ନୂଆବର୍ଷରୁ କ୍ୟାପିଟାଲ ହସ୍ପିଟାଲ ରେ ଖୋଲିବ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ

କ୍ୟାପିଟାଲ ହସ୍ପିଟାଲ ପରିସରରେ ନୂଆବର୍ଷରେ କାର୍ଯ୍ୟକ୍ଷମ ହେବ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ। ହସ୍ପିଟାଲ ପକ୍ଷରୁ ଲେପ୍ରୋସି କାର୍ଯ୍ୟାଳୟ ନିକଟରେ ଗୃହ ଯୋଗାଇ ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜଣେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଆବଶ୍ୟକ ସରଞ୍ଜାମ ପ୍ରାରମ୍ଭିକ ପର୍ଯ୍ୟାୟରେ ହସ୍ପିଟାଲ ପକ୍ଷରୁ ଯୋଗାଇ ଦିଆଯାଇଥିବା ବେଳେ କାର୍ଯ୍ୟକ୍ଷମ ହେବା ପରେ ବିଏମସି ସମସ୍ତ ସହାୟତା ପ୍ରଦାନ କରିବ ବୋଲି ଜଣାପଡ଼ିଛି।

ଏକାମ୍ର କ୍ଷେତ୍ର ଯୋଜନାର ସମୀକ୍ଷା କଲେ 5T ସଚିବ

ରାଜଧାନୀ ଏକାମ୍ର କ୍ଷେତ୍ର ଯୋଜନାର କାମ ଓ ସୌନ୍ଦର୍ଯ୍ୟକରଣ କାମର ଅଗ୍ରଗତି ଦେଖିବା ପାଇଁ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ୍ । ସକାଳୁ ସକାଳୁ ସେ ଏକାମ୍ର କ୍ଷେତ୍ରରେ ପହଞ୍ଚିଥିଲେ । ଉନ୍ନୟନମୂଳ ଓ ବିକାଶ କାମର ଅନୁଧ୍ୟାନ କରିଥିଲେ । ତାଙ୍କ ସହ ଥିଲେ ପୂର୍ତ୍ତ ସଚିବ କ୍ରିଷନ କୁମାର ଓ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଏକାମ୍ର କ୍ଷେତ୍ର ଯୋଜନାରେ ଚାଲିଥିବା କାମ ଅଗ୍ରଗତିର ସମୀକ୍ଷା ସହ ସୌନ୍ଦର୍ଯ୍ୟକରଣ ଯୋଗୁ ଉଚ୍ଛେଦ ହୋଇଥିବା ଦୋକାନୀଙ୍କ ଥଇଥାନ କାମକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ ଟି ସଚିବ ।

ଇକୋ ରିଟ୍ରିଟ ରେ ବାହାଘର ପାଇଁ ବୁକ କରାଯାଇପାରିବ ଟେଣ୍ଟ

ରାଜ୍ୟରେ ଆଉ ୩ ଦିନ ପରେ ଇକୋ-ରିଟ୍ରିଟ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ବିବାହ ଋତୁକୁ ଦୃଷ୍ଟିରେ ରଖି ଏଥର ସେଠାରେ ବିବାହ ପ୍ୟାକେଜ୍‌ର ବନ୍ଦୋବସ୍ତ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ତେବେ ଏହା କେବଳ କୋଣାର୍କ ଇକୋ ରିଟ୍ରିଟ୍‌ରେ ଉପଲବ୍ଧ ହେବ। ପରିବେଶ ପର୍ଯ୍ୟଟନ ଜରିଆରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପୂର୍ବ ବର୍ଷର ପରିକଳ୍ପିତ ଇକୋ ରିଟ୍ରିଟ୍‌ ସଫଳ ହୋଇଥିବା ବେଳେ ଏଥର ଏହାକୁ ୫ଟି ସ୍ଥାନରେ ଆୟୋଜନ କରାଯାଉଛି।

ନବକଳେବର ହେବ କର୍କଟ କେନ୍ଦ୍ର,ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ରେ ହେବ ୫୦୦ ଶଯ୍ୟା

କଟକର ବିକାଶ ପାଇଁ ସରକାର ଅନେକ ନୂଆ ନୂଆ ‌ଯୋଜନା ହାତକୁ ନେଉଥିବାବେଳେ କଟକ ବଡଡାକ୍ତରଖାନାକୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏସ୍‌ସିବି ସହିତ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଶିଶୁଭବନର ମଧ୍ୟ ନବକଳେବର ଓ ସଂପ୍ରସାରଣ କରାଯିବ।

ଆଜି ଛାଡ଼ ,ଜମିଛି ୩ ହଜାର କ୍ୟୁଣ୍ଟାଲର ରାଜଧାନୀ ମାଛ ବଜାର

ସରିଲା ପୁଣ୍ୟମାସ କାର୍ତ୍ତିକ। ଆଜି ମଙ୍ଗଳବାର ସତ୍ୱେ ରାଜଧାନୀରେ ପାଳିତ ହେଉଛି ଛାଡ଼ଖାଇ । ୟୁନିଟ ୪,ଝାରପଡା,ଗ୍ୟାରେଜଛକ,ଉତ୍ତରା,ରସୁଲଗଡ,ନୟାପଲ୍ଲୀ ମାଛ ବଜାର ରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି । ମାଛ,ମାଂସ ଚିଙ୍ଗୁଡ଼ି,କଙ୍କଡା ପାଇଁ ଅଧିକ ଚାହିଦା ରହିଥିବା ଦେଖିବାକୁ ମିଳୁଛି । କରୋନା ଓ କାର୍ତ୍ତିକ ମାସ ପାଇଁ ବେପାର ରେ ମାନ୍ଦାବସ୍ଥା କୁ ସାମ୍ନା କରିଥିବା ଆମିଷ ବେପାରୀ ଏବେ ଛାଡ଼ଖାଇ ପାଇଁ କୁକୁଡ଼ା, ଖାସି, ମାଛ, କଙ୍କଡ଼ା ଅଧିକ ପରିମାଣରେ ମଗାଇଛନ୍ତି ।

କ୍ୟାପିଟାଲ ହସ୍ପିଟାଲ ରେ ମାଗଣା ମିଳିବ ଏମାରଆଇ ପରୀକ୍ଷା ସୁବିଧା

ଏଣିକି ରୋଗୀଙ୍କୁ ଆଉ ଏମାରଆଇ ପରୀକ୍ଷା ପାଇଁ ଘରୋଇ ହସପିଟାଲରେ ଚକ୍କର କାଟିବାକୁ ପଡ଼ିବନି । ବେସରକାରୀ ହସ୍ପିଟାଲରେ ଧାଡିରେ ଛିଡା ହେବାକୁ ପଡିବ ନାହିଁ କି ଅଧିକ ଅର୍ଥ ଗଣିବାକୁ ପଡିବ ନାହିଁ । ଏବେ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଏଣିକି ମାଗଣାରେ ମିଳିବ ଏହି ପରୀକ୍ଷା ସେବା ।

ସୁଦର୍ଶନ ଙ୍କ ବାଲୁକା କଳାରେ ବେଳାଭୂମିରେ ମହାପ୍ରଭୁ ଙ୍କ ନାଗାର୍ଜୁନ ବେଶ

୨୫ ବର୍ଷ ପରେ ଶ୍ରୀମନ୍ଦିର ରେ ହୋଇଛି ମହାପ୍ରଭୁଙ୍କର ନାଗାର୍ଜୁନ ବେଶ । ଏହି ଦେବ ଦୁର୍ଲଭ ବେଶ ଚଳିତ ଶତାବ୍ଦୀର ପ୍ରଥମ ବେଶ ହୋଇଥିବା ବେଳେ ଦର୍ଶନରୁ ବଂଚିତ ହୋଇଛନ୍ତି ଭକ୍ତ । ଭକ୍ତଂକ ଆବେଗ କୁ ବୁଝିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କୁ ଅତ୍ୟନ୍ତ ନିଖୁଣ ଓ କମନୀୟ କରି ତିଆରି କରିଛନ୍ତି । ଏହି ଆନ୍ତଃର୍ଜାତୀୟ ବାଲୁକା ଶିଳ୍ପୀ ଙ୍କ ସ୍ପର୍ଶ ରେ ଯୋଧା ବେଶରେ ଝଟକୁଛନ୍ତି ମହାପ୍ରଭୁ ।

ଚେନ ଛିଣ୍ତାଇ ନେବା ଉଦ୍ୟମ ପଣ୍ଡ,ଦୁବୃତ୍ତ ଙ୍କୁ ବାଧା ଦେଲେ ଯବାନ

ଗଞ୍ଜାମ ନୂଆପଡ଼ାର ସୁନୀଲ ପଣ୍ଡା ତାଙ୍କ ପତ୍ନୀ ଓ ଝିଅଙ୍କ ସହ ଭୁବ‌ନେଶ୍ବରରେ ଥିବା ସମ୍ପର୍କୀୟଙ୍କ ଘରକୁ ବସ ରେ ଆସୁଥିଲେ। ସେମାନେ ସିଆରପିଏଫ ଛକ ରେ ବସ ରୁ ଓହ୍ଲାଇ‌ ନୂଆପଲ୍ଲୀ କଲୋନିକୁ ଚାଲି ଚାଲି ଆସୁଥିବା ବେଳେ ଦୁଇଟି ପଲସର ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କ ପାଖରେ ଗାଡ଼ି ଧିମା କରିଥିଲେ। ପଛରେ ବସିଥିବା ଜଣେ ଯୁବକ ତାଙ୍କ ବେକରୁ ଛିନ୍‌ତାଇ କରିବାକୁ ଉଦ୍ୟମ କରୁଥିବା ବେଳେ ସେହି ବସ୍‌ରୁ ଓହ୍ଲାଇ ତାଙ୍କ ପଛରେ ଚାଲି ଚାଲି ଆସୁଥିବା ୧୨୭ ସିଆରପିଏଫ ବାଟାଲିୟନର ଯବାନ ଟଙ୍କଧର ବେହେରା ସାହସିକତା ଦେଖାଇଥିଲେ।

ଦାଦା ବଟି ରୋକିବାକୁ ଜୋରଦାର ପ୍ରୟାସ,୯୨ ମାମଲା, ୧୦୪ ଗିରଫ

କଟକ ଭୁବନେଶ୍ୱର କୁ ଦାଦାବଟିରୁ ମୁକ୍ତ କରିବା ଲକ୍ଷ ‌ ନେଇ କମିସନରେଟ୍‌ ପୁଲିସ ଗତ ଅକ୍ଟୋବରରେ ଆରମ୍ଭ କରିଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଦାଦାବଟିକୁ ନା’। ଏହି ପଦ‌କ୍ଷେପ ଅନୁସାରେ ବର୍ତ୍ତମାନ ସୁଦ୍ଧା ୯୨ ମାମଲା ରୁଜୁ ହୋଇଛି ଓ ୧୦୪ ଜଣ ଗିରଫ ହୋଇଛନ୍ତି। ଗିରଫ ତାଲିକାରେ ଜୁଡୋ କୋଚ୍‌ ବିରଞ୍ଚି ହତ୍ୟା ମାମଲାର ମୁଖ୍ୟ ରାଜା ଆଚାର୍ଯ୍ୟ ଥିବାବେଳେ ୩ଜଣ ନକଲି ସାମ୍ବାଦିକ ଅଛନ୍ତି । ବାରମ୍ବାର ଅପରାଧ ଘଟାଉଥିବା ଅଭିଯୁକ୍ତଙ୍କ ମଧ୍ୟରୁ କେତେକଙ୍କୁ ଏନ୍‌ଏସ୍‌ରେ ମାମଲା ଦରଜ ସହ ତଡ଼ିପାର୍‌ କରାଯିବା ପାଇଁ ମଧ୍ୟ ପ୍ରକ୍ରିୟା ଜାରି ରହିଛି।

ଆଇଟି ହବ ଭୁବନେଶ୍ୱର,ଅଫିସ ଖୋଲିଛନ୍ତି ୧୮୬ କମ୍ପାନୀ

ଭୁବନେଶ୍ବରକୁ ଆଇଟି ହବ୍‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ଜମି ଯୋଗାଇବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଉଛନ୍ତି। ମୁଖ୍ୟତଃ ଇନ୍‌ଫୋସିଟି ଓ ଇନ୍‌ଫୋଭ୍ୟାଲିରେ ଆଇଟି ଓ ଆଇଟିଇଏସ୍‌ ୟୁନିଟଗୁଡ଼ିକ କାମ କରୁଛନ୍ତି। ଇଲେକ୍ଟୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସୂଚନା ଅନୁଯାୟୀ ୧୮୬ଟି ଆଇଟି/ଆଇଟିଏସ୍‌ କମ୍ପାନି ଭୁବନେଶ୍ବରରେ ଅଛି। ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଦୁଇଟି ଆଇଟି ପାର୍କ ପ୍ରତିଷ୍ଠା କରାଯାଇଛି।

ବ୍ରହ୍ମପୁର ସହର ରେ ଆଉ ଗଡ଼ୁନାହିଁ ଭଡା ସାଇକେଲ

ବ୍ରହ୍ମପୁର ସହରରେ ପୂର୍ବରୁ ୬୦ରୁ ଅଧିକା ଭଡ଼ା ସାଇକେଲ ଦୋକାନ ରହିଥିଲା। ସହରର ପ୍ରମୁଖ ସ୍ଥାନ ଗେଟ୍‌ବଜାର, ଫାଷ୍ଟଗେଟ୍‌, ହରଡ଼ାଖଣ୍ଡିଛକ, ବିଜିପୁର, ଗ‌ୋସାଇଁନୂଆଗାଁ, କମାପଲ୍ଲୀ, ମେଡ଼ିକାଲ ଛକ,ପୁରୁଣା ବସଷ୍ଟାଣ୍ଡ ଓ ରେଳଷ୍ଟେସନଠାରେ ଏହି ସାଇକେଲ ଭଡା ଓ ମରାମତି ଦୋକାନ ଖୋଲିଥିଲା। ବସ୍ କିମ୍ବା ଟ୍ରେନରେଆସୁଥିବା ଯାତ୍ରୀ ମାନେ ସେଠାରୁ ସାଇକେଲ୍‌ ନେଇ କାମକୁ ଯାଉଥିଲେ। କିଏ ନିଜର ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ ତ ଆଉ କିଏ ସାହିକୁ ସାହି ବୁଲି ବ୍ୟବସାୟ କରୁଥିଲେ।

ହାଇକୋର୍ଟ;ଜାନୁଆରି ୮ ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂରେ ଶୁଣାଣି

ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ୨୦୨୧, ଜାନୁଆରି ୮ ତାରିଖ ପର୍ଯ୍ୟନ୍ତ ପୂର୍ବଭଳି କଟକଣା ଭିତରେ କାର୍ଯ୍ୟ କରିବ। କରୋନା ଭୂତାଣୁ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଫୁଲ୍ କୋର୍ଟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ଏପରି ବିଜ୍ଞପ୍ତି ପ୍ରକାଶ ପାଇଛି।ପୂର୍ବରୁ କୋର୍ଟ କାର୍ଯ୍ୟ ନେଇ ଅଗଷ୍ଟ ୨୧ରେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଏହି ଅବଧି ପାଇଁ ବଳବତ୍ତର ରହିବ ବୋଲି ଆଜି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ଗାଁ ଓ କଲୋନି କାନ୍ଥରେ କରୋନା ସଚେତନତା

ଘର କାନ୍ଥରେ ଅଙ୍କାଯାଉଛି ଭଳିକି ଭଳି ଚିତ୍ର। କରୋନା ସମ୍ପର୍କିତ ସଚେତନତା ବାର୍ତା ବି ଲେଖାଯାଉଛି। କେଉଁଠି ମାସ୍କ ପିନ୍ଧିବା ନେଇ ବାର୍ତା ରହିଛି ତ ଆଉ କେଉଁଠି ହାତ ଧୋଇବା, ଘର ଓ ବାହାରକୁ ପରିସ୍କାର ପରିଚ୍ଛନ୍ନ ରଖିବା କଥା ବି ଉଲ୍ଲେଖ ହୋଇଛି। ଏଥିସହ ଓଡ଼ିଆଙ୍କ ବାର ମାସର ତେର ପର୍ବପର୍ବାଣୀ, ମହାପୁରୁଷଙ୍କ ବାଣୀ, ନିଜକୁ ସୁସ୍ଥ ରଖିବାର ଉପାୟ ବିଷୟରେ ବି ଚିତ୍ର ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଉଛି। ରାଜଧାନୀ ଉପକଣ୍ଠ ଗାଁରେ ଦେଖିବାକୁ ମିଳୁଛି ଏଭଳି ଚିତ୍ର। ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏସ୍‌ଜି)ର ମହିଳାମାନେ ଏହାର ଦାୟିତ୍ବ ନେଇଛନ୍ତି। ଦିନରାତି ଏକ କରି ଲୋକଙ୍କୁ ସ‌ଚେତନତାର ବାର୍ତା ବାଣ୍ଟି ଚାଲିଛନ୍ତି। ମଞ୍ଚେଶ୍ବର ଅଞ୍ଚଳର ବିଏମ୍‌ସି ୱାର୍ଡ ନମ୍ବର ୧୨ର ଆଦିମାତା କଲୋନି ଓ ୯ ନମ୍ବର ୱାର୍ଡର ରଙ୍ଗମାଟିଆ ଗାଁ ଶିଶୁ ଉଦ୍ୟାନ ଓ ମନ୍ଦିର ପାଚେରିରେ ଆକର୍ଷଣୀୟ ଚିତ୍ର ହୋଇଛି।

ଦୂର ହେବ ସହର ରେ ପାର୍କିଙ୍ଗ ସମସ୍ୟା,ବିଭିନ୍ନ ସ୍ଥାନରେ ନିର୍ମାଣ ହେବ ବହୁତଳ କାର୍‌ ପାର୍କିଂସ୍ଥଳୀ

ସହର ରେ କାର ପାର୍କିଙ୍ଗ ସମସ୍ୟାର ସମାଧାନ ଖୁବ ଶୀଘ୍ର ହେବ । ଏଥିପାଇଁ ବିଡିଏ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଜନପଥ, ବିଦ୍ୟୁତ ମାର୍ଗ, ସଚିବାଳୟ ମାର୍ଗ, ନନ୍ଦନକାନନ ରୋଡ୍‌, କଟକ ରୋଡ୍‌ ଆଦି ଅଞ୍ଚଳରେ ଯେପରି ପାର୍କିଂ ଜନିତ ସମସ୍ୟା ଅଧିକ ରହିବନି, ସେଥିପାଇଁ ବିଭିନ୍ନ ସ୍ଥାନରେ ବହୁତଳ କାର୍‌ ପାର୍କିଂସ୍ଥଳୀ ନିର୍ମାଣ ହେବ । ଏଥିପାଇଁ ବିଡିଏ ଓ ବିଏମ୍‌ସି ସିଡିପି ଭିତ୍ତିଭୂମି ଉନ୍ନତୀକରଣ ପାଣ୍ଠି (ସିଆ‌ଇଡିଏଫ୍‌)ରୁ ଅର୍ଥ ଦେବେ।

ଛାତ ଉପରେ ବିଳ୍ପବ : ରାଜଧାନୀରେ ବଢୁଛି ପାକଶାଳା ବଗିଚାର ଆଗ୍ରହ

ସହରାଞ୍ଚଳରେ ଲୋକଙ୍କର ବଗିଚାରେ ସଉକ ବହୁଦିନରୁ ଅଛି, କିନ୍ତୁ ଭୁବନେଶ୍ଵର 'କିଚେନ ଗାର୍ଡ଼ନ ସଂଘ'ର ସଭ୍ୟମାନେ ତାହାକୁ ଏକ ଜୀବିକାଧାରାରେ ପରିଣତ କରିଛନ୍ତି" କହନ୍ତି ଭୁବନେଶ୍ଵର କିଚେନ ଗାର୍ଡ଼ନ ସଂଘ'ରକେତେଜଣ ସଦସ୍ୟ । ଅବସରପ୍ରାପ୍ତ କର୍ମଚାରୀ, ଗୃହିଣୀ, ଛାତ୍ର ତଥା ପେଷାଦାର ଓ ଅନ୍ୟାନ୍ୟ ଆଗ୍ରହୀ ବ୍ୟକ୍ତିମାନଙ୍କୁ ନେଇ ଗଠିତ ଏହି ସଂଘର ତିନିଶହରୁ ବେଶୀ ସଭ୍ୟ ବିଗତ କିଛି ବର୍ଷ ଧରି ଛାତ ଉପରେ ପନିପରିବା,ଫୁଲ ଫଳ ଓ ମସଲା ଗୁଳ୍ମ ଇତ୍ୟାଦି ଚାଷ କରୁଛନ୍ତି। । କିଛି ବର୍ଷ ପୂର୍ବେ ସରକାରୀ ଚାକିରୀରୁ ଅବସର ନେଇଥିବା ଶହୀଦନଗର ବାସିନ୍ଦା ମହେଶ୍ଵର ଖିଲାର ଏଇ ସହରୀ କୃଷି ଆନ୍ଦୋଳନର ନେତୃତ୍ଵ ନେଇଛନ୍ତି। ସେ ସଭ୍ୟମାନଙ୍କୁ ଛାତଉପରେ ଘର ସାମନାରେ ଓ ପଛପଟ ଜାଗାରେ ବଗିଚା କରିବା ପାଇଁ ଅନୁପ୍ରାଣିତ କରିଥାନ୍ତି।

କରୋନା ପାଇଁ କମିଲା ଶ୍ରୀମନ୍ଦିର ର ୫୦ ପ୍ରତିଶତ ଆୟ

ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିର ବଜେଟ୍‌ ଅନୁମୋଦନ କରାଯାଇଛି। ୨୦୨୦-୨୧ ଆର୍ଥିକବର୍ଷ ପାଇଁ ୧୫୪ କୋଟିର ବଜେଟ୍ ପ୍ରସ୍ତୁତ ହୋଇଥିବା ବେଳେ ପରିଚାଳନା କମିଟି ଏଥିରେ ମୋହର ମାରିଛି। ବଜେଟ୍‌ରେ ସେବାୟତ କଲ୍ୟାଣ ଓ ଭକ୍ତଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ତେବେ ଆୟ ତୁଳନାରେ ଶ୍ରୀମନ୍ଦିର ବ୍ୟୟ ବଢ଼ି ଚାଲିଥିବାରୁ ପରିଚାଳନା କମିଟି ଚିନ୍ତା ପ୍ରକଟ କରିଛି।

ସମ୍ବଲପୁର ରେ ହେବ ପ୍ରଥମ ଇକୋ ରିଟ୍ରିଟ,ସଜେଇ ହେଲାଣି ସହର

ଚଳିତ ଥର ପ୍ରଥମଥର ପାଇଁ ସମ୍ବଲପୁରରେ ଆୟୋଜିତ ହେବାକୁ ଯାଉଛି ଇକୋ ରିଟ୍ରିଟ । ଏହି ଫେଷ୍ଟିଭାଲ ଡିସେମ୍ବର ରେ ଆୟୋଜିତ ହେବ। କୋଣାର୍କ -ପୁରୀ ବେଳାଭୂମିରେ ସଫଳତାର ସହିତ ଆୟୋଜିତ ହେଉଥିବା ବେଳେ ଚଳିତ ଥର ଆଉ ୫ ଟି ନୁଆଁ ଜାଗାରେ ଏଭଳି ଉତ୍ସବର ଆୟୋଜନ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଥର ପାଇଁ ହୀରାକୁଦ ରେ ଏଭଳି ଆୟୋଜନ ହେଉଥିବାରୁ ସଜେଇ ହେଲାଣି ସମଗ୍ର ସମ୍ବଲପୁର ସହର। ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଥିବା ଏହି ଫେଷ୍ଟିଭାଲ ଫେବୃଆରୀ ୨୮ ପର୍ଯ୍ୟନ୍ତ ଚାଲିବ।

ରାଜଧାନୀ ଦିଲ୍ଲୀରେ କଟକଣା କୁ ଫୁ କରି ଫୁଟିଲା ବାଣ, ବଢ଼ିଲା ବାୟୁ ପ୍ରଦୂଷଣ

ଅମାନିଆ ଦିଲ୍ଲୀବାସୀ । ମାନିଲେନି କଟକଣା । ବାଣଫୁଟା କଟକଣା ନିୟମ କୁ ଉଡାଇଦେଲେ ଫୁ’ କରି । ଫୁଟିଲା ବାଣ, ଏବେ ଦୀପାବଳି ରାତିରୁ ଦିଲ୍ଲୀରେ ବଢିଛି ବାୟୁ ପ୍ରଦୂଷଣ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସରକାର ବାଣ ଫୁଟାଇବା ଓ ବିକ୍ରି ଉପରେ କଟକଣା କରିଥିଲେ । କିନ୍ତୁ ଦିପାବଳୀରେ କଟକଣାକୁ ମାନିଲେନି ଦିଲ୍ଲୀବାସୀ । ଦିଲ୍ଲୀର ପ୍ରଦୂଷଣମାତ୍ରା ଏବେ ବିପଜ୍ଜନକ ସ୍ଥିତିରେ ପହଂଚିଛି । ସ୍ଥିତି ସଂଘାତିକ ହୋଇଛି ।

ଲର୍ଣ୍ଣର ଲାଇସେନ୍ସ ଟେଷ୍ଟ ଲାଗି ସ୍ଲଟ୍ ବୁକିଂ ଆରମ୍ଭ

ଓଡ଼ିଶାରେ ଲର୍ଣ୍ଣର ଲାଇସେନ୍ସ (ଏଲଏଲ) ପରୀକ୍ଷା ପାଇଁ ସ୍ଲଟ୍ ବୁକିଂ ଗୁରୁବାର ସକାଳ ୧୧ଟାରୁ ଆରମ୍ଭ ହୋଇଛି। ଯାହା କୋଭିଡ-୧୯ ମହାମାରୀ କାରଣରୁ ବନ୍ଦ ରହିଥିଲା। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟ୍ବିଟ୍ କରାଯାଇଛି।ସୂଚନା ଅନୁଯାୟୀ ଯେଉଁମାନେ ଆଗରୁ ଲର୍ଣ୍ଣିଂ ଲାଇସେନ୍ସ ପାଇବା ପାଇଁ ସ୍ଳଟ୍ ବୁକିଂ କରିଥିଲେ ସେମାନଙ୍କ ପାଇଁ କେବଳ ଏହି ସୁବିଧା ମିଳିବ । ନୂଆ ଏଲ୍‌ଏଲ୍ ପାଇବା ପାଇଁ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ରାଉରକେଲା ୱାନ୍ ପ୍ରକଳ୍ପ

ରାଉରକେଲା ସ୍ମାର୍ଟ ସିଟି ଅଧିନରେ ଏବେ ବିଭିନ୍ନ ପ୍ରକଳ୍ପ ଜୋରସୋରରେ ଚାଲିଛି । ତନ୍ମଧ୍ୟରୁ ମୁଖ୍ୟ ପ୍ରକଳ୍ପ ହେଲା ରାଉରକେଲା ୱାନ୍ ପ୍ରକଳ୍ପ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ସହରବାସୀଙ୍କୁ ବିଭିନ୍ନ ସୁବିଧା ଗୋଟିଏ ସ୍ଥାନରେ ମିଳିପାରିବ। ଏହି ପ୍ରକଳ୍ପ ବର୍ତ୍ତମାନ ହକି ଛକ ନିକଟସ୍ଥ ଟ୍ରକ ପାର୍କିଂ ସମ୍ମୁଖରେ ନିର୍ମାଣ ଚାଲିଛି। ଗୋଟିଏ ସ୍ଥାନରେ କମାଣ୍ଡ ଏଣ୍ଡ କଂଟ୍ରୋଲ ସେଣ୍ଟର, ଅଡିଟୋରିୟମ୍, କନଭେନ୍ସନ୍ ସେଣ୍ଟର୍, ଟ୍ରାଇବାଲ୍ ମ୍ୟୁଜିୟମ୍ ସବୁ କିଛିର ସୁବିଧା ନେଇପାରିବେ ଜନସାଧାରଣ ।


First Previous
1 2 3 4 5 6 7 8 9 10
Next Last Page 1 of 27

Recent Post