Bikash Khabar
ଆଇଟିଆଇ ରେ ବଢୁଛି ଛାତ୍ରୀଙ୍କ ନାମଲେଖା,୩ ବର୍ଷରେ ହୋଇଛି ୧୨ ପ୍ରତିଶତ ବୃଦ୍ଧି

ବିଗତ ତିନିବର୍ଷ ଧରି ରାଜ୍ୟର ସରକାରୀ ଆଇଟିଆଇ ଗୁଡିକରେ ନାଁ ଲେଖାଇବା କ୍ଷେତ୍ର ରେ  ଛାତ୍ରୀ ମାନଙ୍କସଂଖ୍ୟା ବଢୁଥିବା ପରିଲକ୍ଷିତ ହେଉଛି ପୂର୍ବ ତୁଳନାରେ ଅଧିକ ସଂଖ୍ୟକ ଝିଅ ସରକାରୀ ଆଇଟିଆଇ ବିଭିନ୍ନ ଟ୍ରେଡ଼ ରେ ଅଧ୍ୟୟନ ପାଇଁ ଆଗ୍ରହ ପ୍ରକାଶ କରୁଥିବା ଜଣାପଡିଛି। ଦିନ ଥିଲା ଆଇଟିଆଇ ରେ ନାମ ଲେଖାଇବାକୁ ପିଲା ରାଜି ହେଉନଥିଲେ ଅନେକ ବେସରକାରୀ ଆଇଟିଆଇ ବନ୍ଦ ହେବାସ୍ଥିତିକୁ ଆସି ଯାଇଥିଲା କିନ୍ତୁ ଏବେ ଏଥିରେ ଯଥେଷ୍ଟ ସୁଧାର ଆସିଛି   ଏବେ ରାଜ୍ୟରେ ୪୯ଟି ସରକାରୀ ୪୯୨ଟି ଘରୋଇ ଆଇଟିଆଇ ରହିଛି। ରାଜ୍ୟ ସରକାରଙ୍କ ବିହିତ ପଦକ୍ଷେପ ଦ୍ବାରା ସରକାରୀ ଆଇଟିଆଇଗୁଡ଼ିକ ସ୍ଥିତିରେ ନାଁ ଲେଖା କ୍ଷେତ୍ର ରେ  କିଛିଟା ସୁଧାର ଆସିଛି। ୨୦୧୬-୧୭ରେ ସରକାରୀ ଆଇଟିଆଇର ୫୮.୭୧% ସିଟ୍ପୂରଣ ହୋଇଥିବା ବେଳେ ୨୦୧୭-୧୮ରେ ଏହି ସଂଖ୍ୟା ୮୪.୧୭ରେ ପହଞ୍ଚିଥିଲା। ୨୦୧୮-୧୯ରେ ମୋଟ ୧୬ ହଜାର ୮୮୧ ସିଟ୍ମଧ୍ୟରୁ ୧୫ ହଜାର ୫୭୦ ସିଟ୍ପୂରଣ ହୋଇଥିଲା। ତେବେ ଖୁସିର ବିଷୟ ହେଉଛି ଯେ ଛାତ୍ରୀଙ୍କ ସଂଖ୍ୟା ଏହି ତିନି ବର୍ଷରେ ବୃଦ୍ଧି ପାଇଛି। ୨୦୧୬-୧୭ରେ ମାତ୍ର .୨୫% ଛାତ୍ରୀ ନାମ ଲେଖାଇଥିବା ବେଳେ ପରବର୍ତୀ ବର୍ଷଗୁଡ଼ିକରେ ଯଥାକ୍ରମେ ୧୦.୮୩% ୧୬.୫୭%ରେ ରହିଥିଲା। ସୁଦକ୍ଷାଯୋଜନା ଆରମ୍ଭ କରାଯାଇଥିବାରୁ ୨୦୨୦-୨୧ ସୁଦ୍ଧା ଛାତ୍ରୀଙ୍କ ସଂଖ୍ୟାକୁ ୩୦ ପ୍ରତିଶତରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୯-୨୦ ଶିକ୍ଷାବର୍ଷରେ ୪୯ଟି ସରକାରୀ ଆଇଟିଆଇର ୧୮ ହଜାର ୧୮୨ ସିଟ୍ପାଇଁ ନାମଲେଖା ହେଉଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ହଜାର ୩୦୭ ସିଟ୍ଖାଲି ପଡ଼ିଛି। ବର୍ତମାନ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଚାଲୁରହିଛି। ଅଗଷ୍ଟ ୧୩ରୁ ୩୦ ମଧ୍ୟରେ ସ୍ପଟ୍ନାମଲେଖା ଅନୁଷ୍ଠିତ ହେବ। ସ୍ପଟ ନାମଲେଖା ବେଳେ କିଛିଟା ସିଟ ପୁରାଣ ହେବ ବୋଲି ଆଶା ପୋଷଣ କରାଯାଇଛି

09/08/2019

Leave a Reply

Your email address will not be published. Required fields are marked *

Comments