Bikash Khabar
୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶରେ ହେବ ୧୦୦ ଘରୋଇ ବିମାନ ବନ୍ଦର

 ଘରୋଇ ବଜାରରେ ୧୦୦ ବିମାନ ବନ୍ଦର ନିର୍ମାଣ ଯୋଜନା ରଖିଛନ୍ତି ସରକାର । ୪.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶରେ ଏହି ସବୁ ବିମାନ ବନ୍ଦର ଗୁଡ଼ିକ ନିର୍ମାଣ ହେବ । ଘରୋଇ ବଜାରରେ ବିମାନ ଚଳାଚଳ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାର ନଜରକୁ ଆସିଛି । ଗତ ଚାରିବର୍ଷ ମଧ୍ୟରେ ଏଥିରେ ଦୁଇଅଙ୍କର ଅଭିବୃଦ୍ଧି ଘଟିଛି । ଆଗାମୀ ୧୦ ବର୍ଷ ମଧ୍ୟରେ ଘରୋଇ ବଜାରର ବିମାନ ଶିଳ୍ପ ଜର୍ମାନୀ, ଜାପାନ ସ୍ପେନ ଏବଂ ବିଟ୍ରେନ ଶିଳ୍ପକୁ ପଛରେ ପକାଇ ଦେବ ବୋଲି ଆଇଏବିଏ ସୂଚନା ଦେଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଯେ କାର୍ଗୋ ପଲିସିକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଗୋ ହବ ପ୍ରତିଷ୍ଠା କରାଯିବ ।

୧୦୦ ପ୍ରସ୍ତାବିତ ବିମାନ ବନ୍ଦର ମଧ୍ୟରୁ ୭୦ଟି ବିମାନ ବନ୍ଦର ନୁଆ ସ୍ଥାନ ଗୁଡ଼ିକରେ ହେବ । କମର୍ସିଆଲ ଫ୍ଲାଇଟକୁ ପରିଚାଳନା ପାଇଁ ପ୍ରଚଳିତ ଏୟାରପୋର୍ଟର ସଂପ୍ରସାରଣ କରାଯିବା ମନ୍ତ୍ରୀ କହିଛନ୍ତି । ଗୋଆର ମୋପା, ନଭି ମୁମ୍ବାଇ, ଶିରିଡ଼ି ଏବଂ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ, ବିଜାପୁର, ଗୁଲବଗର୍ଗ, ହସନ, ସିମୋଗା, କୁନୁର ପକୟଙ୍ଗ, ଆନ୍ଧ୍ରପ୍ରଦେଶର ଭୋଗପୁରମ, ଓଡ଼ିଶାର ଝାରସୁଗୁଡ଼ା ଆଦିରେ ନୁଆ ବିମାନ ବନ୍ଦର ଖୁବ୍ ଶିଘ୍ର କାର୍ଯ୍ୟକାରୀ କରାଯିବ । 

05/09/2018

Leave a Reply

Your email address will not be published. Required fields are marked *

Comments