Bikash Khabar
ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହନ, ଓଡ଼ିଶାରେ ଖୋଲିଲା ୧୦୮ ପରୀକ୍ଷା ଅଭ୍ୟାସ କେନ୍ଦ୍ର

ଉଚ୍ଚଶିକ୍ଷା ପାଇଁ ସହଯୋଗର ହାତ ବଢାଇଛନ୍ତି କେନ୍ଦ୍ରସରକାର । ଜେଇଇ ମେନ୍ ୟୁଜିସି ନେଟ୍ ପରି ଉଚ୍ଚଶିକ୍ଷା ପାଠ୍ୟକ୍ରମ ପାଇଁ ଆଗ୍ରହୀ ବିଦ୍ୟାର୍ଥିଙ୍କ ଅଭ୍ୟାସ ପାଇଁ ସାରା ଦେଶରେ ଖୋଲାଯାଇଛି ୩୪୦୬ ଟେଷ୍ଟ ପ୍ରାକ୍ଟିସ ସେଣ୍ଟର । ଦେଶର ୬୨୨ଟି ଜିଲ୍ଲାରେ ଉପରୋକ୍ତ ସଂଖ୍ୟକ କେନ୍ଦ୍ର ଖୋଲା ଯାଇଥିବାବେଳେ ଓଡ଼ିଶାର ୨୭ ଜିଲ୍ଲାରେ ମୋଟ ୧୦୮ ଏଭଳି କେନ୍ଦ୍ର ଖୋଲାଯାଇଛି ।
ଚଳିତ ବର୍ଷ ଠାରୁ ଜେଇଇ ମେନ୍ ଓ ୟୁଜିସି ନେଟ୍ ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ । କାଗଜ କଲମ ବ୍ୟବସ୍ଥା ଉଠିଯିବ । ଏମିତି କ୍ଷେତ୍ରରେ ଯେଉଁଠି ପରୀକ୍ଷାର୍ଥିଙ୍କର କମ୍ପ୍ୟୁଟର କିମ୍ବା ମୋବାଇଲି ନାହିଁ ସେହି ଯାଗାରେ ଏଭଳି କେନ୍ଦ୍ରକୁ ଆସି ସେମାନେ ଅଭ୍ୟାସ କରିପାରିବେ । ଟେଷ୍ଟ ପ୍ରାକ୍ଟିସ ସେଣ୍ଟରରେ କମ୍ପ୍ୟୁଟର ଯୋଗାଇ ଦିଆଯିବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏଭଳି କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଆଗକୁ ଆସିଛି ।
୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୬୨୨ଟି ଜିଲ୍ଲାରେ ଟିପିସି ପ୍ରତିଷ୍ଠା ହୋଇଛି । ଯେଉଁଠାରେ ଛାତ୍ରଛାତ୍ରୀ ପ୍ରବେଶିକା ପୂର୍ବରୁ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷାର ସୁବିଧା ପାଇବେ । ଜେଇଇ ମେନ ଓ ୟୁଜିସି ନେଟ ପରୀକ୍ଷାର୍ଥିଙ୍କ ମକ୍ ଟେଷ୍ଟ କରାଯିବ । ଗୋଟିଏ ଲେଖାଏ କେନ୍ଦ୍ରରେ ୩୦ରୁ ଅଧିକ କମ୍ପ୍ୟୁଟର ଓ ଲାପଟପ୍ ରହିବ । ପ୍ରତିଶନିବାର ଅପରାହ୍ନ ସାଢେ ଦୁଇଟାରୁ ସାଢେ ପାଂଚଟା ଯାଏଁ ଗୋଟିଏ ପର୍ଯ୍ୟାୟରେ ତାଲିମ ଦିଆଯିବ । ରବିବାର ଦୁଇଟି ପର୍ଯ୍ୟାୟରେ ୧୧ଟା ଠାରୁ ୨ଟା ଏବଂ ସାଢେ ଦୁଇଟା ଠାରୁ ସାଢେ ପାଂଚଟା ଯାଏଁ ତାଲିମ ପ୍ରଦାନର ବ୍ୟବସ୍ଥା ରହିବ । 
 

18/09/2018

Leave a Reply

Your email address will not be published. Required fields are marked *

Comments