Bikash Khabar
ଏଣିକି ସଡ଼କ ସୁରକ୍ଷାର ପାଠ ପଢିବେ ଦଶମ ଶ୍ରେଣୀ ପିଲା

  ରାସ୍ତାରେ ଯାତାୟାତ ପାଇଁ କଣ ସବୁ ନିୟମ ରହିଛି, କେମିତି ଘଟିବନି ଦୁର୍ଘଟଣା ସେ ବାବଦରେ ଏଣିକି ପାଠ ପଢିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଆଗାମୀ ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟବସ୍ତୁ ରହିବ। କେମିତି ବିଷୟବସ୍ତୁ ରହିବ ସେ ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ।ଏହି ସୂଚନା ଦେଇଛନ୍ତି ପରିବହନ କମିଶନର ସଂଜୀବ ପଣ୍ଡା ଏହା ସହ ରାମେଶ୍ୱରରୁ ଚଣ୍ଡିଖୋଲ ଯାଏ ଜାତୀୀୟ ରାଜପଥରେ ସିସିଟିଭି ଲାଗିବ ବୋଲି ସେ ସୂଚନା ଦେଇଛନ୍ତି ଏଠାରେ ଇଂଟିଗ୍ରେଟେଡ୍ ହାଇୱେ ମେନେଜମେଂଟ ସିଷ୍ଟମ ଲାଗୁ ହେବ। ସେହିପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କ୍ୟାମେରା ଲାଗିବ ଯେଉଁମାନେ ନିର୍ଦ୍ଧାରିତ ବେଗ ଠାରୁ ଅଧିକ ବେଗରେ ଗାଡ଼ି ଚଳାଇବେ, ହେଲମେଟ ନପିନ୍ଧି ଗାଡ଼ି ଚଳାଇବେ ବା ଟ୍ରାଫିକ ନିୟମ ଉଲଂଘନ କରିବେ, କମ୍ପ୍ୟୁଟର ମାଧ୍ୟମରେ ଅଟୋମେଟିକ ଚାଲାଣ କଟାଯିବ ଏହାକୁ ପାଇଲଟ ପ୍ରକଳ୍ପ ଭାବେ କରାଯାଉଥିବାର କହିଛନ୍ତି ପରିବହନ କମିଶନର। ଶ୍ରୀ ପଣ୍ଡା କହିଛନ୍ତି ଯେ ୧୮ଟି ଜିଲ୍ଲାରେ ଥିବା ଡ୍ରାଇଭିଂ ଟେଷ୍ଟିଂକୁ କମ୍ପ୍ୟୁଟରାଇଜଡ କରାଯିବ। ସେହିପରି ଗତ ମାସରେ ପୁଲିସ ପକ୍ଷରୁ ୧୦ ହଜାର ମଦୁଆ ଡ୍ରାଇଭରଙ୍କୁ ଧରାଯାଇଥିବାବେଳେ ଆରଟିଓ ହାତରେ ହଜାର ମଦୁଆ ଡ୍ରାଇଭର ଧରାପଡ଼ିଛନ୍ତି। ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଦୁର୍ଘଟଣା କମିଥିବାବେଳେ ଦୁର୍ଘଟଣା ହ୍ରାସ ଟ୍ରାଫିକ ନିୟନ୍ତ୍ରଣ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଉଥିବାର ପରିବହନ କମିଶନର କହିଛନ୍ତି

30/01/2020

Leave a Reply

Your email address will not be published. Required fields are marked *

Comments