Bikash Khabar
୧୦ ଲକ୍ଷ ଚାଷୀ ପାଇବେ ମୋବାଇଲିରେ କୃଷି ସୂଚନା

ରାଜ୍ୟରେ ଆରମ୍ଭ ହୋଇଛି ‘ଆମକୃଷି’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଅଧିନରେ ରାଜ୍ୟର ୧୦ ଲକ୍ଷ ଚାଷୀଙ୍କୁ ମୋବାଇଲି ମାଧ୍ୟମରେ କୃଷି ସୂଚନା ଯୋଗାଇ ଦିଆଯିବ । ବର୍ଷେ ହେଲାଣି ଏହି ସେବା ୩୦ଟି ଜିଲ୍ଲାର ୨ଲକ୍ଷ ଚାଷୀଙ୍କୁ ଦିଆଯାଉଥିଲା । ସେମାନେ ୦୬୭୪-୬୬୬ ୭୧୭୧ ମିସଡ଼୍ କଲ ଦେଇ କୃଷି ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ପାଉଥିଲେ । ଏହି ସେବାକୁ ଅଧିକ ବ୍ୟାପକ କରାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ପ୍ରିସିସନ ଏଗ୍ରିକଲଚର ଫର ଡ଼େଭଲପମେଣ୍ଟ ଇଣ୍ଡିଆ ଫାଉଣ୍ଡେସନ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

କୃଷି ବିଭାଗ କ୍ଷେତ୍ର କର୍ମଚାରୀଙ୍କୁ ଏହି ‘ଆମ କୃଷି’ ସହ ଯୋଡ଼ି ହ୍ୱାଟସ ଆପ୍ ଓ ମୋବାଇଲ ମେସେଜ ଦ୍ୱାରା କୃଷି ସୂଚନା ଦିଆଯାଉଛି । ଭବିଷ୍ୟତରେ ମୋବାଇଲ ଆପସ ମାଧ୍ୟମରେ ଫସଲ ପରିଚାଳନାର ଭିଡ଼ିଓ ଓ ଫଟୋ ମଧ୍ୟ ବ୍ୟବହାର କରିବାକୁ ଯୋଜନା ରହିଛି । ଓଡ଼ିଶାର ସବୁ ଚାଷୀଙ୍କୁ ସୂଚନା ସେବା ସହ ଯୋଡ଼ା ଯାଇପାରିନି । କାଳିଆ ଯୋଜନାର ହିତାଧିକାରୀଙ୍କ ମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ଚାଷୀଙ୍କ ପାଖରେ ମୋବାଇଲି ଫୋନ ଥିବାବେଳେ କୃଷି ସୂଚନା ମାତ୍ର ୨ଲକ୍ଷ ଲୋକଙ୍କ ପାଖରେ ଅଥବା କେବେକେବେ ସାମୟିକ ପହଂଚୁଛି । ସୂଚନା ସେବା ପହଂଚାଇବା ପାଇଁ ସଂକଳ୍ପ ଓ ଇଚ୍ଛାଶକ୍ତିକୁ ବଢାଇବା ସହ ଏ ଦିଗରେ ଉତ୍ସର୍ଗିକୃତ ଏକ ପ୍ରଯୁକ୍ତିଜ୍ଞାନ ସଂପନ୍ନ ଟିମକୁ ନିୟୋଜନ କରାଇବାର ଆବଶ୍ୟକତା ଅଛି ।

09/03/2019

Leave a Reply

Your email address will not be published. Required fields are marked *

Comments