Bikash Khabar
ଦେଶରେ ୧୦ ପ୍ରତିଶତ କମିଛି ଦୁର୍ନୀତି -ସର୍ଭେ

 ଗତ ଏକ ବର୍ଷ ମଧ୍ୟରେ ଦେଶର କେତେକ ରାଜ୍ୟରେ ଦୁର୍ନୀତି କମିଛି। ସେହିପରି ଏହି ସମୟ ମଧ୍ୟରେ ଲାଞ୍ଚ କାରବାର ୧୦ ପ୍ରତିଶତ କମ୍ହୋଇଛି। ଏନେଇ ଟାନ୍ସପରେନ୍ସି ଇଣ୍ଟରନ୍ୟାସନାଲ୍ଏବଂ ଲୋକାଲ ସର୍କଲ୍ସ୍ପକ୍ଷରୁ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଦିଲ୍ଲୀ, ହରିୟାଣା,ଗୁଜରାଟ,ପଶ୍ଚିମବଙ୍ଗ, କେରଳ, ଗୋଆରେ ଦୁର୍ନୀତି କମିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଅପରପକ୍ଷରେ ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ, ତେଲେଙ୍ଗାନା,କର୍ନାଟକ, ତାମିଲନାଡୁ, ଝାଡ଼ଖଣ୍ଡ ଏବଂ ପଞ୍ଜାବ ଆଦି ରାଜ୍ୟରେ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ବଢ଼ିଛି। ଦେଶର ୨୦ଟି ରାଜ୍ୟର ୨୪୮ ଜିଲାର ଏକ ଲକ୍ଷ ୯୦ ହଜାର ଲୋକଙ୍କୁ ଏହି ସର୍ଭେରେ ସାମିଲ୍କରାଯାଇଥିଲା ସେମାନଙ୍କ ମଧ୍ୟରୁ ୫୧ ପ୍ରତିଶତ ଲୋକ ଲାଞ୍ଚ କାରବାର ଜାରି ରହିଥିବା କହିଥିଲେ।

27/11/2019

Leave a Reply

Your email address will not be published. Required fields are marked *

Comments