Bikash Khabar
ବେପରୁଆ ଗାଡି ଚାଳକ ଙ୍କୁ ୨ହଜାର ପରିବର୍ତେ ଦେବାକୁ ପଡିବ ୧୦ ହଜାର ଜରିମାନା

ଦେଶରେ ସଡ଼କ ସୁରକ୍ଷାକୁ କଡାକଡି କରିବା ପାଇଁ ଉଦ୍ଦିଷ୍ଟ ମୋଟର ଯାନ (ସଂଶୋଧନ) ବିଲ୍ ୨୦୧୯କୁ ବୁଧବାର ରାଜ୍ୟସଭାରେ ମଞ୍ଜୁରି ମିଳିଛି ବିଲ୍ ସପକ୍ଷରେ ୧୦୮ ଭୋଟ୍ ମିଳିଥିବା ବେଳେ ବିପକ୍ଷରେ ୧୩ଟି ଭୋଟ୍ ମିଳିଛି। ଏହି ବିଲ୍ରେ ବେପରୁଆ ଗାଡ଼ି ଚାଳନା କରୁଥିବା ବ୍ୟକ୍ତିମାନଙ୍କ ପାଇଁ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଏଥିସହିତ ଜରିମାନା ରାଶିକୁ ବହୁଗୁଣ ବଢ଼ାଇ ଦିଆଯାଇଛି। ମଦ କିମ୍ବା ନିଶା ସେବନ କରି ଗାଡ଼ି ଚଳାଇଲେ ଜରିମାନା ରାଶି ଗୁଣ ଅଧିକ ଦେବାକୁ ପଡ଼ିବ। ବର୍ତ୍ତମାନ ବାବଦରେ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ୁଛି। ନୂଆ ବିଲ୍ରେ ରାଷ୍ଟ୍ରପତିଙ୍କ ମୋହର ଲାଗିଲେ ବେପରୁଆ ଗାଡ଼ି ଚାଳକଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ସେହିଭଳି ମଦ କିମ୍ବା ନିଶା ସେବନକାରୀଙ୍କ ପାଇଁ ମଧ୍ୟ ଜରିମାନାରାଶିରେ ଉପରୋକ୍ତ ପରିମାଣର ବୃଦ୍ଧି କରାଯାଇଛି।

ନାବାଳକ ଗାଡ଼ି ଚଳାଇଲେ, ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ, ବିପଜ୍ଜନକ ଭାବେ ଡ୍ରାଇଭିଂ କରିଲେ, ଦ୍ରୁତ ଗତିରେ ଗାଡ଼ି ଚଳାଇଲେ, ଓଭରଲୋଡ଼ ହୋଇଥିଲେ ମଧ୍ୟ ବିଲ୍ରେ କଠୋର ଦଣ୍ଡ ଏବଂ ଅଧିକ ଜରିମାନାର ବ୍ୟବସ୍ଥା ରହିଛି। କେବଳ ଗାଡ଼ି ଚାଳକ ନୁହନ୍ତି, ଗାଡ଼ି ନିର୍ମାତା, ସଡ଼କ ନିର୍ମାଣ କରୁଥିବା ଠିକାଦାରମାନଙ୍କ ପାଇଁ ମଧ୍ୟ ଏଥିରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ମୋଟର ଯାନ ମାନଦଣ୍ଡ ପୂରଣ କରିବାରେ ବିଫଳ ହେଲେ ଗାଡ଼ି ନିର୍ମାତାଙ୍କୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ କିମ୍ବା ବର୍ଷେ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ କିମ୍ବା ଉଭୟ ଦଣ୍ଡ ହୋଇପାରେ। ସେହିଭଳି ଜଣେ ଠିକାଦର ସଡ଼କ ଡିଜାଇନରେ ତ୍ରୁଟି କରିଲେ ତାଙ୍କୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଜରିମାନା ରାଶିକୁ କେନ୍ଦ୍ର ସରକାର ପ୍ରତିବର୍ଷ ୧୦ ପ୍ରତିଶତ ଲେଖାଏଁ ବୃଦ୍ଧି କରିବା ବ୍ୟବସ୍ଥା ଏହି ବିଲ୍ରେ ରହିଛି।

 

01/08/2019

Leave a Reply

Your email address will not be published. Required fields are marked *

Comments