Bikash Khabar
ରାଜ୍ୟରେ ନିର୍ମାଣ ହେବ ୧୧୮ ମିନି ଷ୍ଟାଡିୟମ

 କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଖୁବ୍ ଶୀଘ୍ର ୧୧୮ଟି ମିନି ଷ୍ଟାଡିୟମ୍ ନିର୍ମାଣ କରାଯିବ ଏନେଇ  କ୍ରୀଡା ଯୁବସେବା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଏକ  ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଶୁକ୍ରବାର ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଏସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ କ୍ରୀଡା ଯୁବସେବା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ରାଜ୍ୟରେ ୩୧୪ଟି ବ୍ଲକ୍ ସ୍ତରୀୟ ଏବଂ ୧୪୯ ସହରାଂଚଳ ସ୍ତରୀୟ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ଅର୍ଥ ପ୍ରଦାନ କରାଯାଇଛି ସେଥିମଧ୍ୟରୁ ୨୧୭ଟି ମିନି ଷ୍ଟାଡିୟମ୍ ସମ୍ପୂର୍ଣ୍ଣ ହୋଇଛି ୧୨୮ଟି ମିନି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଚାଲୁରହିଛି ଖୁବ ଶୀଘ୍ର ଏହି ଷ୍ଟାଡିୟମ ନିର୍ମାଣ କାମ ସରିବ ବୋଲି ଆଶା ପ୍ରକଟ କରାଯାଇଛି ସୂଚନା ଯୋଗ୍ୟଯେ ରାଜ୍ୟରେ ଏବେ ଅନେକ ଗ୍ରାମୀଣ କ୍ରୀଡା ଅବକ୍ଷୟ ହେବାରେ ଲାଗିଛି ଖେଳ କହିଲେ ଯୁବବର୍ଗ ଏବେ କେବଳ କ୍ରିକେଟକୁହିଁ ବୁଝନ୍ତି। ପଂଚାୟତ ବ୍ଲକ ସ୍ତରରେ କ୍ରୀଡା ଭିତ୍ତିଭୂମି ଥିବାରୁ ଖେଳାଳି ଙ୍କ ବିକାଶ ଦିଗରେ ଓଡିଶା ପଛରେ ପଡିଛି  ୨୦ ବର୍ଷ ଧରି କ୍ଷମତାସୀନ ବିଜୁ ଜନତା ଦଳ ରାଜ୍ୟରେ କ୍ରୀଡା ଭିତ୍ତିଭୂମି ଗଢି ତୋଳିବାରେ ସମ୍ପୂର୍ଣ୍ଣ ଅସମର୍ଥ୍ୟ ହୋଇଛନ୍ତି ବୋଲି ଅଭିଯୋଗ ଉଠିଛି  

14/07/2019

Leave a Reply

Your email address will not be published. Required fields are marked *

Comments