରସିଟି ଏବଂ ବ୍ରିଟିଶ-ସ୍ୱିଡେନ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରାଜେନେକା ସହିତ କୋଭିଡ୍‌-୧୯ ଟିକା “କୋଭିଡଶିଲ୍ଡ” ତିଆରି କରିବାରେ ସହଯୋଗ କରିଛି ଏବଂ ଭାରତରେ ପରୀକ୍ଷା ଚାଲିଛି ।

ବିଶ୍ୱର ସର୍ବଶ୍ରେଷ୍ଠ ଶିକ୍ଷକ ମାନ୍ୟତା ସହ ପାଇଥିଲେ ୬ କୋଟି ଟଙ୍କା ,ଶିକ୍ଷକ ଙ୍କ ବିକାଶ କାମ ପାଇଁ କରିଦେଲେ ଦାନ

ୟୁନେସ୍କୋ ଏବଂ ଲଣ୍ଡନସ୍ଥିତ ବାର୍କି ଫାଉଣ୍ଡେଶନ ଦ୍ବାରା ଦିଆଯାଉଥିବା ବିଶ୍ଵ ଶିକ୍ଷକ ପୁରସ୍କାର ଗତ ଗୁରୁବାର ଘୋଷଣା କରାଯାଇଛି । ଏଥିରେ ମଧ୍ୟପ୍ରଦେଶ ର ଜଣେ ଶିକ୍ଷକ ରଣଜିତ ଡିସ୍‌ଲେ ଙ୍କୁ ବିଶ୍ୱର ସବୁଠୁ ଶ୍ରେଷ୍ଠ ଶିକ୍ଷକ ଭାବେ ଚୟନ କରାଯାଇଛି । ରଣଜିତ ସୋଲାପୁର ଜିଲା ଅନ୍ତର୍ଗତ ପରିତେୱାଡ଼ି ଜିଲା ପରିଷଦ ସ୍କୁଲରେ ଶିକ୍ଷକତା କରନ୍ତି । ଲଣ୍ଡନର ନ୍ୟାଚୁରାଲ ହିଷ୍ଟ୍ରୀ ମ୍ୟୁଜିୟମରେ ସମ୍ପନ୍ନ ହୋଇଥିବା ଏକ ଭର୍ଚୁଆଲ ସମାରୋହରେ ରଣଜିତଙ୍କୁ ଗ୍ଲୋବାଲ ଟିଚର ଆୱାର୍ଡ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଥିଲା। ପ୍ରତିଦ୍ଧ ଅଭିନେତା ଷ୍ଟିଫେନ ଫ୍ରାଏ ଏହି ଘୋଷଣା କରିଥିଲେ।

ଡାକ୍ତରୀ ହେବାର ସ୍ୱପ୍ନକୁ ପୁରା କରିବେ ସୋନୁ ସୁଦ

ରୂପେଲି ପରଦାରେ ନୁହଁ ,ବରଂ ରିୟଲ ଲାଇଫ ହିରୋ ଭାବେ ସାମ୍ନା କୁ ଆସିଛନ୍ତି ବଲିଉଡ ର ଅଭିନେତା ସୋନୁସୂଦ । ବଲିଉଡର ଏହି ଲୋକପ୍ରିୟ ଅଭିନେତା କରୋନା ମହାସଙ୍କଟ ସମୟରେ ଅନେକ ଗରିବଙ୍କ ପାଇଁ ସାଜିଛନ୍ତି ଜୀବନ୍ତ ଦେବତା । ନିଜ କାମରେ ଅନେକ ଥର ଲୋକଙ୍କ ମନ ଜିତିଥିବା ବେଳେ ପୁଣି ଥରେ ସେ ନିଜର ମହାନତା ପ୍ରତିପାଦନ କରିଛନ୍ତି । ପୂର୍ବରୁ ଅନେକଙ୍କୁ ଲୋକଙ୍କୁ ଖାଦ୍ୟ,ବାସଗୃହ, ତଥା ରୋଜଗାର ଓ ପିଲାଙ୍କୁ ପଢ଼ିବା ପାଇଁ ସାହାଯ୍ୟ କରିଥିବା ସୋନୁ ଏବେ ଛାତ୍ରବୃତ୍ତି ଦେବାକୁ ଘୋଷଣା କରିଛନ୍ତି ।

ବୈବାହିକ ଜୀବନ ଆରମ୍ଭ ପୂର୍ବରୁ ରକ୍ତଦାନ କଲେ ନବଦମ୍ପତ୍ତି

ରକ୍ତଦାନ କରି ନିଜର ବୈବାହିକ ଜୀବନ ଆରମ୍ଭ କରିଛନ୍ତି ନବ ଦମ୍ପତ୍ତି । ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଉପକଣ୍ଠ ଗୁଣ୍ଠବନ୍ଧରେ । ଗୁଣ୍ଠବନ୍ଧର ଧର୍ମରାଜ ପାତ୍ରଙ୍କ ବିବାହ ଉତ୍ସବ ଦିନ ଆୟୋଜିତ ହୋଇଛି ରକ୍ତଦାନ କାର୍ଯ୍ୟକ୍ରମ । ଏଥିରେ ରକ୍ତଦାନ କରି ନିଜର ବୈବାହିକ ଜୀବନ ଆରମ୍ଭ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିଥିଲେ ବରଓ ସମ୍ମତି ପ୍ରକାଶ କରିଥିଲେ କନ୍ୟା । ବ୍ରହ୍ମପୁରର ସବୁଜ ବାହିନୀ ଓ ଆଞ୍ଚଳିକ ବିକାଶ ପରିଷଦର ସହଯୋଗରେ ଆଜି ଗୁଣ୍ଠବନ୍ଧରେ ଆୟୋଜିତ ହୋଇଥିଲା ରକ୍ତଦାନ ଶିବିର ।

ଶ୍ରମିକଙ୍କ କଲ୍ୟାଣ ପାଇଁ ସୋନୁସୁଦ ଙ୍କ ଜରିଆରେ ସିଙ୍ଗାପୁର କମ୍ପାନୀ ଗୁଡ଼ ୱାର୍କ ଦେବ ୨୫୦ କୋଟି

କଥାରେ ଅଛି ଅଗର୍ କିସି ଚିଜ୍‌କୋ ଦିଲ୍ ସେ ଚାହୋ , ତୋ ପୁରି କାୟାନାତ୍ ଉସେ ତୁମ୍‌ସେ ମିଲାନେକି କୋସିସ୍ ମେଁ ଲଗ୍‌ଜାତିହେ ..।। ଏହି ଉକ୍ତିଟି ବଲିଉଡ୍ ଅଭିନେତା ସୋନୁ ସୁଦ୍‌ଙ୍କ ପାଇଁ ଆଜି ସତ ପ୍ରମାଣିତ ହୋଇଛି ..। ଲକ ଡାଉନ ସମୟରେ ଅସହାୟ ମାନଙ୍କ ପାଖରେ ସହାୟତାର ହାତ ବଢାଇଥିଲେ ସୋନୁ ।କାହାକୁ ଘରକୁ ଫେରିବା ପାଇଁ ଗାଡି ସୁବିଧା କରାଇଥିଲେ ତ କାହାକୁ ଚାଷ କରିବା ପାଇଁ ଯୋଗାଇଦେଇଥିଲେ ଟ୍ରାକ୍ଟର ।ଅନେକ ବିଦ୍ୟାର୍ଥୀଙ୍କ ଅନଲାଇନ ଶିକ୍ଷାଦାନ ପାଇଁ ମୋବାଇଲି ଯୋଗାଇ ସୋନୁ ସୁଦ ଲକ ଡାଉନ ସମୟର ଭଗବାନ ବୋଲି ବିବେଚିତ ହୋଇଥିଲେ।

ଆଉ ଜଣେ ୫ ବର୍ଷ ର କୁନି ଧାବିକା,ରହିଛି ରେକର୍ଡ ରଚିବାର କ୍ଷମତା -ମିଳୁନି ସୁଯୋଗ ଓ ପ୍ରୋତ୍ସାହନ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ନିଆଳ ତେଟାସାହି ଗାଁର ପ୍ରଦୀପ ମଳିକଙ୍କ ୫ବର୍ଷର ଝିଅ ମାମୁନି ଏବେ ଲଗାତର ୧୦କିଲୋମିଟର ଦୌଡ଼ି ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ଦୌଡ଼ ଏବେ ଦେଖଣାହାରୀଙ୍କୁ ଚକିତ କରିଛି । ମାମୁନିଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ବାପା ପ୍ରଦୀପ ଠିକଣା ଭାବେ ପ୍ରଶିକ୍ଷଣ ଦେଇ ପାରୁନାହାନ୍ତି । ଫଳରେ ମାନୁନି ଆଗକୁ ଯିବା କଷ୍ଟସାଧ୍ୟ ହୋଇପଡିଛି । ଲଗାତର ୧୦ କିଲୋମିଟର ଦୌଡି ସମସ୍ତଙ୍କୁ ଚକିତ କରାଇ ଦେଇଛି ।

ଅନ୍ୟକୁ ସାହାଯ୍ୟ ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି ଏହି ମହିଳା

ମହାରାଷ୍ଟ୍ରରେ ରେଲୁ ଭାସାଭେ ନାମକ ଜଣେ ମହିଳାଙ୍କୁ ନେଇ ଏବେ ଅନେକ ଚର୍ଚ୍ଚା ଆଉ ଆଲୋଚନା ହେଉଛି । ରେଲୁ ଭାସାଭେ ପେଶାରେ ଜଣେ ଅଙ୍ଗନବାଡ଼ି କର୍ମୀ । ସେ ପ୍ରତିଦିନ ୧୮କିଲୋମିଟର ପର୍ଯ୍ୟନ୍ତ ଡଙ୍ଗା ଚଲାଇ ୬ବର୍ଷ ପର୍ଯ୍ୟନ୍ତ ଶିଶୁ ଓ ଅନ୍ତସତ୍ତ୍ବା ମହିଳାଙ୍କ ଧ୍ୟାନ ରଖିବା ପାଇଁ ଗାଁକୁ ଗାଁ ଯାଇଥାଆନ୍ତି। ଏଥିସହିତ ସେ ଛୋଟଛୋଟ ପିଲାମାନଙ୍କୁ ପାଠ ବି ପଢ଼ାଇ ଥାଆନ୍ତି। ପ୍ରତିଦିନ ଏତେ ବାଟ ନିଜେ ଡଙ୍ଗା ଚଲାଇ ଯିବା କଷ୍ଟ ଲାଗିଥାଏ।

ପଢିଲେ ଇଂଜିନିୟରିଂ,ଚାକିରୀ ନକରି କଳାଧାନ ଚାଷରୁ ପାଇଛନ୍ତି ଖ୍ୟାତି

ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ୨ ନମ୍ବର ୱାର୍ଡ ଘାଟଘରସାହି ଅଂଚଳର ସୌମ୍ୟକାନ୍ତ ଓରଫ ରାଜା । ୨୦୧୩ ମସିହାରେ ଡିପ୍ଲୋମା ଇଞ୍ଜିନିୟର ପାସ କରିବା ପରେ ରାଜ୍ୟ ବାହାରୁ ବିଭିନ୍ନ କମ୍ପାନୀରୁ ଚାକିରୀ ଅଫର ଆସିଲା ସତ ହେଲେ ସେ ମନ ବଳାଇଲେ ନାହିଁ।ପାହାଡ଼ ତଳେ ଥିବା ନିଜ ୭ ଏକର ଜମିରେ ଫାର୍ମ ହାଉସ କରି ଜୈବିକ ଚାଷ ପ୍ରତି ବଳାଇଥିଲେ ମନ । ବଜାର ରେ ଅଧିକ ଚାହିଦା ଥିବା ଔଷଧୀୟ କଳାଧାନ ପ୍ରଜାତି ପ୍ରତି ସେ ରୁଚି ରଖିଥିଲେ।

ଦିନେ ଥିଲା ପଡିଆ.ଏବେ ଫଳୁଛି ଦିନକୁ ଦୁଇ କ୍ୟୁଣ୍ଟାଲ ପିଜୁଳି

ଚାଷୀଙ୍କ ଲାଗି ଅଲୋଡ଼ା ହୋଇ ଦିନେ ପଡ଼ିଆ ପଡ଼ିଥିଲା ଜମି। ଏବେ ଏହି ଅବ୍ୟବହୃତ ଜମିରେ ସୁନା ଫଳାଇବାରେ ସକ୍ଷମ ହୋଇଛନ୍ତି ଆନ୍ଧ୍ରପ୍ରଦେଶରୁ ଆସି ରାୟଗଡାରେ ଚାଷ ରେ ମାତିଥିବା ଜଣେ ଯୁବ ଚାଷୀ । ୧୦ ଏକର ଜମିରେ ଚାଷ କରି ଦିନକୁ ୨ କୁଇଣ୍ଟାଲ ସ୍ବାଦିଷ୍ଟ ପିଜୁଳି ଉତ୍ପାଦନ କରି ରାୟଗଡ଼ା ସମେତ ରାଜ୍ୟ ବାହାରକୁ ରପ୍ତାନି କରି ଚର୍ଚ୍ଚାକୁ ଆସିଛନ୍ତି ।

୧୪ ବର୍ଷରେ ସାମ୍ବାଦିକତାରେ ସ୍ନାତକ , ଇତିହାସ ରଚିଲେ ହାଇଦ୍ରାବାଦର ଅଗସ୍ତ୍ୟ

ହାଇଦ୍ରାବାଦର ଚଉଦ ବର୍ଷ ବୟସର ଅଗସ୍ତ୍ୟ ଜୈସୱାଲ ଭାରତର ପ୍ରଥମ ଛାତ୍ର ଭାବେ ମାତ୍ର ୧୪ ବର୍ଷ ବୟସରେ ସ୍ନାତକ ଡିଗ୍ରୀ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଅଗସ୍ତ୍ୟ ହାଇଦ୍ରାବାଦ ଓସମାନିଆ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେ ଜଣେ ଜାତୀୟ ସ୍ତରର ଟେବୁଲ୍ ଟେନିସ୍ ଖେଳାଳି । କେବଳ ଏତିକି ନୁହେଁ, ଅଗସ୍ତ୍ୟ ଦୁଇ ହାତରେ ଲେଖିବାରେ ବେଶ ଧୁରନ୍ଧର।

ଇସ୍ରୋ ଅଧ୍ୟକ୍ଷ ଶିଵନ ପାଇଲେ ଡକ୍ଟର ଅଫ ସାଇନ୍ସ ଆୱାର୍ଡ

କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭାଲା ଇସ୍ରୋର ଅଧ୍ୟକ୍ଷ କେ. ଶିବନଙ୍କୁ ଡକ୍ଟର ଅଫ୍‍ ସାଇନ୍ସ ଉପାଧିରେ ସମ୍ମାନିତ କରିଛନ୍ତି।ବେଙ୍ଗାଲୁରୁଠାରେ ଆୟୋଜିତ ଏକ ନିରାଡ଼ମ୍ବର ସମାରୋହରେ ବିଶ୍ୱେଶ୍ୱରାୟ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏହି ଉପାଧି ପ୍ରଦାନ କରାଯାଇଛି। ଦେଶରେ ମହାକାଶ କାର୍ଯ୍ୟକ୍ରମ ଏବଂ ସାମାଜିକ କ୍ଷେତ୍ରରେ ଶିବନ୍‍ଙ୍କ ଭୂମିକାକୁ ରାଜ୍ୟପାଳ ଭୂୟସି ପ୍ରଶଂସା କରିଛନ୍ତି।

ଅଢେଇ ମାସ ଭିତରେ ଉଦ୍ଧାର କଲେ ୭୬ ଅପହୃତ ଶିଶୁ ; ମହିଳା ହେଡ଼ କନେଷ୍ଟବଳଙ୍କ ସାହସ କୁ ସାବାସୀ;ମିଳିଲା ପ୍ରମୋସନ

ଦିଲ୍ଲୀର ସମୟପୁର ବାଦଲି ପୋଲିସ ଥାନାରେ ମୁତୟନ ଜଣେ ମହିଳା ହେଡ୍ କନଷ୍ଟେବଳଙ୍କୁ ମିଳିଛି ଆଉଟ୍ ଅଫ୍ ଟର୍ନ ପ୍ରମୋଶନ୍। ହେଡ୍ କନଷ୍ଟେବଳ ଜଣଙ୍କର ନିଜର କାର୍ଯ୍ୟପ୍ରତି ନିଷ୍ଠା ଓ ବିଶ୍ବସ୍ଥତା ଦେଖି ଉଚ୍ଚାଧିକାରୀମାନେ ତାଙ୍କୁ ଆଉଟ୍-ଅଫ୍-ଟର୍ନ ପ୍ରମୋଶନ୍ ଦେବାର ନିଷ୍ପତ୍ତି ନେଇଛନ୍ତି। ମହିଳା ହେଡ୍ କନଷ୍ଟେବଳ ଜଣଙ୍କ ହେଉଛନ୍ତି ସୀମା ଢାକା ଯିଏକି କଠିନ ଚ୍ୟାଲେଞ୍ଜ ର ସାମ୍ନା କରି ୭୬ ଜଣ ନିଖୋଜ ପିଲାଙ୍କୁ ଅଢେଇ ମାସ ଭିତରେ ଖୋଜି ବାହାର କରିଛନ୍ତି ।

ନିଆରା ପାଳିଲେ ଜନ୍ମଦିନ, ୪ ଗରିବ ପିଲାଙ୍କ ପଢ଼ା ଦାୟିତ୍ବ ନେଲେ ତପନ

ନିଜ ଜନ୍ମଦିନକୁ ଅନ୍ୟ ମାନଙ୍କ ପରି କେକ୍‌ କାଟି, କ୍ୟାଣ୍ଡେଲ୍‌ ଜାଳି, ପାର୍ଟି କରି ମଉଜ ମସ୍ତି ରେ ପାଳି ନ ଥିଲେ ନାଲକୋ ର ପୂର୍ବତନ ସିଏମଡି ତପନ ଚାନ୍ଦ । ଅର୍ଥ ବ୍ୟୟ କରିବା ଅପେକ୍ଷା ୪ ଜିଲ୍ଲାର ୪ ଜଣ ଗରିବ ମେଧାବୀ ଛାତ୍ରଙ୍କ ପଢ଼ା ଦାୟିତ୍ବ ବହନ କରି ଉପହାର ଭେଟି ଦେଇଛନ୍ତି । ଶିବାନନ୍ଦ ଶତ ବାର୍ଷିକ ଉଚ୍ଚ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ବିଦ୍ୟାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବ‌େଳେ ସେ ମାଲକାନଗିରିର ମୁନା ‌ସଉଲାମି, ଗଞ୍ଜାମର ନୀଲେଶ ନାୟକ, କନ୍ଧମାଳର ଆଶିଷ ପଲେଇ ଓ ସୁନ୍ଦରଗଡ଼ର ଲକି ବେହେରାଙ୍କ ହଷ୍ଟେଲ୍‌ ସହ କଲେଜ୍‌ରେ ପଢ଼ିବା ଖର୍ଚ୍ଚ ଉଠାଇବେ। ମଙ୍ଗଳବାର ବିଦ୍ୟାଳୟର ସମ୍ପାଦକ ସ୍ବା‌ମୀ ଶିବ ଚିଦାନନ୍ଦ ସରସ୍ବତୀ, ଯୁଗ୍ମ ସମ୍ପାଦକ ସ୍ବାମୀ ଜଗନ୍ନାଥାନନ୍ଦ ସରସ୍ବତୀଙ୍କ ତତ୍ତ୍ବାବଧାନରେ ଏକା‌ଦଶ ଶ୍ରେଣୀରେ ବିଦ୍ୟାଦାନ କାର୍ଯ୍ୟକ୍ରମ ଆରମ୍ଭ ପରିପ୍ରେକ୍ଷୀରେ ଶ୍ରୀ ଚାନ୍ଦ ଏହି ଘୋଷଣା କରିବା ସହ କହିଲେ, ଜନ୍ମଦିନରେ କେକ୍‌ କାଟି ଖୁସି ମନେଇବା ଅପେକ୍ଷା ଯଦି କିଛି ପିଲାଙ୍କ କ୍ୟାରିୟର ଗଢ଼ିବା ପାଇଁ ଅଂଶୀଦାର ହୋଇପାରିଲି ତାହା ମୋ ପାଇଁ ସବୁଠୁ ବଡ଼ ଆଶୀର୍ବାଦ ବୋଲି କହିଥିଲେ ।

କେବିସିରୁ ୧୨ ଲକ୍ଷ ଜିତିଲେ,ଆର୍ଥିକ ଦୁଃଖରେ ମଧ୍ୟ କିଭଳି ସଶକ୍ତ ଥିଲେ ରାଜଲକ୍ଷ୍ମୀ ଙ୍କ ଠାରୁ ଶୁଣି ଭାବି ବିହ୍ଵଳ ହେଲେ ଅମିତାଭ

ଚଳିତ ବର୍ଷ କୌନ ବନେଗା କରୋଡପତି ମଞ୍ଚରେ ଜଣଙ୍କ ପରେ ଜଣେ ମହିଳା ପ୍ରତିଦ୍ବନ୍ଦୀ ନିଜର ବୁଦ୍ଧିମତ୍ତା ସହିତ ଜୀବନ ସଂଘର୍ଷ ରେ କିଭଳି ଅଗ୍ରଣୀ ଭୂମିକା ନିର୍ବାହିତ କରିଛନ୍ତି ତାହା ପ୍ରଦର୍ଶିତ କରି ଆଂକର ଓ ଦର୍ଶକ ମାନଙ୍କ ଭାବାବେଗ କୁ ପ୍ରଭାବିତ କରିବାରେ ଲାଗିଛନ୍ତି ।ସଦ୍ୟତମ ଅଧ୍ୟାୟ ରେ ବିହାର ପାଟଣା ର ରାଜଲକ୍ଷ୍ମୀ ନାମକ ଜଣେ ମହିଳା ପ୍ରତିଯୋଗୀ ନିଜ ପରିବାର ର ଘୋର ଆର୍ଥିକ ସ୍ଥିତି ଓ ଏଥିରେ ନିଜ ସଞ୍ଚୟ ର ଭୂମିକା କୁ ନେଇ ଯେଉଁ ମର୍ମସ୍ପର୍ଶୀ କଥା କହିଥିଲେ ତାହା ଅନେକ ଦର୍ଶକ ଙ୍କ ଆଖିପତା କୁ ଓଦା କରିଦେଇଥିଲା ।

ଗହଣା ବନ୍ଧା ପକାଇ କିଣିଥିଲେ ପ୍ରଥମ ଗାଈ, ଆଜି ନିଜ ଡାଏରୀ ଫାର୍ମରେ ୧୮ ଜଣଙ୍କୁ ଦେଇଛନ୍ତି ଚାକିରୀ

କୋରାପୁଟ ଜିଲା ର ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଛନ୍ତି ନମିତା ପାଟ୍ଟଯୋଶୀ। କୋରାପୁଟ ଜାନିଗୁଡାଠାରେ ଥିବା ‘କାଞ୍ଚନ ଡାଏରି’ ର ମାଲିକାଣୀ ହେଉଛନ୍ତି ସେ । କାଞ୍ଚନ ଡାଏରି ମାଧ୍ୟମରେ ନିଜେ ସ୍ଵାବଲମ୍ବୀ ହେବା ସହ ଅନ୍ୟ ମହିଳାମାନଙ୍କୁ ବି ସେ ସ୍ଵାବଲମ୍ବୀ ହେବାର ବାଟ ଦେଖାଇଛନ୍ତି । ତାଙ୍କ ଡାଏରି ଫାର୍ମରେ ବର୍ତ୍ତମାନ ୧୪ ଜଣ ମହିଳା ଓ ୪ଜଣ ପୁରୁଷ,ଏମିତି ମୋଟ ୧୮ଜଣ ନିୟୋଜିତ ହୋଇଛନ୍ତି ।

ତିନି ଗାଉଁଲି ମହିଳା ଅଢେଇ ବର୍ଷରେ ଠିଆ କରିଦେଲେ ଦେଢ କୋଟି ଟଙ୍କାର କମ୍ପାନୀ

ଏ ହେଉଛି ରାଜସ୍ଥାନ ଧୋଳପୁର ଜିଲାର ୩ ମହିଳାଙ୍କ କାହାଣୀ, ଯାହା ଆମକୁ ଘଟଣା ଭଳି ଲାଗେ । ଏମାନେ ଏମିତି କିଛି କରିଦେଖାଇଛନ୍ତି ଯାହା ଅନ୍ୟ ମହିଳାଙ୍କ ପାଇଁ ନିଶ୍ଚିତଭାବେ ପ୍ରେରଣା ଉତ୍ସ । ଛୋଟ ବେପାରକୁ କିଭଳି ବଡ କରାଯାଏ, ତାହା ଏହି ୩ ମହିଳା ପ୍ରମାଣିତ କରି ଦେଖାଇଛନ୍ତି । ପାଠ ବେଶି ପଢିନାହାନ୍ତି; ଅଥଚ ସମୟ ଓ ପରିଶ୍ରମର ମୂଲ୍ୟକୁ ବେଶ୍ ବୁଝିଛନ୍ତି। ମଫସଲରେ ଜନ୍ମିତ ଏହି ୩ ମହିଳା ମାତ୍ର ଅଢେଇ ବର୍ଷରେ ଦେଢ କୋଟି ଟଙ୍କାର କମ୍ପାନୀ ଛିଡା କରାଇ ଆଖପାଖର ୮୦୦ ମହିଳାଙ୍କୁ ଯୋଗାଇଛନ୍ତି ଦାନାପାଣି

କାହ୍ନୁଚରଣଙ୍କ ନିଜସ୍ୱ ପାଣି ପ୍ରକଳ୍ପ,୩ ଖଣ୍ଡ ଜଳକ୍ଲିଷ୍ଟ ଗାଁର ମେଂଟାଇଛି ଶୋଷ

ଗଂଜାମ ଜିଲ୍ଲା ଭଞ୍ଜନଗର ଠାରୁ ସୋରଡା ଯିବା ରାସ୍ତାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ପଳାସପଲ୍ଲୀ ଗ୍ରାମବାସୀ। ପିଇବା ପାଣିକୁ ନେଇ ଭୋଗୁଥିଲେ କଷ୍ଟ । ଗ୍ରାମର ୩୫୦ ପରିବାର ପିଇବା ପାଣି ମୁନ୍ଦେ ପାଇଁ ଦୂର ଚୁଆ ଓ ଗାଡ଼ିଆ ଉପରେ ନିର୍ଭର କରୁଥିଲେ । ଗ୍ରାମାବାସୀଙ୍କ ଜଳ ଯାତନା ଦୂର କରିବାକୁ ଗାଁରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ସରକାରୀ ସ୍ତରରେ ଦୁଇ ଦୁଇ ଥର ଉଦ୍ୟମ ହୋଇଥିଲା। ବାରମ୍ବାର ପରୀକ୍ଷା ନୀରିକ୍ଷା ପରେ ଭୂଗର୍ଭରେ ପାଣି ନଥିବା ଦର୍ଶାଇ ପ୍ରକଳ୍ପ ନିର୍ମାଣ ସର୍ଭେରେ ହିଁ ସୀମିତ ରହି ଯାଇଥିଲା।

ସୋନୁ ସୁଦ ଙ୍କ ବଦାନ୍ୟତା:୬ ବର୍ଷ ବାଳକର ଲିଭର ପ୍ରତିରୋପଣ ପାଇଁ ଯୋଗାଇ ଦେଲେ ଆର୍ଥିକ ସହାୟତା

ଜଣେ ଛଅ ବର୍ଷିୟ ବାଳକର ‘ଲିଭର୍‌’ ପ୍ରତିରୋପଣ ନିମନ୍ତେ ଅଭିନେତା ସୋନୁ ସୁଦ ଆର୍ଥିକ ସହାୟତା ପ୍ରଦାନ କରିନିଜ ମାନବିକତାର ପୁଣି ଠାରେ ସଶକ୍ତ ଉଦାହରଣ ସୃଷ୍ଟିକରିଛନ୍ତି । ହାଇଦ୍ରାବାଦର ଆପୋଲୋ ହସ୍ପିଟାଲ୍‌ରେ ହର୍ଷବର୍ଦ୍ଧନ ନାମକ ବାଳକର ପରିବାରକୁ ସାହାଯ୍ୟ କରିବା ସହ ଅସ୍ତ୍ରୋପଚାର ନିମନ୍ତେ ସୁଦ୍‌ ଆବଶ୍ୟକ ଅର୍ଥ ଯୋଗାଇ ଦେଇଛନ୍ତି। ପିଲାଟିକୁ ଛଅ ମାସ‌ ହୋଇଥିବା ବେଳେ ସେ ଅସୁସ୍ଥ ହୋଇ ପଡ଼ିଥିବା କଥା ତା’ ମାଆ କହିଛି।

ଶଶାଙ୍କ ଙ୍କ ନିଆରା ନିଶା,ସଂଗ୍ରହ ଓ ସାଇତି ରଖିଛନ୍ତି ୧୩୮ ଦେଶର ଖବରକାଗଜ

ରୁଚି ତାଙ୍କର ପାଲଟିଛି ନିଶା, ଏହି ନିଶା ତାଙ୍କୁ ଆଣିଦେଇଛି ପ୍ରତିଷ୍ଠା । ନିଶାରେ ମସଗୁଲ ଏହି ଯୁବକ ଶଶାଙ୍କ ଶେଖର ଦାଶ ଏଯାବତ୍‌ ୧୩୮ ଦେଶର ୪୬୮୩ଟି ଖବରକାଗଜ ସଂଗ୍ରହ କରି ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନିତ ହେବାକୁ ଯାଉଛନ୍ତି । ସୋମବାର ଜାତୀୟ ପ୍ରେସ ଡେ ପାଳନ ଅବସର ରେ ନିଜର ଏଭଳି ନିଶା ସମ୍ପର୍କରେ ଅଭିଜ୍ଞତା ବଖାଣିଛନ୍ତି ।

ରେକର୍ଡ ରଚିଲେ ବିଠଲ ,୧ ମିନିଟ୍‌ରେ କଲେ ଗୀତାର ୧୩ ଶ୍ଳୋକ ଆବୃତ୍ତି

୧୬ ବର୍ଷ ବୟସ ରେ ଶ୍ରୀମଦ୍‌ ଭଗବତ ଗୀତାର ଶ୍ଳୋକ ଅନର୍ଗଳ ଓ ପ୍ରାଞ୍ଜଳ ଭାବେ ଆବୃତ୍ତି କରି ଚର୍ଚ୍ଚାକୁ ଆସିଛନ୍ତି ବ୍ରହ୍ମପୁର ସହର ଗଜପତିନଗର ବାସିନ୍ଦା ବିଠଲ ସାହୁ । ପୁସ୍ତକ ନ ଦେଖି ସଂସ୍କୃତ ର କଠିନ ଶ୍ଳୋକ ମାନ ଅନବରତ ଆବୃତ୍ତି କରିପାରୁଛନ୍ତି । ଏମିତିକି ଗୋଟିଏ ମିନିଟ୍‌ରେ ଗୀତାର ପଞ୍ଚଦଶ ଅଧ୍ୟାୟର ୧୩ଟି ଶ୍ଳୋକ ଆବୃତ୍ତି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍‌ରେ ସ୍ଥାନ ପାଇଛନ୍ତି । ଏବେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।


First Previous
1 2 3 4 5 6 7 8 9 10
Next Last Page 1 of 29

Recent Post