ରାଜ୍ୟରେ ବଢୁଛି ଫାଇଲେରିଆ,ଯୋଡିହେଲା ଆଉ ୭ ଜିଲା

ରାଜ୍ୟରେ ଫାଇଲେରିଆ ସ୍ଥିତି ବିଗିଡ଼ି ଗଲାଣି। ଫାଇଲେରିଆ ନିରାକରଣ ଲକ୍ଷ୍ୟ ହାସଲ କରିବାରେ ସରକାର ବିଫଳ ହୋଇଛନ୍ତି। କେବଳ ସେତିକି ନୁହେଁ, ଏକାଧିକ ଜିଲ୍ଲା ଫାଇଲେରିଆ ତାଲିକାରେ ଯୋଡ଼ି ହୋଇ ଗଲାଣି। ଏପରିକି ଫାଇଲେରିଆ ଜିଲ୍ଲାୱାରୀ ଯେଉଁ ତାଲିକା ପ୍ରକାଶ ପାଉଛି ତାହା ମଧ୍ୟ ସନ୍ଦେହ ଘେରରେ। ଏଭଳି ପରିସ୍ଥିତିରେ ଏହି ରୋଗର ନିରାକରଣ ପାଇଁ ନିଆଯାଉଥିବା ପଦକ୍ଷେପକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

କୋଭିଡ୍‌ଜନିତ ଅଚଳାବସ୍ଥା ସତ୍ତ୍ବେ, ବିଶ୍ବ ତାପମାତ୍ରା ବଢ଼ିଛି

ୟୁଏନ୍‌ଇପିର ବାର୍ଷିକ ନିର୍ଗମନ ଅନ୍ତର-୨୦୨୦ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମହାମାରୀ କୋଭିଡ୍‌ ଯୋଗୁଁ ସୃଷ୍ଟ ଅଚଳାବସ୍ଥା ପରିପ୍ରେକ୍ଷୀରେ ବିଷାକ୍ତ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ଯଥେଷ୍ଟ ହ୍ରାସ ହୋଇଥିଲେ ହେଁ ବିଶ୍ବ ତାପମାତ୍ରା ଚଳିତ ଶତାବ୍ଦୀରେ ତଥାପି ତିନି ଡିଗ୍ରି ସେଲସିଅସ ବୃଦ୍ଧି ହୋଇ ରହିଛି। ତେବେ ବିଭିନ୍ନ ରାଷ୍ଟ୍ର ପରିବେଶ ପରିଚାଳନା ଦିଗରେ ବ୍ୟାପକ ପୁଞ୍ଜି ଖଟାଇଲେ ହିଁ ଆକାଂକ୍ଷିତ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିହେବ।

ଅନ୍ନଦାତାଙ୍କ ଭାରତ ବନ୍ଦ;ଏଭଳି କରି କେତେ ମିଳିଲା ଲାଭ

କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦ ପାଳିତ ହୋଇଯାଇଛି । ଦିଲ୍ଲୀ,ପଞ୍ଜାବ,ହରିୟାଣା,ବିହାର ରେ ବାମସଙ୍ଗଠନ ଓ କଂଗ୍ରେସ ନେତାମାନେ ଆନ୍ଦୋଳନ ରେ ସାମିଲ ହୋଇ କେଉଁଠି ଟାୟାର ଜାଳିଛନ୍ତି ତ କେଉଁଠି ସଡକ ଉପରେ ଅବରୋଧ କରି ଯାନବାହାନ ଚଳାଚଳ କରିବାକୁ ଦେଇନାହାନ୍ତି । ଅନେକ ଜାଗାରେ ଟ୍ରେନ ସେବା ବ୍ୟହାତ ହୋଇଛି । ଦେଶର ଶତାଧିକ କୃଷକ ସଂଗଠନ ଙ୍କ ସହିତ ଟ୍ରେଡ଼ ୟୁନିୟନ ଓ ୧୮ ରୁ ଅଧିକ ରାଜନୈତିକ ଦଳ ଏହି ଆନ୍ଦୋଳନ ସହ ଯୋଡିହୋଇ ରହିବାରୁ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ସଂସ୍ଥା ମାନେ ମଧ୍ୟ ସେବା ଯୋଗାଇ ପାରିନଥିଲେ ।

ଆଜି ପ୍ରଥମାଷ୍ଟମୀ ; ଜ୍ୟେଷ୍ଠ ସନ୍ତାନ ଙ୍କ ପାଇଁ ସମର୍ପିତ ଦିନ ଟିଏ

ଆଜି ପ୍ରଥମାଷ୍ଟମୀ । ଏହା ଓଡ଼ିଶାର ଏକ ଅନନ୍ୟ ପାରମ୍ପରିକ ପର୍ବ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି ଧରାଯାଇଛି । ଏହି ଦିନ ବଂଶର ପ୍ରଥମ ଜାତ ସନ୍ତାନ ବା ଜ୍ୟେଷ୍ଠ ପିଲାଙ୍କର ନବବସ୍ତ୍ର ପରିଧାନ, ବନ୍ଦାପନା ଓ ମିଷ୍ଟାନ୍ନ ଭକ୍ଷଣାଦି ହୁଏ। ଜ୍ୟେଷ୍ଠ ସନ୍ତାନଙ୍କ ବନ୍ଦାପନା ପରେ ପଞ୍ଚପଲ୍ଲବ, ପଞ୍ଚ ଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ।

୯ରୁ ଆରମ୍ଭ ହେବ ଇକୋ-ରିଟ୍ରିଟ୍

ସରିଛି ପ୍ରସ୍ତୁତି। ନୂଆ ବୋହୂ ଭଳି ସଜେଇ ହୋଇଛି ୫ ପର୍ଯ୍ୟଟନସ୍ଥଳ। ଦିନକ ପରେ ଆରମ୍ଭ ହେବ ରାଜ୍ୟ ପର୍ଯ୍ୟଟନର ବହୁ ପ୍ରତୀକ୍ଷିତ ପର୍ବ ଇକୋ-ରିଟ୍ରିଟ୍। ଗତବର୍ଷ କୋଣାର୍କ ଇକୋ-ରିଟ୍ରିଟ୍‌ର ସଫଳତାକୁ ଦୃଷ୍ଟିରେ ରଖି ଏଥର ରାଜ୍ୟ ପର୍ଯ୍ୟଟନ ବିଭାଗ ପରୀକ୍ଷାମୂଳକ ଭାବେ ୫ଟି ସ୍ଥାନରେ ଇକୋ-ରିଟ୍ରିଟ୍‌ ଆୟୋଜନ କରିଛି। କରୋନା ସହ ୮ ମାସର ଲଢ଼େଇ ପରେ ରାଜ୍ୟ ପର୍ଯ୍ୟଟନରେ ଏହା ଆଶା ଜନ୍ମାଇବ ବୋଲି କୁହାଯାଉଛି।

ଦେଶରେ ପ୍ରତ୍ୟେକ ଭାଗରେ ଟିକା ପହଞ୍ଚାଇବାକୁ ପ୍ରସ୍ତୁତ ହେଉଛନ୍ତି ବାୟୁସେନା

ଭାରତରେ କରୋନା ଟିକା ଶୀଘ୍ର ଆସିପାରେ। ଏଥିପାଇଁ ଏକ ବଡ଼ ଧରଣର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଯଥାଶୀଘ୍ର ଲୋକଙ୍କୁ ଏହି ଟିକା କିପରି ପହଞ୍ଚାଯିବ ସେନେଇ ସରକାର ବିଚାର କରୁଛନ୍ତି। ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ, ଭାରତୀୟ ବାୟୁସେନା ମଧ୍ୟ ଏଥିପାଇଁ ଅଣ୍ଟା ସଳଖିଲାଣି । କୁହାଯାଉଛି ଯେ ଦେଶର ପ୍ରତ୍ୟେକ ଅଞ୍ଚଳରେ କୋଭିଡ -୧୯ ଟିକା ପହଞ୍ଚାଇବା ପାଇଁ ବାୟୁସେନା ପରିବହନ ବିମାନର ସହାୟତା ନେବ।

ମାଲ ପରିବହନ ରୁ ବଢିବ ରୋଜଗାର ,କର୍ଣ୍ଣାଟକରୁ ବିହାରକୁ ୧୦୦ ଟନ୍‌ ଟମାଟୋ ପରିବହନ କରିବ ଭାରତୀୟ ରେଳବାଇ

କୋଭିଡ୍‌-୧୯ ସମୟରେ ମାଲ୍‌ ପରିବହନରୁ ରୋଜଗାର ବୃଦ୍ଧି କରିବାକୁ ଦକ୍ଷିଣ ପଶ୍ଚିମ ରେଳବାଇ କର୍ଣ୍ଣାଟକର କୋଲାରରୁ ବିହାରର ପାଟନା ନିକଟ ଦାନପୁରକୁ ୧୦୦ ଟନ୍‌ ଟମାଟୋ ପରିବହନ କରିବ ବୋଲି ଜଣେ ରେଳବାଇ ଅଧିକାରୀ କହିଛନ୍ତି । ଦକ୍ଷିଣ ପଶ୍ଚିମ ରେଳବାଇର ବେଙ୍ଗାଲୁରୁ ଡିଭିଜନ୍‌ ମ୍ୟାନେଜର ଅଶୋକ କୁମାର ବର୍ମା କହିଛନ୍ତି, ୧୦ଟି ରେକ୍‌ରେ କୋଲାର ଷ୍ଟେସନ୍‌ରୁ ଦାନପୁର ଜଙ୍କ୍‌ସନ୍‌କୁ ପ୍ରାୟ ୧୦୦ ଟନ୍‌ ଟମାଟୋ ପରିବହନ ହେବ।

କରୋନା ପାଇଁ ୨୦୩୦ ସୁଦ୍ଧା ୧୦୦ କୋଟି ଲୋକ ଦରିଦ୍ର ହେବେ -ୟୁ ଏନ ଡ଼ି ପି

ମହାମାରୀ କୋଭିଡ୍‌ର ଦୀର୍ଘକାଳୀନ ପ୍ରଭାବ ୨୦୩୦ ମସିହା ସୁଦ୍ଧା ଆଉ ଅଧିକ ୨୦.୭ କୋଟି ଲୋକଙ୍କୁ ଅତିଶୟ ଦାରିଦ୍ର୍ୟ ମଧ୍ୟକୁ ଟାଣିନେବ। ଏଥିରେ ବିଶେଷ କରି ୧୦.୨ କୋଟି ମହିଳାଙ୍କୁ ଅନଟନ କବଳରେ ପକାଇବ। ଫଳରେ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ଶହେ କୋଟି ଟପିଯିବ ବୋଲି ଜାତିସଂଘର ବିକାଶ ଯୋଜନା(ୟୁଏନ୍‌ଡିପି) ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି।

ବାବା ସାହେବ ଆମ୍ବେଦକରଂକ ଆଜି ମହାପରାୟଣ ଦିବସ,ସମାଜକୁ ଜାତି ପ୍ରଥାରୁ ଉଦ୍ଧାର କରିବାକୁ ଆଜୀବନ ଥିଲେ ବ୍ରତୀ

ସମ୍ବିଧାନର ଜନକ ଭୀମରାଓ ଆମ୍ବେଦକରଙ୍କ ଆଜି ମହାପରାୟଣ ଦିବସ । ୬ ଡିସେମ୍ବର ୧୯୫୬ ମସିହାରେ ଏହି ମହାନ ବ୍ୟକ୍ତିଙ୍କର ଦେହାନ୍ତ ହୋଇଥିଲା । ଭାରତରେ ବୌଦ୍ଧ ଧର୍ମ ସଂକଟରେ ଥିବା ବେଳେ ସେ ବୌଦ୍ଧ ଧର୍ମ ଗ୍ରହଣ କରି ଆଜୀବନ ଏହାର ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟ କରିଥିଲେ । ସେ ସ୍ୱାଧୀନ ଭାରତର ପ୍ରଥମ ଆଇନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ମୃତ୍ୟୁର ୩୪ ବର୍ଷ ପରେ ୧୯୯୦ ମସିହାରେ ତାଙ୍କୁ ମରଣୋତ୍ତର ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା । ସେ ପରାଧିନ ଭାରତର ଅଛୁଆଁ ଜାତି କୁହାଯାଉଥିବା ଏକ ମହାର ପରିବାରରେ ଜନ୍ମଗ୍ରହଣ କରିଥିଲେ ।

ଟୀକା ପାଇଁ ଗଢ଼ାହେଲା ରାଜ୍ୟ ଓ ଜିଲ୍ଲା କମିଟି

ପ୍ରଧାନମନ୍ତ୍ରୀ ଆଗାମୀ କିଛି ସପ୍ତାହ ମଧ୍ୟରେ ଟୀକା ଉପଲବ୍ଧ ହେବ ବୋଲି ସର୍ବଦଳୀୟ ବୈଠକରେ ସୂଚନା ଦେବାପରେ ଟିକା ରାଜ୍ୟ ସରକାର ଟିକାକରଣକୁ ସୁଗମ କରିବା ପାଇଁ ଦୁଇଟି କମିଟି ଗଠନ କରିଛନ୍ତି। ପରିବାର କଲ୍ୟାଣ ନିର୍ଦେଶକ ରାଜ୍ୟସ୍ତରୀୟ କମିଟିର ଅଧ୍ୟକ୍ଷ ଥିବା ବେଳେ ସିଡିଏମ୍‌ଓଙ୍କୁ ଜିଲ୍ଲାସ୍ତରୀୟ କମିଟିର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ଏହି ଦୁଇ କମିଟିର ରାଜ୍ୟରେ ଟିକାକରଣର ପାର୍ଶ୍ବ ପ୍ରତିକ୍ରିୟା ଓ ନିରୀକ୍ଷଣ ସହିତ ୯ଟି ଦିଗ ଉପରେ ନଜର ରଖିବା ଲାଗି କୁହାଯାଇଛି।

ବୈଜ୍ଞାନିକଙ୍କ ସ୍ୱୀକୃତି ପରେ ଟିକାକରଣ, ୧ କୋଟି ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରଥମେ ମିଳିବ ଟୀକା

ଟିକା ପାଇଁ ଆଉ ବେଶୀଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆଗାମୀ କିଛି ସପ୍ତାହ ମଧ୍ୟରେ କୋଭିଡ୍‌ ଟିକା ପ୍ରସ୍ତୁତ ହୋଇଯିବ ବୋଲି ଆମ ବୈଜ୍ଞାନିକମାନେ ଆଶା ପ୍ରକଟ କରିଛନ୍ତି। ବୈଜ୍ଞାନିକଙ୍କ ସ୍ବୀକୃତି ପରେ ଦେଶରେ ଖୁବ୍‌ ଶୀଘ୍ର ଟିକାକରଣ ଆରମ୍ଭ ହୋଇଯିବ ବୋଲି ସର୍ବଦଳୀୟ ବୈଠକ ରେ ସୂଚନା ପ୍ରଦାନ କରି ଦେଶବାସୀଙ୍କ ଆସ୍ୱାସ୍ଥ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଭୁବନେଶ୍ବର ଆଇଆଇଟି ସମାବର୍ତ୍ତନ ଉତ୍ସବ ରେ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପୋଖରିଆଲ୍‌ ରାଷ୍ଟ୍ର ଗଠନ ରେ ନିଜକୁ ସାମିଲ କରନ୍ତୁ

ଆଗକୁ ଅନେକ ଆହ୍ବାନ ଆସୁଛି। ତାହାର ସମ୍ମୁଖୀନ ହେବାକୁ ପଡ଼ିବ। ଏଥିପାଇଁ ଏବେଠାରୁ ପ୍ରସ୍ତୁତ ରହିବା ସହ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ ‘ନିଶଙ୍କ’ ଭୁବ‌ନେଶ୍ବର ଆଇଆଇଟି ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି। ଭୁବନେଶ୍ବର ଆଇଆଇଟିର ୯ମ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୋଖରିଆଲ୍‌ ଅନ୍‌ଲାଇନ୍‌ରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ଡିଗ୍ରିଧାରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଲେ, ଆଇଆଇଟି ଭୁବନେଶ୍ବରରୁ ଯେଉଁ ଶିକ୍ଷା ପାଇଛନ୍ତି, ତାହାକୁ ଆଧାର କରି ରାଷ୍ଟ୍ର ଗଠନରେ ନିଜକୁ ସାମିଲ କରନ୍ତୁ।

‘ମୋ ସ୍କୁଲ ଅଭିଯାନ ରେ ’ରେ ସାମିଲ ହେଲା ୨୬୫୭ ସ୍କୁଲ ,ଏ ପର୍ଯ୍ୟନ୍ତ ଯୋଡି ହେଲେଣି ୨ ଲକ୍ଷରୁ ଅଧିକ ବିଦ୍ୟାର୍ଥୀ

ମୋ ସ୍କୁଲ’ ଅଭିଯାନରେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ସ୍କୁଲ ଯୋଡି ହେଉଛି । ପୁରାତନ ଛାତ୍ରମାନେ ଏହି ଅଭିଯାନରେ ସାମିଲ ହୋଇ ବିଦ୍ୟାଳୟ ବିକାଶ ଦିଗରେ ନିଜ ଯୋଗଦାନ ଦେଉଛନ୍ତି । ନିକଟରେ ୧୯ତମ କାର୍ଯ୍ୟକାରୀ ପରିଷଦ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ୨୮ଟି ଜିଲ୍ଲାର ୬୫୭ଟି ବିଦ୍ୟାଳୟର ୧୦.୭୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି।

ଆଜି ନୌସେନା ଦିବସ ,ଦୃଢ଼ତା ର ସହିତ ଜଗିଛି ଉପକୂଳ

ଆଜି ହେଉଛି ଭାରତୀୟ ନୌସେନା ଦିବସ ।ଏହି ବୀର ଯବାନ ଙ୍କ ଦୃଢ଼ତା ଯୋଗୁଁ ଆମ ଉପକୂଳ ସୁରକ୍ଷିତ ରହିଛି।ଜଳ ମାର୍ଗରେ ଶତ୍ରୁ ର ପ୍ରବେଶ ଉପରେ ଦିନରାତି ନଜର ରଖିଥିବା ଏହି ବାହିନୀ ୧୯୭୧ ମସିହାରେ ପାକଜାହାଜ କୁ ଜଳସମାଧୀ ଦେବାରେ ସକ୍ଷମ ହୋଇଥିଲା । ସେଦିନ ଥିଲା ଡିସେମ୍ବର ୪,ତେଣୁ ଆମେ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ବୀର ଯବାନମାନଙ୍କ ସ୍ମୃତିରେ ଏହି ଦିବସ ପାଳନ କରୁଛନ୍ତି । ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଶର ଯବାନମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ବୀରତ୍ୱ କୁ ସଲାମ ଜଣାଇଛନ୍ତି ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ରେ ୧୧ଟି ବିଷୟରେ ଖୋଲିବ ପିଏଚ୍‌ଡି

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ୧୧ଟି ବିଭାଗରେ ପିଏଚ୍‌ଡି ଖୋଲିବ। ବିଭାଗରେ ଥିବା ପ୍ରଫେସର୍‌ଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଛାତ୍ରୀଙ୍କ ସଂଖ୍ୟା ସ୍ଥିର ହେବ। ୨୦୨୦-୨୧ ଶିକ୍ଷାବର୍ଷରୁ ପିଏଚ୍‌ଡି ପାଠ୍ୟକ୍ରମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ଯୁକ୍ତ୩ (ସ୍ନାତକ)ରେ ୪୮ଟି ସିଟ୍‌କୁ ନେଇ ଶିକ୍ଷା ବିଭାଗ ଅନର୍ସ ଖୋଲିବ। ଚଳିତ ଶିକ୍ଷାବର୍ଷରେ ଏମ୍‌ଜେଏମ୍‌ସି ପାଠ୍ୟକ୍ରମରେ ନାମଲେଖା ହେବ। ଏଥିପାଇଁ ଦୁଇଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆସରିଲାଣି।

ମୃତ୍ୟୁ କାଳୀନ ଜମାନବନ୍ଦୀ ର ସତ୍ୟତା ହିଁ ଦଣ୍ଡ ଦେବାପାଇଁ ଯଥେଷ୍ଟ କହିଲେ ହାଇକୋର୍ଟ

ମୃତ୍ୟୁସମୟରେ ବ୍ୟକ୍ତି ମିଛ କହି ନଥାଏ କିମ୍ବା ନିର୍ଦ୍ଦୋଷକୁ କୌଣସି ଅପରାଧରେ ସଂପୃକ୍ତ ‌ବୋଲି ଦର୍ଶାଇ ନଥାଏ । ତଥାପି ମୃତକଙ୍କ ବୟାନ ଉପରେ ଅଦାଲତଙ୍କୁ ସତର୍କ ଦୃଷ୍ଟି ରଖିବାକୁ ପଡିଥାଏ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜାମିନ ଆବେଦନର ଶୁଣାଣି କରି ମୃତ୍ୟକାଳୀନ ଜମାନବନ୍ଦୀର ଗ୍ରହଣୀୟତା ପ୍ରସଂଗରେ ଏପରି ରାୟ ଦେଇଛନ୍ତି।

୧୫୦୦ ଟଙ୍କା ରୁ ଏବେ ୮ ମସଲା ଫ୍ୟାକ୍ଟ୍ରି ର ମାଲିକ ,ଏମିତି ବ୍ୟବସାୟିକ ଯାତ୍ରା ଥିଲା ମସଲା କିଙ୍ଗ ଧର୍ମପାଲ ଗୁଲାଟିଙ୍କର

ଭାରତୀୟ ମସଲା ଜଗତର ସମ୍ରାଟ କୁହାଯାଉଥିବା ଏମଡିଏଚ ଗ୍ରୁପର ମାଲିକ ମହାଶୟ ଧର୍ମପାଲ ଗୁଲାଟି ଗୁରୁବାର ସକାଳୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୯୮ ବର୍ଷ ବୟସରେ ତାଙ୍କର ହୃଦଘାତ ରେ ମୃତ୍ୟୁ ଘଟିଛି । ସେ ଗତ କିଛି ଦିନ ଧରି ଅସୁସ୍ଥ ହୋଇ ଦିଲ୍ଲୀର ମାତା ଚନ୍ନନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମହାଶୟ ଧର୍ମପାଲ ଏପରି ଜଣେ ବ୍ୟକ୍ତି ଯିଏକି ଭାରତ-ପାକିସ୍ତାନ ବିଭାଜନ ପରେ ଭାରତ ଆସିଥିଲେ ।

ବ୍ଲୁ ଫ୍ଲାଗ୍ ମାନ୍ୟତା ଓ ଗ୍ଲାମ୍ପିଂ ଦ୍ୱାରା ବଢିବ ଓଡ଼ିଶା ପର୍ଯ୍ୟଟନର ମାନ

ଓଡ଼ିଶା ଉପକୂଳରେ ପୁରୀ ବ୍ୟତିତ ଆଉ ୫ଟି ସମୁଦ୍ରକୂଳକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ତଥା ଗ୍ଲାମ୍ପିଂ ଯୋଜନା ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ମାନ ବୃଦ୍ଧି ପାଇବ ବୋଲି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଓଡ଼ିଶା ପର୍ଯ୍ୟଟନ ନୀତି ୨୦୧୬ରେ ଏହି ସବୁ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ଯୋଜନା କରାଯାଇଥିବା ବେଳେ ଏହା ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦିଆଯାଇପାରିବ ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ ସୂଚନା ଦେଇଛନ୍ତି । ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟରେ ଯୋଗ ଦେଇଥିବା ନୂତନ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଭର୍ଚୁଆଲ୍ ଓରିଏନଟେସନ୍ କାର୍ଯ୍ୟକ୍ର୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ଶ୍ରୀ ଯାଦବ ।

ମୁଖ୍ୟମନ୍ତ୍ରୀଙ୍କ ସୂଚନା ,ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଆସିବ ଆଇନ

ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯିବ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏକାମ୍ର କ୍ଷେତ୍ର ପରିଦର୍ଶନ କରି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ପରିବେଶ ବୁଲି ଦେଖିବା ପରେ ସେବାୟତଙ୍କ ସହ ଆଲୋଚନା କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଦେବୀ ପାଦହରା ପୁଷ୍କରଣୀ ବୁଲି ଦେଖିବା ସହ ବିନ୍ଦୁସାଗର ମଠଘାଟ ଠାରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ।

ଆସନ୍ତା ସପ୍ତାହରୁ ରୁଷିଆରେ ଗଣଟିକାକରଣ, ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି

କରୋନା ଲଢେ଼ଇ ଭିତରେ ଗୋଟିଏ ପରେ ଗୋଟିଏ ଖୁସି ଖବର। ଏବେ ଖୁସି ଖବର ଦେଇଛି ଋଷ୍। ଆସନ୍ତା ସପ୍ତାହରୁ ରୁଷିଆରେ ଆରମ୍ଭ ହେବ ଟିକାକରଣ ଅଭିଯାନ। ଏନେଇ ଆଜି ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମର ପୁଟିନ। ଇଂଲଣ୍ଡ ଓ ଋଷିଆରେ ଏକାସଙ୍ଗେ ଆରମ୍ଭ ହେବ ଟିକାକରଣ।


First Previous
1 2 3 4 5 6 7 8 9 10
Next Last Page 1 of 50

Recent Post